Posted inଜାତୀୟ

ଲକ୍‌ଡାଉନ ସମାଧାନ ନୁହେଁ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୧।୪: ଦେଶରେ କରୋନା ମାମଲା ବଢିବାରେ ଲାଗିଛି। ଆଜି ୧ ଲକ୍ଷ ୫୨,୦୦୦ ରୁ ଅଧିକ ନୂଆ ସଂକ୍ରମଣ ସାମ୍ନାକୁ ଆସିଛି। ଏପର୍ଯ୍ୟନ୍ତ ଗୋଟିଏ ଦିନରେ ଏହା ସବୁଠାରୁ ବଡ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ୮୩୯ଜଣଙ୍କର ମୃତ୍ୟୁ ହୋଇଛି। ଏହି କାରଣରୁ, ଅନେକ ରାଜ୍ୟରେ କଟକଣା ଲାଗିଛି। ଦିଲ୍ଲୀରେ ବିବାହ ଠାରୁ ମେଟ୍ରୋ ବସ ପର୍ଯ୍ୟନ୍ତ ଯାତ୍ରା ଉପରେ ଅନେକ ପ୍ରତିବନ୍ଧକ ଲଗାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏକ ଖବରଦାତା ସମ୍ମିଳନୀ କରି ପ୍ରତିବନ୍ଧକ ସମ୍ପର୍କରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ. ଦିଲ୍ଲୀରେ କରୋନା ବହୁତ ଦ୍ରୁତ ଗତିରେ ବଢୁଛି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୧୦୭୩୨ ମାମଲା ରୁଜୁ ହୋଇଛି, ଯାହା ଏପର୍ଯ୍ୟନ୍ତ ସର୍ବାଧିକ। ଦିଲ୍ଲୀର କରୋନାର ଚତୁର୍ଥ ଲହର ଅତ୍ୟନ୍ତ ବିପଜ୍ଜନକ। ଏହାର ମୁକାବିଲା ପାଇଁ ଆମେ ସମସ୍ତଙ୍କ ସହଯୋଗ ନେଉଛୁ। ଏହାକୁ ଦୂର କରିବା ପାଇଁ ଦିଲ୍ଲୀ ସରକାର ତିନୋଟି ସ୍ତରରେ କାର୍ଯ୍ୟ କରୁଛନ୍ତି। ଦିଲ୍ଲୀର ଅବସ୍ଥା ଚିନ୍ତାଜନକ କିନ୍ତୁ ଲକଡାଉନର ଆବଶ୍ୟକତା ନାହିଁ। ଲକ୍‌ଡାଉନ ସମାଧାନର ବାଟ ନୁହେଁ, ଏହାପୂର୍ବରୁ ଆମକୁ ସତର୍କ ରହିବାକୁ ପଡିବ ବୋଲି କେଜ୍‌ରିଓ୍ବାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବଦେଶୀ ନାଭିଗେଶନ ସିଷ୍ଟମ୍‌ ‘ନାଭଆଇସି’କୁ ମାନ୍ୟତା: ଆମେରିକା-ରୁଷ୍‌-ଚାଇନା ସହିତ ସମକ୍ଷକ ଭାରତ

ନୂଆଦିଲ୍ଲୀ, ୧୦।୧୨: ଦେଶରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ନାଭିଗେଶନ ସିଷ୍ଟମ୍‌ ‘ନାଭଆଇସି’କୁ ମାନ୍ୟତା ମିଳିଛି। ଏହାଦ୍ୱାରା ଆମେରିକା,ରୁଷ୍‌ ଏବଂ ଚାଇନା ସହିତ ଭାରତ ସମକ୍ଷକ ହୋଇପାରିଛି।...

ଆଇଏନ୍‌ଏକ୍ସ ମିଡିଆ ମାମଲା: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୭୧ ପୂର୍ବତନ ଅଧିକାରୀ

ନୂଆଦିଲ୍ଲୀ,୬ା୧୦: ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଅର୍ଥ ମନ୍ତ୍ରଣାଳୟର ୪ ପୂର୍ବତନ ଅଫିସରଙ୍କ ବିରୋଧରେ ମାମଲାକୁ ନେଇ ୭୧ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଚିନ୍ତାବ୍ୟକ୍ତ କରିବା...

ଆବଶ୍ୟକତା, ଯୋଗାଣ ଯୋଗୁ ବଢ଼ୁଛି ପିଆଜ ଦର: ପାଶ୍‌ଓ୍ବାନ

ନୂଆଦିଲ୍ଲୀ,୬।୧୧: ଦେଶରେ ପିଆଜ ଦର ଆକାଶଛୁଆଁ ହୋଇଥିବା ବେଳେ ଏହା ସିଧା ଗ୍ରାହକଙ୍କ ଉପରେ ପ୍ରଭାବ ପକାଉଛି। ଦିଲ୍ଲୀ-ଏନ୍‌ସିଆରରେ ପିଆଜ ଦର କିଲୋପ୍ରତି ୮୦ରୁ ୧୦୦...

ଚକୋଲେଟ୍‌ ଡବାରେ ଏମିତି ଉପାୟରେ ସୁନା ନେଉଥିଲେ ମହିଳା, ଆଉ ତା’ ପରେ…

ମୁମ୍ବାଇ,୨୯ା୧୨: ସୁନାଚୋରି ଅଭିଯୋଗରେ ମୁମ୍ବାଇ ଏୟାରପୋର୍ଟ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ଏହି ମହିଳା ଚୋରି କରିବାର ଉପାୟ ଜାଣି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।...

ଭାରତୀୟ ଯବାନଙ୍କ କବ୍‌ଜାରେ ଏଲ୍‌ଏସିର ୬ ଅଞ୍ଚଳ

ଲେହ, ୨୦।୯: ପୂର୍ବ ଲଦାଖରେ ଭାରତୀୟ ଯବାନ ଏବଂ ଚାଇନା ସୈନ୍ୟ ବାହିନୀ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଭାରତୀୟ ଯବାନ ପୋଙ୍ଗାଙ୍ଗ୍‌ ହ୍ରଦ...

କରୋନା କବଳରେ ନେତାମନ୍ତ୍ରୀ: ଯୋଗୀ ସରକାରଙ୍କ ଆଉ ଜଣେ ମନ୍ତ୍ରୀ ପଜିଟିଭ

ଲକ୍ଷ୍ନୌ,୨୯।୮: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏହା କବଳରେ ବର୍ତ୍ତମାନ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ଓ ସେଲିବ୍ରିଟି ରହିଛନ୍ତି।...

ମୋହନ ଭାଗବତଙ୍କ ସହ ସାକ୍ଷାତ କରିପାରନ୍ତି ମୋଦି

ନୂଆଦିଲ୍ଲୀ,୨୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କ ସହ ସାକ୍ଷାତ କରିପାରନ୍ତି ବୋଲି ସୂଚନା ମିଳିଛି। ମୋଦି ନାଗପୁର ସ୍ଥିତ ସଂଘ...

ୟୁପି ବିଧାନସଭାରେ ନମାଜ, ବିହାର ବିଧାନସଭାରେ ହନୁମାନ ଚାଳିଶା ପାଠକୁ ନେଇ କୋଠରି ଦାବି କଲେ ନେତା

କାନପୁର/ପାଟନା,୭ ।୯: ଝାଡଖଣ୍ଡ ବିଧାନସଭାରେ ନମାଜ ପଢିବାକୁ କୋଠରି ଆଲର୍ଟ କରିବା ବିବାଦ ଜାରି ରହିଛି । ଏମିତି ବିବାଦ ଏବେ ଉତ୍ତର ପ୍ରଦେଶ ଓ...

Advertisement
Archives

Model This Week