ଥମିଯାଇଛି ସ୍ଥାନୀୟ ନିଯୁକ୍ତି, ଦୁର୍ନୀତି ପ୍ରସଙ୍ଗ

ଯାଜପୁର,୨୯ା୭(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ରାଜନୀତିରେ ବିରୋଧୀଙ୍କ ଭୂମିକା ଅତି ନଗଣ୍ୟ। ତୃଣମୂଳସ୍ତରରେ ବିରୋଧୀଙ୍କ ସଂଗଠନ ଅତି ଦୁର୍ବଳ ରହିଥିବାବେଳେ ସବୁଠି ପ୍ରାୟ ଫାଳ ଫାଳ। ଶାସକ ବିଜେଡିର ସଂଗଠନ ଆଗରେ ବିରୋଧୀ ସମ୍ପୂର୍ଣ୍ଣ ଭାବେ ହାତ ଟେକିଦେଇଥିବା ମନେହେଉଛି। ସାଧାରଣ ନିର୍ବାଚନ ପାଇଁ ପ୍ରାୟ ସମସ୍ତ ଦଳ ଏବେଠୁ ସଜବାଜ ହେଉଛନ୍ତି। କିନ୍ତୁ ଜିଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଭୁଲିଯାଇ କିଛି ହାଲୁକା ଘଟଣାକୁ ଧରି ବିରୋଧୀ ନିଜର ବଳ ପ୍ରଦର୍ଶନ କରିବାରେ ମଗ୍ନ ରହିଛନ୍ତି। ବିରୋଧୀଙ୍କ ଏଭଳି କାର୍ଯ୍ୟ ଜିଲାର ନିଷ୍ପେଷିତ, ଅସହାୟ, ଗରିବ ଲୋକଙ୍କ ଆସ୍ଥାଭାଜନ ହେବାରେ ଯଥେଷ୍ଟ ହେଉନାହିଁ। ସ୍ଥାନୀୟ ନିଯୁକ୍ତି, ଶିକ୍ଷା, ଗମନାଗମନ, ସ୍ବାସ୍ଥ୍ୟ ଭଳି ମୌଳିକ ସମସ୍ୟାଗୁଡ଼ିକର ସମାଧାନ କରିବାରେ ଶାସକ ବିଜେଡି ଆଜି ବି ସମ୍ପୂର୍ଣ୍ଣ ଭାବେ ସଫଳ ହୋଇପାରିନାହିଁ। ବିରୋଧୀ ଦଳଗୁଡ଼ିକ ଏହାର ସୁଯୋଗ ନେବାରେ ବିଫଳ ହୋଇଛନ୍ତି। ଏହିସବୁ ବିରୋଧରେ କୌଣସି ଏକ ବଡ଼ଧରଣର ଆନ୍ଦୋଳନ କିମ୍ବା ଶୋଭାଯାତ୍ରା ହେଉଥିବା ଦେଖିବାକୁ ମିଳୁନାହିଁ। ଜିଲା ବିଜେଡିର ସଂଗଠନ ଗ୍ରାମାଞ୍ଚଳସ୍ତରରେ ଏକକ ସୈନିକ ଭଳି ଆଧିପତ୍ୟ ବିସ୍ତାର କରି ଚାଲିଛି। କିନ୍ତୁ ବିରୋଧୀ ଦଳର ନେତୃବର୍ଗ ଗଣମାଧ୍ୟମରେ ମନ୍ତବ୍ୟ ଦେବାରେ ସିଦ୍ଧହସ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ମନୋବଳର ଅଭାବ ଏବଂ କେନ୍ଦ୍ର ସରକାରଙ୍କ ହାୱା ଉପରେ କେବଳ ଭରସା ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି।
କେନ୍ଦ୍ର ଓ ରାଜ୍ୟସ୍ତରରେ ପ୍ରଣୀତ ହେଉଥିବା ବିଭିନ୍ନ ଯୋଜନା ତଥା ରାଶନ କାର୍ଡ, ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପାଇଖାନା, ଏମ୍‌ଜିଏନ୍‌ଆରଇଜିଏସ୍‌, ଗ୍ରାମାଞ୍ଚଳକୁ ରାସ୍ତା ନିର୍ମାଣ, ଧାନକିଣା ଆଦି ସରକାରୀ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଆଉ ଲୁଚି ଛପି ରହିନାହିଁ। କୌଣସି ଏକ ଦୁର୍ନୀତି କିମ୍ବା ଅବହେଳା ବିରୋଧରେ ବିରୋଧୀ ଭାଜପା ଓ କଂଗ୍ରେସ ସଫଳ ହେବା ଦେଖିବାକୁ ମିଳୁନାହିଁ। ଜିଲାର ଶତାଧିକ ଗ୍ରାମକୁ ସଡ଼କ ସଂଯୋଗ ବାକି ରହିଛି। ଯେଉଁମାନେ ବାସ୍ତବ ହିତାଧିକାରୀ ସେମାନଙ୍କୁ ଆବାସ ଯୋଜନା ଏବଂ ରାଶନ କାର୍ଡ ପ୍ରଦାନ କରାଯାଇ ପାରିନାହିଁ। ଠିକାଦାରି ରାଜନୀତିକୁ ଗୁରୁତ୍ୱ ଦିଆଯାଉଥିବାବେଳେ କଳିଙ୍ଗନଗର ଶିଳ୍ପ ଓ ସୁକିନ୍ଦା ଖଣି ଅଞ୍ଚଳରେ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା କରାଯାଉଛି। ଅଣଓଡ଼ିଆଙ୍କୁ ଉଚ୍ଚସ୍ତରରେ ନିଯୁକ୍ତି ଦିଆଯାଉଥିବାବେଳେ ସମାନ ଶିକ୍ଷାଗତ ଯୋଗ୍ୟତା ଥିବା ଓଡ଼ିଆ ଯୁବତୀଯୁବକଙ୍କୁ ସାମାନ୍ୟ ପଦପଦବୀରେ ନିଯୁକ୍ତି ମିଳୁଛି। ଆବଶ୍ୟକସ୍ଥଳେ ସେମାନଙ୍କୁ ବହୁ ନିର୍ଯାତନା ଦେଇ ଚାକିରି ଛାଡ଼ିବାକୁ ପରୋକ୍ଷରେ ବାଧ୍ୟ କରାଯାଉଛି। ଜମିବାଡି ହରାଇଥିବା ପ୍ରଭାବିତ ଲୋକେ ନିଯୁକ୍ତି ପାଇଁ ଯେତେ ଆନ୍ଦୋଳନ କଲେ ବି କିଛି ସୁଫଳ ମିଳିପାରୁନାହିଁ। ସେମାନଙ୍କ ସପକ୍ଷରେ କୌଣସି ବିରୋଧୀ ଦଳ ନେତୃବର୍ଗ ଠିଆହେବାର ଉଦାହରଣ ଦେଖିବାକୁ ମିଳୁନାହିଁ। ପ୍ରାୟ ସମସ୍ତ ମେଗା ଉଠା ଜଳସେଚନ ଏବଂ ପାନୀୟ ଜଳ ପ୍ରକଳ୍ପରେ ଅଣଓଡ଼ିଆ ଠିକାସଂସ୍ଥା ନିୟୋଜିତ ହୋଇ ଲୁଟିବାରେ ଲାଗିଛନ୍ତି। ଏହିସବୁ ପ୍ରକଳ୍ପରେ ବହୁ କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ସମ୍ପୃକ୍ତ ଅଞ୍ଚଳବାସୀ ପାଣି ପାଇଁ ଡହଳବିକଳ ହେଉଛନ୍ତି। କିନ୍ତୁ ବିରୋଧୀ ଦଳଗୁଡ଼ିକ କ’ଣ ପାଇଁ ନୀରବ ରହୁଛନ୍ତି ତାହା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି। ଏହିସବୁ ମୂଳକୁ ଛାଡ଼ି ଅମୂଳକ ବିଷୟକୁ ନେଇ ଦାବି ଓ ଆନ୍ଦୋଳନ ବିରୋଧୀଙ୍କ ପାଇଁ କାଳ ହେଉଥିବାବେଳେ ବିଜେଡି ଏଥିରେ ଆହୁରି ଶକ୍ତିଶାଳୀ ହୋଇଛି। ୨୦୧୯ ସାଧାରଣ ନିର୍ବାଚନରେ ଭାଜପାର ଭୋଟହାର ବୃଦ୍ଧି କେବଳ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାୱା ବୋଲି କୁହାଯାଉଛି। ଏହିସବୁ କାରଣରୁ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ସମସ୍ତ ଜିଲା ପରିଷଦ ଆସନକୁ ହାତେଇପାରିଛି ବୋଲି ମତପ୍ରକାଶ ପାଇଛି। ଅନ୍ୟପକ୍ଷେ କଂଗ୍ରେସ ସମ୍ପୂର୍ଣ୍ଣ ଭାବେ ହାତ ଟେକିଥିବା ମନେହେଉଛି। କଁା ଭଁା କାର୍ଯ୍ୟକ୍ରମକୁ ବାଦ୍‌ ଦେଲେ ଉଭୟ ବିରୋଧୀ ଦଳ ଭାଜପା ଓ କଂଗ୍ରେସ ଏକପ୍ରକାର ଅସହାୟ ବୋଲି ମନେହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?