ଅଦରକାରୀ ଜରିରୁ ଜୀବିକା

କେନ୍ଦୁଝର, ୧୮ା୯ (ସ୍ବ.ପ୍ର.)-ନିର୍ମାଣ କାର୍ଯ୍ୟରେ ଲାଗୁଥିବା ସିମେଣ୍ଟ ବସ୍ତାଗୁଡ଼ିକ ପରବର୍ତ୍ତୀ ସମୟରେ ଅଦରକାରୀ ହୋଇପଡ଼େ। ତେଣୁ ଏହାକୁ ଏଣେ ତେଣେ ଫୋପାଡ଼ି ଦିଆଯାଏ। ଏହି ଜରି ବସ୍ତା ପରିବେଶ ପାଇଁ ହାନିକାରକ ହୋଇଥାଏ। କିନ୍ତୁ ତେଲକୋଇ ବ୍ଲକର ଛାମୁଣ୍ଡା ଗ୍ରାମର ମହିଳାମାନେ ଏହି ସିମେଣ୍ଟ ଜରି ବସ୍ତାରୁ ବିଭିନ୍ନ ପ୍ରକାରର ନିତ୍ୟ ବ୍ୟବହାର୍ଯ୍ୟ ଓ ଘରେ ବ୍ୟବହୃତ ସାମଗ୍ରୀ ପ୍ରସ୍ତୁତ କରି ସ୍ବାବଲମ୍ବୀ ହୋଇ ପାରିଛନ୍ତି। ତାଲିମ ମିଳିଲେ ସେମାନେ ଅଧିକ ରୋଜଗାରକ୍ଷମ ହୋଇପାରିବେ ବୋଲି ପ୍ରକାଶ କରିଛନ୍ତି। କୌଣସି ଜିନିଷ ଅଦରକାରୀ ନୁହେଁ ବୋଲି ଏହି ମହିଳାମାନେ ପ୍ରମାଣ କରି ଦେଖାଇ ପାରିଛନ୍ତି।
ଆଜିକାଲି ଝୋଟ ଚାଷ କମିଗଲାଣି ା ଏଣୁ ଝୋଟରେ ପ୍ରସ୍ତୁତ ଦଉଡ଼ି, ବ୍ୟାଗ, ବସ୍ତା ଆଦି ସାମଗ୍ରୀ ଆଗଭଳି ମିଳୁନାହିଁ ା ଏଣୁ ଗୋରୁ ବାନ୍ଧିବା, ହଳ କରିବା ଆଦି କାମରେ ଝୋଟ ଦଉଡ଼ି ମିଳୁନାହିଁ। ଏବେ ପ୍ଲାଷ୍ଟିକର ବ୍ୟବହାର ବଢ଼ିଯାଇଛି ା ଛାମୁଣ୍ଡା ଗ୍ରାମର ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ପରିବାର ଘର କାମ ପରେ ବଳକା ସମୟକୁ ବିନିଯୋଗ କରି ଅବ୍ୟବହୃତ ସିମେଣ୍ଟ ଜରି ବସ୍ତାରୁ ବିଭିନ୍ନ ପ୍ରକାରର ଦଉଡ଼ି ପ୍ରସ୍ତୁତ କରି ବେଶ ଦୁଇ ପଇସା ରୋଜଗାର କରିପାରୁଛନ୍ତି ା ଏନେଇ ଅଧିକ ତାଲିମ ମିଳିଲେ ଏଥିରୁ ବିଭିନ୍ନ ପ୍ରକାରର ସାଜସଜା, ସୌଖୀନ ସାମଗ୍ରୀ ମଧ୍ୟ ପ୍ରସ୍ତୁତ କରି ବିଭିନ୍ନ ହାଟବଜାର ତଥା ମେଳାମହୋତ୍ସବରେ ବିକି ଅଧିକ ଲାଭବାନ ହୋଇ ପାରନ୍ତେ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି ା ଗ୍ରାମର କେତେକ ମହିଳା ଜରି ବସ୍ତାକୁ ଖୋଲି ସେଥିରୁ ସୂତା ବାହାର କରି ଝୋଟ ଦଉଡ଼ି ଭଳି ବଳିି ବିଭିନ୍ନ ପ୍ରକାର ସାଇଜର ଦଉଡ଼ି ପ୍ରସ୍ତୁତ କରୁଛନ୍ତି। ଯାହାକି ଲୋକଙ୍କ ଦ୍ୱାରା ଆଦୃତ ହେଉଛି। ଏହାକୁ ଦେଖି ଗ୍ରାମର ଅନେକ ମହିଳା ଯୋଡ଼ି ହେଉଛନ୍ତି ଏବଂ ବଳକା ସମୟରେ ଏହି କାମ କରୁଛନ୍ତି। ଏହାଦ୍ୱାରା ଚାଷୀମାନଙ୍କ ଆବଶ୍ୟକତା ଦଉଡ଼ି ପୂରଣ କରିବା ସହ ଘର ପାଇଁ ରୋଜଗାରକ୍ଷମ ହୋଇପାରୁଛନ୍ତି। ଏଥିରୁ ବିଭିନ୍ନ ପ୍ରକାର ଗୋରୁବାନ୍ଧିବା ଦଉଡି, ପଘା, ଭାର ବୋହିବା ପାଇଁ ସିକା, ଘରେ ବନ୍ଧାବନ୍ଧି କରିବା ପାଇଁ ଦଉଡ଼ି, ଦଉଡ଼ିଆ ଖଟ ପାଇଁ ଦଉଡ଼ି, ବ୍ୟାଗ, ତାରପୋଲିନ ଭଳି ଘୋଡାଇବା ସାମଗ୍ରୀ, ଧାନ ସାଇତି ରଖିବା ପାଇଁ ବଡ଼ ବଡ଼ ବସ୍ତା ଆଦି ସାମଗ୍ରୀ ପ୍ରସ୍ତୁତ କରିପାରୁଛନ୍ତି। ସେମାନଙ୍କୁ ନେଇ ସ୍ବୟଂ ସହାୟକ ଗୋଷ୍ଠୀ କରି ଏବଂ ସୋସାଇଟି ଗଠନ କରାଗଲେ ସେମାନେ ଅଧିକ ପରିମାଣର ଏହି ସାମଗ୍ରୀ ପ୍ରସ୍ତୁତ କରିପାରନ୍ତେ ଏବଂ ଲାଭବାନ ହୋଇପାରନ୍ତେ ବୋଲି ସ୍ଥାନୀୟ ସାମାଜିକ କର୍ମୀ ଚିନ୍ମୟ କୁମାର ସାହୁ କହିଛନ୍ତି। ଘର ଦାୟିତ୍ୱ ଓ ଛୁଆପିଲାଙ୍କ ଦେଖାରଖା ପରେ ବଳକା ସମୟକୁ ଏହି କାମରେ ବ୍ୟବହାର କରିଥାନ୍ତି ବୋଲି ମହିଳାମାନେ କହିଛନ୍ତି। ମିଳୁଥିବା ଅର୍ଥରେ ଘର ପାଇଁ ଛୋଟ ବଡ଼ ଖର୍ଚ୍ଚ ତୁଲାଇବାରେ ସାହାଯ୍ୟ ହୋଇଯାଉଛି ବୋଲି ମହିଳାମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

ଜଳୁଛି ଓଡ଼ିଶା:୪୦ ଡିଗ୍ରୀ ଉପରେ ୩୨ ସହର ତାପମାତ୍ରା

ଭୁବନେଶ୍ୱର, ୧୯ା୪(ଅସମାପିକା ସାହୁ):ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ପାରଦ ଉପରମୁହାଁ ହୋଇଯାଇଛି। ଗୁରୁବାର ରାଜ୍ୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri