ମୃତ୍ୟୁକୁ ଜୀବନ

ମୃତ୍ୟୁ ସତ୍ୟ। କିନ୍ତୁ ମୋହ ମାୟା ମଣିଷକୁ ଏପରି ଗ୍ରାସକରି ରଖେ ଯେ, ଯେ କେହିବି ସଂସାରରେ ମରିବାକୁ ଚାହାନ୍ତି ନାହିଁ। ମୃତ୍ୟୁ ପର୍ଯ୍ୟନ୍ତ ମଣିଷ ବନ୍ଧନରେ ବାନ୍ଧି ହୋଇ ରହେ। ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହୋଇଲେ ମରଇ, ଭାଗବତର ଏହି ମର୍ମସ୍ପର୍ଶୀ ବାଣୀର ଅର୍ଥ ହେଲା: ଯିଏ ଜନ୍ମ ନେବ ତା’ର ମୃତ୍ୟୁ ନିଶ୍ଚିତ। ସତ କହିବାକୁ ଗଲେ ଆମେ କେହି ମରିବାକୁ ଚାହୁଁନା। ତେବେ ସବୁଦିନ ପାଇଁ ବଞ୍ଚିବା ଲାଗି ମଣିଷର ପ୍ରବଳ ଇଚ୍ଛା ପୂରଣ କରିବା ସକାଶେ ବିଜ୍ଞାନ ଅହରହ ପ୍ରଚେଷ୍ଟା ଚଳାଇଛି। ମଣିଷ ଶରୀର ଅନେକ କୋଷକୁ ନେଇ ଗଠିତ। କୋଷଗୁଡ଼ିକ ଏକରୁ ଦୁଇ, ଦୁଇରୁ ଚାରି ହୋଇ ବିଭାଜନ ପ୍ରକ୍ରିୟାରେ ବଢ଼ିଥାନ୍ତି। ଶରୀରର ଗୋଟିଏ କୋଷ ଏହିପରି ୫୦ ଥର ବିଭାଜନ ହେଲା ପରେ ମୃତ୍ୟୁବରଣ କରିଥାଏ ବୋଲି ପରୀକ୍ଷାରୁ ଜଣାପଡ଼ିଛି। ତିରିଶ ବର୍ଷ ପରେ ମଣିଷ ଶରୀର ଧୀରେ ଧୀରେ ଶିଥିଳ ହୋଇ ଆସେ ଓ ବାର୍ଦ୍ଧକ୍ୟ ଆଡ଼କୁ ପାଦ ପକାଏ। କିନ୍ତୁ ରୋଚକ କଥା ହେଲା, ମଣିଷ ଶରୀରରେ କିଛି ଏମିତି କୋଷ ଅଛି ଯାହା ମରେ ନାହିଁ। ଉଦାହରଣ ସ୍ବରୂପ, କର୍କଟ ଆକ୍ରାନ୍ତ କୋଷଗୁଡ଼ିକ ମରିବାର ସବୁ ଗୁଣ ହରେଇ ବସିଥାନ୍ତି। ଷ୍ଟେମସେଲ ଓ ଜର୍ମ ସେଲର ମଧ୍ୟ ଏହି ଗୁଣ ଅଛି। ଯେହେତୁ ଗୁଣସୂତ୍ର ବା ଜିନ୍‌ ମଣିଷର ବାର୍ଦ୍ଧକ୍ୟ ପାଇଁ ମୋଟାମୋଟି ଭାବେ ଦାୟୀ, ବୈଜ୍ଞାନିକମାନେ ଏବେ ଏପରି ଜିନ୍‌ର ସନ୍ଧାନରେ ଅଛନ୍ତି, ଯାହା ବୟସକୁ ଅଟକେଇ ପାରିବ। କେତେଜଣ ବୈଜ୍ଞାନିକ ମଣିଷକୁ ଅମର କରିବାର କୌଶଳ ଖୋଜିବାରେ ଲାଗିପଡ଼ିଥିବା ବେଳେ ଆଉ କେତେକେ ମରିବା ପରେ କିପରି ମୃତ ଶରୀରକୁ ଜୀବନ ଦେଇ ହେବ ସେଥିପାଇଁ ଚେଷ୍ଟା ଚଳାଇଛନ୍ତି। ଆଧୁନିକ ବିଜ୍ଞାନ ଯଦି କେବେ ମୃତ ଶରୀରରେ ଜୀବନ ଦେବାରେ ସଫଳ ହୁଏ, ତାହାଲେ ମଣିଷ ଶରୀର ପ୍ରାକୃତିକ ଉପାୟରେ ମରିବା ପରେ ପୁଣି ବଞ୍ଚିପାରିବ। ମୃତ୍ୟୁହେବା ମାତ୍ରେ ଶରୀରରେ ବିଘଟନ ପ୍ରକ୍ରିୟା ଆରମ୍ଭ ହୋଇ ଯାଉଥିବାରୁ ବଞ୍ଚତ୍ବାର କୌଶଳ ପ୍ରୟୋଗ କରିବା ପର୍ଯ୍ୟନ୍ତ ତାହାକୁ ସାଇତି ରଖିବା ନିହାତି ପ୍ରୟୋଜନ। ଏହି କ୍ରମରେ ବର୍ଲିନର ଏକ ସଂସ୍ଥା ଆଗେଇ ଆସି ଭବିଷ୍ୟତରେ ଯେଉଁମାନେ ଜିଇବାର ଲାଳସା ରଖନ୍ତି, ମରିବାପରେ ନିଜର ଶରୀରକୁ ସାଇତି ରଖିବାକୁ ସୁଯୋଗ ଦେଉଛି। ଏପର୍ଯ୍ୟନ୍ତ ୭୦୦ରୁ ଅଧିକ ନିଜର ମୃତଦେହ ସାଇତି ରଖିବା ପାଇଁ ଚୁକ୍ତି ସ୍ବାକ୍ଷର କରିସାରିଲେଣି। ଏଥିପାଇଁ ଟୁମୋରୋ ବାଓ ନାମକ ଏହି ସଂସ୍ଥାକୁ ଶରୀର ପିଛା ପ୍ରାୟ ୨କୋଟି ଟଙ୍କା ଦେବାକୁ ପଡ଼ିବ। ଏଥିରେ ଆପଣ ନିଜର ପ୍ରିୟ ଗୃହପାଳିତ ପଶୁର ଶରୀର ମଧ୍ୟ ସାଇତି ରଖିପାରିବେ।
ରୋଚକ ତଥ୍ୟ ହେଲା, ଆପଣ ଏଥିପାଇଁ ସଂସ୍ଥାର ୱେବ୍‌ସାଇଟକୁ ଯାଇ ନିଜ ଶରୀର ବିଷୟରେ ଅବଗତ କରାଇଲେ ସଂସ୍ଥା ଆପଣଙ୍କ ମୃତଦେହ ପାଇଁ କେତେ ଟଙ୍କା ନେବେ ତାହା ଜାଣିପାରିବେ। ମୃତଦେହ ସହିତ ଏହି ସଂସ୍ଥା ଜୀବିତ ଅବସ୍ଥାରେ ଥିବା ସ୍ମରଣ ଶକ୍ତି, ପରିଚୟ ଓ ବ୍ୟକ୍ତିତ୍ୱକୁ ମଧ୍ୟ ସାଇତି ରଖିବାର ଦାବି କରୁଛି। ଏହା ଯଦି ସଫଳ ହୁଏ, ତା’ହେଲେ ମରିଯାଇଥିବା ବ୍ୟକ୍ତି ଭବିଷ୍ୟତରେ ପୁଣି ଥରେ ଜୀବନ ଲାଭ କରି ପୁରୁଣା ସଂସାରକୁ ଫେରିପାଇବ। ତେବେ ୟୁରୋପର ଟୁମୋରୋ ବାଓ ୨ଲକ୍ଷ ଡଲାର ବଦଳରେ ମୃତ୍ୟୁକୁ ନାଲିଆଖି ଦେଖେଇ ପୁଣି ଜୀବନ ଫେରେଇ ଆଣିବାର ଲାଳସା ମଣିଷ ମନରେ ଭରି ଦେଇଛି। ଟୁମୋରୋ ବାଓର ଏମିତି ଏକ ଲୋଭନୀୟ ତଥା ଅପ୍ରତ୍ୟାଶିତ ଚେଷ୍ଟା ପଛରେ କିଛି ବୈଜ୍ଞାନିକ ଘଟଣା ରହିଛି। ଏହା ହେଲା ୧୯୯୯ ମସିହାରେ ଜଣେ ବ୍ୟକ୍ତି, ଯିଏକି ମରିବାର ଦୁଇଘଣ୍ଟା ପରେ ଜୀବନ ଫେରି ପାଇଥିଲେ। ତେଣୁ ମୃତ୍ୟୁ ପରେ ଯେ ଦିନେ ମଣିଷ ଜୀବନ ପାଇପାରିବ, ଏହା ଏହି ସଂସ୍ଥାର ବିଶ୍ୱାସ ଅଛି। ତେବେ ବଡ଼ କଥା ହେଲା, ଯଦି ମୃତଦେହକୁ ଜୀବନ ଦେବାରେ ବିଜ୍ଞାନ ଏଯାଏଁ ସଫଳ ହୋଇନି, ତା’ହେଲେ ଶରୀରକୁ ସାଇତି ରଖିବା କେତେଦୂର ପ୍ରଯୁଜ୍ୟ ବୋଲି ଅନେକ ମତବ୍ୟକ୍ତ କରିଛନ୍ତି। କ୍ରାଓପ୍ରିଜର୍ଭ ଭଳି ଏହି ଉପାୟରେ ଶରୀରକୁ -୨୦୦ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ତାପମାତ୍ରାରେ ସାଇତି ରଖିଲେ କୋଷଗୁଡ଼ିକ ବରଫ ପାଲଟିଯାଇ ନଷ୍ଟ ହୋଇଯିବାର ସମ୍ଭାବନା ଅଛି। ମଣିଷ ଶରୀରର ୬୦% ଜଳ ହୋଇଥିବାରୁ ଅତି ନିମ୍ନ ତାପମାତ୍ରାରେ ଶରୀରକୁ ସଂରକ୍ଷଣ କଲେ ଏହା ବରଫ ପାଲଟି ନଷ୍ଟ ହୋଇଯିବାର ସମ୍ଭାବନା ଥିବାରୁ ଏହି ପ୍ରକ୍ରିୟାରେ ଶରୀର ଭିତରୁ ଜଳ ଅଂଶ ବାହାର କରି ତା’ବଦଳରେ କିଛି ରସାୟନ ପଦାର୍ଥ ଭରିଦିଆଯିବ ଓ ଶରୀରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅପେକ୍ଷା କରିବାକୁ ପ୍ରୟୋଗଶାଳାରେ ରଖିଦିଆଯିବ। ଯେତେବେଳେ ମୃତଦେହକୁ ବଞ୍ଚାଇବା ପାଇଁ ଜ୍ଞାନ କୌଶଳ ଆସିବ, ସେପର୍ଯ୍ୟନ୍ତ ଏହି ସବୁ ଶରୀର ଅପେକ୍ଷା କରି ରହିବେ।
ଭବିଷ୍ୟତରେ ମଣିଷ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡକୁ ମନଇଚ୍ଛା ପରିବର୍ତ୍ତନ କରିବାରେ ସକ୍ଷମ ହୋଇ ଶେଷରେ ନିଜକୁ ପୁରାଣବର୍ଣ୍ଣିତ ଦେବତାଙ୍କ ସମକକ୍ଷ କରିପାରିବ ବୋଲି ଯେଉଁ ଆକଳନ କରାଯାଇଛି, ତାହା ସମ୍ଭବତଃ ପୂର୍ଣ୍ଣ ହୋଇଯିବ, ଯେଉଁଦିନ ମଣିଷ ମୃତଦେହକୁ ଜୀବନ ଦାନ କରିବ। ତେବେ ସେଥିପାଇଁ ସବୁ ପ୍ରସ୍ତୁତି ବିଜ୍ଞାନ କରିସାରିଲାଣି ଓ ପ୍ରକୃତି ଉପରେ ବିଜୟ ପାଇଁ ଅଣ୍ଟା ଭିଡ଼ିଲାଣି। ଶହେ ଦୁଇଶହ ବର୍ଷ ପରେ ଯଦି ହଠାତ୍‌ ମରିଥିବା ମଣିଷମାନେ ବଞ୍ଚି ଉଠିବେ, ତା’ହେଲେ ସାମାଜିକ ବ୍ୟବସ୍ଥା ଓ ପରିସ୍ଥିତିରେ କ’ଣ ସୁବିଧା ଅସୁବିଧା ସୃଷ୍ଟିହେବ ତାହାର ପରିଣାମ ବିଷୟରେ ମଧ୍ୟ କଳ୍ପନା କରିବା ଉଚିତ। ନହେଲେ ପ୍ରକୃତିର ନିୟମ ଓ ବ୍ୟବସ୍ଥାକୁ ତା’ବାଟରେ ଛାଡ଼ିଦେବା ଦରକାର। କିନ୍ତୁ ସେଥିପାଇଁ ବିଜ୍ଞାନ ପଛକୁ ଯିବା ଲାଗି ନାରାଜ। ଏପରି ସ୍ଥିତିରେ ଫଳାଫଳ ଭବିଷ୍ୟତ ହିଁ ସାକ୍ଷୀ ରହିବ।

ଡ. ନରେନ୍ଦ୍ର ସେଠୀ
ମୋ: ୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

‘ଗାଡ଼ି ଗଭୀର ଖାଲ ଆଡ଼କୁ ମାଡ଼ିଚାଲିଛି; ବ୍ରେକ ଲଗାଇବାର ସମୟ ଆସିଯାଇଛି’ AIକୁ ନେଇ ଆମେରିକୀୟ ଆଇନ ପ୍ରଣେତାଙ୍କ ଚେତାବନୀ

ଓ୍ବାଶିଂଟନ,୧୩।୯: ଆମେରିକାର ସିନେଟର ବର୍ନି ସାଣ୍ଡର୍ସ ରବିବାର କହିଛନ୍ତି ଯେ AI (କୃତ୍ରିମ ବୁଦ୍ଧିମତ୍ତା) ବିକାଶର ଗତି ମନ୍ଥର କରିବା ପାଇଁ ଡାରିଓ ଆମୋଡେଇ, ସାମ ଅଲ୍ଟମ୍ୟାନ…

ୟୁଏଇରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ପାଇଁ ଆଣିଛନ୍ତି ଖୁସିଖବର, କହିଲେ ଏଥର ଆମ…

ଭୁବନେଶ୍ୱର,୧୩ା୯: ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ସାରି ରବିବାର ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଆଜି…

ଘର କାମ ସାରି ବାହାରେ ଥିବାବେଳେ ଯୁବକଙ୍କୁଦୁଇ ରାଉଣ୍ଡ ଗୁଳି

ସୋରଡ଼ା, ୧୩।୯ (ରଜନୀ ମହାପାତ୍ର): ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ…

ନୂଆଁଖାଇରେ ସମ୍ବଲପୁରୀ ଲୁଗାର କ୍ରେଜ୍‌, ବଢ଼ୁଛି ବେପାର: ବଜାରରେ ଜମୁଛି ଭିଡ଼

ଅମରପାଲି, ୧୩/୯ (ପୀତାମ୍ବର ସାହୁ): ନୂଆଁଖାଇ ପର୍ବକୁ ଆଉ କିଛି ଦିନ ବାକି ଥିବାବେଳେ ପଶ୍ଚିମ ଓଡ଼ିଶାର ବଜାରରେ ଦେଖାଦେଇଛି ଉତ୍ସବର ରଙ୍ଗ। ନୂଆଁଖାଇରେ ନୂଆ ପୋଷାକ…

ବିରଳ ପ୍ରଜାତିର ସବୁଜ ଶାମୁକା, ଏଥିରୁ ପ୍ରସ୍ତୁତ ହୁଏ ବିଭିନ୍ନ ରୋଗର ମହୌଷଧି

ମହାକାଳପଡ଼ା,୧୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନୀଳ ଜଳରାଶିର ସାମୁଦ୍ରିକ ବିରଳ ସବୁଜ ଶାମୁକା ଅନ୍ୟତମ। ଗହୀରମଥା ଅଞ୍ଚଳର…

ଚାଲିଗଲେ ହରି ନନା, ହାଣ୍ଡିରେ ରହିଗଲା ସ୍ୱାଦ: ଆଉ ମିଳିବନି…

ବଡ଼ଗାଁ, ୧୩।୯ (ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଓ ଆଖପାଖ ଅଞ୍ଚଳରେ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ବେଶ୍‌ ପରିଚିତ ରୋଷେୟା ହରିହର ବିଶି (୬୨)ଙ୍କ…

ପୁରୁଷୋତ୍ତମପୁରର ୩ ରେସଲର୍‌, ରାଜ୍ୟସ୍ତରରେ ଦେଖାଇବେ ଦମ୍‌: ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ…

ପୁରୁଷୋତ୍ତମପୁର, ୧୩/୯ (ସବିତା ମିଶ୍ର): ଗଞ୍ଜାମ ଜିଲାସ୍ତରୀୟ ରେସଲିଂ କ୍ରୀଡ଼ା ପ୍ରତିଯୋଗିତାରେ ବାଳକ ଓ ବାଳିକା ବିଭାଗରେ ଉତ୍ତମ ଦକ୍ଷତା ପ୍ରଦର୍ଶନ କରି ଚାମ୍ପିୟନ ଆଖ୍ୟା ଅର୍ଜନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?