ମୋ ଦୁଃଖ ଟିକେ ଶୁଣ

ପ୍ରବନ୍ଧର ଶୀର୍ଷକଟି ଆମ ସାହିତ୍ୟ ଶବ୍ଦକୋଷର ପୁରାତନ ଓ ଲୋକପ୍ରିୟ ଭାଷା, ଯାହା ଓଡ଼ିଶାର ପଶ୍ଚିମ ଅଞ୍ଚଳର ଭାଷା ରୂପେ ପରିଚିତ। ସ୍ବଦେଶୀ ଭାଷାକୁ ଭଲପାଉଥିବା ଏବଂ ଜୀବନର ଅପରାହ୍ନ ବୟସରେ ଉପନୀତ ହୋଇଥିବା ସରଳ ଓ ଶୁଦ୍ଧ ମାଆର ଏ ପଦ। ଦେଶରେ ନିର୍ବାଚନ ଓ ଉପନିର୍ବାଚନ ସରିଛି। ନିର୍ବାଚନଗୁଡ଼ିକ କେବଳ ଜନତା ଓ ଦେଶର ବିକାଶ ପାଇଁ ଅପରିହାର୍ଯ୍ୟ। ଏହି ନିର୍ବାଚନ ବୈତରଣୀର ବିଜୟ ପାଇଁ ସରକାରୀ ଦଳ ହୁଅନ୍ତୁ କି ଅନ୍ୟ ଦଳ ଲୋକଙ୍କ ପାଇଁ ମାଳମାଳ ଯୋଜନାର ସ୍ବପ୍ନ। ଜନତାଙ୍କ ବିକାଶ ପାଇଁ ପ୍ରତିଶ୍ରୁତିର ଡିଣ୍ତିମ ପିଟନ୍ତି ଏଠି ନେତା। ଏହି କିଛିଦିନର ଘଟଣାକୁ ନେଇ ମୋ ମନ ଭିତରେ ଅନେକ ପ୍ରଶ୍ନ ଉଙ୍କିମାରିଛୁ। ବରଗଡ଼ ଜିଲାର ପଦ୍ମପୁରଠାରୁ ଝାରବନ୍ଦ ବ୍ଳକ୍‌ ଯାଉଥିଲି। ଅଚାନକ କଳାବାଦଲ ଭରା ଆକାଶରେ ଘଡ଼ଘଡ଼ି ଶବ୍ଦ ଶୁଣାଗଲା। ତା’ପରେ ଆରମ୍ଭ ହେଲା ଝିପିଝିପି ବର୍ଷା। ବର୍ଷାକୁ ଖାତିର ନ କରି ଜଗଦଳପୁର ଦେଇ ପାହାଡ଼ି ରାସ୍ତା ଅତିକ୍ରମ କରୁଥାଏ। ମାଡ଼ି ଆସିଲା ଦଲକାଏ ବର୍ଷା। ଗାଡ଼ିଟି ରଖିଦେଇ ଏକ ଝୁପୁଡ଼ି କୁଡ଼ିଆକୁ ବର୍ଷାଦାଉରୁ ରକ୍ଷା ପାଇବା ପାଇଁ ଉଠିଗଲି। ଆଖି ବୁଲାଇ ଦେଖେ ତ ଆଖପାଖରେ କୌଣସି ବସତି ନ ଥାଏ। ବିଜୁଳିର ଆଲୋକରେ ଦୂରକୁ କିଛି ଘର ଝାପ୍ସା ଦେଖାଯାଉଥାଏ। ତଥାପି ଧୈର୍ଯ୍ୟର ସହ କିଛି ସମୟ ଅତିବାହିତ କଲି। ଏହି ସମୟରେ କୁଡ଼ିଆରୁ ଜଣେ ବୟସ୍କ ମାଆ ବାହାରିଆସି ମୋତେ କହିଲେ, ”କିଏ ବାବୁ ଆପଣ, ବାବୁ ମୋର ଦୁଃଖଟା ଟିକେ ଶୁନ।“ ମୁଁ ଆଶ୍ଚର୍ଯ୍ୟ ହୋଇ ମାଆ ଜଣଙ୍କୁ ଦେଖୁଥାଏ। ପଚାରିଲି କ’ଣ ହୋଇଛି ମାଆ,ଏକା ରହୁଛନ୍ତି ଏଠି ? ହଁ ବାବୁ, ଭଗବାନ୍‌ଙ୍କୁ ଭରସାକରି ରହୁଛୁ। ଘରେ ଆଉ କିଏ ନାହାନ୍ତି ? ଅଛନ୍ତି, ମୋ ସ୍ବାମୀ କେଉଁଆଡ଼େ ଯାଇଛନ୍ତି। ଏଠି ଆମେ ୨ ଜଣ ଯାହା ରୋଜଗାରକରୁ ପେଟ ଚଳେ। ମୁଁ ଦେଖେ ତ ଘର ଭିତରୁ ବାରଣ୍ତାକୁ ବର୍ଷାର ପାଣି ମାଡ଼ି ଆସିଲାଣି। ପଚାରିଲି, ମାଆ ଆପଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ କି ବିଜୁ ପକ୍କାଘର ଯୋଜନା ମିଳି ନାହିଁ କି ? ଆମେ ଗରିବ ଲୋକ ବାବୁ, ଆମ ପାଖରେ ଟଙ୍କା କାହିଁ ଯେ, ଏମ୍‌ଏଲ୍‌ଏ ଓ ସରପଞ୍ଚଙ୍କୁ ଟଙ୍କା ଦେଇ ଘର କରିବୁ। ଆମ ଗୁହାରି ଶୁଣିବ କିଏ। ଏମାନଙ୍କ ମୁଖିଆ ଗରିବ ଦୁଃଖ ବୁଝିବ କ’ଣ । ଏଠି ପରା ତେଲିଆ ମୁଣ୍ତରେ ତେଲ। ହେଉ ବାବୁ,ଏବେ ନୂଆ ସରକାର ଆସିଛି, ଘର ଖଣ୍ତେ ମିଳିବ ବୋଲି ଆଶା ରଖିଛୁ। ଏହି କଥାବାର୍ତ୍ତା ଭିତରେ ବର୍ଷା ଛାଡ଼ିଯାଇଥାଏ। ମାଆର ଶବ୍ଦଗୁଡିକ ଶୁଣି କହିଲି, ମାଆ ବିଦାୟ ନେଉଛି। କେନ କେ ଯିବ ବାବୁ ? ଝାରବନ୍ଧ। ଶୀଘ୍ର ଚାଲିଯାଅ ରାତି ହୋଇଯିବ, ନଚେତ୍‌ ଏଠି ରହିଯାଅ। ଧନ୍ୟବାଦ କହି, ଗାଡ଼ି ଧରି ଆଗକୁ ବଢ଼ିଲି।
ମନୁଷ୍ୟର ମୌଳିକ ଆବଶ୍ୟକତା ଖାଦ୍ୟ,ବସ୍ତ୍ର ଓ ବାସଗୃହ। ଅଭାବୀ ମଣିଷର ଦୈନଦିନ ରୋଜଗାର ଭିତରେ ଖାଦ୍ୟ ଓ ବସ୍ତ୍ର ମେଣ୍ଟାଇବା ପାଇଁ କଷ୍ଟେମଷ୍ଟେ ଉପାର୍ଜନ କରିଦିଏ କିନ୍ତୁ ଭଲ ବାସଗୃହ ଖଣ୍ତେ କରିବା ପାଇଁ ସକ୍ଷମ ହୋଇ ନ ଥାଏ। ଏଥିପ୍ରତି କେନ୍ଦ୍ର ଓ ରାଜ୍ୟ ସରକାର ଧ୍ୟାନ ଦେଇ ଗରିବ ଲୋକଙ୍କ ପାଇଁ ଯୋଜନା କରିଛନ୍ତି। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ କରିଥିଲା ବେଳେ ବିଗତ ସରକାରଙ୍କ ବିଜୁ ପକ୍କାଘର ଯୋଜନା ଚାଲି ଆସିଥିଲା। ହିତାଧିକାରୀଙ୍କୁ ୧ଲକ୍ଷ ୨୦ହଜାର ଟଙ୍କା ଦିଆଯାଉଥିଲା। ଠିକ୍‌ ସମୟରେ ଘରକାମ ସାରିଲେ ପ୍ରୋତ୍ସାହନ ରାଶି ୧୦ହଜାର ଟଙ୍କା ଦିଆଯାଉଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ଗରିବ ପରିବାର ପାଇଁ ୧ଲକ୍ଷ ୨୦ ହଜାର ଟଙ୍କା ଏବଂ ପାହାଡ଼ିଆ ଅଞ୍ଚଳର ପରିବାର ପାଇଁ ୧ ଲକ୍ଷ ୩୦ହଜାର ଟଙ୍କା ଦିଆଯାଉଛି। ରାଜ୍ୟରେ ଭାଜପା ସରକାର ଆସିଲା ପରେ କେନ୍ଦ୍ର ସରକାରଙ୍କ ଅନେକ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହୋଇଛି। ଶୌଚାଳୟ ବ୍ୟବସ୍ଥା ପାଇଁ ୧୨ହଜାର ଟଙ୍କା, ଉଜ୍ଜ୍ୱଳା ଯୋଜନାରେ ଏଲ୍‌ପିଜି ଗ୍ୟାସ୍‌। ଦୈନଦିନ ରୋଜଗାର ପାଇଁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌,ସ୍ବାସ୍ଥ୍ୟ ପାଇଁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା। ଗରିବ ଲୋକମାନଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ରାଜ୍ୟରେ ଅନେକ ଯୋଜନା କାର୍ଯ୍ୟକାରୀ ହୋଇଛି। ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ବିଭାଗ ଏବଂ ପିଆଇବି ତଥ୍ୟରୁ ସୂଚନା ମିଳେ। ଦେଶରେ ଗତ ୫ ବର୍ଷ ମଧ୍ୟରେ ବହୁ କୋଟି ପ୍ରଧାନମନ୍ତ୍ରୀ ଆବାସ ୨୦୧୯-୨୪ ଆର୍ଥିକ ବର୍ଷରେ ତିଆରି ହୋଇଛି। ଭାରତରେ ୩୦,୦୪,୪୫୯ ଆବାସ ତିଆରିକରି ପ୍ରଥମ ସ୍ଥାନରେ ରହିଛି ବିହାର। ଲାକ୍ଷାଦ୍ୱୀପ ୪୪ଟି ପ୍ରଧାନମନ୍ତ୍ରୀ ଆବାସ ତିଆରିକରି ଶେଷ ସ୍ଥାନରେ ରହିଛି। ଠିକ୍‌ ସେହିପରି ଓଡ଼ିଶା ୮,୮୬, ୬୪୬ଟି ଆବାସ କରିଥିବା ସମୟରେ ଝାଡ଼ଖଣ୍ତ ପରି ଏକ କମ୍‌ ଜନବହୁଳ ରାଜ୍ୟରେ ୧୦,୭୪,୭୧୮ ଆବାସ ତିଆରି ହୋଇଛି। ପଶ୍ଚିମବଙ୍ଗରେ ୨୦,୭୫, ୭୧୮ଟି ପ୍ରଧାନମନ୍ତ୍ରୀ ଆବାସ ତିଆରି ହୋଇଛି। କେବଳ ୨୦୨୩-୨୪ ଆର୍ଥିକ ବର୍ଷରେ ଦେଶରେ ୨.୯୫କୋଟି ଆବାସ ତିଆରି କରିବା ସରକାରଙ୍କ ଧାର୍ଯ୍ୟ ଥିଲା କିନ୍ତୁ ଗରିବ ପରିବାରର ଆବଶ୍ୟକତାକୁ ଦେଖି କେନ୍ଦ୍ର ସରକାର ପୁଣି ଥରେ ୨ କୋଟି ଘର ସମ୍ପ୍ରସାରିତ କରାଇଥିଲେ। ସରକାର ୩,୨୧,୨୬,୬୬୧ ଆବାସ ମଞ୍ଜୁର କରିଥିଲେ। ସେଥିମଧ୍ୟରୁ ୨,୬୭,୧୪,୮୬୬ ଆବାସ ହିତାଧିକାରୀମାନେ ଆଦେଶ ପାଇ ଗୃହ ନିର୍ମାଣ କରିଛନ୍ତି । ସେହିବର୍ଷ ଆମ ରାଜ୍ୟରେ ୨୮୪୩, ଝାଡ଼ଖଣ୍ତରେ ୨୪,୨୦୦, ପଶ୍ଚିମବଙ୍ଗ ୪୧୯୩, ବିହାରରେ ୩୦,୧୯୦ ପ୍ରଧାନମନ୍ତ୍ରୀ ଆବାସ ଗତ ବର୍ଷ ତିଆରି ହୋଇଛି। ତଥ୍ୟକୁ ଅନୁଧ୍ୟନକଲେ ଜଣାପଡ଼େ, ବିଗତ ସରକାରଙ୍କ କାର୍ଯ୍ୟପନ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟିହୁଏ। ଗୋଟିଏ ସ୍ଥାୟୀ ସରକାର ୨୪ ଧରି ରାଜ୍ୟକୁ ଶାସନ କଲା ପରେ ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ପଛରେ ରହିଛି। ବୃଦ୍ଧା ମାଆ ଜଣଙ୍କ ପରି ବହୁ ଲକ୍ଷ ହିତାଧିକାରୀଙ୍କୁ ଘର ଖଣ୍ତେ ମିଳିପାରି ନାହିଁ କାହିଁକି। ଏହା ଏବେ ପ୍ରଶ୍ନବାଚୀ ସୃଷ୍ଟିକରିଛି। ଏଥିପାଇଁ ସରକାର,ନେତା ନା ମନ୍ତ୍ରୀ ଦାୟୀ, ନା ସରକାରୀ କଳକୁ ଚଳାଉଥିବା ଅଫିସର। କେନ୍ଦ୍ର ସରକାର ଦେଉଥିବା ଅର୍ଥକୁ ରାଜ୍ୟ ସରକାର ଅନ୍ୟ ଉପାୟରେ ଖର୍ଚ୍ଚ କରୁଥିଲେ କି। ନା ଗରିବ ଲୋକଙ୍କ ପାଇଁ ଆସୁଥିବା ଯୋଜନାଗୁଡ଼ିକ ସମାଜର ବଡ଼ପଣ୍ତାଙ୍କ ଇଙ୍ଗିତରେ ସକ୍ଷମ ଲୋକଙ୍କୁ ଦିଆଯାଉଛି କି ନା ନେତା ଓ ଅଫିସରମାନେ ରଙ୍ଗ ଫାଇଲ ତଳେ ଚାପିଦିଅନ୍ତି, ନା ନିଜ ଦଳ ସପକ୍ଷରେ ଭୋଟ ଦେଉଥିବା ବ୍ୟକ୍ତିଙ୍କୁ ଦିଆଯାଉଥିଲା ! ଏବେ ଅନେକ ପ୍ରଶ୍ନ କିନ୍ତୁ ଜନତାଙ୍କ ଭରସା, ଏହି ସରକାର ତତ୍କାଳୀନ ସରକାରଙ୍କ ପରି ନ କରି ଦଳଗତ ବାଛବିଚାର ଛାଡ଼ି ରାଷ୍ଟ୍ରଧର୍ମ ପାଳନକରି ଯୋଗ୍ୟ ହିତାଧିକରୀଙ୍କୁ ସେବା ଯୋଗାଇ ଦିଆଯାଉ। ଆଉ ଜନତାମାନେ ନେତା କି ମନ୍ତ୍ରୀଙ୍କୁ କହିବେ ନାହିଁ, ବାବୁ ମୋର ଦୁଃଖଟା ଟିକେ (ଶୁଣ) ଶୁନ।
ମୋ: ୮୦୧୮୨୯୩୧୮୦

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?