ପଥର ମାଫିଆଙ୍କୁ ସୁହାଉଛି ଲକ୍‌ଡାଉନ୍‌

ଖୋର୍ଦ୍ଧା ଅଫିସ,୨ା୬: ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣ ଲାଗି ଲକ୍‌ଡାଉନ ଓ ଶଟ୍‌ଡାଉନ ଜାରି ରହିଛି। ଏହି ସମୟରେ ପଥର ମାଫିଆମାନେ ସକ୍ରିୟ ହୋଇ ଉଠିଛନ୍ତି। ଦୈନନ୍ଦିନ ଖୋର୍ଦ୍ଧା, ଟାଙ୍ଗୀ ଓ ବେଗୁନିଆ ତହସିଲ ଅଞ୍ଚଳରୁ ବିଳମ୍ବିତ ରାତିରେ ବେଆଇନ ଭାବେ ମାଙ୍କଡ଼ା ଓ ବଉଳମାଳା ପଥର ଭୁବନେଶ୍ୱର ସମେତ ବିଭିନ୍ନ ଜିଲାକୁ ଚାଲାଣ ହେଉଛି। ପାଓ୍ବାର ଟିଲରରେ ଏକର ଏକର ଜମିରୁ ମାଙ୍କଡା ପଥର କଟାଚାଲିଛି। ଫଳରେ କୃତ୍ରିମ ହ୍ରଦ ସୃଷ୍ଟି ହେବା ସହ ଜଙ୍ଗଲ ପଦା ହେବାରେ ଲାଗିଛି। ପୋଲିସ ଏବଂ ରାଜସ୍ବ ବିଭାଗ ଜାଣତରେ ଚୋରା ଚାଲାଣ ଚାଲିଥିବା ବେଳେ କେବଳ କାଁ ଭାଁ ଗାଡିକୁ ଜବତ କରିବା ସହ ଜରିମାନା ଆଦାୟ କରି ପ୍ରଶାସନ ଚୁପ ବସିଛି।
ଜିଲାର ଖୋର୍ଦ୍ଧା, ଟାଙ୍ଗୀ, ବେଗୁନିଆ ତହସିଲ ଅଞ୍ଚଳରୁ ବେଆଇନ ଭାବେ ପଥର ଖଣିରୁ ଚୋରା ଚାଲାଣ ଚାଲିଛି। ଭୁବନେଶ୍ୱର-ଚେନ୍ନାଇ ୧୬ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ଆଳରେ ଜାତୀୟ ରାଜପଥ ପାର୍ଶ୍ୱରେ ରହିଥିବା ପାହାଡ କଟାଚାଲିଛି। ଆଗାମୀ ଦିନରେ ପାହାଡ଼ ସମ୍ପୂର୍ଣ୍ଣ ଲଣ୍ଡା ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି। ମାଫିଆଙ୍କ ଦୌରାତ୍ମ୍ୟ ଯୋଗୁ ସରକାରୀ ଜାଗା, ଜଙ୍ଗଲ ଜମି ବାଦ ପଡୁନି। ଗତବର୍ଷ ଶରଧାପୁର ନିକଟରେ କାଜୁ ଜଙ୍ଗଲରୁ ବେଆଇନ ଭାବେ ଏକାଧିକ ଏକର ଜମିରୁ ପଥର ଚାଲାଣ କରାଯାଇ କୃତ୍ରିମ ହ୍ରଦ ସୃଷ୍ଟି କରାଯାଇଥିବା ନେଇ ଗ୍ରାମବାସୀ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ଜଟଣୀ ଏବଂ ଭୁବନେଶ୍ୱର ତହସିଲ ଅନ୍ତର୍ଗତ ରାଜଧାନୀ ଉପକଣ୍ଠ ଗାଁ ଗୁଡିକରୁ ଶହ ଶହ ଟ୍ରକରେ ମୋରମ ଏବଂ ମାଙ୍କଡା ଚାଲାଣ ହେଉଥିବା ନେଇ ଗ୍ରାମବାସୀ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ମାଫିଆଙ୍କ ଲୋଲୁପ ଦୃଷ୍ଟିରୁ ଶ୍ରୀଜଗନ୍ନାଥଙ୍କ ଜମି ବି ବାଦ୍‌ ପଡିନି। ଜଟଣୀ ତହସିଲ ମହୁଲ ଗ୍ରାମରୁ ଏକାଧିକ ଏକର କାଜୁ ଜଙ୍ଗଲ ଏବଂ ସରକାରୀ ଜାଗା, ଗୋଚର ଜମିରୁ ମାଙ୍କଡାପଥର ଚାଲାଣ ନେଇ ଗ୍ରାମବାସୀ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଜଟଣୀ ତହସିଲ ପଦନପୁରରୁ ଅନୁରୂପ ଭାବେ ସରକାରୀ ଜମିରୁ ମୋରମ ଏବଂ ମାଙ୍କଡା ପଥର ଚାଲାଣ ନେଇ ଅଭିଯୋଗ ପରେ ଏହା ବନ୍ଦ ହୋଇଥିଲା। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଏନେଇ ଟାଉନ ଥାନାଧିକାରୀ ସଞ୍ଜୟ ପଟ୍ଟନାୟକ କହିଛନ୍ତି, ଜାତୀୟ ରାଜପଥ ଦେଇ ବେଆଇନ ଭାବେ ଚାଲାଣ ହେଉଥିବା ପଥର ଗାଡିକୁ ଜବତ କରାଯାଉଛି। ନିକଟରେ କୁମାରବସ୍ତରୁ ୨ଟି ପଥର ଗାଡି ଚାଲାଣ ହେଉଥିବା ବେଳେ ଶିଳ୍ପାଞ୍ଚଳ ଫାଣ୍ଡି ଧରିଥିଲା। ସେହିପରି ଜଙ୍କିଆ ଥାନାଧିକାରୀ ଭବାନୀ ଖଣ୍ଟିିଆ କହିଛନ୍ତି, ନରଣଗଡରୁ ବେଆଇନ ଭାବେ ଦୁଇଟି ୪୦୭ ବୋଝେଇ ବଉଳମାଳା ପଥର ଜବତ କରାଯାଇଛି। ଖୋର୍ଦ୍ଧା ତହସିଲଦାର ପଦ୍ମଚରଣ ସାହୁ କହିଛନ୍ତି, ଖୋର୍ଦ୍ଧା ତହସିଲ ଅନ୍ତର୍ଗତ ବିଭିନ୍ନ ପଥର ଖଣିରେ ଲକଡାଉନ ସମୟରେ ଚଢ଼ାଉ କରାଯାଇ ପାଓ୍ବାର ଟିଲର, ଟ୍ରାକ୍ଟର, ଟ୍ରକ ଜବତ କରିବା ସହ ଏକାଧିକ ପଥର ବୋଝେଇ ଗାଡିକୁ ଜବତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri