ଜୀବନଜୀବିକା, ଜଳ, ଜଳବାୟୁ ଆମର ହକ୍‌

କେନ୍ଦ୍ରାପଡା ଅଫିସ୍‌, ୧୫ା୩:ଖରସ୍ରୋତା ନଦୀରୁ ଭଦ୍ରକ ଜିଲାକୁ ପାଣି ଦେବା ବିବାଦ ବଢ଼ିବାରେ ଲାଗିଛି। କେନ୍ଦ୍ରାପଡ଼ା ଜିଲା ଜନ ଅଧିକାର ଅଭିଯାନ ଏହାକୁ ବିରୋଧ କରିବା ସହ ଆନ୍ଦୋଳନରେ ରାଜ୍ୟବାସୀ ସାମିଲ ହେବେ ବୋଲି ଆଶା ପ୍ରକଟ କରିଛିି। ଏହାକୁ ଉପକୂଳ ଓଡ଼ିଶାର ଭିତ୍ତିଭୂମି ବିଧ୍ୱଂସ ପାଇଁ ଏକ ଷଡ଼ଯନ୍ତ୍ର ବୋଲି ମଞ୍ଚର କର୍ମକର୍ତ୍ତାମାନେ କହିଛନ୍ତି। ପ୍ରକଳ୍ପର କାର୍ଯ୍ୟକାରିତା ପୂର୍ବରୁ ଓଡ଼ିଶାର ନଦୀ ଜଳ ପରିଚାଳନା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବୈଷୟିକ କମିଟିର ସର୍ଭେ ସହ ଆଗାମୀ ୧୦୦ବର୍ଷ ପର୍ଯ୍ୟନ୍ତ ମଧୁର ଜଳର ଉପଯୋଗିତା ସମ୍ପର୍କରେ ସଙ୍କଳ୍ପପତ୍ର ଜାରି ହେଉ ଏବଂ ଜୀବନ, ଜୀବିକା, ଜଳ ଓ ଜଳବାୟୁର ଆମର ହକ ଅଛି ବୋଲି ଦୁଇଦାବିକୁ ନେଇ ସହରର ଗୋପସ୍ଥିତ କମଲଭବନରେ ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଦାବି ଜଣାଇଛନ୍ତି।
ଜନ ଅଧିକାର ଅଭିଯାନର ସଭାପତି ଭୁବନମୋହନ ଜେନା, ସାମାଜିକ କର୍ମୀ ସଞ୍ଜୟ କୁମାର ବେହୁରା, ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ଶିକ୍ଷାବିତ୍‌ କ୍ଷିତୀଶ କୁମାର ସିଂହ ସମ୍ମିଳନୀରେ ଯୋଗ ଦେଇଥିଲେ। ସେମାନେ ଖରସ୍ରୋତା ନଦୀ ଜଳର ସ୍ଥାନୀୟ ଅଞ୍ଚଳର ଉପଯୋଗିତା ସମ୍ପର୍କରେ ସୂଚନା ଦେବା ସହ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ନୂଆହାଟ ପ୍ରକଳ୍ପକୁ ବିରୋଧ କରିଛନ୍ତି। ରାଜ୍ୟ ସରକାରଙ୍କ ଖରସ୍ରୋତା ନଦୀର ମେଗା ପାନୀୟ ଜଳ ପ୍ରକଳ୍ପରେ ଭଦ୍ରକର ୪ ବ୍ଲକ ପାଇଁ ଦୈନିକ ୧୪୨ ବିଲିୟନ ଲିଟର ପାଣି ଉଠାଯିବ। ଖରସ୍ରୋତା ଓ ଏହାର ମୂଳ ଉତ୍ସ ବ୍ରାହ୍ମଣୀ ନଦୀରେ ଜଳ ପ୍ରବାହ କମିବାରେ ଲାଗିଛି। ସ୍ଥାନୀୟ ଲୋକଙ୍କ ଏକ ତୃତୀୟାଂଶ ଆବଶ୍ୟକତାକୁ ପୂରଣ ଦିଗରେ ଏହି ନଦୀର ଜଳ ପ୍ରବାହ ସମର୍ଥ ହେଉନାହିଁ। ଏ ସମ୍ପର୍କରେ ଜିଲା କୃଷି ବିଭାଗ, ଜିଲା ଜଳସମ୍ପଦ ବିଭାଗ, କେନ୍ଦ୍ର ଭୂତଳ ଜଳ ବୋର୍ଡର ରିପୋର୍ଟ ସହ ୨୦୨୦ ନଭେମ୍ବରରେ ରାଜନଗର ବନଖଣ୍ଡ ଅଧୀନରେ ହୋଇଥିବା କର୍ମଶାଳାରେ ବିଶେଷଜ୍ଞମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ, ଜାତୀୟ ଉଦ୍ୟାନର ଆର୍ଦ୍ରଭୂମି ମାନ ଜାରି ରଖିବାକୁ ୭୦ ପ୍ରତିଶତ ମଧୁରଜଳ ଆବଶ୍ୟକ। ହେଲେ ମୌସୁମୀରେ ଏହା ୫୫ ଓ ଅଣମୌସୁମୀରେ ୧୫ ପ୍ରତିଶତରେ ପହଞ୍ଚତ୍ଛି। ୨୦୧୬ରେ ଜିଲା କୃଷି ବିଭାଗ ଆକଳନ ଅନୁଯାୟୀ, ଆଞ୍ଚଳିକ କୃଷି ପାଇଁ ଆବଶ୍ୟକ ଥିବା ଜଳରୁ ମାତ୍ର ଏକ ତୃତୀୟାଂଶ ନଦୀ ଜଳପ୍ରବାହରୁ ପାଉଛନ୍ତି। କେନ୍ଦ୍ର ଭୂତଳ ଜଳ ବୋର୍ଡର ସର୍ଭେ ଅନୁଯାୟୀ, ଜିଲାର ରାଜକନିକା, ଆଳି, ରାଜନଗର, ମହାକାଳପଡ଼ା ଓ ଗରଦପୁର ବ୍ଲକ ଅଞ୍ଚଳରେ ଲୁଣା ଜଳ ମିଳୁଛି। ସେହିପରି ଜଳସମ୍ପଦ ବିଭାଗ ତଥ୍ୟ ଅନୁଯାୟୀ, ଜନଜୀବନ ଓ ଆର୍ଦ୍ରଭୂମି ପରିଚାଳନା ପାଇଁ ଅଧିକ ମଧୁର ଜଳ ପ୍ରବାହର ଆବଶ୍ୟକତା ଅଛି। କେନ୍ଦ୍ରାପଡ଼ା ଜିଲା ଭୂତଳ ଜଳର ସ୍ଥିତି ସାରା ଓଡ଼ିଶାରେ ସର୍ବାଧିକ ସଙ୍କଟଜନକ ସ୍ଥିତିରେ ଅଛି। ଏଥିପାଇଁ କେନ୍ଦ୍ର ଜଳଶକ୍ତି ବିଭାଗ ପକ୍ଷରୁ ୨୦୧୯ରୁ ଜଳ ସଂରକ୍ଷଣ ଅଭିଯାନ ଆରମ୍ଭ ହୋଇଛି। ତେବେ ଏହା କାଗଜପତ୍ରରେ ସୀମିତ ରହିଛି। ଅପରପକ୍ଷରେ ବ୍ରାହ୍ମଣୀ ସିଷ୍ଟମ ସଂଲଗ୍ନ ସମୁଦାୟ ଜଳ ଉତ୍ସ ଯେତିକି ପ୍ରଦୂଷିତ ତତୋଧିକ ଶୁଷ୍କ। ରେଙ୍ଗାଲି ବ୍ୟାରେଜ ବ୍ରାହ୍ମଣୀର ଜଳଧାରାକୁ ରୋକିବା ସହ ଯାଜପୁର ଜିଲାର ୧୧ ଶିଳ୍ପ ଅବଶିଷ୍ଟ ଜଳକୁ ଉପଯୋଗ କରୁଛି। ପୂର୍ବର ପାନୀୟ ଜଳ ପ୍ରକଳ୍ପ ସହ ବ୍ରାହ୍ମଣୀ, ଖରସ୍ରୋତା ନଦୀରୁ ଯାଜପୁର ଓ କେନ୍ଦ୍ରାପଡ଼ା ଜିଲାର ୧୧ ବ୍ଲକର ପିଇବା ପାଣି ପାଇଁ ୪ଟି ପ୍ରକଳ୍ପ ହେବ ବୋଲି ରାଜ୍ୟ ସରକାର ଚଳିତମାସ ୬ ତାରିଖରେ ଘୋଷଣା କରିଛନ୍ତି। ଏହି ପ୍ରକଳ୍ପ ହେଲେ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ଜଳସ୍ତର ହ୍ରାସ ପାଇବ। ଫଳରେ ତଳମୁଣ୍ଡରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାର ଅସ୍ତିତ୍ୱ ରହିବ ନାହିଁ। ସମୁଦ୍ରର ପ୍ରାଚୀର ଭାବେ କାର୍ଯ୍ୟ କରୁଥିବା ହେନ୍ତାଳବଣ ନଷ୍ଟ ହୋଇଯିବ। ଏହାର ପ୍ରଭାବରେ ସୁନାମି ହେଲେ ଉପକୂଳ କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଜଗତ୍‌ସିଂହପୁର ଓ ବାଲେଶ୍ୱର ଜିଲାରେ ବିସ୍ତାର କରିବ। ସୂଚନାଯୋଗ୍ୟ, ରାଜକନିକା ବ୍ଲକ ବରୁଣାଡିହା ନିକଟ ଖରସ୍ରୋତା ନଦୀରୁ ପାଣି ଉଠାକୁ କେନ୍ଦ୍ରକରି ବର୍ଷେ ହେଲା ସ୍ଥାନୀୟ ଅଞ୍ଚଳରେ ଆନ୍ଦୋଳନ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିକେଟ ଆଶା କରିଥିଲି, ମତେ ବି ଦୁଃଖ ଲାଗୁଛି

ଜଗତ୍‌ସିଂହପୁର, ୨୦ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲା ପରେ ଟିକେଟ ନ ପାଇ ସବୁଠାରୁ ଦୁଃଖରେ...

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri