ଏସ୍‌ସିବିରେ ଲିଫ୍ଟ ଅଚଳ, ରୋଗୀ ହଇରାଣ

କଟକ,୨୫ା୨(ଶିଳ୍ପା ପ୍ରିୟଦର୍ଶିନୀ)ଶ୍ରୀରାମ ଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ସମସ୍ୟା ଲାଗିରହିଛି। ଏଠାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନ ଥିବାବେଳେ ହସ୍ପିଟାଲର ସ୍ନାତକୋତ୍ତର ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗରେ ଲିଫ୍ଟ ଅଚଳ ହୋଇପଡ଼ିଛି। ଫଳରେ ରୋଗୀ ଓ ସେମାନଙ୍କ ସହ ଆସିଥିବା ସମ୍ପର୍କୀୟମାନେ ହଇରାଣ ହେଉଛନ୍ତି। ତିନି ମହଲା କୋଠାରେ ଏହି ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗ କାର୍ଯ୍ୟକାରୀ କରୁଥିବାବେଳେ ଗୋଟିଏ ଲିଫ୍ଟ ରୋଗୀ ଓ ସମ୍ପର୍କୀୟଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ହେଲେ ଲିଫ୍ଟ କିଛି ଦିନ ହେବ ଠିକ ଭାବେ କାର୍ଯ୍ୟ କରୁ ନ ଥିବାବେଳେ ଶନିବାର ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି।
ସୂଚନା ଅନୁଯାୟୀ, ଏସ୍‌ସିବି ସ୍ନାତକୋତ୍ତର ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗକୁ ପ୍ରତ୍ୟେକ ଦିନ ୧ଶହରୁ ଅଧିକ ମହିଳା ଚିକିତ୍ସା ପାଇଁ ଆସିଥାନ୍ତି। ପ୍ରସୂତି ଓ ସ୍ତ୍ରୀ ବିଭାଗ ପ୍ରକୋଷ୍ଠର ବେଡ୍‌ ନମ୍ବର ୨୨ରେ ପ୍ରାୟ ଏକମାସ ହେବ ସ୍ବର୍ଣ୍ଣପ୍ରଭା ବାରିକ ଭର୍ତ୍ତି ହୋଇଛନ୍ତି। ଗତ ଜାନୁଆରୀ ୧୯ରେ ଉକ୍ତ ବିଭାଗରେ ତାଙ୍କର ପ୍ରସବ ହୋଇଥିଲା। ପରେ ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ହେଲେ ଗତ ଗୁରୁବାର ଶିଶୁର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ଆଇସିୟୁରୁ ଅଣାଯାଇଥିଲା। ପରେ ସ୍ବର୍ଣ୍ଣପ୍ରଭାଙ୍କୁ ଡିସ୍‌ଚାର୍ଜ ପାଇଁ କୁହାଯାଇଥିଲା। ହେଲେ ଆଜିକୁ ଦୁଇଦିନ ହେବ ଡାକ୍ତରଙ୍କ ଦସ୍ତଖତ ହୋଇ ନ ଥିବାରୁ ତାଙ୍କର ଡିସ୍‌ଚାର୍ଜ ହୋଇପାରୁ ନ ଥିବା ସ୍ବର୍ଣ୍ଣପ୍ରଭାଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ଡାକ୍ତର ଶୁକ୍ରବାର ପ୍ରକୋଷ୍ଠକୁ ଆଦୌ ଆସିନାହାନ୍ତି। ଶନିବାର ମଧ୍ୟ ଓପିଡି ପରେ ଡାକ୍ତର ଆସିବେ ବୋଲି ସୂଚନା ପାଇଥିଲେ ମଧ୍ୟ ତାଙ୍କ ଦେଖା ମିଳି ନ ଥିଲା। ତେଣୁ ଡିସ୍‌ଚାର୍ଜ କରାଯାଉନାହିଁ। ଅନ୍ୟପଟେ ଉକ୍ତ ବିଭାଗରେ ୩ଦିନ ହେବ ନିଜ ସମ୍ପର୍କୀୟଙ୍କୁ ନେଇ ରହିଥିବା ଯାଜପୁର ଜାରକା ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଅଭିଯୋଗ କରି କହିଛନ୍ତି ଯେ, ବିଭାଗରେ ଲିଫ୍ଟ କାଁ ଭଁା ଚାଲୁଥିଲା ହେଲେ ଶନିବାର ତାହା ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି। ରୋଗୀକୁ ନେଇ ପାହାଚରେ ତଳ ଉପର ହେବାରେ ବହୁତ ସମସ୍ୟା ହେଉଛି। ମେଡିକାଲ କର୍ତ୍ତୃପକ୍ଷ ତୁରନ୍ତ ଏଦିଗରେ ଦୃଷ୍ଟି ଦେଇ ଲିଫ୍ଟ ମରାମତି କରିବାକୁ ସେ ଦାବି କରିଛନ୍ତି। ସେହିପରି ମୟୂରଭଞ୍ଜରୁ ସ୍ତ୍ରୀଙ୍କୁ ନେଇ ଆସିଥିବା ହେମନ୍ତ ବାରିକ କହିଛନ୍ତି, ମେଡିକାଲରେ ଯାହା ସୁବିଧା ମିଳିବ ବୋଲି କୁହାଯାଉଛି, ତାହା କେବଳ ପ୍ରଚାରରେ ରହିଯାଉଛି। ଏଠାରେ ଅନେକ ସମସ୍ୟା ରହିଛି। ଅନ୍ୟପକ୍ଷରେ ଏସବୁ ଅଭିଯୋଗ ନେଇ ଏସ୍‌ସିବି ମେଡିକାଲ ଅଧୀକ୍ଷକ ପ୍ରଫେସର ଡା. ସୁଧାଂଶୁ ଶେଖର ମିଶ୍ର ଏବଂ ପ୍ରଶାସନିକ ଅଧିକାରୀ ଡା. ଅବିନାଶ ରାଉତଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri