ସାହିତ୍ୟ ଓ ବିଜ୍ଞାନ

ସାହିତ୍ୟର ମୂଳଧାରା ମନୁଷ୍ୟର ଆତ୍ମା । ହୃଦୟରେ ଏହା ନିତ୍ୟ ବିଦ୍ୟମାନ। ଯେ ପର୍ଯ୍ୟନ୍ତ ମନୁଷ୍ୟର ଆତ୍ମା ଓ ହୃଦୟ ଅଛି, ସେ ପର୍ଯ୍ୟନ୍ତ ସାହିତ୍ୟର ସ୍ଥିତି ରହିଛି। ମାନବ ସହିତ ସାହିତ୍ୟର ମୌଳିକ ସମ୍ବନ୍ଧରେ ଚିରନ୍ତନତା ହେତୁ ସାହିତ୍ୟ ଓ ମାନବ ସମ୍ପର୍କ କାହିଁ କେଉଁ କାଳରୁ ରହିଆସିଛି। ସୃଷ୍ଟିର ଆରମ୍ଭରୁ ମନୁଷ୍ୟ ସହିତ ସାହିତ୍ୟର ଅଙ୍ଗାଙ୍ଗୀ ସମ୍ବନ୍ଧ ଏଭଳି ଅବିଚ୍ଛେଦ୍ୟ ଯେ ପରସ୍ପର ମଧ୍ୟରୁ ଗୋଟିକୁ ଛାଡ଼ି ଅନ୍ୟଟି ତିଷ୍ଠି ରହିବା ଅସମ୍ଭବ। ଆଜିର ସଭ୍ୟ ସମାଜ ତା’ର ସ୍ଥିତି ଓ ପ୍ରଗତି ଲାଗି ସାହିତ୍ୟ ଉପରେ ପୂର୍ଣ୍ଣ ଭାବରେ ନିର୍ଭର କରୁଛି। ସାମାଜିକ ଜୀବନର ଭଲମନ୍ଦ, ହାନିଲାଭ, ଆନନ୍ଦ, ବିଷାଦ, ଅଶ୍ରୁ ଓ ହାସ୍ୟର ପରିଚୟ ଆମେ ସାହିତ୍ୟ ମଧ୍ୟରୁ ପାଇଥାଉ। ସାହିତ୍ୟ ଆମ୍ଭମାନଙ୍କର ପଥ ପ୍ରଦର୍ଶକ। ମନୁଷ୍ୟ ସାହିତ୍ୟରୁ ମହାପୁରୁଷମାନଙ୍କର ମହତ୍‌ ଉପଦେଶ ଓ ଭାବଧାରା ପଠନ କରିବା ଦ୍ୱାରା ତା’ର ସାମାଜିକ ଜୀବନ ଉନ୍ନତ ହେବା ସହିତ ସେ ପ୍ରଗତି ପଥରେ ଅଗ୍ରସର ହୁଏ। ସାହିତ୍ୟକୁ ଉପଯୁକ୍ତ ମର୍ଯ୍ୟାଦା ଦେଲେ ମନୁଷ୍ୟ ପଥଚ୍ୟୁତ ହେବାର ଭୟ ରହେ ନାହିଁ। ଅପରପକ୍ଷରେ ଦୁଇଶତ ବର୍ଷ ହେବ ବିଜ୍ଞାନର ଆବିର୍ଭାବ ହୋଇଛି। ବିଜ୍ଞାନର ନବ ଆଲୋକରେ ଆଜି ସମଗ୍ର ମାନବ ସମାଜ ଆଲୋକିତ । ବୈଜ୍ଞାନିକ ଆଇନ୍‌ଷ୍ଟାଇନଙ୍କ ମତରେ, ସମାଜରୁ କ୍ରୀତଦାସ ପ୍ରଥା ନିରାକରଣର ମୌଳିକ କାରଣ ହେଉଛି ବିଜ୍ଞାନ। ବିଜ୍ଞାନର ଅଗ୍ରଗତି ଫଳରେ ସମାଜର ଦୀର୍ଘ ପାରମ୍ପରିକ କୁସଂସ୍କାରଗୁଡ଼ିକ ଦୂରୀଭୂତ ହୋଇ ପୃଥିବୀର ବୈପ୍ଳବିକ ପରିବର୍ତ୍ତନ ଦେଖାଦେଇଛି। ବିଜ୍ଞାନ ଜ୍ଞାନାଲୋକର ଅସରନ୍ତି ଉତ୍ସ। ବିଜ୍ଞାନର ଲକ୍ଷ୍ୟ ହେଲା ସତ୍ୟର ଅନୁସନ୍ଧାନ ଓ ସତ୍ୟର ପ୍ରତିଷ୍ଠା। ବିଜ୍ଞାନର ପ୍ରଭାବ, ମାନବୀୟ ଚିନ୍ତାଧାରାର ଆଭିମୁଖ୍ୟକୁ ସୁଶୃଙ୍ଖଳିତ ବୈଜ୍ଞାନିକ ଧାରାରେ ପରିପ୍ରକାଶ କରିଛି। ଫଳରେ ମନୁଷ୍ୟ ବହୁ ପାରମ୍ପରିକ ଅନ୍ଧବିଶ୍ୱାସରୁ ମୁକ୍ତ ହୋଇଛି। ବିଜ୍ଞାନ ସହାୟତାରେ ଯେଉଁ ଆବିଷ୍କାର ଓ ଉଦ୍ଭାବନ କରାଯାଇଛି ତାହାଦ୍ୱାରା ଜୀବନ ସୁସ୍ଥ ଏବଂ ସୁଖମୟ ହୋଇପାରିଛି। ବିଜ୍ଞାନକୁ ଛାଡ଼ି ମନୁଷ୍ୟ ଜାତିର ନୂତନ ସଭ୍ୟତା କ୍ଷଣେ ହେଲେ ତିଷ୍ଠିପାରିବ ନାହିଁ। ବସ୍ତୁତଃ ସାହିତ୍ୟ ଭଳି ବିଜ୍ଞାନ ମଧ୍ୟ ପ୍ରତ୍ୟେକ ମନୁଷ୍ୟ ତଥା ମାନବ ସମାଜର ହିତ ସାଧନ କରୁଛି।
ଆଧୁନିକ ବିଜ୍ଞାନ ଓ ସାହିତ୍ୟର ଦାନକୁ କେବେ ଅସ୍ବୀକାର କରିହେବ ନାହିଁ। ବୈଜ୍ଞାନିକମାନେ ସେମାନଙ୍କ ପରୀକ୍ଷାର ତଥ୍ୟମାନ ସାହିତ୍ୟରେ ଲିପିବଦ୍ଧ କରିଥାନ୍ତି ଓ ତାହା ଗବେଷଣା ପାଇଁ ସହାୟକ ହୋଇଥାଏ। ଭାଷା ଓ ସାହିତ୍ୟ ସାମାଜିକ ବନ୍ଧନକୁ ଦୃଢ଼ କରିଥାଏ । ଏହା ମାନବ ସମାଜର କଲ୍ୟାଣ ଓ ଜନସଚେତନତା ସୃଷ୍ଟି କରିଥାଏ। କେତେକ ବ୍ୟକ୍ତି ବିଜ୍ଞାନର ବୈଷୟିକ ଦିଗକୁ ଲକ୍ଷ କରି ମତ ପ୍ରକାଶ କରିଛନ୍ତି ଯେ ବିଜ୍ଞାନ ମନୁଷ୍ୟର ସମସ୍ତ କାର୍ଯ୍ୟକୁ ଆବଶ୍ୟକତା ଅନୁଯାୟୀ ପୂରଣ କରିବାକୁ ସକ୍ଷମ ହୋଇ ପାରିଛି। କିନ୍ତୁ ଏହା ସତ୍ୟ ଯେ ବିଜ୍ଞାନକୁ ଆଶ୍ରୟ କରି ମାନବ ଜୀବନ ପୂର୍ଣ୍ଣତା ଲାଭ କରିପାରିବ ନାହିଁ। ମନୁଷ୍ୟ ଜୀବନର ପୂର୍ଣ୍ଣତା ଲାଗି ବିଜ୍ଞାନ ସହିତ ସାହିତ୍ୟର ଆବଶ୍ୟକତା ଅବଶ୍ୟମ୍ଭାବୀ। ମାନବ ସୃଷ୍ଟି ଥିବା ପର୍ଯ୍ୟନ୍ତ ସାହିତ୍ୟର ସ୍ଥିତି ରହିବ। ଏହା କେବେ ଲୋପ ହେବ ନାହିଁ। ଅତୀତରେ ସାହିତ୍ୟ ଯେପରି ଶାଶ୍ୱତ ବାଣୀ ମାନବ ସମାଜରେ ପ୍ରଚାର କରୁଥିଲା, ଏବେ ସେହିପରି ବିଜ୍ଞାନର ନବ ଉଦ୍ଭାବନ ଓ ଆବିଷ୍କାର ବିଶଦ ବର୍ଣ୍ଣନା କରି ମାନବ ସମାଜ ମଧ୍ୟରେ ପ୍ରଚାର ଓ ପ୍ରସାର କରୁଅଛି। ସାହିତି୍ୟକ ଓ ଲେଖକମାନେ ଦୁର୍ବୋଧ୍ୟ ବୈଜ୍ଞାନିକ ତଥ୍ୟ ସବୁ ସାଧାରଣ ବ୍ୟକ୍ତି ଯେପରି ସରଳ ଓ ବୋଧଗମ୍ୟ ଭାବରେ ଲେଖାଯାଇପାରିବ, ସେଥିପାଇଁ ଯତ୍ନବାନ ହୋଇ ପଡ଼ିଛନ୍ତି ଓ ଦେଶ ବିଦେଶରେ ସାହିତ୍ୟ ମାଧ୍ୟମରେ ବୈଜ୍ଞାନିକ ତଥ୍ୟମାନ ପ୍ରଚାର ଓ ପ୍ରସାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ବିଜ୍ଞାନର ପ୍ରଗତିକୁ ସାହିତ୍ୟ ଯୋଗାଇ ଦେଇଛି ପ୍ରୋତ୍ସାହନ ଓ କଳ୍ପନା। ଅପରପକ୍ଷରେ ସାହିତ୍ୟ ମଧ୍ୟ ବିଜ୍ଞାନ ସାହାଯ୍ୟରେ ଅଭିନବ ରୂପରେ ପରିପୂର୍ଣ୍ଣ ହୋଇ ମର୍ଯ୍ୟାଦା ପାଇପାରିଛି। ବିଜ୍ଞାନ ନବ ଜ୍ଞାନର ଆବିଷ୍କାର କରି ସାହିତ୍ୟର ଗନ୍ତାଘରକୁ ଋଦ୍ଧିମନ୍ତ କରିଛି। ବିଜ୍ଞାନର ବାସ୍ତବିକତାକୁ ପରିପ୍ରକାଶ କରି ସାହିତ୍ୟକାର ରଚନା କରୁଛି ବିଜ୍ଞାନଭିତ୍ତିକ ଗଳ୍ପ ଓ ଉପନ୍ୟାସ। ଲେଖକମାନେ ଶିଶୁ ଓ ମନୋବିଜ୍ଞାନକୁ ଅବଲମ୍ବନ କରି ଶିଶୁ ସାହିତ୍ୟମାନ ରଚନା କରୁଛନ୍ତି। ଏଥିରୁ ସ୍ପଷ୍ଟ ଅନୁମେୟ ଯେ ସାହିତ୍ୟ ଓ ବିଜ୍ଞାନ ପରସ୍ପର ମଧ୍ୟରେ ସାମଞ୍ଜସ୍ୟ ରକ୍ଷା କରି ଦେଶର ପ୍ରଗତି ଓ ବିକାଶ ପାଇଁ ସଦାସର୍ବଦା ପ୍ରୟାସ କରିଆସୁଛନ୍ତି। ଆଶା କରାଯାଏ, ସାହିତ୍ୟ ଓ ବିଜ୍ଞାନର ବିପୁଳ ଅବଦାନରେ ମାନବ ଜଗତର ଅଶେଷ ଉନ୍ନତି ହେବା ସହିତ ଆମ ରାଷ୍ଟ୍ର ଏକ ଆର୍ଥତ୍କ ଅଭିବୃଦ୍ଧି ସମ୍ପନ୍ନ ରାଷ୍ଟ୍ର ହୋଇପାରିବ।

  • ବିିଚିତ୍ରାନନ୍ଦ ପ୍ରଧାନ
    ସିଡିଏ, ସେକ୍ଟର-୯, କଟକ
    ମୋ-୯୯୩୭୨୨୪୦୮୫

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri