ମୃତ୍ୟୁକୁ ଜୀବନ

ମୃତ୍ୟୁ ସତ୍ୟ। କିନ୍ତୁ ମୋହ ମାୟା ମଣିଷକୁ ଏପରି ଗ୍ରାସକରି ରଖେ ଯେ, ଯେ କେହିବି ସଂସାରରେ ମରିବାକୁ ଚାହାନ୍ତି ନାହିଁ। ମୃତ୍ୟୁ ପର୍ଯ୍ୟନ୍ତ ମଣିଷ ବନ୍ଧନରେ ବାନ୍ଧି ହୋଇ ରହେ। ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହୋଇଲେ ମରଇ, ଭାଗବତର ଏହି ମର୍ମସ୍ପର୍ଶୀ ବାଣୀର ଅର୍ଥ ହେଲା: ଯିଏ ଜନ୍ମ ନେବ ତା’ର ମୃତ୍ୟୁ ନିଶ୍ଚିତ। ସତ କହିବାକୁ ଗଲେ ଆମେ କେହି ମରିବାକୁ ଚାହୁଁନା। ତେବେ ସବୁଦିନ ପାଇଁ ବଞ୍ଚିବା ଲାଗି ମଣିଷର ପ୍ରବଳ ଇଚ୍ଛା ପୂରଣ କରିବା ସକାଶେ ବିଜ୍ଞାନ ଅହରହ ପ୍ରଚେଷ୍ଟା ଚଳାଇଛି। ମଣିଷ ଶରୀର ଅନେକ କୋଷକୁ ନେଇ ଗଠିତ। କୋଷଗୁଡ଼ିକ ଏକରୁ ଦୁଇ, ଦୁଇରୁ ଚାରି ହୋଇ ବିଭାଜନ ପ୍ରକ୍ରିୟାରେ ବଢ଼ିଥାନ୍ତି। ଶରୀରର ଗୋଟିଏ କୋଷ ଏହିପରି ୫୦ ଥର ବିଭାଜନ ହେଲା ପରେ ମୃତ୍ୟୁବରଣ କରିଥାଏ ବୋଲି ପରୀକ୍ଷାରୁ ଜଣାପଡ଼ିଛି। ତିରିଶ ବର୍ଷ ପରେ ମଣିଷ ଶରୀର ଧୀରେ ଧୀରେ ଶିଥିଳ ହୋଇ ଆସେ ଓ ବାର୍ଦ୍ଧକ୍ୟ ଆଡ଼କୁ ପାଦ ପକାଏ। କିନ୍ତୁ ରୋଚକ କଥା ହେଲା, ମଣିଷ ଶରୀରରେ କିଛି ଏମିତି କୋଷ ଅଛି ଯାହା ମରେ ନାହିଁ। ଉଦାହରଣ ସ୍ବରୂପ, କର୍କଟ ଆକ୍ରାନ୍ତ କୋଷଗୁଡ଼ିକ ମରିବାର ସବୁ ଗୁଣ ହରେଇ ବସିଥାନ୍ତି। ଷ୍ଟେମସେଲ ଓ ଜର୍ମ ସେଲର ମଧ୍ୟ ଏହି ଗୁଣ ଅଛି। ଯେହେତୁ ଗୁଣସୂତ୍ର ବା ଜିନ୍‌ ମଣିଷର ବାର୍ଦ୍ଧକ୍ୟ ପାଇଁ ମୋଟାମୋଟି ଭାବେ ଦାୟୀ, ବୈଜ୍ଞାନିକମାନେ ଏବେ ଏପରି ଜିନ୍‌ର ସନ୍ଧାନରେ ଅଛନ୍ତି, ଯାହା ବୟସକୁ ଅଟକେଇ ପାରିବ। କେତେଜଣ ବୈଜ୍ଞାନିକ ମଣିଷକୁ ଅମର କରିବାର କୌଶଳ ଖୋଜିବାରେ ଲାଗିପଡ଼ିଥିବା ବେଳେ ଆଉ କେତେକେ ମରିବା ପରେ କିପରି ମୃତ ଶରୀରକୁ ଜୀବନ ଦେଇ ହେବ ସେଥିପାଇଁ ଚେଷ୍ଟା ଚଳାଇଛନ୍ତି। ଆଧୁନିକ ବିଜ୍ଞାନ ଯଦି କେବେ ମୃତ ଶରୀରରେ ଜୀବନ ଦେବାରେ ସଫଳ ହୁଏ, ତାହାଲେ ମଣିଷ ଶରୀର ପ୍ରାକୃତିକ ଉପାୟରେ ମରିବା ପରେ ପୁଣି ବଞ୍ଚିପାରିବ। ମୃତ୍ୟୁହେବା ମାତ୍ରେ ଶରୀରରେ ବିଘଟନ ପ୍ରକ୍ରିୟା ଆରମ୍ଭ ହୋଇ ଯାଉଥିବାରୁ ବଞ୍ଚତ୍ବାର କୌଶଳ ପ୍ରୟୋଗ କରିବା ପର୍ଯ୍ୟନ୍ତ ତାହାକୁ ସାଇତି ରଖିବା ନିହାତି ପ୍ରୟୋଜନ। ଏହି କ୍ରମରେ ବର୍ଲିନର ଏକ ସଂସ୍ଥା ଆଗେଇ ଆସି ଭବିଷ୍ୟତରେ ଯେଉଁମାନେ ଜିଇବାର ଲାଳସା ରଖନ୍ତି, ମରିବାପରେ ନିଜର ଶରୀରକୁ ସାଇତି ରଖିବାକୁ ସୁଯୋଗ ଦେଉଛି। ଏପର୍ଯ୍ୟନ୍ତ ୭୦୦ରୁ ଅଧିକ ନିଜର ମୃତଦେହ ସାଇତି ରଖିବା ପାଇଁ ଚୁକ୍ତି ସ୍ବାକ୍ଷର କରିସାରିଲେଣି। ଏଥିପାଇଁ ଟୁମୋରୋ ବାଓ ନାମକ ଏହି ସଂସ୍ଥାକୁ ଶରୀର ପିଛା ପ୍ରାୟ ୨କୋଟି ଟଙ୍କା ଦେବାକୁ ପଡ଼ିବ। ଏଥିରେ ଆପଣ ନିଜର ପ୍ରିୟ ଗୃହପାଳିତ ପଶୁର ଶରୀର ମଧ୍ୟ ସାଇତି ରଖିପାରିବେ।
ରୋଚକ ତଥ୍ୟ ହେଲା, ଆପଣ ଏଥିପାଇଁ ସଂସ୍ଥାର ୱେବ୍‌ସାଇଟକୁ ଯାଇ ନିଜ ଶରୀର ବିଷୟରେ ଅବଗତ କରାଇଲେ ସଂସ୍ଥା ଆପଣଙ୍କ ମୃତଦେହ ପାଇଁ କେତେ ଟଙ୍କା ନେବେ ତାହା ଜାଣିପାରିବେ। ମୃତଦେହ ସହିତ ଏହି ସଂସ୍ଥା ଜୀବିତ ଅବସ୍ଥାରେ ଥିବା ସ୍ମରଣ ଶକ୍ତି, ପରିଚୟ ଓ ବ୍ୟକ୍ତିତ୍ୱକୁ ମଧ୍ୟ ସାଇତି ରଖିବାର ଦାବି କରୁଛି। ଏହା ଯଦି ସଫଳ ହୁଏ, ତା’ହେଲେ ମରିଯାଇଥିବା ବ୍ୟକ୍ତି ଭବିଷ୍ୟତରେ ପୁଣି ଥରେ ଜୀବନ ଲାଭ କରି ପୁରୁଣା ସଂସାରକୁ ଫେରିପାଇବ। ତେବେ ୟୁରୋପର ଟୁମୋରୋ ବାଓ ୨ଲକ୍ଷ ଡଲାର ବଦଳରେ ମୃତ୍ୟୁକୁ ନାଲିଆଖି ଦେଖେଇ ପୁଣି ଜୀବନ ଫେରେଇ ଆଣିବାର ଲାଳସା ମଣିଷ ମନରେ ଭରି ଦେଇଛି। ଟୁମୋରୋ ବାଓର ଏମିତି ଏକ ଲୋଭନୀୟ ତଥା ଅପ୍ରତ୍ୟାଶିତ ଚେଷ୍ଟା ପଛରେ କିଛି ବୈଜ୍ଞାନିକ ଘଟଣା ରହିଛି। ଏହା ହେଲା ୧୯୯୯ ମସିହାରେ ଜଣେ ବ୍ୟକ୍ତି, ଯିଏକି ମରିବାର ଦୁଇଘଣ୍ଟା ପରେ ଜୀବନ ଫେରି ପାଇଥିଲେ। ତେଣୁ ମୃତ୍ୟୁ ପରେ ଯେ ଦିନେ ମଣିଷ ଜୀବନ ପାଇପାରିବ, ଏହା ଏହି ସଂସ୍ଥାର ବିଶ୍ୱାସ ଅଛି। ତେବେ ବଡ଼ କଥା ହେଲା, ଯଦି ମୃତଦେହକୁ ଜୀବନ ଦେବାରେ ବିଜ୍ଞାନ ଏଯାଏଁ ସଫଳ ହୋଇନି, ତା’ହେଲେ ଶରୀରକୁ ସାଇତି ରଖିବା କେତେଦୂର ପ୍ରଯୁଜ୍ୟ ବୋଲି ଅନେକ ମତବ୍ୟକ୍ତ କରିଛନ୍ତି। କ୍ରାଓପ୍ରିଜର୍ଭ ଭଳି ଏହି ଉପାୟରେ ଶରୀରକୁ -୨୦୦ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ତାପମାତ୍ରାରେ ସାଇତି ରଖିଲେ କୋଷଗୁଡ଼ିକ ବରଫ ପାଲଟିଯାଇ ନଷ୍ଟ ହୋଇଯିବାର ସମ୍ଭାବନା ଅଛି। ମଣିଷ ଶରୀରର ୬୦% ଜଳ ହୋଇଥିବାରୁ ଅତି ନିମ୍ନ ତାପମାତ୍ରାରେ ଶରୀରକୁ ସଂରକ୍ଷଣ କଲେ ଏହା ବରଫ ପାଲଟି ନଷ୍ଟ ହୋଇଯିବାର ସମ୍ଭାବନା ଥିବାରୁ ଏହି ପ୍ରକ୍ରିୟାରେ ଶରୀର ଭିତରୁ ଜଳ ଅଂଶ ବାହାର କରି ତା’ବଦଳରେ କିଛି ରସାୟନ ପଦାର୍ଥ ଭରିଦିଆଯିବ ଓ ଶରୀରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅପେକ୍ଷା କରିବାକୁ ପ୍ରୟୋଗଶାଳାରେ ରଖିଦିଆଯିବ। ଯେତେବେଳେ ମୃତଦେହକୁ ବଞ୍ଚାଇବା ପାଇଁ ଜ୍ଞାନ କୌଶଳ ଆସିବ, ସେପର୍ଯ୍ୟନ୍ତ ଏହି ସବୁ ଶରୀର ଅପେକ୍ଷା କରି ରହିବେ।
ଭବିଷ୍ୟତରେ ମଣିଷ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡକୁ ମନଇଚ୍ଛା ପରିବର୍ତ୍ତନ କରିବାରେ ସକ୍ଷମ ହୋଇ ଶେଷରେ ନିଜକୁ ପୁରାଣବର୍ଣ୍ଣିତ ଦେବତାଙ୍କ ସମକକ୍ଷ କରିପାରିବ ବୋଲି ଯେଉଁ ଆକଳନ କରାଯାଇଛି, ତାହା ସମ୍ଭବତଃ ପୂର୍ଣ୍ଣ ହୋଇଯିବ, ଯେଉଁଦିନ ମଣିଷ ମୃତଦେହକୁ ଜୀବନ ଦାନ କରିବ। ତେବେ ସେଥିପାଇଁ ସବୁ ପ୍ରସ୍ତୁତି ବିଜ୍ଞାନ କରିସାରିଲାଣି ଓ ପ୍ରକୃତି ଉପରେ ବିଜୟ ପାଇଁ ଅଣ୍ଟା ଭିଡ଼ିଲାଣି। ଶହେ ଦୁଇଶହ ବର୍ଷ ପରେ ଯଦି ହଠାତ୍‌ ମରିଥିବା ମଣିଷମାନେ ବଞ୍ଚି ଉଠିବେ, ତା’ହେଲେ ସାମାଜିକ ବ୍ୟବସ୍ଥା ଓ ପରିସ୍ଥିତିରେ କ’ଣ ସୁବିଧା ଅସୁବିଧା ସୃଷ୍ଟିହେବ ତାହାର ପରିଣାମ ବିଷୟରେ ମଧ୍ୟ କଳ୍ପନା କରିବା ଉଚିତ। ନହେଲେ ପ୍ରକୃତିର ନିୟମ ଓ ବ୍ୟବସ୍ଥାକୁ ତା’ବାଟରେ ଛାଡ଼ିଦେବା ଦରକାର। କିନ୍ତୁ ସେଥିପାଇଁ ବିଜ୍ଞାନ ପଛକୁ ଯିବା ଲାଗି ନାରାଜ। ଏପରି ସ୍ଥିତିରେ ଫଳାଫଳ ଭବିଷ୍ୟତ ହିଁ ସାକ୍ଷୀ ରହିବ।

ଡ. ନରେନ୍ଦ୍ର ସେଠୀ
ମୋ: ୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବରେ ରାତିରେ ଶୋଇବା ଅର୍ଥାତ୍‌ ମୃତ୍ୟୁକୁ ନିମନ୍ତ୍ରଣ କରିବା, ଆପଣ ଏହି ୫ ଗମ୍ଭୀର ରୋଗର ହୋଇପାରନ୍ତି ଶିକାର

ଆଜିକାଲିର ଦ୍ରୁତ ଗତିରେ ଜୀବନରେ, ଲୋକମାନେ ପ୍ରାୟତଃ ରାତି ୧୦ଟା ପରେ ମଧ୍ୟ ଘଣ୍ଟା ଘଣ୍ଟା ଫୋନରେ ଏବଂ କାମରେ ବିତାଇ ଦିଅନ୍ତି। କିନ୍ତୁ ଆପଣ କ’ଣ…

ଆପଣଙ୍କ ମୃତ୍ୟୁ ପରେ କିଏ ଚଲାଇବ Facebook-Instagram? ସରକାର ଆଣିଲେ ଉତ୍ତରାଧିକାରୀ ବାଛିବା ନିୟମ

ନୂଆଦିଲ୍ଲୀ,୨୮।୪: Facebook, Instagram, WhatsApp, LinkedIn, ଏବଂ Telegram ଭଳି ଡିଜିଟାଲ ସମ୍ପତ୍ତିଗୁଡ଼ିକ ବ୍ୟକ୍ତିଗତ ସଂସ୍ଥା। ଏହି ପ୍ଲାଟଫର୍ମ ମଧ୍ୟରେ, କେବଳ ବାହାର ଲୋକ ହସ୍ତକ୍ଷେପ ନୁହେଁ…

ବାହାଘର ଭୋଜି ଖାଇ ଫେରୁଥିଲେ ହଠାତ୍‌ ଓଲଟିଲା ପିକ୍‌ଅପ: ଚାଲିଗଲା ୩ ନିରୀହ ଶିଶୁଙ୍କ ଜୀବନ, ମରଣ ସହ ଲଢ଼ୁଛନ୍ତି ଆଉ ୩

ବଲାଙ୍ଗୀର/ଟିଟଲାଗଡ,୨୮।୪(ସୁନିଲ ମହାନ୍ତି, ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ ଥାନା ଅନ୍ତର୍ଗତ ମାରଲାଡ ବ୍ରିଜ ନିକଟରେ ମଙ୍ଗଳବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ପିକଅପ ଭାରସାମ୍ୟ ହରାଇ…

ଯୌତୁକ ନିରାକରଣ ଉପରେ ଆଇନ ସଚେତନ

କେସିଙ୍ଗା,୨୮।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ତାଳୁକ ଆଇନ ସେବା ସମିତି ପକ୍ଷରୁ ଅଦାଲତ ପରିସରରେ ଯୌତୁକ ନିରାକରଣ  ଉପରେ ଏକ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି।…

IPL 2026 ମଧ୍ୟରେ ବଡ଼ ଘୋଷଣା କରିପାରେ CSK

ନୂଆଦିଲ୍ଲୀ,୨୮।୪: ଚେନ୍ନାଇ ସୁପର କିଙ୍ଗ୍ସ ବିଜୟ ଧାରାକୁ ଫେରିଥିଲା, କିନ୍ତୁ ଦଳ ପୂର୍ବ ମ୍ୟାଚରେ ପରାଜୟ ବରଣ କରିଥିଲା। CSK ପାଇଁ, ଏଠାରୁ ପରବର୍ତ୍ତୀ ପ୍ରତ୍ୟେକ ମ୍ୟାଚ…

‘ଅନ୍ୟ କାହାକୁ ଅନୁମତି ଦିଆଯିବା ଉଚିତ ନୁହେଁ…’ ଲମ୍ବା IPL ମ୍ୟାଚକୁ ନେଇ ଏମିତି କହିଲେ ସୁନୀଲ ଗାଭାସ୍କର

ନୂଆଦିଲ୍ଲୀ,୨୮।୪: ପୂର୍ବତନ ଭାରତୀୟ କିମ୍ବଦନ୍ତୀ ଖେଳାଳି ସୁନୀଲ ଗାଭାସ୍କର IPL 2026 ସିଜିନରେ ମ୍ୟାଚର ଅବଧି ବୃଦ୍ଧି ସମ୍ପର୍କରେ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି…

ଭାଜପାରେ ଯୋଗ ଦେବା ପରେ ବଡ଼ ବୟାନ ଦେଲେ ସ୍ବାତୀ

ନୂଆଦିଲ୍ଲୀ,୨୮।୪: ଆମ ଆଦମୀ ପାର୍ଟି ଛାଡିବା ପରେ ସ୍ବାତୀ ମାଲିୱାଲ ମଙ୍ଗଳବାର (୨୮ ଏପ୍ରିଲ) ଭାଜପାରେ ଯୋଗ ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ଟିଏମସି ଏମପି ସୟାନୀ ଘୋଷଙ୍କ ଦରମା କେତେ? ବଙ୍ଗ ନିର୍ବାଚନରେ ହେଉଛନ୍ତି ଭାଇରାଲ

କୋଲକାତା,୨୮।୪: ପଶ୍ଚିମବଙ୍ଗ ନିର୍ବାଚନର ହାଇ-ଭୋଲଟେଜ ରାଜନୈତିକ ମାହୋଲ ମଧ୍ୟରେ, ସୟାନୀ ଘୋଷ; ମମତା ବାନାର୍ଜୀଙ୍କ ପରେ ଏମିତି ନେତ୍ରୀ ଭାବରେ ଉଭା ହୋଇଛନ୍ତି ଯିଏ ଭାଇରାଲ ହେଉଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri