ଜୀବନ ବଞ୍ଚିବ, ଜୀବିକା ଚାଲିଗଲା

କେନ୍ଦ୍ରାପଡ଼ା ଅଫିସ,୫।୮: ଜୀବନ ରକ୍ଷା ପାଇଁ ଦୀର୍ଘ ୫ ଦଶନ୍ଦୀ ସଂଘର୍ଷର ଅବସାନ ଘଟିଛି। କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାତଭାୟାର ଶେଷ ୧୪୮ ପରିବାର ସହ ଚାରିଘରିଆ ଗ୍ରାମର ୯୯ ପରିବାରଙ୍କୁ ବଗପାଟିଆରେ ଘର ପାଇଁ ସରକାରୀ ଜମି ମିଳିଛି। ଏହାପୂର୍ବରୁ ୫୭୧ ପରିବାରଙ୍କୁ ସାତଭାୟା ସମୁଦ୍ର ତଟରୁ ବଗପାଟିଆକୁ ସ୍ଥାନାନ୍ତର କରାଯାଇଥିଲା। ଜୀବନ ବଞ୍ଚତ୍ବା ସମ୍ଭାବନା ବଢ଼ିଲା ସତ, ଜୀବିକା ହରାଇଲେ ବୋଲି ସ୍ଥାନାନ୍ତର ହୋଇଥିବା ଲୋକମାନେ କହିଛନ୍ତି। ଜୀବିକା ପାଇଁ ଲୋକମାନେ ଜନ୍ମସ୍ଥାନ ଛାଡି ଦେଶ ବିଦେଶରେ କର୍ମ ନିଯୁକ୍ତି ପାଇଁ ବାରଦୁଆର ହେଉଛନ୍ତି। ତଟକ୍ଷୟ ରୋକିବା ପାଇଁ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ କୌଣସି ଆଖିଦୃଶିଆ ଯୋଜନା ନାହିଁ। ସାତଭାୟାରେ ଲୋକଙ୍କ ଥିବା ଜମିରେ ତଟାଞ୍ଚଳ ସୁରକ୍ଷା ପାଇଁ ହେନ୍ତାଳବଣ ଜରୁରୀ ହୋଇପଡିଛି। ସେହିପରି ଅଗରନାସୀକୁ ପଥର ବନ୍ଧ ଦ୍ୱାରା ସୁରକ୍ଷିତ କରା ନ ଗଲେ ତଟାଞ୍ଚଳର ବହୁ ପଞ୍ଚାୟତ ସମେତ ଗଁା ସମୁଦ୍ର ଗର୍ଭରେ ଲୀନ ହେବ ବୋଲି ସ୍ଥାନୀୟ ଅଞ୍ଚଳବାସୀଙ୍କ ମତ ମିଳିଛି।
ଅଢ଼ସଲ ଗ୍ରାମର କରୁଣାକର ମଲ୍ଲିକ କହିଛନ୍ତି, ତଟକ୍ଷୟ ଏବେ କେନ୍ଦ୍ରାପଡ଼ା ଜିଲାର ପ୍ରମୁଖ ସମସ୍ୟା ହୋଇଛି। କେନ୍ଦ୍ରାପଡ଼ା ଜିଲାର ବଙ୍ଗୋପସାଗର କୂଳବର୍ତ୍ତୀ ୪୮ କିମି ଲମ୍ବର ତଟରୁ ପ୍ରାୟ ୨୮ କିମି ଅଞ୍ଚଳରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି। ସାତଭାୟାଠାରେ ଗତ ବର୍ଷକ ମଧ୍ୟରେ ପ୍ରାୟ ୧୦୦ ମିଟର ତଟକ୍ଷୟ ହୋଇଛି। ୧୨୦୦ ବର୍ଷର ପୁରୁଣା ଭୌମକର ବଂଶର ନିଦର୍ଶନ ପଞ୍ଚୁବରାହୀ ମନ୍ଦିର ମଧ୍ୟରେ ଏବେ ଜୁଆର ପାଣି ବାଡେଇ ହେଉଛି। ପୁରୁଣା ପଞ୍ଚୁବରାହୀ ମନ୍ଦିର ଏହି ବର୍ଷାଋତୁ ମଧ୍ୟରେ ଇତିହାସ ପାଲଟିବାକୁ ଯାଉଥିବା ବେଳେ ସମୁଦ୍ରର ଆଖି ନିକଟସ୍ଥ ସୁନେଇ ରୂପେଇ ଜଙ୍ଗଲ ଉପରେ ପଡିଛି। ଏହାର ନିରାକରଣ ପାଇଁ ସାତଭାୟାର ଅବଶିଷ୍ଟ ଚାଷଜମିକୁ ହେନ୍ତାଳବଣ ସୃଷ୍ଟି କରିବା ଆବଶ୍ୟକ ହୋଇପଡିଛି। ବଗପାଟିଆକୁ ସ୍ଥାନାନ୍ତର ଓ ବରାହୀପୁରର ମୂଳ ନିବାସୀ ସୁଦର୍ଶନ ସ୍ବାଇଁ କହିଛନ୍ତି, ସାତଭାୟା ପଞ୍ଚାୟତ ୭ ରାଜସ୍ବ ଗ୍ରାମକୁ ନେଇ ଗଠିତ ହୋଇଥିଲା। ଏହି ରାଜସ୍ବ ଗ୍ରାମଗୁଡିକ ଗତ ୫ ଦଶନ୍ଦୀ ମଧ୍ୟରେ ସମୁଦ୍ର ଗର୍ଭକୁ ଚାଲି ଯାଇଥିବା ବେଳେ ଏବେ ମଗରକନ୍ଦା, ଅଢ଼ସଲ ପ୍ରଭୃତି ପଡା ଗ୍ରାମ କିଛି ମାତ୍ରାରେ ଅଛି। ସମୁଦ୍ରର ଦ୍ରୁତ ତଟକ୍ଷୟ ସ୍ଥାନୀୟ ଅଞ୍ଚଳରୁ ଅଧିବାସୀଙ୍କୁ ସ୍ଥାନାନ୍ତର ହେବା ପାଇଁ ବାଧ୍ୟ କରିଛି। ତେବେ ଏଠାରେ ଥିବା ଚାଷ ଜମି ଏବେ ଗ୍ରାମବାସୀଙ୍କ ନିକଟରେ ନାହିଁ। ପଶୁ ସମ୍ପଦଠାରୁ ଆରମ୍ଭ କରି ଜୀବିକା ପାଇଁ ମାଛ, କଙ୍କଡା ପର୍ଯ୍ୟନ୍ତ ସହାୟ ହେଉଥିଲା। ୧୨ କିମି ସ୍ଥାନାନ୍ତର ପରେ ଗ୍ରାମବାସୀଙ୍କୁ ଜୀବିକା ହରାଇବାକୁ ପଡିଛି। ଏହି ଅଞ୍ଚଳ ଜାତୀୟ ଉଦ୍ୟାନ ମଧ୍ୟରେ ଥିବାରୁ ବନ ବିଭାଗ ଗ୍ରାମବାସୀଙ୍କୁ ଜୀବିକା ଉପାର୍ଜନ ପାଇଁ ଛାଡୁ ନାହାନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳର ଯୁବବର୍ଗ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି। ତଟକ୍ଷୟକୁ ରୋକିବା ପାଇଁ ସାତଭାୟାର ଅବଶିଷ୍ଟ ଚାଷ ଜମିକୁ ହେନ୍ତାଳବଣରେ ପରିଣତ କରିବା ଆବଶ୍ୟକ ବୋଲି ପରିବେଶବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି। ସେ କହିଛନ୍ତି, ପେଣ୍ଠଠାରେ ନିର୍ମିତ ଜିଓ ଟ୍ୟୁବ ୱାଲ ସମୁଦ୍ର ଜୁଆର ମାଡକୁ ସହି ପାରୁନାହିଁ। ଏଠାରେ ଥିବା ଗାବିଅନ ବକ୍ସ ଓ ପଥରବନ୍ଧ ବାଦ ପଡୁନାହଁି। ପରିବେଶ ଓ ପାଣିପାଗ ପରିବର୍ତ୍ତନ ସହ ବିଶ୍ୱ ତାପନ ଫଳରେ ସମୁଦ୍ରର ଜଳପତନ ବୃଦ୍ଧି ପାଉଛି। ଅମାବାସ୍ୟା, ପୂର୍ଣ୍ଣିମା ଆଦି ତିଥିରେ ଆସୁଥିବା ଜୁଆର ଲୁଣାବନ୍ଧକୁ ଡେଇଁ ଯାଉଛି। ସୁରକ୍ଷା ପ୍ରାଚୀର ଭାବେ ହେନ୍ତାଳବଣ ବୃଦ୍ଧିର ଆବଶ୍ୟକତା ଅଛି। ଅଧ୍ୟାପକ କ୍ଷୀତିଶ କୁମାର ସିଂହ କହିଛନ୍ତି, ଭିତରକନିକା ଜାତୀୟ ଉଦ୍ୟାନ ସଂଲଗ୍ନ ଆଦ୍ରଭୂମିରେ ହେନ୍ତାଳବଣ ବୃଦ୍ଧି ପାଇଁ ଯଥେଷ୍ଟ ପରିମାଣର ମଧୁର ଜଳ ପହଞ୍ଚତ୍ ପାରୁନାହିଁ। ଆଦ୍ରଭୂମି ପାଇଁ ଅନୂ୍ୟନ ୪୦ ପ୍ରତିଶତ ମଧୁର ଜଳ ଆବଶ୍ୟକତା ଥିବା ବେଳେ ଖରାଦିନେ ମାତ୍ର ୧୫ ପ୍ରତିଶତ ପହଞ୍ଚୁଛି। ଅଗରନାସୀ ଦ୍ୱୀପ ପୂର୍ବରୁ ୭ କିମି ଲମ୍ବ ଥିଲା। ଏବେ ମାତ୍ର ୭୦୦ ମିଟର ରହିଛି। ଏଠାରେ ବଡ ପଥର ଦ୍ୱାରା ବନ୍ଧ ବନ୍ଧା ଗଲେ ତଟକ୍ଷୟ ରୋକାଯାଇ ପାରିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ତଟାଞ୍ଚଳରେ ହେନ୍ତାଳବଣ ସୃଷ୍ଟି ପାଇଁ ଗୁରୁତ୍ୱ ଦିଆଯାଇଛି। ସାତଭାୟା, ପେଣ୍ଠ ଆଦି ଅଞ୍ଚଳରେ ବହୁ ପରିମାଣରେ ଚାରା ଲାଗିଛି। ତଟକ୍ଷୟ ସମ୍ପର୍କରେ ବିଶେଷଜ୍ଞଙ୍କୁ ଅବଗତ କରାଇ ରିପୋର୍ଟ ପ୍ରସ୍ତୁତ ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?