କୋହଲା ପାଗକୁ ହାଲୁକା ବର୍ଷା

ଭୁବନେଶ୍ୱର, ୨୨।୧(ଅସମାପିକା ସାହୁ): ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଛି। ଗୁରୁଚାପ ବଳୟ ପ୍ରଭାବରେ ସାରା ରାଜ୍ୟରେ କୋହଲା ପାଗ ଲାଗି ରହିଛି। ଉତ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ମଧ୍ୟ ହୋଇଛି। ରବିବାର ଭୁବନେଶ୍ୱର, କଟକ, ପୁରୀ, ପାରାଦୀପ, ଚାନ୍ଦବାଲି, ଭଦ୍ରକ, ସମ୍ବଲପୁର, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ବରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲାରେ ପାଗ ମେଘୁଆ ରହିବା ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛ। ରବିବାର ଭଦ୍ରକରେ ସର୍ବାଧିକ ୧୨ମିମି ବର୍ଷା ହୋଇଥିବାବେଳେ ବାଲେଶ୍ୱର ୧୦.୬, ପାରାଦୀପ ୪, ସମ୍ବଲପୁର ୫.୯, ବରଗଡ଼ ୫.୨, ଖୋର୍ଦ୍ଧା ୫, ତାଳଚେରରେ ୪ ମିମି ବର୍ଷା ରେକର୍ଡ କରାଯାଇଛି। ସେପଟେ ବର୍ଷା, କୋହଲା ପାଗ ସହ ଘନକୁହୁଡ଼ି ରାଜ୍ୟ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଆସନ୍ତା ୩ଦିନ ପର୍ଯ୍ୟନ୍ତ ଏପରିସ୍ଥିତି ଲାଗି ରହିବ। ଘନ କୁହୁଡି ପାଇଁ ସୋମବାର ୧୩ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି ହୋଇଥିବାବେଳେ ମଙ୍ଗଳବାରରୁ ବୁଧବାର ସକାଳ ପର୍ଯ୍ୟନ୍ତ ୧୦ଜିଲାକୁ ସତର୍କ କରାଯାଇଛି। ସୋମବାର ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ଅନୁଗୋଳ, ଢେଙ୍କାନାଳ, କଟକ ଓ ଜଗତସିଂହପୁର ଆଦି ଜିଲାକୁ ଘନ କୁହୁଡ଼ି ନେଇ ସତର୍କତା ଜାରି କରାଯାଇଛି। ବାୟୁ ମଣ୍ଡଳରେ ଜଳୀୟବାଷ୍ପ ପରିମାଣ ଅଧିକ ଥିବାରୁ ଘନ କୁହୁଡ଼ି ଅନୁଭୂତ ହେଉଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଦିନରେ ଛାନ୍‌ଭିନ: ନବଙ୍କୁ ବାଜିଥିବା ଗୁଳି ଏ ଯାଏ ମିଳିନି: କ୍ରାଇମବ୍ରାଞ୍ଚ

ଝାରସୁଗୁଡ଼ା,୨୦।୩(ଆଶିଷ ରଞ୍ଜନ ଦାଶ): ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ୨ଜଣିଆ ଟିମ୍‌ ଗୁରୁବାର ୩ୟ ଦିବସରେ ଝାରସୁଗୁଡା ମୁଖ୍ୟ...

୨ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ାଉ: ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ

ପାରଳାଖେମୁଣ୍ଡି,୨୦ା୩(ଗିରିଧାରୀ ପରିଛା): ପାରଳାଖେମୁଣ୍ଡିର ଦୁଇ ପ୍ରତିଷ୍ଠିତ ବ୍ୟବସାୟୀ ତିରୁପତି ସାହୁକାର ଓ ଲୋକେଶ୍ୱର ସାହୁକରଙ୍କ ଘରେ ଗୁରୁବାର ଆୟକର ବିଭାଗ ଚଢ଼ାଉ କରିଛି। ଉଭୟେ ଆୟକର...

ଓଡ଼ିଶାର ଜୀବନ୍ତ ପରିଚୟ ହେଉଛି ସମ୍ବଲପୁରୀ ଶାଢ଼ୀ: ଦାସ ବେନୁହୁର୍‌

ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ): ସମ୍ବଲପୁରୀ ବସ୍ତ୍ରାଳୟ ସାରା ଭାରତବର୍ଷରେ ଏକ ଅଲୌକିକ ସଂସ୍ଥା। ଓଡ଼ିଶାର ଜୀବନ୍ତ ପରିଚୟ ହେଉଛି ସମ୍ବଲପୁରୀ ଶାଢ଼ୀ। ପ୍ରତ୍ୟେକ ବୁଣାକାର ହେଉଛନ୍ତି ଜଣେ...

୩୮ଲକ୍ଷ ଟଙ୍କା ହେର୍‌ଫେର: ପିଇଓଙ୍କୁ ଉଠାଇନେଲା ଭିଜିଲାନ୍ସ

ବ୍ରହ୍ମପୁର/ଦିଗପହଣ୍ଡି,୨୦।୩(ସୁବାସ ଚନ୍ଦ୍ର ପାଢ଼ୀ/ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ପଞ୍ଚାୟତକୁ ଆସିଥିବା ସରକାରୀ ଟଙ୍କା ହେରଫେର୍‌ ଅଭିଯୋଗ ହୋଇଛି। ସରପଞ୍ଚଙ୍କ ଅଜାଣତରେ...

ଶୁକ୍ରବାରଠାରୁ ସକାଳୁଆ ସ୍କୁଲ: ଗଣଶିକ୍ଷା ପକ୍ଷରୁ ଆସିଲା ବଡ଼ ଅପଡେଟ୍‌

ଭୁବନେଶ୍ୱର,୨୦।୧: ରାଜ୍ୟରେ କ୍ରମାଗତ ତାପମାତ୍ରା ବୃଦ୍ଧି ପାଉଛି। ପିଲାମାନେ ଖରା ସମୟରେ ସ୍କୁଲ ଯାଇ ପାଠପଢ଼ିବା ସମ୍ଭବ ହେଉନାହିଁ। ତେଣୁ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ...

ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ: କହିଲେ,ପ୍ରକୃତରେ ଖୁବ ଶାନ୍ତିଦାୟକ

ଭୁବନେଶ୍ୱର,୨୦।୩: ଓଡ଼ିଆ ଜାତିର ଜୀବନଶୈଳୀରେ ଅଭିନ୍ନ ଅଂଶ ପଖାଳ। ଆଜି ଚାରିଆଡେ ‘ପଖାଳ ଦିବସ’ ପାଳନ କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ମୋବାଇଲ ଟାଓ୍ବାରକୁ ଚଢ଼ି ଜୀବନ ହାରିଲେ ଯୁବକ

ସଇଁତଲା,୨୦।୩(ରାଖାଲ ପ୍ରସାଦ ଶତପଥି): ବଲାଙ୍ଗୀର ଜିଲା ସଇଁତଲା ଥାନା ଅଧୀନ କଅଁସର ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଜଣେ ଯୁବକ ମୋବାଇଲ ଟାଓ୍ବାରରେ ଚଢ଼ି...

କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ଘୋଷଣା: ଓଡ଼ିଶାରେ ଖୋଲିବ ସେଣ୍ଟର ଅଫ ଏକ୍ସେଲେନ୍ସ

ଭୁବନେଶ୍ୱର,୨୦।୩:ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କେନ୍ଦ୍ର ଦକ୍ଷତା ବିକାଶ ଓ ଔଦ୍ୟୋଗିକତା ତଥା ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଜୟନ୍ତ ଚୌଧରୀ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri