ଡ୍ରାଫ୍ଟଚାର୍ଜରେ ସୀମିତ କାର୍ଯ୍ୟାନୁଷ୍ଠାନ

ଯାଜପୁର ଅଫିସ,୯ା୪: କୃଷି ବିଭାଗର ଅତିରିକ୍ତ ସଚିବଙ୍କୁ ଗତ ୨୯ ତାରିଖରେ ଉଦ୍ୟାନ ବିଭାଗ ନିର୍ଦ୍ଦେଶାଳୟର ପ୍ରଶାସନିକ ଅଧିକାରୀ ଦେଇଥିବା ତଥ୍ୟରେ ୨୦୧୪ରୁ ଏଯାଏ ୩୨ ଜଣ ବିଭାଗୀୟ ଦୁର୍ନୀତିଖୋର ଅଧିକାରୀଙ୍କ ନାମରେ ଡ୍ରାଫ୍ଟଚାର୍ଜ ହୋଇଛି। ହେଲେ ସେଥିରୁ ୧୭ ଜଣ ଅଧିକାରୀଙ୍କ ସମ୍ପର୍କରେ ତଦନ୍ତ ରିପୋର୍ଟ ଦାଖଲ ହୋଇ ନ ଥିବାବେଳେ ମାତ୍ର ୨ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚୂଡ଼ାନ୍ତ ହୋଇଛି। ୩ ଜଣଙ୍କ ନାମରେ ଭିଜିଲାନ୍ସ ତଦନ୍ତ ଚାଲିଥିବାବେଳେ ବାକି ୧୦ ଜଣଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ହୋଇପାରିନାହିଁ।
୨୦୧୯ ଜୁଲାଇରେ ବିଧାନସଭାରେ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟରେ ୮୩୬ ଦୁର୍ନୀତିଖୋର ଅଫିସର ଦଣ୍ଡିତ ହୋଇଥିଲେ ବୋଲି ଉତ୍ତର ମିଳିଥିଲା। ଏଥିରେ ୭୯ଜଣ ନିଲମ୍ବିତ, ୨୨ ଜଣଙ୍କୁ କାର୍ଯ୍ୟରୁ ଅନ୍ତର, ୩୫ ଜଣଙ୍କ ନାମରେ ଡ୍ରାଫ୍ଟଚାର୍ଜ, ୨୬୮ ଜଣଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଥିଲାବେଳେ ୪୩୨ ଜଣଙ୍କୁ ଜବାବ ମଗାଯାଇଥିଲା। ଏହି ୩ ବର୍ଷ ମଧ୍ୟରେ ଆହୁରି କେତେଜଣ ଅଧିକାରୀ ଦଣ୍ଡିତ ହୋଇଥିବେ। କିନ୍ତୁ କୃଷି ବିଭାଗର ତଥ୍ୟକୁ ଅବଲୋକନ କଲେ ଦୁର୍ନୀତିଖୋର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବଳ ଡ୍ରାଫ୍ଟଚାର୍ଜରେ ସୀମିତ ରହିଥିବା ମନେ ହେଉଛି। ୨୦୧୪ରେ ଖୋର୍ଦ୍ଧା ଉଦ୍ୟାନ ବିଭାଗର ବରିଷ୍ଠ କିରାଣି ବିଜୟ କୁମାର ଭଞ୍ଜଙ୍କ ନାମରେ ଚାର୍ଜଶିଟ ଜାରି ହୋଇଥିଲା। ଏହି ମାମଲା ଏବେ ବି ଭିଜିଲାନ୍ସ ବିଚାରାଧୀନ ରହିଛି। ୨୦୧୪ରେ କେନ୍ଦ୍ରାପଡ଼ା ଏଡିଏଚ୍‌୍‌ (ଆଡିଶନାଲ ଡାଇରେକ୍ଟର ଅଫ ହର୍ଟିକଲଚର) ବିଭାଗର ଅଭିରାମ ଦାସଙ୍କ ନାମରେ ଡ୍ରାଫ୍ଟଚାର୍ଜ ଜାରି ହୋଇଥିଲେ ହେଁ ତଦନ୍ତ ରିପୋର୍ଟ ଦାଖଲ ହୋଇପାରିନାହିଁ। ସେହିପରି ପୁରୀ ଏଡିଏଚ୍‌୍‌ର ରବୀନ୍ଦ୍ର କୁମାର ନାଥ, ଗଞ୍ଜାମ ଏଡିଏଚ୍‌୍‌ର ଦୁର୍ଯ୍ୟୋଧନ ପାତ୍ର, ଲକ୍ଷ୍ମୀଧର ପାତ୍ର, ଢେଙ୍କାନାଳ ଏଡିଏଚ୍‌୍‌ର ସୁରେନ୍ଦ୍ର ନାଥ ମହାନ୍ତି, କେନ୍ଦ୍ରାପଡ଼ା ଏଡିଏଚ୍‌୍‌ର ଦୀପ୍ତିକାନ୍ତ ଓଝା, ଭୁବନେଶ୍ୱର ଏଡିଏଚ୍‌ର ଚିତ୍ତରଞ୍ଜନ ମହାନ୍ତି, ନୟାଗଡ଼ ଏଡିଏଚ୍‌ର କିଶୋର ଚନ୍ଦ୍ର କଲାସ, ବାଲିଗୁଡା ଏଡିଏଚ୍‌୍‌ର ସାଧୁଚରଣ ସିଂ, ଯାଜପୁର ଏଡିଏଚ୍‌୍‌ର ପ୍ରଶାନ୍ତ କୁମାର ବସ୍ତିଆ, ଭଦ୍ରକ ଏଡିଏଚ୍‌୍‌ର ଗିରିଧାରୀ ଜେନା, ଭଞ୍ଜନଗର ଏଡିଏଚ୍‌୍‌ର ଉମା ଚରଣ ବେହେରା, ଆନନ୍ଦପୁର ଏଡିଏଚ୍‌୍‌ର ଦିଲୀପ କୁମାର ବିଶ୍ୱାଳ, ସୁନ୍ଦରଗଡ଼ ଏଡିଏଚ୍‌୍‌ର ଦୀନବନ୍ଧୁ ମହାପାତ୍ର, କରଞ୍ଜିଆ ଏଡିଏଚ୍‌୍‌ର ମନୋଜ କୁମାର ସାହୁଙ୍କ ନାମରେ ଡିପାର୍ଟମେଣ୍ଟାଲ ପ୍ରୋସିଡିଂ ଫାଇଲରେ ବନ୍ଧାପଡ଼ିଛି। କୃଷି ଓ ଉଦ୍ୟାନ ବିଭାଗରେ ବିଭିନ୍ନ ଯୋଜନାରେ ଯେଉଁ ପରିମାଣରେ ଦୁର୍ନୀତି ହେଉଛି ସେହି ତୁଳନାରେ ଅଫିସର କିମ୍ବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନଗଣ୍ୟ ବୋଲି ମତପ୍ରକାଶ ପାଇଛି।
ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ମାଧ୍ୟମରେ ପ୍ରଦର୍ଶନ କ୍ଷେତ୍ର, ନୂତନ ଜ୍ଞାନକୌଶଳ ତାଲିମ ଶିବିର, ପ୍ରାୟ ୫୦ ଭାଗ ରିହାତି ମାଧ୍ୟମରେ ଫୁଆର ଜଳସେଚନ, ପାଣି ମଡ଼ାଇବା ପାଇପ୍‌, ରେନ୍‌ଗନ୍‌, ପାଣି ପମ୍ପ, ହସ୍ତ ଓ ଶକ୍ତିଚାଳିତ କୀଟନାଶକ ସିଞ୍ଚନ ଯନ୍ତ୍ର ଇତ୍ୟାଦି ପ୍ରଦାନ କରାଯାଉଛି। ସେହିପରି ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ମୁଖ୍ୟ ବୀମା ସୁରକ୍ଷା, ଜଳନିଧି ଯୋଜନା, ଗଭୀର ଓ ଅଗଭୀର ନଳକୂପ ଯୋଜନା, ମୁଖ୍ୟମନ୍ତ୍ରୀ କୃଷି ଊଦ୍ୟୋଗ ଯୋଜନା, କୃଷି ଯନ୍ତ୍ରୀକରଣ ଯୋଜନା, ସୌର ଜନନିଧି ଯୋଜନା କାର୍ଯ୍ୟକାରୀ ହୋଇଛି। ଅପରପକ୍ଷରେ ଉଦ୍ୟାନ କୃଷି, ପ୍ରାଣୀ ସମ୍ପଦ ବିକାଶ, ଜଳଛାୟା ପ୍ରକଳ୍ପ, ମତ୍ସ୍ୟସମ୍ପଦରେ ଅନେକ ପ୍ରକଳ୍ପ ହାତକୁ ନିଆଯାଇଛି। ହେଲେ ଅଧିକାଂଶ ପ୍ରକୃତ ଚାଷୀ ଏହିସବୁ ଯୋଜନାରେ ସାମିଲ ହୋଇ ପାରିନାହାନ୍ତି। କେତେକ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି। ହେଲେ କେତେଜଣ ଦୁର୍ନୀତିଗ୍ରସ୍ତ ବଡ଼ବଡ଼ିଆ ଅଧିକାରୀ ଖସି ଯାଉଥିବାବେଳେ ତଳିଆ କର୍ମଚାରୀ ଫସି ଯାଉଛନ୍ତି। ଏ ସଂକ୍ରାନ୍ତରେ ଉଦ୍ୟାନ ବିଭାଗ ନିର୍ଦ୍ଦେଶାଳୟର ପ୍ରଶାସନିକ ଅଧିକାରୀ ପ୍ରିୟଙ୍କା ଦ୍ୱିବେଦୀଙ୍କ ମତାମତ ନେବାକୁ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri