ଘୋଷଣାରେ ସୀମିତ ନଦୀଭିତ୍ତିକ ବନ୍ଦର

ପାରାଦୀପ,୫ା୪(ଶରତ ରାଉତ): ଆଜି ହେଉଛି ବିଶ୍ୱ ନୌବାଣିଜ୍ୟ ଦିବସ। ନୌବାଣିଜ୍ୟ ଓଡ଼ିଶାର ପ୍ରାଚୀନ ପରମ୍ପରା ମଧ୍ୟରେ ଅନ୍ୟତମ ବୋଲି କୁହାଯାଏ। ପଣ୍ୟ କାରବାରରେ ବୃହତ୍‌ ବନ୍ଦର ମଧ୍ୟରେ ପାରାଦୀପ ବନ୍ଦର ଦେଶର ୧ ନଂ. ବନ୍ଦର ଭାବେ ସ୍ଥାନ ପାଇଛି। ଏହାସତ୍ତ୍ୱେ ନୌବାଣିଜ୍ୟର ବିକାଶ ପାଇଁ ରାଜ୍ୟରେ ଅନେକ କାର୍ଯ୍ୟ ଏବେ ବି ବାକି ରହିଛି। ନଦୀଭିତ୍ତିକ ବନ୍ଦର ଘୋଷଣାରେ ସୀମିତ ଥିଲାବେଳେ ଓଡ଼ିଶାର ଏକମାତ୍ର ନୌବାଣିଜ୍ୟ ଶିକ୍ଷାନୁଷ୍ଠାନର ପୁନରୁଦ୍ଧାର ହୋଇପାରିନାହିଁ।
ସମ୍ପ୍ରତି ଦେଶର ୯୫ ପ୍ରତିଶତ ପଣ୍ୟ କାରବାର ଜଳପଥରେ ହେଉଛି। ଏହା ଦେଶର ଅର୍ଥନୀତି ମଧ୍ୟରୁ ୭୦ ଭାଗ। ଜଳପଥରେ ପଣ୍ୟ କାରବାରକୁ ନୌବାଣିଜ୍ୟ କୁହାଯାଏ। ଓଡ଼ିଶାରୁ ଆରମ୍ଭ ହୋଇଥିବା ପ୍ରାଚୀନ ପରମ୍ପରାରକୁ ମନେ ପକାଇବା ପାଇଁ
ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଏ। ଏହାବାଦ୍‌ ଏପିଲ୍‌ ୫ରେ ସରକାରୀଭାବେ ଜାତୀୟ ନୌବାଣିଜ୍ୟ ଦିବସ ପାଳନ କରାଯାଏ। ଶନିବାର ୬୧ତମ ନୌବାଣିଜ୍ୟ ଦିବସ ଦେଶର ସମସ୍ତ ବନ୍ଦରରେ ପାଳନ କରାଯାଉଛି।
ଏହି ଦିବସ ପାଳନ କରିବା ସମ୍ପର୍କରେ ଅବସରପ୍ରାପ୍ତ କ୍ୟାପଟେନ ପ୍ରେମାନନ୍ଦ ରାଉତ କୁହନ୍ତି,୧୯୧୯ରେ ଭାରତର ସିଣ୍ଡିଆ ସିଷ୍ଟମ ନାଭିଗେଶନ କମ୍ପାନୀ ପକ୍ଷରୁ ପ୍ରଥମ କରି ଏକ ପଣ୍ୟବାହୀ ଜାହାଜ ଏସ୍‌ଏସ୍‌ ଲୟାଲିଟି ବମ୍ବେରୁ ଲଣ୍ଡନ ସଫଳତାର ସହ ଯାତ୍ରା କରିଥିଲା। ସେହି ସ୍ମୃତିରେ ଏପ୍ରିଲ ୫କୁ ନୌବାଣିଜ୍ୟ ଦିବସ ଭାବେ ପାଳନ କରାଯାଉଛି। ଏହି ଦିବସରେ ଜାହାଜର ନାବିକମାନଙ୍କ ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଏ। ଚଳିତ ଥର ରାଜ୍ୟର ପାରାଦୀପ ବନ୍ଦର ମଧ୍ୟରେ କାମ କରୁଥିବା ବିଭିନ୍ନ କମ୍ପାନୀ ଯଥା ଷ୍ଟିଭେଡର୍ସ ସଂସ୍ଥା, ଏଜେଣ୍ଟ, ସାମୁଦ୍ରିକ କମ୍ପାନୀଗୁଡ଼ିକରେ ସପ୍ତାହେ ବ୍ୟାପୀ ସଚେତନତା କାର୍ଯ୍ୟକ୍ରମ କରାଯିବ।
ଦେଶର ସର୍ବାଧିକ ଖଣିଜ ସମ୍ପଦ ଓଡ଼ିଶାରେ ରହିଛି। ସେହି ଖଣିଜ ପଦାର୍ଥ ଲୁହାପଥର, କୋଇଲା, ଚୂନପଥର, ବକ୍ସାଇଟ, ଫେରୋକ୍ରୋମ, ଚାର୍ଜକ୍ରୋମ ଆଦି ବିଦେଶକୁ ରପ୍ତାନି ଓ ଆମଦାନୀ ହେଉଛି। ସେଥିରେ ପାରାଦୀପ ବନ୍ଦରର ପ୍ରମୁଖ ଭୂମିକା ରହିଛି। ଦେଶର ୧୨ଟି ବୃହତ୍‌ ବନ୍ଦର ମଧ୍ୟରେ ଏବେ ଏହି ବନ୍ଦର ୧ନମ୍ବର ସ୍ଥାନରେ ରହିଛି। ରାଜ୍ୟର ୪୮୨ କିମି ଉପକୂଳରେ ଏକଦା ୧୨ରୁ ଅଧିକ ବନ୍ଦର ଥିଲା ବୋଲି ନୌବାଣିଜ୍ୟ ପରମ୍ପରା କିମ୍ବଦନ୍ତୀରୁ ଜଣାଯାଏ। ମାତ୍ର ସମୟାନୁକ୍ରମେ ସେଗୁଡ଼ିକ ବନ୍ଦ ହୋଇଯାଇଛି।
୧୯୬୨ରେ ପାରାଦୀପ ବନ୍ଦର ପ୍ରତିଷ୍ଠା ହୋଇଥିଲା। ଏଠାରେ କାରବାର ବୃଦ୍ଧି ପାଇବା ପରେ ରାଜ୍ୟରେ ଅଧିକ ବନ୍ଦର କରିବା ପାଇଁ ପୂର୍ବତନ ସରକାର ଘୋଷଣା କରିଥିଲେ।
ସେଗୁଡ଼ିକ ହେଲା ଗଞ୍ଜାମ ଜିଲାର ଗୋପାଳପୁର, ସୁଭଦ୍ରାପୁର, ପାଲୁର, ପୁରୀ ଜିଲାର ଅସ୍ତରଙ୍ଗ, ଭଦ୍ରକ ଜିଲାର ଧାମରା, କେନ୍ଦ୍ରାପଡା ଜିଲାର ହୁକିତୋଳା। ସେଥିରୁ ଗୋପାଳପୁର ଓ ଧାମରା ବନ୍ଦର ଏବେ ସୁଦ୍ଧା ହୋଇଛି। ଅନ୍ୟ ବନ୍ଦର ପାଇଁ ଘୋଷଣା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ଏହାବାଦ୍‌ ୧୨ଟି ନଦୀଭିତ୍ତିକ ବନ୍ଦର ହେବ ବୋଲି କୁହାଯାଇଥିଲା। ସେଥିମଧ୍ୟରୁ କେବଳ ଗୋଟିଏ ପାରାଦୀପର ଇଫ୍‌କୋ କାରଖାନା ପଛପଟ ମହାନଦୀରେ ହୋଇଛି। ଏହାମଧ୍ୟ ପୂର୍ଣ୍ଣ ମାତ୍ରାରେ କାର୍ଯ୍ୟକ୍ଷମ ହୋଇନାହିଁ। ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଋ଼ଷିକୁଲ୍ୟା ମୁହାଣ ନିକଟରେ ବନ୍ଦର ହେବାର ଭଲ ଭିତ୍ତିଭୂମି ଅଛି ବୋଲି ପୂର୍ବତନ ଉପସଂରକ୍ଷକ କ୍ୟାପଟେନ ଅତୁଲ୍ୟ ମହାପାତ୍ର କହିଛନ୍ତି। ତାହା ମଧ୍ୟ ଏପର୍ଯ୍ୟନ୍ତ ହୋଇପାରିନାହିଁ। ରାଜ୍ୟରେ ନୂତନ ସରକାର ଆସିଲା ପରଠାରୁ ଆଉ ବନ୍ଦର ସମ୍ପର୍କରେ ଚର୍ଚ୍ଚା ହେଉନାହିଁ।
ଓଡ଼ିଶାର ଏକମାତ୍ର ନୌବାଣିଜ୍ୟ ଶିକ୍ଷାନୁଷ୍ଠାନ (ଓଡ଼ିଶା ମେରିଟାଇମ ଏକାଡେମୀ) ପାରାଦୀପରେ ଅଛି। ସେଠାରେ ପାଠପଢ଼ିବା ପାଇଁ ବର୍ଷକୁ ୮୦ଟି ସିଟ୍‌ ରହିଛି। ସେଥିରେ ରାଜ୍ୟ ଓ ଅନ୍ୟ ରାଜ୍ୟର ୪୦ ଜଣ ଲେଖାଏ ପିଲା ପଢ଼ିବାର ବ୍ୟବସ୍ଥା ରହିଛି। କିନ୍ତୁ ସେଠାରେ ଝିଅମାନଙ୍କ ପଢ଼ିବା ପାଇଁ ଏପର୍ଯ୍ୟନ୍ତ ସୁବିଧା ହୋଇନାହିଁ। ୧୯୯୨ରୁ ଉକ୍ତ ଶିକ୍ଷାନୁଷ୍ଠାନ ଆରମ୍ଭ ହୋଇଥିଲା। ମାତ୍ର ଏପର୍ଯ୍ୟନ୍ତ ତା’ର ବିକାଶ ହୋଇନାହିଁ। ସରକାର ଶିଳ୍ପ ସଂସ୍ଥାର ବିକାଶ ପାଇଁ ଘୋଷଣା କରୁଛନ୍ତି। କିନ୍ତୁ ବନ୍ଦର ବିକାଶ ଉପରେ ନୀରବତା ଅବଲମ୍ବନ କରୁଛନ୍ତି। ଏଥିରେ ଅର୍ଥନୀତିରେ ସୁଧାର କିପରି ହେବ ବୋଲି ଆଲୋଚନା ହେଉଛି। ଦେଶର ୭୫୧୬ କିମି ଉପକୂଳରେ ଏବେ ସରକାରୀ ଭାବେ୧୨ଟି ବୃହତ୍‌ବନ୍ଦର ଓ ୨୦୦ରୁ ଅଧିକ ଛୋଟ ମଧ୍ୟମ ବନ୍ଦର ରହିଛି। ଏହାର ବିକାଶ ପାଇଁ କେନ୍ଦ୍ର ସରକାର ସାଗରମାଳା ଯୋଜନା ଆରମ୍ଭ କରିଛନ୍ତି। କିନ୍ତୁ କେବେ ଅଧିକ ବନ୍ଦର ଓ ଜାହାଜ ଚଳାଚଳ ହେବ ତାହା ଦେଖିବାକୁ ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?