ଚିଠିରେ ସୀମିତ, ମଗାଯାଉନି ଡିଗ୍ରୀ ଯାଞ୍ଚ ରିପୋର୍ଟ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ନକଲି ଶିକ୍ଷକ ନିଯୁକ୍ତିକୁ ନେଇ ବରଗଡ଼ ଜିଲା ଗତ କିଛିଦିନ ହେଲା ଉଠୁଛି ଓ ପଡ଼ୁଛି। ଜିଲାବ୍ୟାପି ଏହା ପ୍ରମୁଖ ଚର୍ଚ୍ଚାର ବିଷୟ ହୋଇଛି। ଚା ଖଟିଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଦପ୍ତରରେ ଏହି ପ୍ରସଙ୍ଗକୁ ନେଇ ଭିନ୍ନଭିନ୍ନ କଥା ଉଠୁଛି। ଅନ୍ୟବର୍ଷ ଭଳି ଏଥର ମଧ୍ୟ ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଶିକ୍ଷା ବିଭାଗ ପ୍ୟାଚଅପ୍‌ ମାରିଦେବ ବୋଲି କିଏ କହୁଥିବାବେଳେ ଜିଲା ପ୍ରଶାସନ ଗୁରୁତ୍ୱର ସହିତ ଏହାକୁ ନେଲେ ଜିଲାରେ କାର୍ଯ୍ୟରତ ଅନେକ ନକଲି ଶିକ୍ଷକଙ୍କ ମୁଖା ଖୋଲିବ ବୋଲି ଆଉ କେହି କହୁଛନ୍ତି। ତେବେ ପ୍ରଶାସନ ଏହି ପ୍ରସଙ୍ଗ ଉପରେ ଏଥର କିଭଳି କାର୍ଯ୍ୟାନୁଷ୍ଠାନ ନେବ ତାହା ଦେଖିବାକୁ ବାକି ରହିଥିବାବେଳେ ଜିଲା ଶିକ୍ଷା ଅଧିକାରୀ ଚିରାଚରିତ ଭାବେ ବିଗତ ବର୍ଷ ଭଳି ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ମାନଙ୍କୁ ସେ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜିଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ ମୁତାବକ ଜିଲାର ବିଭିନ୍ନ ବ୍ଲକର ବ୍ଲକ ଶିକ୍ଷା ଅଧିକାରୀମାନେ ମଧ୍ୟ କାର୍ଯ୍ୟରତ ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ନିଯୁକ୍ତି ପତ୍ର, ଶିକ୍ଷାଗତ ତଥା ଅନ୍ୟ ଉଦ୍ଦିଷ୍ଟ ପ୍ରମାଣପତ୍ରର ଯାଞ୍ଚ ପାଇଁ ନିର୍ଦ୍ଦିଷ୍ଟ ତାରିଖ, ସମୟ ଏବଂ ଯାଞ୍ଚ ସ୍ଥାନ ନିର୍ଘଣ୍ଟ କରି ବିଭିନ୍ନ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଚିଠି କରିଛନ୍ତି। ଅନ୍ୟପଟେ ଅନେକ ବ୍ଲକ ଶିକ୍ଷା ଅଧିକାରୀମାନେ ଏପର୍ଯ୍ୟନ୍ତ ସେଭଳି ଚିଠି କରି ନ ଥିବାରୁ ଏହି ପ୍ରସଙ୍ଗରେ ସେମାନଙ୍କ ଭୂମିକାକୁ ନେଇ ମଧ୍ୟ ନାନା ସନ୍ଦେହ ଉପୁଜିଛି।
ବରଗଡ଼ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ପତ୍ରସଂଖ୍ୟା-୧୯୧୧ ତା-୨୪।୭।୨୦୨୪ରିଖ କ୍ରମେ ଆସନ୍ତା ୨୭, ୨୯ ଏବଂ ୩୦ ତାରିଖ ପୂର୍ବାହ୍ନ ୧୧ଟାରୁ ଅମ୍ବାପାଲିସ୍ଥିତ ସମଲେଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଯାଞ୍ଚ ପ୍ରକ୍ରିୟା ଚାଲିବ। ପୂର୍ବତନ ସମ୍ବଲପୁର ଶିକ୍ଷା ମଣ୍ଡଳାଧୀଶ ସ୍ବର୍ଗତ କୈଲାସ ଗୁରୁଙ୍କ କାର୍ଯ୍ୟକାଳ ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ଯାଞ୍ଚ ଆସନ୍ତା ୨୭ ତାରିଖ ଉକ୍ତ ଯାଞ୍ଚ କେନ୍ଦ୍ରରେ ହେବ। ସେହିପରି ୨୦୦୩ରୁ ୨୦୧୦ରେ ନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ଯାଞ୍ଚ ୨୯ ତାରିଖ ଏବଂ ୨୦୧୧ରୁ ୨୦୧୮ରେ ନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ଯାଞ୍ଚ ୩୦ ତାରିଖରେ କରାଯିବ ବୋଲି ବରଗଡ଼ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶ ପାଇଥିବା ଚିଠିରେ ଉଲ୍ଲେଖ ରହିଛି।
ସେହପରି ଭେଡ଼େନ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ମଧ୍ୟ ଉକ୍ତ ବ୍ଲକର ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକମାନଙ୍କୁ ଚିଠି କରାଯାଇଛି। ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ପତ୍ରସଂଖ୍ୟା-୧୦୭୫, ତା-୨୨।୭।୨୦୨୪ରିଖ ଅନୁଯାୟୀ, ଆସନ୍ତା ଗୁରୁବାର (୨୫।୭।୨୦୨୪) ସୁଦ୍ଧା ସିଆରସିସିଙ୍କ ମାଧ୍ୟମରେ ବ୍ଲକରେ କାର୍ଯ୍ୟରତ ସମସ୍ତ ପ୍ରଧାନ ଶିକ୍ଷକଙ୍କ ସମେତ ଶିକ୍ଷୟିତ୍ରୀ, ଶିକ୍ଷକ ୨ ସେଟ୍‌ ଲେଖାଏଁ ସେଲ୍ଫ ଆଟେଷ୍ଟେଡ୍‌ ନିଯୁକ୍ତିପତ୍ର, ଶିକ୍ଷାଗତ ଓ ତାଲିମ ପ୍ରମାଣପତ୍ର, ମାର୍କସିଟ୍‌, ଜାତିଗତ ପ୍ରମାଣପତ୍ର, ଭିନ୍ନକ୍ଷମ ପ୍ରମାଣପତ୍ର, ଓଟିଇଟି ପାସ୍‌ ସାର୍ଟିଫିକେଟ୍‌ ଆଦି ଉଦ୍ଦିଷ୍ଟ ପ୍ରମାଣପତ୍ର ଦାଖଲ ନିର୍ଦ୍ଦେଶ ଦିଆଯାଇଥିଲା। ଯେଉଁମାନେ ନିର୍ଦ୍ଧାରିତ ସମୟରେ ତାହା ଦାଖଲ କରି ପାରିବେ ନାହିଁ, ସେମାନଙ୍କ ଜୁଲାଇ ମାସ ଦରମାକୁ ଅଟକ ରଖାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି।
ବ୍ଲକ ଶିକ୍ଷା ଅଧିକାରୀମାନଙ୍କ ଏଭଳି ଯାଞ୍ଚ ପ୍ରକ୍ରିୟାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଉଛି। କିନ୍ତୁ ଯାଞ୍ଚ ପ୍ରକିୟା ସମ୍ପୂର୍ଣ୍ଣ ହେବ ନା ଗତବର୍ଷ ଭଳି ଦିଗହରା ହୋଇ ପଡ଼ିବ, ତାକୁ ନେଇ ଏବେଠାରୁ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଆଗରୁ ଏଭଳି ଚିଠି ଏବଂ ଯାଞ୍ଚ ପ୍ରକ୍ରିୟା ଏକାଧିକ ଥର ହୋଇଛି। କିନ୍ତୁ ତାହା ବାଟବଣାା ହୋଇପଡ଼ିଛି। ନକଲି ଶିକ୍ଷକ ନିଯୁକ୍ତି କଥା ଉଠିଲେ କିଛିଦିନ ଧରି ବିଭାଗୀୟ ଅଧିକାରୀଙ୍କଠାରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ମଧ୍ୟ ତପତ୍ର ହୋଇ ପଡ଼ନ୍ତି। ତଦନ୍ତ ନିର୍ଦ୍ଦେଶ ହୁଏ। ଯାଞ୍ଚ ପ୍ରକ୍ରିୟା ମଧ୍ୟ ଚାଲିଥାଏ। ଏହା ସହିତ ସନ୍ଦିଗ୍ଧ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ତାଲିକା ମଧ୍ୟ ପ୍ରସ୍ତୁତ ହୁଏ। କିନ୍ତୁ ସନ୍ଦିଗ୍ଧ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ଯେଉଁ ପ୍ରମାଣପତ୍ରକୁ ନେଇ ଯାଞ୍ଚ ଅଧିକାରୀ ସନ୍ଦେହ କରନ୍ତି, ତାର ପ୍ରମାଣ ଖୋଜିବାରେ ତପତ୍ର ହେଉ ନ ଥିବା ଯୋଗୁ ନକଲି ଶିକ୍ଷୟିତ୍ରୀ, ଶିକ୍ଷକ ଖସି ଯାଉଥିବା ସାଧାରଣରେ ଆଲୋଚିତ ହେଉଛି। ସନ୍ଦିଗ୍ଧ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ଡିଗ୍ରୀ ପ୍ରମାଣପତ୍ର ଅସଲି କି ନକଲି ଜାଣିବା ପାଇଁ ତଦନ୍ତ ଦାୟିତ୍ୱରେ ରହିଥିବା ଶିକ୍ଷା ଅଧିକାରୀ ପ୍ରମାଣପତ୍ରରେ ଉଲ୍ଲେଖ ରହିଥିବା ସମ୍ପୃକ୍ତ ବିଶ୍ୱବିଦ୍ୟାଳୟକୁ ଡିଗ୍ରୀ ଭେରିଫିକେଟ୍‌ ରିପୋର୍ଟ(ଡିଭିଆର୍‌) ମାଗିବା କଥା। ସମ୍ପୃକ୍ତ ବିଶ୍ୱବିଦ୍ୟାଳୟରୁ ସେହି ରିପୋର୍ଟ ଆସିଲେ ଯାଇ ସେହି ପ୍ରମାଣପତ୍ର ଅସଲି କି ନକଲି ସ୍ପଷ୍ଟ ହୋଇଯିବ। କିନ୍ତୁ ଅଧିକାଂଶ ସ୍ଥଳେ ତାହା କରାଯାଉ ନାହିଁ। ଯେଉଁଠି ଡିଭିଆର୍‌ ମଗାଯାଉଛି, ସେଠାରେ ବାସ୍ତବତା ଧରାପଡ଼ୁଛି। ଗତ କିଛିମାସ ତଳେ ଅମ୍ବାଭୋନା ବ୍ଲକ ଶିକ୍ଷା ଅଧିକାରୀ ଏଭଳି ଡିଭିଆର ମାଗିବାରୁ ୨ଜଣ ଶିକ୍ଷକଙ୍କ ଡଗ୍ରୀ ପ୍ରମାଣପତ୍ର ନକଲି ଜଣାପଡ଼ିଥିଲା ଏବଂ ଏତଲା ପରେ ସେମାନଙ୍କୁ ପୋଲିସ ଗିରଫ କରିଥିଲା। ଏବେ ଯାଞ୍ଚ ପ୍ରକ୍ରିୟାରେ ରହିଥିବା ବ୍ଲକ ଶିକ୍ଷା ଅଧିକାରୀମାନେ ସନ୍ଦିଗ୍ଧ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ପ୍ରମାଣପତ୍ରରେ ଉଲ୍ଲେଖିତ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଡିଭିଆର୍‌ ମାଗିବେ ନା କେବଳ ଚିଠିରେ ଯାଞ୍ଚ ପ୍ରକ୍ରିୟା ସୀମିତ ରହିବ, ତାକୁ ଦେଖିବାକୁ ବାକି ରହିଛି। ଏହା ସହିତ ଜିଲାରୁ ନକଲି ଶିକ୍ଷକ ନିଯୁକ୍ତିର ଚେରକୁ ଉପାଡ଼ିବାରେ ଜିଲା ଶିକ୍ଷା ବିଭାଗ କେତେଦୂର ସକ୍ଷମ ହେଉଛି, ତାକୁ ଜିଲାବାସୀ ଚାହିଁ ବସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?