ନିଅଣ୍ଟିଆ ବର୍ଷା: ଜମି ପଡ଼ିଆ

ମାର୍ଶାଘାଇ,୮ା୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): ଆଷାଢ଼, ଶ୍ରାବଣ ଯାଇ ଭାଦ୍ରବ ହେଲାଣି କାଁ ଭାଁ କେମିତି କେତେବେଳେ ବର୍ଷା ହେଊଛି ଯେ ତାହା କାମକୁ ନୁହେଁ। କିଭଳି ଚାଷ କାର୍ଯ୍ୟହେବ, ବର୍ଷକର ଦାନା ଘରକୁ ଆସିବ ସେ ଚିନ୍ତାରେ ଚାଷୀ ପଡିଛନ୍ତି। ମାର୍ଶାଘାଇ ବ୍ଲକର ଜଳସେଚିତ ଜମିରେ ଧୀର ମନ୍ଥର ଗତିରେ ଚାଷ କାର୍ଯ୍ୟ ଚାଲିଥିବା ବେଳେ ଅଣଜଳସେଚିତ ଜମି ଏବେ ଚାରଣ ଭୂମି ପାଲଟିଛି। ଯେଉଁଟି ଖାଲୁଆ ଜାଗାରେ ଟିକେ ପାଣି ରହିଛି ସେଠାରେ ମୋଟର ପକାଯାଇ କିଛି ଜମିରେ ରୁଆ ବେଉଷଣ ହେଊଛି।
ଚଳିତବର୍ଷ ନିଅଣ୍ଟିଆ ବର୍ଷା ସାଙ୍ଗକୁ ବ୍ରାଞ୍ଚ କେନାଲରେ ଆବଶ୍ୟକ ପରିମାଣର ପାଣି ନ ଆସିବାରୁ କେନାଲ ପାଖ ଚାଷବାସ ଧୀମେଇ ଯାଇଛି। କୃଷି ବିଭାଗ ସୂଚନା ଅନୁଯାୟୀ, ବ୍ଲକର ୨୪ ପଞ୍ଚାୟତରେ ମୋଟ ୧୧,୪୧୬ ହେକ୍ଟର ଚାଷ ଜମି ରହିଛି। ସେଥିରୁ ୮,୭୦୦ ହେକ୍ଟର ଜମିରେ ଧାନ ଚାଷ ହେଉଥିବା ବେଳେ ଅବଶିଷ୍ଟ ଜମିରେ ପନିପରିବା, ଚିନା ବାଦାମ, ଆଖୁ, ନଳିତା ଆଦି ଚାଷ କରାଯାଏ। ବ୍ଲକର ମୋଟ ୭,୯୬୧ ହେକ୍ଟର ଜଳସେଚିତ ଜମି ରହିଛି। ବ୍ଲକର ଅନ୍ତେଇ, ବଟିରା, ମଙ୍ଗରାଜପୁର, ବେରୁହଁା, ତାଳସଙ୍ଗା, ଗରଜଙ୍ଗା, ପରକୁଳା, ରାଘବପୁର, ଆଖୁଆ ଦକ୍ଷିଣୀ, ଜଳପୋକ, ଆଈତିପୁର ଆଦି ପଞ୍ଚାୟତ ଅଣଜଳସେଚିତ ହୋଇଥିବା ବେଳେ ନିଅଣ୍ଟିଆ ବର୍ଷା ଯୋଗୁ ରୁଆ ବେଉଷଣ କାର୍ଯ୍ୟ ବିଳମ୍ବିତ ହୋଇଛି। ନିକଟରେ ବଛରାଉ ପଞ୍ଚାୟତରେ କେନାଲ ରେ ପାଣି ଆସୁ ନ ଥିବା ନେଇ ରମାନାଥ ସାମନ୍ତରାୟଙ୍କ ନେତୃତ୍ୱରେ ଶତାଧିକ ଚାଷୀ ରାସ୍ତାରୋକୋ କରିଥିଲେ। ଯେଉଁଠି ଏ ସମୟରେ ଚାଷଜମି ଶସ୍ୟ ଶ୍ୟାମଳା ହେବା କଥା ତାହା ଏବେ ଚାରଣ ଭୂମି ପାଲଟିଛି। ମାର୍ଶାଘାଇ ବ୍ଲକ ଅଞ୍ଚଳ ଏକ କୃଷି ପ୍ରବଣ ଅଞ୍ଚଳରେ ଚାଷ ଏକ ମାତ୍ର ପନ୍ଥା ହୋଇଥିବା ବେଳେ ନିଅଣ୍ଟିଆ ବର୍ଷା ଚାଷୀର ବର୍ଷକର ଆହାର ଛଡାଇ ନେବାର ଆଶଙ୍କା ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନକାରୀ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ପୋଲିସ ଅଫିସରଙ୍କ ବଦଳି

ନୂଆଦିଲ୍ଲୀ,୨୭ା୭:ଗତ ୨୦ ତାରିଖରେ ସିଜେପିର ‘ଚଲୋ ସଂସଦ’ ଅଭିଯାନ ବେଳେ ଆନ୍ଦୋଳନରତ ଜଣେ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ଦିଲ୍ଲୀର ଜଣେ ବରିଷ୍ଠ ପୋଲିସ ଅଫିସରଙ୍କୁ ଯନ୍ତରମନ୍ତର ବିକ୍ଷୋଭ…

ପ୍ରହ୍ଲାଦ ନାଟକ ନୃତ୍ୟଗୁରୁ ପଦ୍ମଶ୍ରୀ ସୀମାଞ୍ଚଳଙ୍କୁ ଭେଟିଲେ ବିଧାୟକ: ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ..

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହ୍ଲାଦ ନାଟକର ହିରଣ୍ୟକଶ୍ୟପ ରଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ ତଥା…

କାଗଜ ପତ୍ର ନ ଥାଇ ଚାଲୁଥିଲା ବସ୍‌: ଧରିଲା ପରିବହନ ବିଭାଗ, ଏତିକି ଟଙ୍କା ଜୋରିମନା

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୌଣସି ସଠିକ କାଗଜ ପତ୍ର ନଥାଇ ଗାଡି ଚଳାଇବା ଏକ ବସକୁ ପଡିଛି ମହଙ୍ଗା। ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ…

ନଇଁଲେ ସମ୍ରାଟ ସରକାର: ଛାତ୍ରଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର

ପାଟନା,୨୭।୭: NEET ପେପର୍‌ ଲିକ ନେଇ ହୋଇଥିବା ପ୍ରତିବାଦ ପରେ ବିହାର ସରକାର ସମସ୍ତ ସମ୍ପର୍କିତ ମାମଲା ପ୍ରତ୍ୟାହାର କରିବାକୁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ସୋମବାର…

ବଲାଙ୍ଗୀରରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ, ୫ ଲକ୍ଷ ୨ ହଜାର ସ୍ୱାକ୍ଷର ସମ୍ବଳିତ ପ୍ରାର୍ଥନାପତ୍ର…

ବଲାଙ୍ଗୀର,୨୭।୭(ସୁନିଲ କୁମାର ମହାନ୍ତି): ଗୋମାତାଙ୍କ ସେବା, ସୁରକ୍ଷା ଓ ସମ୍ମାନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସାରା ଦେଶରେ ଚାଲିଥିବା ଗୋ ସମ୍ମାନ ଆହ୍ୱାନ ଅଭିଯାନର ପ୍ରଭାବ ବଲାଙ୍ଗୀରରେ…

CJP ଅଲ୍ଟିମେଟମ୍‌ରେ ସରକାର ଛାନିଆ: ନେଲେ ବଡ଼ ଆକ୍ସନ

ନୂଆଦିଲ୍ଲୀ,୨୭।୭: ନିଟ୍‌ ପ୍ରତିବାଦକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କକ୍ରୋଚ ଜନତା ପାର୍ଟି (CJP) ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗର ସରକାର ବିଚାର କରିଛନ୍ତି। ସରକାର ସେହି…

ସରକାରୀ ଛୁଟି ନଥାଇ ସ୍କୁଲରେ ତାଲା, ଘରକୁ ଫେରିଆସିଲେ ପିଲା

ଲାଞ୍ଜିଗଡ଼,୨୭।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କମଲେଇ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି ।…

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO

ପାରଳାଖେମୁଣ୍ଡି,୨୭।୭(ଗିରିଧାରୀ ପରିଛା) : ବହୁଚର୍ଚ୍ଚିତ ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଇନର ଫାଶରେ ଛନ୍ଦି ହୋଇଛନ୍ତି ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri