ବାଂଲାଦେଶର ନିର୍ବାଚନ ପୂର୍ବରୁ ଭାରତରୁ ବଡ଼ ସନ୍ଦେଶ ଦେଲେ ଶେଖ ହସିନା

ନୂଆଦିଲ୍ଲୀ/ଢାକା,୨୯।୧୦: ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହସିନା ଚେତାବନୀ ଦେଇଛନ୍ତି ଯେ ତାଙ୍କ ଦଳ ଆୱାମୀ ଲିଗ୍ ଆସନ୍ତା ବର୍ଷର ଜାତୀୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବାରଣ ହେବା ପରେ ଦଳର ଲକ୍ଷ ଲକ୍ଷ ସମର୍ଥକ ନିର୍ବାଚନକୁ ବର୍ଜନ କରିବେ।

ନୂଆଦିଲ୍ଲୀରେ ନିର୍ବାସନରେ ଥିବା ୭୮ ବର୍ଷୀୟା ହସିନା ବୁଧବାର ରଏଟର୍ସକୁ ଇମେଲ୍ ମାଧ୍ୟମରେ ଦେଇଥିବା ଉତ୍ତରରେ କହିଛନ୍ତି ଯେ ତାଙ୍କ ଦଳକୁ ବାଦ୍ ଦେଇ ଗଠିତ ହେବାକୁ ଥିବା କୌଣସି ସରକାର ଅଧୀନରେ ସେ ବାଂଲାଦେଶ ଫେରିବେ ନାହିଁ। ୨୦୨୪ ଅଗଷ୍ଟରେ ଏକ ଛାତ୍ର ଆନ୍ଦୋଳନ ପରେ କ୍ଷମତାଚ୍ୟୁତ ହେବା ପରେ ସେ ଭାରତରେ ରହିବାର ଯୋଜନା କରିଛନ୍ତି।

ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ୱରେ ଗଠିତ ଅନ୍ତରୀଣ ସରକାର ହସିନାଙ୍କୁ କ୍ଷମତାଚ୍ୟୁତ କରିବା ପରଠାରୁ ଦେଶରେ ଶାସନ କରୁଛନ୍ତି ଏବଂ ଆସନ୍ତା ଫେବୃଆରୀରେ ନିର୍ବାଚନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତେବେ, ନିର୍ବାଚନ କମିଶନ ମେ ମାସରେ ଆୱାମୀ ଲିଗ୍‌ର ପଞ୍ଜୀକରଣକୁ ଜାତୀୟ ସୁରକ୍ଷା ବିପଦ ଏବଂ ଦଳର ବରିଷ୍ଠ ନେତାଙ୍କ ବିରୋଧରେ ଚାଲିଥିବା ଯୁଦ୍ଧ ଅପରାଧ ତଦନ୍ତ ଆଧାରରେ ସସପେଣ୍ଡ୍ କରିଦେଇଛନ୍ତି। ଏହାପୂର୍ବରୁ ୟୁନୁସ୍‌ଙ୍କ ସରକାର ଦଳର ସମସ୍ତ କାର୍ଯ୍ୟକଳାପ ଉପରେ ନିଷେଧାଦେଶ ଲଗାଇଥିଲେ।

ହସିନା କହିଛନ୍ତି, “ଆୱାମୀ ଲିଗ୍ ଉପରେ ଲାଗିଥିବା ନିଷେଧାଦେଶ କେବଳ ଅନ୍ୟାୟ ନୁହେଁ, ଏହା ଆତ୍ମଘାତୀ।” ସେ ଗୁରୁତ୍ୱାରୋପ କରିଛନ୍ତି ଯେ ପରବର୍ତ୍ତୀ ସରକାର ପାଇଁ ନିର୍ବାଚନୀ ବୈଧତା ଆବଶ୍ୟକ। “ଲକ୍ଷ ଲକ୍ଷ ଲୋକ ଆୱାମୀ ଲିଗ୍‌କୁ ସମର୍ଥନ କରୁଛନ୍ତି, ତେଣୁ ଯଦି ସେମାନେ ନିର୍ବାଚନରେ ଭୋଟ୍ ନ ଦିଅନ୍ତି, ତେବେ ରାଜନୈତିକ ବ୍ୟବସ୍ଥା କାର୍ଯ୍ୟ କରିବ ନାହିଁ। ଆମେ ଏପର୍ଯ୍ୟନ୍ତ ଆଶା ରଖିଛୁ ଯେ ସାଧାରଣ ବୁଦ୍ଧିର ବିଜୟ ହେବ ଏବଂ ଆମକୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନୁମତି ମିଳିବ,” ସେ କହିଛନ୍ତି।

୧୫ ବର୍ଷ ଧରି କ୍ଷମତାରେ ରହି ବାଂଲାଦେଶର ଅର୍ଥନୀତିକୁ ପରିବର୍ତ୍ତନ କରିଥିବା ହସିନାଙ୍କୁ ମାନବାଧିକାର ଉଲ୍ଲଂଘନ ଏବଂ ବିରୋଧୀଙ୍କୁ ଦମନ କରିବାର ଅଭିଯୋଗର ସାମ୍ନା କରିବାକୁ ପଡିଛି। ତାଙ୍କ ବିରୋଧରେ ଛାତ୍ର ଆନ୍ଦୋଳନ ସମୟରେ ହୋଇଥିବା ହିଂସାତ୍ମକ ଦମନ ସମ୍ପର୍କରେ ମାନବତା ବିରୋଧୀ ଅପରାଧ ମାମଲାର ଶୁଣାଣି ସରିଛି ଏବଂ ନଭେମ୍ବର ୧୩ ରେ ରାୟ ଆସିବାର ସମ୍ଭାବନା ଅଛି। ସେ ଏହି ଅଭିଯୋଗକୁ ‘ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ’ ବୋଲି କହି ଖଣ୍ଡନ କରିଛନ୍ତି।

ନିର୍ବାସନରେ ଦିଲ୍ଲୀରେ ସ୍ୱାଧୀନ ଭାବରେ ରହୁଥିବା ହସିନା କହିଛନ୍ତି ଯେ, “ଯଦି ସେଠାରେ ସରକାର ବୈଧ ହୁଏ, ସମ୍ବିଧାନକୁ ସମ୍ମାନ ଦିଆଯାଏ ଏବଂ ଆଇନ ଶୃଙ୍ଖଳା ପ୍ରକୃତରେ ପ୍ରଚଳନ ହୁଏ, ତେବେ ମୁଁ ନିଶ୍ଚୟ ଘରକୁ ଫେରିବାକୁ ଭଲ ପାଇବି।”


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri