ପୁରୁଷୋତ୍ତମପୁରରେ ସ୍ୱାୟତ୍ତଶାସନ ଦିବସ, ଏନଏସିରେ ରାସ୍ତା ସ୍ବଚ୍ଛତାର ମୁଖା….

ପୁରୁଷୋତ୍ତମପୁର,୩୧।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସିରେ ସ୍ୱାୟତ୍ତଶାସନ ଦିବସ ପାଳିତ ହୋଇଛି । ମଞ୍ଚରେ ଉତ୍ସବ, ଭାଷଣରେ ବିକାଶ, ସଂକଳ୍ପରେ ସ୍ବଛତା ଓ ସୁନ୍ଦର ସହର। କିନ୍ତୁ ମଞ୍ଚରୁ ତଳକୁ ଓହ୍ଲାଇ ସହରର ଗଳିକନ୍ଦିକୁ ଗଲେ ଦେଖାଯାଉଛି ଏକ ସମ୍ପୂ୍ଣ୍ଣ ର୍ଭିନ୍ନଚିତ୍ର । ଯାହାର ଜ୍ବଳନ୍ତ ଉଦାହରଣ ୱାଡନଂ୯ରେ ଲୋକଙ୍କ ଲାଗି ନିର୍ମିତ ରାସ୍ତା ଓ ଡ୍ରେଇନ ଆଜି ରକ୍ଷଣାବେକ୍ଷଣ ଅଭାବରୁ ଗଛଲତାରେ ଢାଙ୍କିହୋଇ ଜଙ୍ଗଲ ପାଲଟିଛି । ସ୍ୱାୟତ୍ତଶାସନ ଦିବସରେ ସହରକୁ ସ୍ୱଚ୍ଛ ରଖିବାର ବାର୍ତ୍ତା ଦିଆଯାଉଥିବା ବେଳେ ଆଜିର ଏହିଦିନରେ ମଧ୍ଯ ରାସ୍ତାଟିକୁ ସଫା କରାଯାଇନଥିବା ନେଇ ସ୍ଥାନୀୟ ବାସିନ୍ଦା କ୍ଷୋଭ ପ୍ରକାଶ କରିଛନ୍ତି ।

ଯଦି ରାସ୍ତା ସଫା ହୋଇପାରୁନାହିଁ, ଷ୍ଟିଟଲାଇଟ୍‌ ଜଳିପାରୁନାହିଁ ତେବେ ସ୍ବାୟତ୍ତଶାସନ ଦିବସର ଏହିଆଡମ୍ବର କାହାପାଇଁ ବୋଲି ସହରାସୀ ପ୍ରଶ୍ନକରିଛନ୍ତି ।  ନିର୍ବାହୀ ଅଧିକାରୀ ସଂଗିତା ସେଠୀଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା ପୌରହିତ୍ଯ କରିଥିବାବେଳେ ମୁଖ୍ଯ ଅତିଥି ଭାବେ ଆସିକା ଏମପି ଅନିତା ଶୁଭଦର୍ଶନୀ ଯୋଗଦେଇ ସହରର ବିକାଶ ସକାଶେ ଜନସାଧାରଣ, ରାଜନେତା, ସରକାରୀ କର୍ମଚାରୀ ସମସ୍ତଙ୍କର ଦାୟିତ୍ବ ରହିଛି । ଏଣୁ ସମସ୍ତେ ମିଳିମିଶି ସହରର ବିକାଶ ଲାଗି କାର୍ଯ୍ଯ କରିବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତଅତିଥି ଭାବେ ତହସିଲଦାର ବିନୋଦକୁମାର ବେହେରା, ଏସଡିପିଓ ସୁଜିତକୁମାର ନାୟକ, ଆଇଆଇସି କୁଳମଣି ସେଠୀ, ଏମପି ପ୍ରତିିିନିଧି ବିଶ୍ବଭୂଷଣ ମହାପାତ୍ର ଯୋଗଦେଇ ସ୍ବାୟତଶାସନ ଦିବସର ତାତ୍ପର୍ଯ୍ଯ ସଂପର୍କରେ ଗୁୁରୁତ୍ବାରୋପକରି ସହରର ବିକାଶକୁ ଆଗେଇନେବାଲାଗି ଆହ୍ବାନ ଦେଇଥିଲେ ।

ଏଥିରେ କାଉନସିଲର ଅଶୋକକୁମାର ମହାଙ୍କୁଡ, ଭାସ୍କର ବେହେରା, ଜଗନ୍ନାଥ ଆଚାରୀ, ଅର୍ଚ୍ଚନା ପଣ୍ଡା, ଜମୁନା ବେହେରା, ଭବାନିଶଙ୍କର ଦାସ, ଲିଙ୍ଗରାଜ ବେହେରା, ପ୍ରମିତା ପଣ୍ଡା, ଗିରିଜା ବେହେରା, ସୁଦେଷ୍ଣା ବେହେରା, ସୁଜାତା ବେହେରା ଉପସ୍ଥିତ ରହିଥିଲେ । ଏହିଅବସରରେ କୃତି ଛାତ୍ରୀଛାତ୍ରଙ୍କୁ ପୁରସ୍କୁତ କରାଯିବା ସହ ବରିଷ୍ଠ ନାଗରିକ, ବ୍ଯକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସଫଳତା ପାଇଁ ଗଞ୍ଜାମ ଏନ୍‌ଏସି ପୁରସ୍କୃତ: ମିଳିଲା ୨ କୋଟି ଟଙ୍କାର ଚେକ୍, ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କଲେ…

ଗଞ୍ଜାମ, ୩୧/୮ (ବିଦ୍ୟାଧର ସାହୁ): ୨୦୨୫-୨୬ ଆର୍ଥିକ ବର୍ଷରେ ରାଜସ୍ୱ ଆଦାୟ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଥା ଉଲ୍ଲେଖନୀୟ ସଫଳତା ପାଇଁ ଗଞ୍ଜାମ ଏନ୍‌ଏସି ପୁରସ୍କୃତ ହୋଇଛି।…

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଦିବ୍ୟାଙ୍ଗ ନାବାଳିକା ଅପହରଣ: ଯୁବକ ଗିରଫ, ବଳାତ୍କାର ମାମଲାରେ…

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ): ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଜଣେ ୫ ବର୍ଷୀୟା ଦିବ୍ୟାଙ୍ଗ ନାବାଳିକାଙ୍କୁ ଅପହରଣ ଘଟଣାରେ ଛତ୍ରପୁର ପୋଲିସ ଜଣେ ଯୁବକଙ୍କୁ…

ସ୍ତ୍ରୀଙ୍କୁ ଶାବଳରେ ପିଟି ହତ୍ୟା, ସ୍ୱାମୀଙ୍କୁ ଆଜୀବନ

ଵ୍ରହ୍ମପୁର,୩୧।୮(ସୁବାସ ଚନ୍ଦ୍ର ପାଢ଼ୀ): ୨୦୨୪ ମସିହାରେ ସଦର ଥାନା ଅନ୍ତର୍ଗତ ରୋହିଗାଁ’ରେ ନିଜ ସ୍ତ୍ରୀ’ଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିଲେ । ଜିଲା ଦୌରା ଜଜ ଅଶାନ୍ତ…

ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲା; ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ

କଟକ,୩୧।୮(ପ୍ରଭୁକଲ୍ୟାଣ ପାଲ୍): ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡରେ ଫସିଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଅଶ୍ଵସ୍ତି ମିଳିଛି । ଆଜି ବିକ୍ରମ ପଣ୍ଡାଙ୍କ ଜାମିନ…

ନେପାଳ ବନ୍ୟା ବିଭୀଷିକା: ଗଞ୍ଜାମ ଦମ୍ପତିଙ୍କ ସହ ଝିଅ-ପୁଅ ମୃତ, ଜଳଖିଆ ଖାଉଥିବାବେଳେ ମାଡ଼ିଆସିଲା ପାଣି

ଦିଗପହଣ୍ଡି,୩୧ା୮(ଅଶେଷ ନାଥ ମିଶ୍ର): ନେପାଳର ତ୍ରିଶୂଳୀ ନଦୀରେ ଭୟଙ୍କର ବନ୍ୟା ବିଭୀଷିକାରେ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ନିକଟ ସାରୁ ଗ୍ରାମର ମୂଳବାସିନ୍ଦା ମନ୍ମଥ ପାଢ଼ୀଙ୍କ ଝିଅ ସୁରଭି(୪୪)…

ଶିକ୍ଷିତ ବେକାରୀ ଯୁବକଙ୍କୁ ନିଯୁକ୍ତି ଦେଉନି କମ୍ପାନୀ, ଆନ୍ଦୋଳନ ପାଇଁ ସଜବାଜ ଯୁବ ଗୋଷ୍ଠୀ

ଗଞ୍ଜାମ,୩୧।୮,(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଠାରେ ଅବସ୍ଥିତ ଗ୍ରାସୀମ କମ୍ପାନୀ ସ୍ଥାନୀୟ ଅଞ୍ଚଳ ଶିକ୍ଷିତ ବେକାରୀ ଯୁବକଙ୍କୁ ନିଯୁକ୍ତି ଦେଉ ନଥିବା ଅଭିଯୋଗ ହୋଇଛି। ରାଜ୍ୟ…

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରୁ ଦିବ୍ୟାଙ୍ଗ ନାବାଳିକାଙ୍କୁ ଉଠାଇ ନେବା ଘଟଣା ୧୦ କିମି ଦୂର ଗାଁରୁ ଉଦ୍ଧାର

ଛତ୍ରପୁର,୩୧।୮,(ଦିଲ୍ଲୀପି ସାମଲ): ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଜଣେ ୫ ବର୍ଷର ଦିବ୍ୟାଙ୍ଗ ନାବାଳିକାକୁ ସମ୍ପର୍କୀୟ ପରିଚୟ ଦେଇ ଜଣେ ବ୍ୟକ୍ତି ଉଠାଇ ନେବା ଘଟଣାରେ…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri