ଲିଫ୍ଟ ଅଚଳ, ଟଏଲେଟ୍‌ରେ ତାଲା

ରାଉରକେଲା,୧୯।୧୧(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ରେଲଓ୍ବେ ଷ୍ଟେଶନରେ ସ୍ବୟଂଚାଳିତ ଲିଫ୍ଟ ଅଚଳ ହୋଇପଡିଥିବା ବେଳେ ଟଏଲେଟ ସମସ୍ୟାର ସମାଧାନ ହେଉନାହିଁ। ଫଳରେ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସୂଚନା ଅନୁସାରେ, ଏହି ଷ୍ଟେଶନର ୪ ଓ ୫ ନମ୍ବର ଫ୍ଲାଟଫର୍ମର ଲିଫ୍ଟ ଦୀର୍ଘଦିନ ହେଲା ଅଚଳ ଅବସ୍ଥାରେ ପହିଛି। ଏଥିସହିତ ୨ ଓ ୩ ନମ୍ବର ପ୍ଲାଟଫର୍ମର ସ୍ବୟଂଚାଳିତ ସିଢ଼ି ମଧ୍ୟ ଅଚଳ ରହିଛି। ଫଳରେ ବୟୋଜ୍ୟେଷ୍ଠ ରେଳଯାତ୍ରୀମାନେ ୨ ଓ ୩ ନମ୍ବର ପ୍ଲାଟଫର୍ମରୁ ଅନ୍ୟ ପ୍ଲାଟଫର୍ମକୁ ଯିବାରେ କଷ୍ଟ ଭୋଗୁଛନ୍ତି। କେବଳ ୧ନଂ ପ୍ଲାଟଫର୍ମର ସ୍ବୟଂଚାଳିତ ସିଢ଼ି କାର୍ଯ୍ୟ କରୁଥିବା ବେଳେ ଅନ୍ୟ ପ୍ଲାଟଫର୍ମରୁ ରେଳଯାତ୍ରୀ ସ୍ବୟଂଚାଳିତ ସିଢ଼ି ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। ସେହିପରି ୪ ଓ ୫ ନମ୍ବର ପ୍ଲାଟଫର୍ମରେ ରେଳଯାତ୍ରୀ ମାନଙ୍କ ପାଇଁ ଟଏଲେଟ ସୁବିଧା ନାହିଁ। ଅଧିକାଂଶ ସମୟରେ ପୁରୁଷ ଟଏଲେଟରେ ତାଲା ଝୁଲୁଥିବା ବେଳେ ଅନ୍ୟ ଏକ ପୁରୁଷ ଟଏଲେଟ ବ୍ୟବହାର ଉପଯୋଗୀ ନୁହଁ। ପ୍ଲାଟଫର୍ମ ନଂ ୪ ଓ ୫ର ରାଞ୍ଚତ୍ ରେଳପଥ ପଟକୁ ମୁଖ୍ୟ ପ୍ଲାଟଫର୍ମ ଦୂରତା କମ୍‌ ଥିବାବେଳେ ସେଠାରେ ସାର୍ବଜନୀନ ଟଏଲେଟ ତିଆରି ହେଉନାହିଁ। ଏସବୁ ସମସ୍ୟାର ସମାଧାନ ପାଇଁ ରେଲଓ୍ବେ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି। ଏ ନେଇ ଷ୍ଟେଶନ ମ୍ୟାନେଜର ପ୍ରଭାସ ଦାଶଙ୍କୁ ପଚାରିବାରୁ ସେ କହିଥିଲେ, ଉଭୟ ଲିଫ୍ଟ ବିଦ୍ୟୁତ୍‌ ଜନିତ ସମସ୍ୟା ଯୋଗୁ ବନ୍ଦ ଥିଲା। ଆଜି ମରାମତି ହୋଇଯିବ। ଏହାସହିତ ୨ ଓ ୩ ନମ୍ବର ପ୍ଲାଟଫର୍ମରୁ ସ୍ବୟଂଚାଳିତ ସିଢି ଦେଇ କମ୍‌ ରେଳଯାତ୍ରୀ ଯିବାଆସିବା କରୁଛନ୍ତି। ରେଳଯାତ୍ରୀଙ୍କ ଆଂଶିକ ବ୍ୟବହାର ଯୋଗୁ ବେଳେ ବେଳେ ସିଢି ବନ୍ଦ ରହୁଛି। ତେବେ ଏହାକୁ ସର୍ବକାଳୀନ ଚାଲୁ କରାଯିବ। ଖୁବଶୀଘ୍ର ଟଏଲେଟ ମରାମତି ଓ ନିର୍ମାଣ ହେବ ବୋଲି ଦାଶ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri