ଭୁବନେଶ୍ୱର,୨୨।୨: ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର (ବିଓଏମ୍) ପକ୍ଷରୁ ନିକଟରେ ଏକ ଋଣ ସଂଯୋଗୀକରଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶିଷ ପାଣ୍ଡେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବ୍ୟାଙ୍କର ସକ୍ଷମତା ଓ ସାମାଜିକ ଦାୟିତ୍ୱବୋଧତା ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା କରିଥିଲେ। ଏପରିକି ସେ କହିଥିଲେ, ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭାବେ ରାଜ୍ୟର ଶିଳ୍ପ ଓ ବ୍ୟବସାୟିକ ଶ୍ରେଣୀକୁ ବିସ୍ତାରିତ ନେଟ୍ୱର୍କ ଓ ଶାଖା ମାଧ୍ୟମରେ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇଦେବା ସହ ଦେଶର ସାଧାରଣ ଲୋକଙ୍କ ଅଭିବୃଦ୍ଧି ଓ ବିକାଶକୁ ମଧ୍ୟ ପୂରଣ କରିବାକୁ ପଡିବ ବୋଲି ପାଣ୍ଡେ ମତପ୍ରକାଶ କରିଥିଲେ। ସେହିଭଳି ଗତ ୨ବର୍ଷ ମଧ୍ୟରେ ବ୍ୟାଙ୍କ ବିଭିନ୍ନ କ୍ଷେତ୍ରରେ ନିଜର ଶ୍ରେଷ୍ଠତ୍ୱ ବଜାୟ ରଖିପାରିଛି। ବିଶେଷକରି ଡିଜିଟାଲ ବ୍ୟାଙ୍କିଙ୍ଗ୍ର ଗୁରୁତ୍ୱ ଉପରେ ସେ ବିସ୍ତୃତ ଆଲୋପାତ କରିଥିଲେ। ଏପରିକି ବ୍ୟାଙ୍କ ଓଡ଼ିଶାରେ ୫,୦୦୦କୋଟିରୁ ଊର୍ଦ୍ଧ୍ୱ ବ୍ୟବସାୟର ଲକ୍ଷ୍ୟ ରଖିଥିବା ସହ ବର୍ତ୍ତମାନ ରାଜ୍ୟରେ ୩୯ଟି ଶାଖା ଥିଲା ବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ଆଉ ୧୨ଟି ନୂତନ ଶାଖା ଖୋଲିବା କାର୍ଯ୍ୟକ୍ରମ ରହିଛି। ଫଳରେ ରାଜ୍ୟର ବ୍ୟାଙ୍କ ଶାଖା ସଂଖ୍ୟା ମୋଟ ୫୧ରେ ପହଞ୍ଚତ୍ବ। ଏହି ପରିପ୍ରେକ୍ଷୀରେ ପାଣ୍ଡେ ୭୦ ଜଣ ଗ୍ରାହକଙ୍କୁ ୨୫କୋଟି ଟଙ୍କାର ଋଣ ମଞ୍ଜୁର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିନୟ କୁମାର, ଅଞ୍ଚଳ ପ୍ରବନ୍ଧକ, ଶଶାଙ୍କ ଶେଖର ସାହୁ, ଉପ-ଅଞ୍ଚଳ ପ୍ରବନ୍ଧକ, ରବିଶଙ୍କର କୁମାର, ମୁଖ୍ୟ ପ୍ରବନ୍ଧକ, ସିପିସି ପ୍ରମୁଖ ଉପସ୍ଥିତ ରହି ଗ୍ରାହକମାନଙ୍କୁ ସମ୍ବୋଧିତ କରିଥିଲେ। ଗତ ୧ ବର୍ଷ ମଧ୍ୟରେ ଓଡ଼ିଶାରେ ବ୍ୟାଙ୍କର ୩୧ଟି ନୂତନ ଶାଖା ଖୋଲିଛି। ଉକ୍ତ କାର୍ଯ୍ୟକ୍ରମରେ ୧୦୦ରୁ ଊର୍ଦ୍ଧ୍ୱ ଗ୍ରାହକ ଉପସ୍ଥିତ ଥିଲେ। ବିଶେଷକରି ଗ୍ରାହକମାନେ ଉତ୍ତମ ବ୍ୟାଙ୍କିଙ୍ଗ୍ ସେବା ଓ ତୁରନ୍ତ ଋଣ ମଞ୍ଜୁରୀ ପାଇଁ ବ୍ୟାଙ୍କକୁ ଖୁବ୍ ପ୍ରଶଂସା କରିଥିଲେ। ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ବ୍ୟାଙ୍କର ୨୧୦୦ରୁ ଊର୍ଦ୍ଧ୍ୱ ଶାଖା ରହିଥିବା ବେଳେ ୨୮ ମିଲିୟନ ଗ୍ରାହକଙ୍କୁ ବ୍ୟାଙ୍କିଙ୍ଗ୍ ସେବା ପ୍ରଦାନ କରାଯାଉଛି।

ସୁନା ୬୩ ହଜାର ଛୁଇଁପାରେ
ନୂଆଦିଲ୍ଲୀ: ଚଳିତ ବର୍ଷ କରୋନା ମହାମାରୀ କାରଣରୁ ସୁନା ଦର ନେଇ କାହାର ଆକଳନ ନ ଥିଲା। ୨୦୨୧ରେ ଏହି ମୂଲ୍ୟବାନ୍ ଧାତୁ ଦର ଆକାଶଛୁଆଁ ହୋଇପାରେ...

ଆମାଜନ୍ର ଉପଭୋକ୍ତା ବ୍ୟବସାୟ ସିଇଓଙ୍କ ଇସ୍ତଫା
ନୂଆଦିଲ୍ଲୀ, ୫।୬: ସାରା ବିଶ୍ୱ ପାଇଁ ଆମାଜନ୍ର ଉପଭୋକ୍ତା ବ୍ୟବସାୟ କ୍ଷେତ୍ରର ମୁଖ୍ୟ ପରିଚାଳନା ଅଧିକାରୀ (ସିଓଓ) ଡେଭିଡ୍ କ୍ଲାର୍କ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି।...

୭ ବର୍ଷରେ ଏଲ୍ପିଜି ଦର ୨ ଗୁଣା
ନୂଆଦିଲ୍ଲୀ,୯।୩ ଗତ ୭ ବର୍ଷରେ ରନ୍ଧନ ଗ୍ୟାସ ବା ଏଲ୍ପିଜି ଦର ୨ ଗୁଣ ବୃଦ୍ଧି ପାଇଛି। ସେହିଭଳି ପେଟ୍ରୋଲ ଏବଂ ଡିଜେଲରୁ ଟିକସ ସଂଗ୍ରହ...

ଏଏସ୍ବିଏମ୍ ବିଶ୍ୱବିଦ୍ୟାଳୟରେ ଜାତୀୟ ଆଇନ୍ କର୍ମଶାଳା
ଭୁବନେଶ୍ୱର,୧୩।୩: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଏଏସ୍ବିଏମ୍ ବିଶ୍ୱବିଦ୍ୟାଳୟରେ ‘ପରିବର୍ତ୍ତନଶୀଳ ଜଗତରେ ନ୍ୟାୟପାଳିକାର ଭୂମିକା’ ଶୀର୍ଷକ ବିଷୟବସ୍ତୁ ଉପରେ ପ୍ରଥମ ଜାତୀୟ ଆଇନ୍ କର୍ମଶାଳା ନିକଟରେ...

ଉଡ଼ାଣ ବାତିଲ୍ କରିବ ଇଜି ଜେଟ୍
ନୂଆଦିଲ୍ଲୀ,୨୯।୫: ବର୍ତ୍ତମାନ ସମୟରେ ଦେଖାଦେଇଥିବା ପ୍ରତିବନ୍ଧକ କାରଣରୁ ସ୍ବଳ୍ପ ମୂଲ୍ୟଯୁକ୍ତ ଇଜିଜେଟ୍ ଏୟାରଲାଇନ୍ ପକ୍ଷରୁ ଆସନ୍ତା ୧୦ ଦିନ ମଧ୍ୟରେ ୨୦୦ରୁ ଊର୍ଦ୍ଧ୍ୱ ବିମାନ ବାତିଲ୍...

ଚଳିତ ସପ୍ତାହରେ ରିପୋର୍ଟ ଦେଇପାରନ୍ତି ଜଲାନ କମିଟି
ନୂଆଦିଲ୍ଲୀ,୧୬-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ନିକଟରେ ବଳକା ରହିଥିବା ପାଣ୍ଠିକୁ କେନ୍ଦ୍ର ସରକାରଙ୍କୁ ପ୍ରଦାନ ନେଇ ଗଠିତ ବିମଳ ଜଲାନ କମିଟି ପକ୍ଷରୁ ଚଳିତ ସପ୍ତାହରେ...

ଜାନୁୟାରୀ ପହିଲାରୁ ଖେଳନା ଲାଗି ବାଧ୍ୟତାମୂଳକ ହେବ ବିଆଇଏସ୍
ନୂଆଦିଲ୍ଲୀ,୧୭।୯: କେନ୍ଦ୍ର ସରକାର ଘରୋଇ ବଜାରର ଖେଳନା ମାନୁଫାକଚର୍ସଙ୍କୁ ବୁଧବାର ଆଶ୍ୱସ୍ତି ଦେବା ଭଳି ପଦକ୍ଷେପ ନେଇଛନ୍ତି। ଖେଳନା ଲାଗି ବାଧ୍ୟତାମୂଳକ ବିଆଇଏସ୍ ପ୍ରମାଣନ କାର୍ଯ୍ୟକାରୀ...

ସର୍ବଶ୍ରେଷ୍ଠ ସିଇଓ ତାଲିକାରେ ୩ ଭାରତୀୟ
ନ୍ୟୁୟର୍କ,୩୦-୧୦: ବିଶ୍ୱର ସର୍ବଶ୍ରେଷ୍ଠ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ତାଲିକାରେ ୩ ଭାରତ ଜନ୍ମିତ ବ୍ୟକ୍ତି ସାମିଲ ହୋଇଛନ୍ତି। ହାଭାର୍ଡ ବିଜନେସ ରିଭ୍ୟୁ(ଏଚ୍ବିଆର୍) ପକ୍ଷରୁ ପ୍ରକାଶିତ ‘ଦି...