ବୃକ୍ଷ ବିନା ଜୀବନ

ପ୍ରାୟ ପ୍ରାଗୈତିହାସିକ ଯୁଗରୁ ମଣିଷର ବନଭୂମି ସହ ନିବିଡ଼ ସମ୍ପର୍କ ରହିଛି। ଦିନେ ସଭ୍ୟତାର ବିକାଶ ବନଭୂମିରେ ହିଁ ହୋଇଥିଲା। ମଣିଷ ଉଦ୍ଭିଦ ବା ବୃକ୍ଷ ଜଗତକୁ ତା’ର ମୌଳିକ ଆବଶ୍ୟକତା ବୋଲି ମନେକଲା। ବୃକ୍ଷ ନ ରହିଲେ ପ୍ରାଣୀ ଜଗତ ତିଷ୍ଠି ରହିପାରିବନି କାରଣ ବାୟୁରେ ଥିବା ଅମ୍ଳଜାନ ଆମେ ଶ୍ୱାସକ୍ରିୟା ଦ୍ୱାରା ଦେହ ଭିତରକୁ ନେଇ ବଞ୍ଚତ୍ରହୁ ଏବଂ ଏହି ଅମ୍ଳଜାନ ଆମେ ପାଉ ବୃକ୍ଷଲତାଠାରୁ ଏବଂ ଆମର ପ୍ରାଣ ନାଶକାରୀ ଅଙ୍ଗାରକାମ୍ଳ ବୃକ୍ଷ ଟାଣିନେଇ ନିଜର ଖାଦ୍ୟରେ ପରିଣତ କରେ। ତେଣୁ ଉଦ୍ଭିଦ ଆମର ପରମ ବନ୍ଧୁ।
ପ୍ରାଣୀ ଜଗତ ଉଦ୍ଭିଦ ଜଗତ ବିନା ବଞ୍ଚତ୍ ରହିପାରେନା। ତେଣୁ ପ୍ରାଣୀ ଜଗତ ଓ ଉଦ୍ଭିଦ ଜଗତ ପରସ୍ପର ପରିପୁରକ। ବୃକ୍ଷ ଆମକୁ ଛାଇ ଦିଏ। ଫଳ, ଫୁଲ, ଲାଖ, ଝୁଣା, ମହୁ, ଜାଳେଣି, ଔଷଧ ଆହୁରି ଅନେକ କିଛି ଯୋଗାଇଥାଏ। ପରିବେଶ ଶୀତଳ ରଖେ। ପ୍ରଦୂଷଣରୁ ଆମକୁ ରକ୍ଷା କରେ। ବର୍ଷା କରାଏ। ବନ୍ୟାଦାଉରୁ ଆମକୁ ରକ୍ଷା କରେ। ମୃତ୍ତିକା ସଂରକ୍ଷଣ କରେ। ତଥାପି ଏସବୁର ଉପକାର ମଣିଷ ଭୁଲିଯାଇ ଅବାଧରେ ଗଛ କାଟିବାରେ ଲାଗିଛି। ବନଭୂମିର ଆବଶ୍ୟକତା ତା’ ଜୀବନରେ କେତେ ରହିଛି ସେକଥା ଭୁଲିଯାଉଛି। ଫଳରେ ଅନିୟମିତ ବୃଷ୍ଟିପାତ, ଅଂଶୁଘାତ, ବର୍ଷାଭାବ, ଖାଦ୍ୟାଭାବ, ଜଳବାୟୁ ପରିବର୍ତ୍ତନ ଏବଂ ଉତ୍ତପ୍ତ ବସୁଧାରେ ଭାଜି ହେଉଛି। ବୃକ୍ଷ ହିଁ ଜୀବନ, କାରଣ ବୃକ୍ଷ ଥିଲେ ବର୍ଷା ହୁଏ। ବର୍ଷା ଯୋଗୁ ଶସ୍ୟ ଉତ୍ପାଦନ ହୁଏ। ମଣିଷ ତା’ର ଖାଦ୍ୟ ପୂରଣ କରେ। ମାନବ ଜାତିର କଲ୍ୟାଣ ପାଇଁ ବୃକ୍ଷରୋପଣ, ସାମାଜିକ ବନୀକରଣ ନିହାତି ଅପରିହାର୍ଯ୍ୟ। ଅରଣ୍ୟ ଓ ବୃକ୍ଷରାଜି ଆମର ଜାତୀୟ ସମ୍ପଦ। ତେଣୁ ଆମେ ଗଛ ପୋତି ତା’ର ରକ୍ଷଣାବେକ୍ଷଣ ଦିଗରେ ଜାଗରଣ ସୃଷ୍ଟି କରିବା, ପ୍ରକୃତି ଓ ପରିବେଶ ପ୍ରତି ସଚେତନ ହେବା, ନୂତନ ବନ ସୃଷ୍ଟି କରିବା ଦରକାର।
ବନ ସୃଷ୍ଟି ପାଇଁ ଉପଯୁକ୍ତ ସମୟ ହେଉଛି ବର୍ଷାଋତୁ। ବର୍ଷା ଓ ବୃକ୍ଷ ଅଙ୍ଗାଙ୍ଗୀଭାବେ ଜଡ଼ିତ। ମୌସୁମୀର ପ୍ରଥମ ସ୍ପର୍ଶ ପାଇଲା ପରେ ସଂଜୀବିତ ହୋଇଉଠେ ପ୍ରତ୍ୟେକ ବୃକ୍ଷର ଉଦାସୀପଣ। ବୀଜଟିଏ ମେଲୁଥାଏ ପତ୍ରରେ। ବର୍ଷାପାଣିରେ କଅଁଳିଉଠେ ତା’ର ଛନ ଛନ ଦେହ। ହୃଷ୍ଟପୁଷ୍ଟ ହୋଇ ଚାରା ଗଛରେ ପରିଣତ ହୁଏ। ଛୋଟରୁ ବଡ଼ ହୁଏ। ଫୁଲ ଫଳ ସମ୍ଭାରରେ ନିଜର ପରିଚୟ ଦିଏ ପ୍ରକୃତିକୁ। ଟିକିଏ ଯତ୍ନନେଲେ ବର୍ଷାଋତୁରେ ବେଶି କଷ୍ଟ କରିବାକୁ ପଡ଼ି ନ ଥାଏ ସବୁଜିମାକୁ ହାତପାଆନ୍ତାରେ ପାଇବାକୁ। ବର୍ଷାଋତୁରେ ବନ ବିଭାଗ କର୍ମଚାରୀମାନେ ବିଭିନ୍ନ ଚାରା ବଣ୍ଟନ କରିଥାନ୍ତି। ଫଳ ଫୁଲ, କାଠ, ଶୋଭାବର୍ଦ୍ଧନକାରୀ ଫୁଲଗଛ। ୟୁକାଲ୍‌ପଟାସ, ଝାଉଁ, ଦେବଦାରୁ ଲଗାଯାଏ। ସ୍କୁଲ କଲେଜରେ ମଧ୍ୟ ସଚେତନ କରାଯାଇ ବୃକ୍ଷର ଗୁରୁତ୍ୱ ବିଷୟରେ ସେମିନାର କରାଯାଏ। ମୌସୁମୀ ବର୍ଷା ମାଟିକୁ ଭିଜାଇ ପରିବେଶରେ ଶୀତଳତା ଆଣିଥାଏ। ଆଉ ଏହି ସ୍ନିଗ୍ଧ ପରିବେଶରେ ରାସ୍ତାକଡ଼, ସମୁଦ୍ରକୂଳ, ସ୍କୁଲ୍‌, ଅଫିସ୍‌, ଗୃହ ହତା, କ୍ଲବ, ପାର୍କମାନଙ୍କରେ ଚାରା ଗଛ ଲଗାଇ ଜନଜାଗରଣ ସୃଷ୍ଟି କରାଯାଏ। ବର ଓସ୍ତ ଗଛକୁ ଯଥାସମ୍ଭବ ସବୁସ୍ଥାନରେ ଲଗାଇବା ଦରକାର। ଆମ୍ବ, ପଣସ, ଜାମୁ, ଚାକୁଣ୍ଡା ତୋଟାମାନଙ୍କରେ ଲଗାଇବା ଦରକାର। ଗୃହ ପରିବେଶରେ ଫୁଲ ଓ ଫଳଗଛ ଲଗାଇବା ଦରକାର, ଯାହାଦ୍ୱାରା ଛାଇ ପାଇବା ସହ ଠିକ୍‌ ଭାବରେ ରକ୍ଷଣାବେକ୍ଷଣ କରିପାରିବା।
ଜାତୀୟ ଜଙ୍ଗଲ ନୀତି ଅନୁଯାୟୀ, ଆମ ଦେଶରେ ୩୩.୩ ଭାଗ ଜଙ୍ଗଲ ରହିବା କଥା କିନ୍ତୁ ରହିଛି ତା’ଠାରୁ ଯଥେଷ୍ଟ କମ୍‌। ଫଳରେ ଉତ୍ତପ୍ତ ବସୁଧାରେ ଦିନକୁ ଦିନ ଅସହ୍ୟ ହେଲାଣି ବଞ୍ଚତ୍ବା। ଉତ୍କଟ ଜଳାଭାବ ଦେଖାଗଲାଣି ଚତୁର୍ଦିଗ।
ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ବୃକ୍ଷରୋପଣ ଉପରେ ପ୍ରାଧାନ୍ୟ ଦେଇଥିଲେ। ସେ କହିଥିଲେ, ଖାଲି ସରକାରୀସ୍ତରରେ ବନୀକରଣ ସମ୍ଭବ ନୁହେଁ, ଏଥିପାଇଁ ଜନ ଜାଗରଣ ଦରକାର। ୧୯୫୦ ମସିହାରେ ତତ୍କାଳୀନ କୃଷିମନ୍ତ୍ରୀ କେ.ଏମ୍‌. ମୁନ୍‌ସୀ ଏକ ଜାତୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ସେବେଠାରୁ ବୃକ୍ଷରୋପଣର ଗୁରୁତ୍ୱ ବଢିଛି। ସ୍କୁଲ, କଲେଜ, ସରକାରୀ, ବେସରକାରୀ ପ୍ରତିଷ୍ଠାନ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ରାସ୍ତାଘାଟ, ହତାବାଡ଼ି, ଖୋଲାସ୍ଥାନରେ ପ୍ରତିବର୍ଷ ବୃକ୍ଷରୋପଣ କରାଯାଇଆସୁଅଛି।
ମାନବ ସମାଜ ବଞ୍ଚତ୍ରହିବା ପାଇଁ ବୃକ୍ଷ ରୋପଣ ସହ ବୃକ୍ଷ ପାଳନ ଉଭୟର ଆବଶ୍ୟକତା ରହିଛି। ଏହା ଏକ ପୁଣ୍ୟ କାମ, ଏ କଥା ସମସ୍ତେ ବୁଝିବାର ସମୟ ଆସିଛି। ୧୯୯୯ର ବାତ୍ୟା ଓ ଫନୀ ବାତ୍ୟାରେ ଯେତେ ଗଛ ଉପୁଡ଼ିଯାଇଛି ତା’ର ଭରଣା ହୋଇପାରିନାହିଁ। ମାଟି, ପାଣି, ପବନ ପରି ବୃକ୍ଷ ଆମର ପରମ ବନ୍ଧୁ। ମଣିଷ ଧୋକାଦିଏ, ମନରେ ଦୁଃଖ ଦିଏ, କିନ୍ତୁ ଗଛ ଆପଣଙ୍କ ଭଲ ପାଇବା, ଯତ୍ନକୁ ବୁଝି ଶ୍ୟାମଳ ରଙ୍ଗରେ ହସିଉଠେ। ଫଳ ଫୁଲ, ଜାଳେଣି, ଗୃହ ସଜ୍ଜୀକରଣ ପାଇଁ କାଠ ଦେଇ, ପ୍ରଦୂଷଣମୁକ୍ତ ପରିବେଶ ଦେଇଥାଏ। ତେଣୁ ଆସନ୍ତୁ ଏଇ ମୌସୁମୀରେ ଧରଣୀକୁ ସବୁଜ ରଙ୍ଗରେ ସଜାଇଦେବା । ସକ୍ରେଟିସ୍‌ଙ୍କ ମତରେ ବୃକ୍ଷରୁ ଜଳ, ଜଳରୁ ଶସ୍ୟ, ଶସ୍ୟ ହିଁ ଜୀବନ ଅର୍ଥାତ୍‌ ବୃକ୍ଷ ଥିଲେ ବର୍ଷା ହୁଏ, ବର୍ଷା ହେଲେ ଶସ୍ୟ ହୁଏ, ଆଉ ଶସ୍ୟ ହିଁ ଜୀବନ ରକ୍ଷା କରିଥାଏ। ମଣିଷର ଅର୍ଥନୈତିକ, ସାମାଜିକ ମାନଦଣ୍ଡକୁ ବଢ଼ାଇଥାଏ ଏ କଥାକୁ ସମସ୍ତେ ହୃଦୟଙ୍ଗମ କରିବା, ଗଛ ଲଗାଇବା ଆଉ ଦିନେ ସେହି ଗଛ ଡାଳରେ ଚଢ଼େଇର ସଙ୍ଗୀତ ଶୁଣିବା, ବାୟା ଚଢ଼େଇର ବସା ଦେଖିବା ପ୍ରକୃତିର ସବୁଜିମାକୁ ପାର୍କ ଓ ଭ୍ରମଣ ସ୍ଥାନରେ ଦେଖି ମୁଗ୍ଧ ହେଉଥିବା। ଗଛ ଛାଇରେ ବସି ତାସ୍‌ ଖେଳିବା, ରଜଦୋଳି ବାନ୍ଧି ଖୁସିରେ ଖୁସିରେ ସମୟ କାଟିବା। ପରିବାର ସହ ସବୁଜ ସୁନ୍ଦର ଶସ୍ୟ ଶ୍ୟାମଳ ବନଭୂମିର ସେଲ୍‌ଫି ଉଠାଇବା।

  • ଜୟଶ୍ରୀ ପଟ୍ଟନାୟକ
    ମୋ: ୭୯୭୮୧୧୦୪୭୪

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?