କରୋନା ଟିକା ଆସିବା ପରେ ବି ୨୦୨୧ ଶେଷ ସୁଦ୍ଧା ସ୍ୱାଭାବିକ ହେବନାହିଁ ଜୀବନ!

ୱାଶିଂଟନ,୧୩ ।୯: କରୋନା ଭାଇରସ ଦିନକୁ ଦିନ କମ୍ ହେବା ପରିବର୍ତ୍ତେ ଏହା ବଢି ବଢି ଚାଲିଛି । ଆମେରିକା, ଭାରତ ଓ ବ୍ରାଜିଲରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେବି ଚିନ୍ତାର ବିଷୟ ପାଲଟିଛି । ଏଥିରେ ମୃତକଙ୍କ ସଂଖ୍ୟା ବି ଦିନକୁ ଦିନ ବୃଦ୍ଧି ପାଉଛି । ଏହାକୁ ଦେଖିବା ପରେ ଆମେରିକାର ସଂକ୍ରମକ ରୋଗ ପରାମର୍ଶଦାତା ଏନ୍ଥନୀ ଫାଉସି କହିଛନ୍ତି କରୋନା ଟିକା ଆସିବା ପରେ ବି ୨୦୨୧ ଶେଷ ପର୍ଯ୍ୟନ୍ତ ସାଧାରଣ ଜୀବନ ସ୍ୱାଭାବିକ ହୋଇ ପାରିବ ନାହିଁ । ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବା ବେଳେ ସେ ଏହା କହିଛନ୍ତି । ତାଙ୍କ ମତରେ ଆମେ ଯଦି କରୋନା ଭାଇରସ ସଂକ୍ରମଣ ପୂର୍ବ ଜୀବନ କଥା କହିବା ତେବେ ଏହା ମିଳିବା କଷ୍ଟକର ବ୍ୟାପାର । ଟିକା ପ୍ରସ୍ତୁତ ହୋଇଯିବ ସତ ଯାହା ଜୀବନକୁ ସ୍ୱାଭାବିକ କରିବାରେ ସହାୟକ ହେବ । ହେଲେ ବି ୨୦୨୧ ଶେଷ ପର୍ଯ୍ୟନ୍ତ ଜୀବନ ସ୍ୱାଭାବିକ ହୋଇ ପାରିବ ନାହିଁ । କାରଣ କରୋନାର ଯେଉଁ ଟିକା ଆସିବ ତାହା ସମସ୍ତଙ୍କ ପାଖରେ ପହଞ୍ଚି ପାରିବ ନାହିଁ । ଆମେରିକା ଯଦିଓ ଚଳିତ ବର୍ଷ ଶେଷ କିମ୍ବା ଆସନ୍ତା ବର୍ଷ ଆରମ୍ଭ ସୁଦ୍ଧା କରୋନା ଟିକା ନେଇ ଆସିବ । ହେଲେ ଯେଉଁମାନଙ୍କ ପାଇଁ ଜରୁରୀ ପ୍ରଥମେ ସେମାନଙ୍କୁ ପ୍ରାଧାନ୍ୟ ଦିଆଯିବ । ତେଣୁ ଟିକା ସମସ୍ତଙ୍କ ପାଖରେ ପହଞ୍ଚି ପାରିବ ନାହିଁ । ଆଉ ତା’ରି ଭିତରେ ୨୦୨୧ ବି ଶେଷ ହୋଇ ଯାଇଥିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ବୟସର ପିଲା ମାସ୍କ ପିନ୍ଧିବା ଜରୁରୀ!

ଜେନେଭା,୨୩।୮: ସାରା ବିଶ୍ୱରେ କରୋନା ମହାମାରୀକୁ ନେଇ ଯେଉଁ ଗାଇଡ୍‌ଲାଇନ ଜାରି କରାଯାଇଛି ସେଥିରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଅନେକଙ୍କ ମନରେ ପ୍ରଶ୍ନ ଉଠେ...

ଯୁଦ୍ଧ ମଧ୍ୟରେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ କଥା ହେଲା ରୁଷିଆ

ମସ୍କୋ,୨୨।୧୦: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଲଗାତର ୮ମାସ ହେଲାଣି ଯୁଦ୍ଧ ଜାରି ରହିଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିିମିର ପୁଟିନ୍‌ ଯୁଦ୍ଧକୁ ଶେଷ କରିବାର ନାମ...

ଜି-୨୦ ଶିଖର ସମ୍ମିଳନୀରେ ପୁଟିନଙ୍କ ଯୋଗଦେବା ନେଇ ଦ୍ୱନ୍ଦ୍ୱ…

ମସ୍କୋ,୫।୧୧ : ଜି -୨୦ ଶିଖର ସମ୍ମିଳନୀ ପାଇଁ ତୀବ୍ର ପ୍ରସ୍ତୁତି ମଧ୍ୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୋଗଦେବା ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ରୁଷିଆ...

ବାଇଡେନ-ପୁଟିନ୍‌-ଜିନପିଙ୍ଗ୍‌-କିମ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ କଳ୍ପନାଜଳ୍ପନା…

ଓ୍ବାଶିଂଟନ/ମସ୍କୋ/ବେଜିଂ/ପୋଙ୍ଗୟାଙ୍ଗ, ୩୧।୫ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଚାଇନା ଏବଂ ରୁଷିଆ ପ୍ରତିପକ୍ଷ ଶି ଜିନପିଙ୍ଗ୍‌ ଏବଂ ଭ୍ଲାଦିମିର ପୁଟିନଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଅନ୍ତର୍ଜାତୀୟସ୍ତରରେ...

ଏପ୍ରିଲରେ ଭାରତ ଆସିବେ ବୋରିସ୍‌

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ଆସନ୍ତା ଏପ୍ରିଲରେ ଭାରତ ଆସିବେ। ୟୁରୋପିଆନ ୟୁନିୟନରୁ ବ୍ରିଟେନ ବାହାରିବା ପରେ ଏହା ବୋରିସ୍‌ଙ୍କ ପ୍ରଥମ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ଗସ୍ତ...

ୟୁନିସେଫର ଚେତାବନୀ. ଦରଦାମ ବୃଦ୍ଧି ଯୋଗୁ ଶ୍ରୀଲଙ୍କାରେ ଛୋଟପିଲା ଭୋକିଲା ଶୋଉଛନ୍ତି…

ଜେନେଭା, ୨୭।୮ : ୟୁନିସେଫ ଚେତାବନୀ ଦେଇଛି ଯେ ଶ୍ରୀଲଙ୍କା ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି। ଲୋକଙ୍କ ପାଇଁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଯୋଗାଡ଼ କରିବା...

ରୁଷିଆ-ୟୁକ୍ରେନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ଆଶଙ୍କା: ଭାରତୀୟଙ୍କୁ ତୁରନ୍ତ ୟୁକ୍ରେନ୍‌ ଛାଡିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ/କ୍ୱିଭ୍‌,୨୦।୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ଆଶଙ୍କା ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ୟୁକ୍ରେନ ସୀମାନ୍ତରେ ରୁଷିଆ ଆଣବିକ ସମରାଭ୍ୟାସ ସହ...

ଇରାକରେ ସରକାର ବିରୋଧୀ ବିକ୍ଷୋଭ: ମୃତ୍ୟୁସଂଖ୍ୟା ୧୦୦ ଛୁଇଁଲା

ବାଗଦାଦ,୬ା୧୦(ପି.ଟି.): ଇରାକରେ ସରକାର ବିରୋଧୀ ବିକ୍ଷୋଭ ଶନିବାର ପଞ୍ଚମ ଦିନରେ ପହଞ୍ଚତ୍ଥିବାବେଳେ ମୃତ୍ୟୁସଂଖ୍ୟା ୧୦୦ ଛୁଇଁଲାଣି। ଏଥିସହିତ ୪୦୦୦ ଲୋକ ଆହତ ହୋଇଛନ୍ତି। ଦକ୍ଷିଣ ଇରାକର...

Advertisement
Archives

Model This Week