୫ଦିନ ଯାଏ ବିଜୁଳି, ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର,୧୭ା୩(ଅନୁରାଧା ମହାରଣା)ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଅଧିକ ରହୁଥିବାବେଳେ ବର୍ଷା କାରଣରୁ ଉପକୂଳ ଜିଲାଗୁଡ଼ିକରେ ତାତିରୁ ଆଶ୍ୱସ୍ତି ମିଳିଛି। ତେବେ ଆସନ୍ତା ୫ଦିନ ଯାଏ ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ୩ଦିନ ପାଇଁ ରାଜ୍ୟର ଅଧାରୁ ଅଧିକ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଥିବାବେଳେ ୨୦ ତାରିଖ ପାଇଁ ରାଜ୍ୟରେ ପ୍ରାୟ ୮ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ରହିଛି। ଅନ୍ୟପଟେ ଘଡ଼ଘଡ଼ି ଓ ବିଜୁଳି ଡର ରହିଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏଥିରୁ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦିଆଯାଇଛି।
ଗତ କିଛିଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୩୯ ଡିଗ୍ରୀ ଉପରେ ରହୁଥିବାବେଳେ ଶନିବାର ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୩୭.୭ ଡିଗ୍ରୀ ରହିଥିଲା। ଏହାସହ ରାଜ୍ୟର ଅଧିକାଂଶ ଜିଲାରେ କିଛି ସ୍ଥାନରେ ବର୍ଷା ରେକର୍ଡ ହୋଇଛି। ରବିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ଦେବଗଡ଼, ସମ୍ବଲପୁର, ସୋନପୁର, କୋରାପୁଟ୍‌ ଓ ରାୟଗଡ଼ା ଆଦି ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବିଜୁଳି ଓ ଘଡ଼ଘଡ଼ିର ସମ୍ଭାବନା ରହିଛି। ସୋମବାର ମଧ୍ୟ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ନିଂ ରହିଛି। ତେବେ ମଙ୍ଗଳବାର ରାଜ୍ୟର ପ୍ରାୟ ୮ଟି ଜିଲାରେ ବିଜୁଳି ଓ ଘଡ଼ଘଡ଼ିର ପ୍ରଭାବ ଅଧିକ ରହିବ। ଏଥିସହ ୪୦ରୁ ୫୦ କିମି ବେଗରେ ପବନ ବୋହିବ। ଏହିସବୁ ଜିଲାଗୁଡ଼ିକ ମଧ୍ୟରେ କେନ୍ଦୁଝର, ମୟୁରଭଞ୍ଜ, ଦେବଗଡ଼, ଅନୁଗୁଳ, ଯାଜପୁର, ଢ଼େଙ୍କାନାଳ, ବାଲେଶ୍ୱର, ଭଦ୍ରକ ଆଦି ଜିଲା ରହିଛି। ବିଜୁଳି ଓ ଘଡ଼ଘଡ଼ି ବିପଦରୁ ସୁରକ୍ଷିତ ରହିବା ପାଇଁ ପକ୍କାଘରେ ଆଶ୍ରୟ ନେବା ଓ ବିଦ୍ୟୁତ୍‌ ଖୁଣ୍ଟଠାରୁ ଦୂରରେ ରହିବାକୁ କୁହାଯାଇଛି। ବର୍ଷା ସମୟରେ ଗଛତଳେ ଆଶ୍ରୟ ନେବାକୁ ବାରଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଶନିବାର ସକାଳ ୮ଟାରୁ ବିଦ୍ୟୁତ୍ କାଟ୍: ଏସବୁ ଅଞ୍ଚଳରେ ୬ ଘଣ୍ଟା ବନ୍ଦ ରହିବ ବିଦ୍ୟୁତ୍ ସେବା

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଡିଭିଜନ୍-୨ ଗ୍ରୀଡ୍ ଅନ୍ତର୍ଗତ ୧୧କେଭି ଟେଲିଫୋନ୍ ଏକ୍ସଚେଞ୍ଜ୍ ଫିଡର୍ରେ ଜରୁରୀକାଳୀନ ମରାମତି କାର୍ଯ୍ୟ ଯୋଗୁ ଆସନ୍ତାକାଲି (ଶନିବାର) ସକାଳ ୮ଟାରୁ ଅପରାହ୍ନ ୨ଟା…

ବର୍ଷୀୟାନ ସଂଗଠକଙ୍କୁ ଝୁରୁଛି ଗାଁ ମାଟି ….

ପାଟଣା,୨୮/୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଂଚାୟତ ମଲ୍ଲି ପୋଷି ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଓ ବିଶିଷ୍ଟ ସଂଗଠକ ରବୀନ୍ଦ୍ର ବେଜଙ୍କ…

“କାମ କର, ନଚେତ୍ ଅନ୍ୟପାଇଁ ବାଟ ଛାଡ଼”: କଡ଼ା ଚେତାବନୀ ଦେଇ…

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପ୍ରଦେଶ ଏବଂ ଜାତୀୟ ସ୍ତରର ପ୍ରମୁଖ ଦଳୀୟ…

ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନ କଲେ ଜିଲାସ୍ତରୀୟ ଟିମ୍‌

ଛତ୍ରପୁର,୭ା୮(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ଶ୍ରୀକାନ୍ତ ସାହୁ ନେତୃତ୍ୱରେ ଏକ ଜିଲାସ୍ତରୀୟ…

ଝିଲିମିଣ୍ଡା ପାଇଁ ଗୌରବ ଆଣିଲେ ରାମ ମେହେର

ଅତାବିରା,୭ା୮ (ଯୁଧିଷ୍ଠିର ମହାପାତ୍ର): ଜାତୀୟ ହସ୍ତତନ୍ତ ଦିବସ ଅବସରରେ ବରଗଡ଼ ଜିଲା ପାଇଁ ଆସିଛି ଗର୍ବର ମୁହୂର୍ତ୍ତ। ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମର ବିଶିଷ୍ଟ ହସ୍ତତନ୍ତ…

ଭଞ୍ଜନଗରରେ ପ୍ରବଳ ବର୍ଷା: ଜନଜୀବନ ଅସ୍ତବ୍ୟସ୍ତ, କୁଲାଡରେ ଗୁହାଳ ଘର ଭୁଶୁଡ଼ି ୧୫ରୁ ଅଧିକ ଛେଳି ମୃତ

ଭଞ୍ଜନଗର,୭।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବିଗତ କିଛି ଦିନ ହେବ ଅପରାହ୍ନ ଏବଂ ରାତିରେ ଲାଗିରହିଥିବା ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।…

ଜିଆର୍‌ପି କନଷ୍ଟେବଳ ସୌମ୍ୟ ହତ୍ୟା ମାମଲା: ପ୍ରମାଣ ଅଭାବରୁ ୬ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର,୭।୮: ଚର୍ଚ୍ଚିତ ଜିଆର୍‌ପି (GRP) କନଷ୍ଟେବଳ ସୌମ୍ୟ ରଞ୍ଜନ ମହାପାତ୍ର ହତ୍ୟା ମାମଲାରେ କୋର୍ଟଙ୍କ ପକ୍ଷରୁ ୬ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଯାଇଛି। ଏହି ମାମଲାରେ ପୂର୍ବରୁ…

ଜିଲା ପରିଷଦ ସୋମନାଥଙ୍କ ଉଦ୍ୟମ ସଫଳ ହେଲା, ବଉଳା ନାଳ ଉପରେ ପୋଲ ନିର୍ମାଣ ପାଇଁ ମିଳିଲା ଅନୁମତି

ହାଟଡିହୀ/ଛେନାପଦୀ,୭।୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କେ. ବାଲିପାଳ ପଞ୍ଚାୟତ ଏବଂ ମୟୂରଭଞ୍ଜ ଜିଲାର କିଛି ଅଞ୍ଚଳକୁ ଯୋଗାଯୋଗ ପାଇଁ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri