Posted inଜାତୀୟ

ଜେଡିୟୁ, ଆର୍‌ଜେଡି ପ୍ରାର୍ଥୀ ତାଲିକା ଘୋଷିତ

ପାଟନା,୬।୧୦: ବିହାର ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ଭୋଟ ଲାଗି ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଥିବାବେଳେ ସୋମବାର ଜେଡିୟୁ ଓ ଆର୍‌ଜେଡି ପକ୍ଷରୁ ପ୍ରାର୍ଥୀତାଲିକା ଘୋଷଣା କରାଯାଇଛି। ଆର୍‌ଜେଡି ପକ୍ଷରୁ ୧୫ ଜଣଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ଦଳର ବରିଷ୍ଠ ନେତା ଶିବାନନ୍ଦ ତିଓ୍ବାରୀଙ୍କ ପୁଅ ରାହୁଲ ତିଓ୍ବାରୀ, ଜଗଦାନନ୍ଦ ସିଂଙ୍କ ପୁଅ ସୁଧାକର ସିଂଙ୍କୁ ସାମିଲ କରାଯାଇଛି। ଏ ଦୁହେଁ ଯଥାକ୍ରମେ ଶାହପୁର ଓ ରାମ୍‌ଗଡ଼ରୁ ପ୍ରାର୍ଥୀ ହୋଇଛନ୍ତି। ସାବିତ୍ରୀ ଦେବୀଙ୍କୁ ଚକାଇ, ସୁଦୟ ଯାଦବଙ୍କୁ ଜାହାନାବାଦ, ରାମବିଷ୍ଣୁ ସିଂଙ୍କୁ ଜଗଦୀଶପୁର, ବିଜୟ ସମ୍ରାଟଙ୍କୁ ଶେଖ୍‌ପୁରା, ବିଜୟ ପ୍ରକାଶଙ୍କୁ ଜାମୁଇରୁ ପ୍ରାର୍ଥୀ କରାଯାଇଛି।
ସେହିଭଳି ଜେଡିୟୁ ପକ୍ଷରୁ ୨୫ ଜଣିଆ ନାମତାଲିକା ସୋମବାର ଘୋଷଣା କରାଯାଇଛି। ଏଥିରେ କୌଶଲ କୁମାରଙ୍କୁ ନଓ୍ବାଡା, ଜୟକୁମାର ସିଂଙ୍କୁ ଦିନାରା, ରାଜୀବଲୋଚନଙ୍କୁ ମୋକାମା, ଦାମୋଦର ରାଓ୍ବତଙ୍କୁ ଝାଝାରୁ ପ୍ରାର୍ଥୀ କରାଯାଇଛି। ପ୍ରଥମ ପର୍ଯ୍ୟାୟ ମତଦାନ ୨୮ରେ ହେବାକୁ ଥିବାବେଳେ ଟିକେଟ ଲବି ଜୋର୍‌ ଧରିବାରେ ଲାଗିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ୍‌, କୋଇଲା ପାଇଁ ହେବ ଜରୁରୀ ଭଣ୍ଡାର

ଚେନ୍ନାଇ, ୨୨।୧୦:କୋଇଲା ଅଭାବକୁ ନେଇ ବିଦ୍ୟୁତ ସଙ୍କଟ ଆଶଙ୍କା ଦେଖାଦେଇଥିବାବେଳେ ଭବିଷ୍ୟତରେ ଏଭଳି ଯୋଗାଣ ସମସ୍ୟାର ସମାଧାନ ପାଇଁ ସରକାର ପ୍ରାକୃତିକ ଗ୍ୟାସ୍‌ ଓ ଆମଦାନି...

ଆମେରିକାରେ ଭାରତର ରାଷ୍ଟ୍ରଦୂତ ହେବେ ସାନ୍ଧୁ

ନୂଆଦିଲ୍ଲୀ,୧୫ା୧(ପି.ଟି.): ଶ୍ରୀଲଙ୍କାରେ ଭାରତର ହାଇକମିଶନର ଭାବେ କାର୍ଯ୍ୟରତ ତରନ୍‌ଜିତ ସିଂ ସାନ୍ଧୁ ଆମେରିକାରେ ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିବେ। ଆମେରିକାରେ ଭାରତର ରାଷ୍ଟ୍ରଦୂତ ଥିବା...

ଏନ୍‌କାଉଣ୍ଟର ଭୟ: ଦିଲ୍ଲୀରେ ସରେଣ୍ଡର କରୁଛନ୍ତି ବିହାର-ୟୁପି ଅପରାଧୀ

ନୂଆଦିଲ୍ଲୀ,୮।୭: ବିହାର ଏବଂ ଉତ୍ତରପ୍ରଦେଶର ବାହୁବଳୀ ଅପରାଧୀ ଏବେ ଦିଲ୍ଲୀରେ ସରେଣ୍ଡର କରିବାକୁ ପସନ୍ଦ କରୁଛନ୍ତି। ବାହୁବଳୀ ଅପରାଧୀଙ୍କ ଜୀବନ ପ୍ରତି ବିପଦ ଥିବାରୁ ଏଭଳି...

୨୪ ଘଣ୍ଟାରେ ୧,୪୦୯ ନୂଆ ସଂକ୍ରମିତ: ୭୮ ଜିଲା କରୋନା ମୁକ୍ତ

ନୂଆଦିଲ୍ଲୀ,୨୩।୪: ଦେଶରେ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୧,୪୦୯ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ...

ବାୟୁ ସେନା ଅଧିକାରୀଙ୍କ ନାମରେ ସାଙ୍ଘାତିକ ଅଭିଯୋଗ

କୋଏମ୍ବାଟୋର: ୨୭ ବର୍ଷୀୟା ମହିଳା ଅଧିକାରୀ ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ଗିରଫ ହୋଇଛନ୍ତି ଭାରତୀୟ ବାୟୁ ସେନା (ଆଇଏଏଫ୍‌)ର ୨୬ ବର୍ଷୀୟ ଫ୍ଲାଇଟ୍‌...

ଦାରିଦ୍ର୍ୟକୁ ହରାଇଛି ଭାରତ, କହିଲା ଆଇଏମ୍‌ଏଫ୍‌…

ଓ୍ବାଶିଂଟନ, ୭।୪ : ଭାରତରେ, ଅତ୍ୟଧିକ ଦାରିଦ୍ର୍ୟରେ ଜୀବନ ବିତାଉଥିବା ଲୋକଙ୍କ ସଂଖ୍ୟା କମିଛି। ଭାରତ ଦାରିଦ୍ର୍ୟକୁ ହରାଇଛି ବୋଲି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)...

ୱାଇଏସଆରସିପି-ଟିଡିପି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ

ଅମରାବତୀ,୧୭ ।୧୨: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ପାର୍ଟି ୱାଏସଆରସିପି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ପାର୍ଟି ଟିଡିପି କର୍ମୀଙ୍କ ମଧ୍ୟରେ ଶୁକ୍ରବାର...

ବଢ଼ିଲା ଆୟକର ରିଟର୍ନ ଅବଧି: ବିଦ୍ୟୁତ ବିତରଣ କମ୍ପାନୀକୁ ୯୦ହଜାର କୋଟି ଟଙ୍କା ସହାୟତା

ନୂଆଦିଲ୍ଲୀ,୧୩।୫: କରୋନା ମହାମାରୀ ମୁକାବିଲା କରୁଥିବା ଭାରତ ଅର୍ଥନୀତିକୁ ସୁଦୃଢ଼ ଏବଂ ଦେଶବାସୀଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ କେନ୍ଦ୍ର ସରକାର ଅଣ୍ଟା ଭିଡ଼ିଛନ୍ତି। ଏନେଇ ମଙ୍ଗଳବାର...

Advertisement
Archives

Model This Week