Posted inଫୁରସତ

ଅନ୍‌ଲାଇନ୍‌ରେ ମଗାଇଥିଲେ ‘ତରକାରୀ’; ବାହାରିଲା ମଲା ଝିଟିପିଟି

ଆଜିକାଲି ‘ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରି’ର ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଉଛି। ବିଶେଷ କରି କରୋନା କାଳରେ ଲୋକମାନେ ଅନ୍‌ଲାଇନ୍‌ରେ ଖାଦ୍ୟ ମଗାଇବାକୁ ପସନ୍ଦ କରୁଛନ୍ତି। ହେଲେ ଅନେକ ଥର ଖାଦ୍ୟରେ ଏଭଳି ଜିନିଷ ମିଳିଥାଏ,ଯାହା ଆଶ୍ଚର୍ଯ୍ୟ କରିଥାଏ। ଏଭଳି ଏକ ଘଟଣା ଗ୍ରେଟର ନୋଏଡ଼ାରେ ରହୁଥିବା କୌସ୍ତଭ କୁମାର ସିହ୍ନାଙ୍କ କ୍ଷେତ୍ରରେ ଘଟିଛି।

କୌସ୍ତଭ ଅନ୍‌ଲାଇନ୍‌ରେ ତରକାରୀ ମଗାଇଥିଲେ। ହେଲେ ପ୍ୟାକେଟ୍‌ ଖୋଲିବା ମାତ୍ରେ ସେଥିରେ ଏକ ଝିଟିପିଟି ଥିବା ଦେଖିବାକୁ ପାଇଥିଲେ। ଏହାକୁ ଦେଖି ସେ ଚମକି ପଡ଼ିଥିଲେ। ଅନ୍‌ଲାଇନ୍‌ରେ ସେ ଏନେଇ ଅଭିଯୋଗ କରିଛନ୍ତି। ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ତେବେ ନୋଏଡାର ଗ୍ରେନୋ ଓ୍ବେଷ୍ଟରେ ଥିବା ପଞ୍ଜାବୀ ରୋଷେଇରୁ କୌସ୍ତଭ ଖାଦ୍ୟ ଅର୍ଡର କରିଥିଲେ। ଖାଦ୍ୟ ଠିକ୍‌ ସମୟରେ ପହଞ୍ଚିଥିଲା। ହେଲେ ତାକୁ ଖୋଲିବା ମାତ୍ରେ ଭିତରେ ଏକ ମଲା ଝିଟିପିଟି ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ସେ କମ୍ପାନୀ ଉପରେ ଅଭିଯୋଗ କରିଛନ୍ତି।

ଦେଖନ୍ତୁ ଭାଇରାଲ ଟୁଇଟ୍‌ ଏବଂ ଭିଡିଓ:


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ଜୀବନର ଆଶା : ୬୦୦ ଲୋକଙ୍କ ମୃତଦେହ କରାଗଲାଣି ଫ୍ରିଜ…

ଓ୍ବାଶିଂଟନ,୧।୧୨ : ଶରୀରକୁ ପୁନର୍ବାର ଜୀବନ୍ତ ରଖିବା ଆଶାରେ ଫ୍ରିଜ କରିବାର ଅଭ୍ୟାସ ସାରା ବିଶ୍ୱରେ ବୃଦ୍ଧି ପାଉଛି। ବର୍ତ୍ତମାନ ସାରା ବିଶ୍ୱରେ ପ୍ରାୟ ୬୦୦...

ପୁରୁଷ ବନ୍ଧୁଙ୍କୁ ବିବାହ କରିବାକୁ ଝିଅଙ୍କୁ ଅନୁମତି ଦେଲେ ଜାପାନ କ୍ରାଉନ୍ ପ୍ରିନ୍ସ

ଟୋକିଓ,୧ ।୧୨: ଶେଷରେ କିଛି ବର୍ଷର ନିରବତା ପରେ ଜାପାନର କ୍ରାଉନ୍ ପ୍ରିନ୍ସ ଫୁମିହିତୋ ତାଙ୍କ ଝିଅ ପ୍ରିନସେସ୍ ମାକୋଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କୁ ବିବାହ...

ମେକାନିକ୍‌ କଲେ ଏମିତି କାମ, ଆନନ୍ଦ ମହିନ୍ଦ୍ରାଙ୍କ ହୃଦୟଙ୍କୁ ଛୁଇଁଲା

ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ପ୍ରାୟତଃ ସୋସିଆଲ ମିଡିଆରେ ପ୍ରେରଣାଦାୟକ ଭିଡିଓ ଶେୟାର କରନ୍ତି। କେବଳ ଏତିକି ନୁହେଁ, ପ୍ରତିଭାଶାଳୀ ଲୋକମାନଙ୍କୁ ଦେଖି ସେ ମଧ୍ୟ ସେମାନଙ୍କୁ...

ଫ୍ଲାଇଂ ରେଷ୍ଟୁରାଣ୍ଟ

ନୋଏଡା: ୧୬୦ ଫୁଟ୍‌ ଉଚ୍ଚତାରେ ଝୁଲିଛି ରେଷ୍ଟୁରାଷ୍ଟ। ଡାଇନିଂ ଟେବୁଲ ପଡ଼ିଛି। ଜଣେ ଗ୍ରାହକଙ୍କୁ ସନ୍ତୁଷ୍ଟ କରିବା ଭଳି ସମସ୍ତ ସୁବିଧା ଦିଆଯାଉଛି। ଆଉ ଫ୍ଲାଇଂ...

ପ୍ରଶ୍ନ ଏକ, ଉତ୍ତର ଅଲଗା – ତାହା ହିଁ ଜୀବନ

କିଏ କେତେ କାଳ ବଞ୍ଚିବ ମରିବ ସେ ତ ନୁହେଁ ବଡ଼ କଥା l ଧର୍ମ କର୍ମ ଯଦି କିଛି କଲ ନାହିଁ ତେବେ ବଞ୍ଚିବାଟା...

ଉଦୀୟମାନ କଳାକାର

କାହାର ଅଭିନୟ ତ ଆଉ କାହାର ଗୀତ ଗାଇବାରେ ରୁଚି। ହେଲେ ଆଗକୁ ବଢ଼ିବାକୁ କେବେ ସୁଯୋଗ ପୁଣି କେବେ ମାର୍ଗଦର୍ଶନ ସାଙ୍ଗକୁ ପ୍ରୋତ୍ସାହନର ଅଭାବ।...

ଶିଶୁ ଜନ୍ମ ହେବା ପରେ ଛୁଇଁବା ମନା

ଶିଶୁଟିଏ ଜନ୍ମ ହେଲେ ପରିବାରରେ ଆନନ୍ଦର ଲହରୀ ଖେଳିଯାଏ। ମାତ୍ର ବିଭିନ୍ନ ସମ୍ପ୍ରଦାୟରେ ଏହି ବିଶେଷ ଉତ୍ସବ ପାଳନର ଭିନ୍ନ ନିୟମ ରହିଛି। ବିଶ୍ୱର ଅନେକ...

ପାଣିରେ କୁମ୍ଭୀରକୁ ଦେଖି ଡେଇଁଲା ବାଘ, ଆଉ ତା’ ପରେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କିଛି ଭିଡିଓ ଏବଂ ଫଟୋ ହସର ଖୋରାକ...

Advertisement
Archives

Model This Week