ଆଲୋକ ପ୍ରଦୂଷଣ ଯୋଗୁ କମିବ ମଶାଙ୍କ ଆୟୁଷ

ଓ୍ବାଶିଂଟନ୍‌, ୧୨।୪: ଶୀତଋତୁରେ ମଶା ନିଷ୍କ୍ରିୟ ହୋଇପଡ଼ନ୍ତି। ଫଳରେ ଶୀତଦିନେ ମଶା କାମୁଡ଼ାରୁ ସାମାନ୍ୟ ଆଶ୍ୱସ୍ତି ମିଳିଥାଏ। କିନ୍ତୁ ସହରାଞ୍ଚଳରେ ବଢ଼ୁଥିବା ଆଲୋକ ପ୍ରଦୂଷଣ ଯୋଗୁ ଏଣିକି ଶୀତ ଋତୁରେ ମଧ୍ୟ ମଶା ପୂର୍ବ ପ୍ରକାରେ ସକ୍ରିୟ ରହିବେ। ସ୍ତନ୍ୟପାୟୀ ଏବଂ ଅନ୍ୟ ଜୀବଜନ୍ତୁ ମଶା କାମୁଡ଼ାରୁ ଆଉ ରକ୍ଷା ପାଇବେ ନାହିଁ ବୋଲି ଆମେରିକାର ଓହିଓ ଷ୍ଟେଟ୍‌ ୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି। ଫଳରେ ମଶାଙ୍କ ଆୟୁଷରେ ହ୍ରାସ ଘଟିବ ବୋଲି ବିଶେଷଜ୍ଞ ଓଲ୍‌କୋଫ୍‌ କହିଛନ୍ତି।

ନିକଟରେ ଜର୍ନାଲ୍‌ ‘ଇନ୍‌ସେକ୍ଟସ୍‌’ରେ ଅଧ୍ୟୟନ ସମ୍ପର୍କିତ ବିସ୍ତୃତ ବିବରଣୀ ପ୍ରକାଶ ପାଇଛି। କୃତ୍ରିମ ଆଲୋକ ଦ୍ୱାରା ମଶାଙ୍କ ବ୍ୟବହାର ପରିବର୍ତ୍ତନ ଲକ୍ଷ୍ୟ କରିଥିବା ବିଶେଷଜ୍ଞମାନେ କହିଛନ୍ତି। ମଶାଙ୍କଠାରେ ଦେଖାଯାଉଥିବା ପରିବର୍ତ୍ତନ ଭିନ୍ନ ଭିନ୍ନ ଋତୁ ପାଇଁ ଅଲଗା ହୋଇଥାଏ। ମଶା କାମୁଡ଼ିବା ଯୋଗୁ ଓ୍ବେଷ୍ଟ ନିଲେ ଭୂତାଣୁ ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି। ବିଶେଷ କରି ମଶାଙ୍କ ଜରିଆରେ ଓ୍ବେଷ୍ଟ ନିଲେ ଭୂତାଣୁ ଅଧିକମାତ୍ରାରେ ବ୍ୟାପିଥାଏ। ଆମେରିକାର ଲୋକେ ଏହି ଭାଇରସ୍‌ ଦ୍ୱାରା ଅଧିକମାତ୍ରାରେ ଆକ୍ରାନ୍ତ ହେଉଥିବା ଅଧ୍ୟୟନର ବରିଷ୍ଠ ବିଶେଷଜ୍ଞ ମେଗାନ ମେଉଟି କହିଛନ୍ତି। ଶୀତଦିନର ଆଗମନରେ ମଶା ଖାଇବାକୁ ପାଇ ନ ଥାନ୍ତି। ରକ୍ତ ନ ଖାଇବାରୁ ମାଈ ମଶା ଦେହରେ ଡିମ୍ବାଣୁ ସୃଷ୍ଟି ହୋଇପାରେ ନାହିଁ। କିଛି ମଶା ଓ୍ବେଷ୍ଟ ନିଲେ ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ପଶୁ କିମ୍ବା ପକ୍ଷୀଙ୍କ ରକ୍ତ ଶୋଷି ଖାଇବା ଫଳରେ ସେମାନେ ସଂକ୍ରମିତ ହୋଇଯାଆନ୍ତି।

ପରବର୍ତ୍ତୀ ସମୟରେ ସେମାନେ ଯେତେବେଳେ ଅନ୍ୟ ଜୀବ, ଘୋଡ଼ା ଓ ସ୍ତନ୍ୟପାୟୀଙ୍କୁ କାମୁଡନ୍ତି ସେମାନେ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥାନ୍ତି। କୃତ୍ରିମ ଆଲୋକ ଫଳରେ କେବଳ ମଶା ନୁହେଁ ଅନ୍ୟ କୀଟପତଙ୍ଗଙ୍କ ଜୀବନଶୈଳୀ ମଧ୍ୟ ପ୍ରଭାବିତ ହୋଇଥିବା ଅଧ୍ୟୟନରୁ ଜଣାପଡ଼ିଛି। ଶୀତଦିନେ କାର୍ବୋହାଇଡ୍ରେଡ୍‌ ସୁଗାର ମଶାଙ୍କୁ ମୁଖ୍ୟ ଖୋରାକ ହୋଇଥାଏ।ଶୀତଦିନକୁ ଛାଡ଼ିଦେଲେ ଅନ୍ୟ ସବୁ ଋତୁରେ ମଶାମାନେ ସ୍ତନ୍ୟପାୟୀମାନଙ୍କୁ କାମୁଡ଼ୁଥିବାବେଳେ ଏଣିକି ଶୀତଦିନେ ମଧ୍ୟ ସେମାନେ ମଶା କାମୁଡ଼ାରୁ ରକ୍ଷା ପାଇବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟିଏମସିର ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇପାରିବେ ମମତା, ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି

କୋଲକାତା,୯।୭: ମମତା ବାନାର୍ଜୀଙ୍କ ଦଳ, ତୃଣମୂଳ କଂଗ୍ରେସ (TMC)କୁ କୋଲକାତା ହାଇକୋର୍ଟରୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ମିଳିଛି । ଦୈନନ୍ଦିନ ଖର୍ଚ୍ଚ ପୂରଣ କରିବା ପାଇଁ କୋର୍ଟ ଟିଏମସିକୁ…

ଅନ୍ଧକାର ଆଡକୁ ଯାଉଛି ଭାରତୀୟ କ୍ରିକେଟର୍‌ ଭବିଷ୍ୟତ: ବିସ୍ଫୋରକ ବୟାନ ଦେଲେ ପୂର୍ବତନ କ୍ରିକେଟ୍‌ର

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ଭାରତୀୟ କ୍ରିକେଟ୍‌ ଦଳର ବର୍ତ୍ତମାନର ରଣନୀତି ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ…

ବଙ୍ଗରେ ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର, ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଲା ମୃତଦେହ

କୋଲକାତା,୯।୭: ପଶ୍ଚିମବଙ୍ଗର ବାରୁଇପୁରରେ ଜଣେ ନିର୍ଦ୍ଦୋଷ ଶିଶୁ ଉପରେ ହୋଇଥିବା ନିର୍ମମ ଆକ୍ରମଣ ପରେ, ପୂର୍ବ ବର୍ଦ୍ଧମାନ ଜିଲାରୁ ଗଣବଳାତ୍କାରର ଏକ ଘଟଣା ସାମ୍ନାକୁ ଆସିଛି। ଦିୱାନ-ଦିଘି…

ସରକାରୀ କାର୍ଯ୍ୟରେ ଅନ୍ୟ ସମ୍ପ୍ରଦାୟକୁ ଯାଇ ବାସନ୍ଦର ଶିକାର ହେଲେ ଆଶାକର୍ମୀ

ପାରଳାଖେମୁଣ୍ଡି,୯ା୭(ଗିରିଧାରୀ ପରିଚ୍ଛା):ସରକାରୀ ସ୍ବାସ୍ଥ୍ୟସେବା ଓ କଲ୍ୟାଣମୂଳକ ଯୋଜନା ସମସ୍ତଙ୍କ ପାଖରେ ପହଞ୍ଚାଇବାରେ ଆଶାକର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ହେଲେ ସେହି ଦାୟିତ୍ୱ ପାଳନ କରିବାକୁ ଯାଇ ଜଣେ…

ଟ୍ରେକିଂ ପାଇଁ ଯାଇ ମାଲ୍ୟଗିରି ପାହାଡ଼ରେ ଫସିଯାଇଥିଲେ ୩ ଯୁବକ, ୨୫ ଫୁଟ ଘାଇରୁ….

ପାଳଲହଡା,୯ା୭(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଳଲହଡା ମାଲ୍ୟଗିରି ପାହାଡକୁ ଟ୍ରେକିଂ କରିବାକୁ ଯାଇ ଫସି ରହିଥିବା ୩ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ…

‘We Will Kill Trump…’,ପ୍ରତିଶୋଧର ନିଆଁ! ଖାମେନେଇଙ୍କ ଅନ୍ତିମ ସଂସ୍କାର ଭୂମିରୁ ଟ୍ରମ୍ପଙ୍କୁ ମୃତ୍ୟୁ ଧମକ

ତେହରାନ,୯ା୭: ଆମେରିକା ଇରାନର ଆଠଟି ସହର ଉପରେ ଆକ୍ରମଣ କରିଛି । ପ୍ରତିଶୋଧ ସ୍ୱରୂପ, ତେହରାନ ବାହାରିନ ଏବଂ କୁୱେତରେ ଥିବା ଅନେକ ସାମରିକ ଘାଟିକୁ ଟାର୍ଗେଟ…

ଝିଆରୀଙ୍କୁ ବଳାତ୍କାର କଲେ ଦାଦା: ଘରେ କେହି ନ ଥିବାବେଳେ…

ଭଦ୍ରକ,୯ା୭(ସନାତନ ରାଉତ): ନାବାଳିକା ଝିଆରୀଙ୍କୁ ବଳାତ୍କାର ଅଭିଯୋଗରେ ସମ୍ପର୍କୀୟ ଦାଦାଙ୍କୁ ପୋଲିସ ଗିରଫ କରିଛି। ଏପରି ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଞ୍ଚଳରେ। ରଜ ସମୟରେ…

ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ: ଖୋଲିଲା ୪ ସ୍ଲୁଇସ ଗେଟ

ସମ୍ବଲପୁର,୯।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri