Odisha Elections 2024

ଚାଷୀଙ୍କ ପରିବା, ଲାଭ ଖାଉଛନ୍ତି ବ୍ୟବସାୟୀ

ବରଗଡ଼ ଅଫିସ୍‌,୩।୭ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଏକ କୃଷିଭିତ୍ତିକ ଜିଲା। ଜିଲାରେ ଧାନ ଭଳି ଲଙ୍କାଠାରୁ ଆରମ୍ଭ କରି କୋବି, ବାଇଗଣ, ଟମାଟୋ, ପୋଟଳ, ଜହ୍ନି, କଖାରୁ, ଭେଣ୍ଡି, କଲରା, କାକୁଡ଼ି ଆଦି ପରିବା ଚାଷ ହୋଇଥାଏ। ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଚାଷୀମାନେ ଅଦା ଚାଷ ମଧ୍ୟ କରିଥାନ୍ତି। କିନ୍ତୁ ଚାଷୀ ବହୁଳ ଏହି ଜିଲାରେ ଶୀତଳ ଭଣ୍ଡାର ନାହିଁ । ଫଳରେ ଅମଳ ପରିବା ସୁରକ୍ଷିତ ରଖିବା ଚାଷୀଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡ଼େ। ଅମଳ ପରିବାକୁ କିଆରୀରୁ କିଏ ସିଧାସଳଖ ବଜାରକୁ ନେଇଥାନ୍ତି, ଆଉ କେଉଁ ଚାଷୀଙ୍କ ପରିବା କିଆରୀକୁ ଜିଲା ବାହାରୁ ବ୍ୟବସାୟୀ ପହଞ୍ଚତ୍ଥାନ୍ତି। ସଂରକ୍ଷଣ ବ୍ୟବସ୍ଥା ନ ଥିବା ଯୋଗୁ ଚାଷୀମାନେ ଅମଳ ପରିବାକୁ କମ୍‌ ଦରରେ ବିକ୍ରି କରିବାକୁ ବାଧ୍ୟ ହୋଇଥାନ୍ତି। ଏପରିକି ବିଭିନ୍ନ ସମୟରେ ପରିବା ଦର ଏତେ ତଳକୁ ଖସିଯାଇଥାଏ ଯେ, ଚାଷୀ କେତେବେଳେ ପରିବାର କିଆରୀରେ ଟ୍ରାକ୍ଟର ମଡ଼ାଇ ଦିଏ ତ ଆଉ କେତେବେଳେ ଅମଳ ପରିବାକୁ ବଜାରରେ ଢ଼ାଳି ଦେଇ ଘରକୁ ଫେରିଥାଏ। କିନ୍ତୁ ଏଭଳି ଦିନ ଆସିଥାଏ, ଚାଷୀ ଯେଉଁ ପରିବାକୁ ଶସ୍ତାରେ ବିକି ଦେଇଥାନ୍ତି, କିଛିଦିନ ପରେ ସେହି ପରିବା ଦର ଆକାଶ ଛୁଆଁ ହୋଇପଡ଼େ ଏବଂ ଚାଷୀଙ୍କ ଲାଭ ସମ୍ପୃକ୍ତ ବ୍ୟବସାୟୀଙ୍କ ହାତକୁ ଚାଲି ଯାଇଥାଏ। ବରଗଡ଼ ଜିଲାରେ ବର୍ତ୍ତମାନ ଏଭଳି ସ୍ଥିତି ଉପୁଜିଛି । ପ୍ରାୟ ସବୁ ପରିଦା ଦର ଏତେ ମହଙ୍ଗା ହୋଇଛି ଯେ ଗରିବ, ମଧ୍ୟବିତ୍ତ ଲୋକେ ସେଥିରେ ହାତ ମାରିବା ମୁସ୍କିଲ ହୋଇପଡ଼ିଛି । ଟମାଟୋ କିଲୋ ଶହେ ତଳକୁ ଖସିବାର ନାଁ ନେଉ ନ ଥିବାବେଳେ ଅଦା କିଲୋ ପ୍ରତି ୩ଶହ ଟପି ସାରିଲାଣି। ସେହିପରି ଫୁଲକୋବି ୮୦, ବାଇଗଣ ୪୦ରୁ ୬୦, ଜହ୍ନି ୬୦, କଲରା ୬୦ରୁ ୮୦, ପୋଟଳ ୬୦ରୁ ୮୦, ଭେଣ୍ଡି ୬୦ ଟଙ୍କାରେ ବିକ୍ରି ହେଉଛି। ଅନ୍ୟ ପରିବା ଦର ସେଭଳି କମ୍‌ ନୁହେଁ । ଏଭଳି ସ୍ଥଳେ ଯେଉଁ ଚାଷୀ ଶସ୍ତାରେ ପରିବା ବିକିଥିଲେ, ଆଜି ସେହି ଚାଷୀଙ୍କ କିଆରୀରେ ଆଉ ସେହି ପରିବା ନ ଥିବା ଯୋଗୁ ଚାଷୀଙ୍କୁ ମଧ୍ୟ ମହଙ୍ଗାରେ ପରିବା କିଣିବାକୁ ପଡ଼ୁଛି। ପରିବା ସଂରକ୍ଷଣ ପାଇଁ ଯଦି ଜିଲାର ବିଭିନ୍ନ ସ୍ଥାନରେ ଶୀତଳ ଭଣ୍ଡାର ଥାଆନ୍ତା, ଆଜି ପରିବା ଦର ଏଭଳି ଆକାଶଛୁଆଁ ହୋଇ ନ ଥାନ୍ତା ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି ।

 

ସଂରକ୍ଷଣ ବ୍ୟବସ୍ଥା ନ ଥିବାରୁ କ୍ଷତି ସହୁଛୁ
ପୋଟଳ, ଝୁଲେର ପରିବା ଚାଷ କରିଛି। ବର୍ତ୍ତମାନ ଅମଳ ହେଉଛି। କଲରା ଚାଷ ମଧ୍ୟ କରିଛି। ତାହା ଅମଳ ହେବାକୁ ଆଉ କିଛିଦିନ ଲାଗିବ। ଅମଳ ପରିବା ସବୁକୁ ବେପାରୀ ପାଖରେ ବିକ୍ରି କରୁଛୁ। ପୋଟଳ କିଲୋ ପ୍ରତି ୪୦ଟଙ୍କା ଏବଂ ଝୁଲେର କିଲୋ ପ୍ରତି ୯୦ଟଙ୍କାରେ ବେପାରୀମାନେ ଆମଠାରୁ କିଣୁଛନ୍ତି। କିନ୍ତୁ ଆମଠାରୁ କିଣିବା ପରେ ପୋଟଳ କିଲୋ ପ୍ରତି ୬୦ ଏବଂ ଝୁଲେର କିଲୋ ପ୍ରତି ୧୨୦ଟଙ୍କାରେ ସେମାନେ ବିକୁଛନ୍ତି। ଶୀତଳ ଭଣ୍ଡାରଟିଏ ନ ଥିବା ଯୋଗୁ ଆମ ଲାଭ ବେପାରୀ ଉଠାଉଛନ୍ତି ।
-ମହାଦେବ ମହାପାତ୍ର, ଚାଷୀ, କଲାପାଣି
କଳାବଜାର ନିୟନ୍ତ୍ରଣରେ ପ୍ରଶାସନ ଫେଲ୍‌
ଚାଷୀମାନେ ଯେତେବେଳେ ପରିବା ଉତ୍ପାଦନ କରୁଛନ୍ତି, ସେତେବେଳେ ପରିବା ଦର ୧ଟଙ୍କା, ୨ଟଙ୍କା ରହୁଛି। ଏଭଳି ସ୍ଥିତିରେ ବରଗଡ଼ କେନ୍ଦପାଲିର ଜଣେ ଚାଷୀ ଖଏନୁ ବଗର୍ତ୍ତି ଆତ୍ମହତ୍ୟା କରିଥିବାର ନଜର ରହିଛି। ସେତେବେଳେ ବିଧାନସଭା ଗୃହ କମିଟି ମୃତକଙ୍କ ଘରକୁ ଆସିଥିଲେ ଏବଂ ଜିଲାରେ ଶୀତଳ ଭଣ୍ଡାର ନିର୍ମାଣ ସପକ୍ଷରେ ମତ ରଖିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ଜିଲାରେ ସରକାରୀ ଶୀତଳ ଭଣ୍ଡାର ନାହିଁ। ତାହା ନ ଥିବା ଯୋଗୁ ପରିବା ବିକ୍ରିରେ ମଧ୍ୟ କଳାବଜାର ଚାଲିଛି ଏବଂ ଏହା ନିୟନ୍ତ୍ରଣ କରିବାରେ ପ୍ରଶାସନ ଫେଲ୍‌ ମାରିଛ।
-ହର ବଣିଆଁ, ଚାଷୀ, ସରକଣ୍ଡା
ଶୀତଳ ଭଣ୍ଡାର ପାଇଁ ରହିଛି ରିହାତି
ଜିଲାରେ ସରକାରୀ ଶୀତଳ ଭଣ୍ଡାର ନାହିଁ। କୁରୁଆଁରେ ଜଣେ ଚାଷୀଙ୍କ ଘରୋଇ ଶୀତଳ ଭଣ୍ଡାର ରହିଛି। ତେବେ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ସରକାରୀ ଯୋଜନା ରହିଛି। ନିୟନ୍ତ୍ରିତ ବଜାର କମିଟି ଗୁଡ଼ିକ ଚାହିଁଲେ ଶୀତଳ ଭଣ୍ଡାର ଗୁଡ଼ିକ ବଜାରରେ କରିପାରିବେ। ସେହିପରି ଚାଷୀମାନେ ମଧ୍ୟ ଚାହିଁଲେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଶୀତଳ ଭଣ୍ଡାର ନିର୍ମାଣ କରିପାରିବେ। ଏଥିପାଇଁ ସରକାର ସ୍ବତନ୍ତ୍ର ରିହାତି ବ୍ୟବସ୍ଥା କରିଛନ୍ତି । କିନ୍ତୁ ଶୀତଳ ଭଣ୍ଡାର ପାଇଁ ଚଳିତବର୍ଷ କେହି ଆବେଦନ କରିନାହାନ୍ତି ।
-ଅଶୋକ କୁମାର ଅମାତ, ମୁଖ୍ୟ ଜିଲା କୃଷି ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ହିଂସା ହେବା ଆଶଙ୍କା ନେଇ କନ୍ଧମାଳ ଜିଲାରେ ୧୪୪ ଧାରା ଜାରି କଲା ପ୍ରଶାସନ

ଦାରିଙ୍ଗବାଡି,୧୬।୫: (ଅରୁଣ ସାହୁ): କନ୍ଧମାଳ ଜିଲାରେ କୌଣସି ନିର୍ବାଚନୀ ହିଂସା ହେବା ଆଶଙ୍କାରେ ଜିଲା ପ୍ରଶାସନ ପକ୍ଷରୁ ଧାରା ୧୪୪ ଜାରି କରାଯାଇଛି । ଏହି...

ବାଇକ୍‌ ଧକ୍କାରେ ୨ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ରାୟଗଡ଼ା,୧୬।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୃଷ୍ଣନଗରଠାରେ ଗୁରୁବାର ବାଇକ୍‌ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକଙ୍କ ମଧ୍ୟରୁ...

ସର୍ଚ୍ଚ ଅପରେଶନ ବେଳେ ବଡ଼ ସଫଳତା, ଧରାପଡ଼ିଲେ ୫ ମାଓବାଦୀ

ମାଲକାନଗିରି,୧୬ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ଦାନ୍ତଓ୍ବୋଡା ଜିଲା ପୋଲିସ ଦ୍ୱାରା ଜଣେ ମହିଳା ମାଓବାଦୀଙ୍କ ସହ ୫ ମାଓବାଦୀଙ୍କୁ ଗୁରୁବାର ଗିରଫ କରାଯାଇଛି। ଗିରଫ ମାଓବାଦୀମାନେ ମଙ୍ଗଳୀ...

ଅନଲାଇନ୍‌ ଗେମ୍‌ ନେଲା ଯୁବକଙ୍କ ଜୀବନ

କୋରୁକୋଣ୍ଡା,୧୬।୫(ଅବିନାଶ ବେହେରା): ଅନଲାଇନ୍‌ ଗେମ୍‌ ଖେଳି ଜୀବନ ହାରିଲେ ଯୁବକ। ଏପରି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଏମ୍ଭି-୨୮...

ବିଶାଳ ରୋଡ ଶୋ’ରେ ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ, ଏମ୍‌ପି ପ୍ରାର୍ଥୀ ଧନୁର୍ଜୟ

ପାଟଣା,୧୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଚମ୍ପୁଆ ବ୍ଲକ ଜଜପଶି , ଝୁମ୍ପୁରା ବ୍ଲକ ଉଖୁଣ୍ଡାରୁ ଗୁରୁବାର ସକାଳୁ ବିଜେଡିର ବିଶାଳ ବାଇକ...

‘ଦେଶ ବଞ୍ଚାଇବାକୁ ହେଲେ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ପଡ଼ିବ’

ଫୁଲବାଣୀ,୧୬।୫(ରାକେଶ କୁମାର ରାଉତ): ଦୀର୍ଘ ବର୍ଷ ହେଲା ଏଠି ଗୋଟିଏ ସରକାର ରହିଛି। ଯେଉଁ ଦଳ ଶାସନ କରୁଛି ତାହାକୁ ଭାଜପା ସୃଷ୍ଟି କରିଥିଲା। ଆଜି...

ଭୋଟରଙ୍କୁ ଏସବୁ ପ୍ରତିଶ୍ରୁତି ଦେଲେ ନଡ୍ଡା, କହିଲେ ଭାଜପା ସରକାର ଆସିଲେ…

ପଦ୍ମପୁର,୧୬ା୫(ପ୍ରଦୀପ୍ତ ଦାଶ): ସଶକ୍ତ ଭାରତ ସହିତ ସମୃଦ୍ଧ ଓଡ଼ିଶା ପାଇଁ ଡବଲ ଇଞ୍ଜିନ ସରକାର ଦରକାର ବୋଲି ଗୁରୁବାର ବରଗଡ଼ ଜିଲାର ପଦ୍ମପୁରରେ ବିଶାଳ ଜନସଭାରେ...

ପ୍ରଚାରରେ କମ୍ପୁଛି ଗାଁରୁ ସହର: ଦଳ ନୁହେଁ ପ୍ରାର୍ଥୀଙ୍କୁ ଦେଖି ଅଞ୍ଚଳର ବିକାଶ ପାଇଁ ମତଦାନ କରିବାକୁ ପ୍ରୟାସ

ବାଲିଗୁଡା:୧୬/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ମଇ ୨୦ ତାରିଖରେ ହେବାକୁ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri