ଅଫିସ୍‌ରେ ତାଲା, ଅଧିକାରୀଙ୍କ ପତ୍ତା ନାହିଁ: ଓଡ୍ରି ପଞ୍ଚାୟତରେ ପ୍ରଶାସନିକ ସ୍ଥାଣୁତା, ହନ୍ତସନ୍ତ ହିତାଧିକାରୀ

ଥୁଆମୂଳ ରାମପୁର,୧୩।୫(ଦୁର୍ଗା କୀର୍ତ୍ତି): ରାଜ୍ୟ ସରକାର ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଅନେକ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରୁଥିବା ବେଳେ, କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଓଡ୍ରି ଗ୍ରାମ ପଞ୍ଚାୟତରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏଠାରେ ପ୍ରଶାସନିକ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପ ଓ ଅବହେଳା ଯୋଗୁ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମାସ ମାସ ଧରି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ବେଳେ ଅଧିକାରୀଙ୍କ ଦର୍ଶନ ମିଳିବା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ସ୍ୱପ୍ନ ପାଲଟିଛି ।

ଓଡ୍ରି ପଞ୍ଚାୟତରେ PEO ଭାବେ ଆର୍ତ୍ତତ୍ରାଣ ମାଝୀ ଏବଂ GRS (ADEO) ଭାବେ ସୁଦର୍ଶନ ଛତ୍ରିଆ ନିଯୁକ୍ତ ହୋଇଛନ୍ତି। କିନ୍ତୁ ଅଭିଯୋଗ ଅନୁଯାୟୀ, ଏହି ଦୁଇ ବାବୁ କାର୍ଯ୍ୟାଳୟକୁ ପ୍ରାୟତଃ ଆସୁ ନାହାନ୍ତି। ଟାଙ୍ଗରି ଗ୍ରାମର ଗୋପାଳ ଗୌଡ଼, ରାମ ନାଏକ ଏବଂ ଓଡ୍ରିର ମଦନ ସାହୁଙ୍କ ସମେତ ଅନେକ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ବାର୍ଦ୍ଧକ୍ୟ ଭତ୍ତା, ପାନୀୟ ଜଳ ସମସ୍ୟା କିମ୍ବା ମନରେଗା ଯୋଜନା ପାଇଁ ପଞ୍ଚାୟତକୁ ଗଲେ ସେଠାରେ ସବୁବେଳେ ତାଲା ପଡ଼ିଥାଏ। ଅନେକ ସମୟରେ ଲୋକେ ଆଶା ବାନ୍ଧି ବ୍ଲକ୍ କାର୍ଯ୍ୟାଳୟକୁ ଯାଉଥିଲେ ମଧ୍ୟ ସେଠାରେ ମଧ୍ୟ ଏହି ଅଧିକାରୀଙ୍କ ଦେଖା ମିଳୁନାହିଁ।

ସାଧାରଣ ଲୋକେ ସମସ୍ୟା ଜଣାଇବାକୁ ଅଧିକାରୀଙ୍କୁ ଫୋନ୍ କଲେ ସେମାନେ ପ୍ରାୟତଃ ଫୋନ୍ ଉଠାନ୍ତି ନାହିଁ। ବେଳେବେଳେ ଫୋନ୍ ଲାଗିଲେ ମଧ୍ୟ “ଜିଲା ସ୍ତରୀୟ ମିଟିଂ” ବା “ବ୍ଲକ୍ ମିଟିଂ” ର ବାହାନା ଦେଖାଇ ଫୋନ୍ କାଟି ଦିଅନ୍ତି। ଅଧିକାଂଶ ସମୟରେ ଅଧିକାରୀମାନେ ହିତାଧିକାରୀଙ୍କ ନମ୍ବରକୁ ବ୍ଲକ୍ କରି ଦେଉଥିବା ଭଳି ସଂଗୀନ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କ ଫୋନ୍ କଲ୍ କିମ୍ବା ହ୍ଵାଟ୍ସଆପ୍ ମେସେଜ୍‌ର ମଧ୍ୟ କୌଣସି ପ୍ରତିକ୍ରିୟା ମିଳୁନାହିଁ।

ସରକାର ମନରେଗା ମାଧ୍ୟମରେ ୧୨୫ ଦିନର କାମ ଯୋଗାଇବାକୁ ଲକ୍ଷ୍ୟ ରଖିଥିବା ବେଳେ, ଏହି ପଞ୍ଚାୟତରେ GRS ଙ୍କ ଅପାରଗତା ଯୋଗୁଁ କୌଣସି କାମ ସୁରୁଖୁରୁରେ ହୋଇପାରୁନାହିଁ। ଲୋକେ କାମ କରିବା ପରେ ମଧ୍ୟ ସମୟ ସୀମା ମଧ୍ୟରେ ‘ଡିମାଣ୍ଡ’ ଦିଆଯାଉ ନଥିବାରୁ ମାସ ମାସ ଧରି ସେମାନଙ୍କ ପ୍ରାପ୍ୟ ବାକି ରହିଛି।

ଆବାସ ଯୋଜନାରେ ଅବହେଳା: ଟାଙ୍ଗରି ଗ୍ରାମର ଉମେଶ ନାଏକ, ଭୁବନି ନାଏକ ଏବଂ ମଞ୍ଜୁଳା ନାଏକଙ୍କ ଭଳି ହିତାଧିକାରୀ ସରକାରୀ ସହାୟତାରେ ଘର ତିଆରି କରୁଛନ୍ତି। ସେମାନେ ନିଜ ସାମର୍ଥ୍ୟ ଅନୁଯାୟୀ ଘରର ଛାତ ଲେଭେଲ ପର୍ଯ୍ୟନ୍ତ କାର୍ଯ୍ୟ ସାରିଛନ୍ତି ।

ଜିଓ-ଟ୍ୟାଗିଂ ସମସ୍ୟା: ଦୁଇ ମାସରୁ ଅଧିକ ସମୟ ହେବ ଘର କାମ ଛାତ ଲେଭେଲରେ ଅଟକି ରହିଛି, କିନ୍ତୁ GRS ବାବୁ ଜିଓ-ଟ୍ୟାଗିଂ କରିବାକୁ ଆସୁ ନାହାନ୍ତି। ଏହି କାରଣରୁ ହିତାଧିକାରୀମାନେ ଦ୍ୱିତୀୟ କିସ୍ତି ଟଙ୍କା ପାଇବାରୁ ବଞ୍ଚିତ ହୋଇ ଅସହାୟ ଅବସ୍ଥାରେ ଅଛନ୍ତି।

GRS ସୁଦର୍ଶନ ଛତ୍ରିଆଙ୍କ କାର୍ଯ୍ୟକଳାପକୁ ନେଇ ସାରା ପଞ୍ଚାୟତବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିପାଇଁ ତାଙ୍କୁ ଓଡ୍ରି ପଞ୍ଚାୟତରୁ ବଦଳି କରିବା ପାଇଁ ପଲ୍ଲୀସଭା ଓ ଗ୍ରାମସଭାରେ ପ୍ରସ୍ତାବ ଗୃହୀତ ହୋଇଛି। ଏନେଇ ବିଡିଓ ଧ୍ରୁବ ଚରଣ ମୁଦୁଲିଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ବ୍ଲକ୍ ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।

ଏ ସମ୍ପର୍କରେ GRS ସୁଦର୍ଶନ ଛତ୍ରିଆ ଏବଂ ବିଡିଓ ଧ୍ରୁବ ଚରଣ ମୁଦୁଲିଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେମାନେ ଉପଲବ୍ଧ ହୋଇ ନାହାନ୍ତି। ସରକାରୀ ଯୋଜନା କିପରି ତୃଣମୂଳ ସ୍ତରରେ ପହଞ୍ଚିବ, ତାହା ଏବେ ଏକ ବଡ଼ ପ୍ରଶ୍ନବାଚୀ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?