ଏଇ ଭାରତରେ

ଗୋଟିଏ ଟମାଟୋ ବି ଜଣଙ୍କ ପାଇଁ ମୃତ୍ୟୁର କାରଣ ହୋଇପାରେ! କଥାଟା ଶୁଣିଲେ ଅଜବ ଲାଗିପାରେ। ହେଲେ ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶ ଅନୁପପୁର ଜିଲା ବିଜୁରୀ ଥାନା ଅଞ୍ଚଳରେ। ଏହି ଅଞ୍ଚଳରେ ଜଣେ ଯୁବକ ଗତ ସୋମବାର ରାତିରେ ପରିବା ମାର୍କେଟରେ ବୁଲୁଥିଲେ। ହଠାତ୍‌ ସେ ଏକ ଠେଲାଗାଡିରେ ବିକ୍ରି ହେବାକୁ ଥିବା ଟମାଟୋ ଗୋଟେ ଆଣି ଖାଇବାକୁ ଲାଗିଲେ। କିନ୍ତୁ ଠେଲା ପାଖରେ ଥିବା ଜଣେ ମହିଳା ତାଙ୍କୁ ଏପରି ନ କରିବାକୁ କହିଲେ। ବାସ୍‌ ତା’ପରେ ମହିଳାଙ୍କର ଭାଗ୍ୟ ଖରାପ ପଡିଗଲା। ସେହି ଯୁବକଜଣକ ଏଭଳି ପ୍ରଚଣ୍ଡଭାବରେ ରାଗିଗଲେ ଯେ ମହିଳାଙ୍କୁ ମନଇଚ୍ଛା ଗାଳି କରିବାକୁ ଲାଗିଲେ। ଗାଳି କରିବା ପରେ ବି ମନ ଶାନ୍ତ ହେଲାନି। ହଠାତ୍‌ ପାଖରେ ପଡିଥିବା ଏକ ବାଉଁଶ ଆଣି ଆକ୍ରମଣ କରିବାକୁ ଲାଗିଲେ। ମାତ୍ର କେଇ ମିନିଟ୍‌ ଭିତରେ କ’ଣ ସବୁ ଘଟିଯାଉଛି ସେ ସମ୍ପର୍କରେ ପାଖରେ ଥିବା ଲୋକେ ହଠାତ୍‌ ବୁଝି ପାରି ନ ଥିଲେ। ହେଲେ ମହିଳାଙ୍କ ଉପରେ ଆକ୍ରମଣ ହେବା ପରେ ସ୍ଥାନୀୟ ଲୋକେ ଆସି ପ୍ରତିରୋଧ କରିଥିଲେ। କିନ୍ତୁ ସେତେବେଳକୁ ମହିଳାଜଣକ ଲହୁଲୁହାଣ ହୋଇଯାଇଥିଲେ। ଆକ୍ରମଣକାରୀ ଯୁବକଙ୍କୁ କାବୁ କରିବା ପରେ ମହିଳାଙ୍କୁ ଲୋକେ ତୁରନ୍ତ ଡାକ୍ତରଖାନାକୁ ନେଇ ଯାଇଥିଲେ। ହେଲେ ଡାକ୍ତରଖାନାରେ ପହଞ୍ଚତ୍ବାବେଳକୁ ମହିଳାଙ୍କର ମୃତ୍ୟୁ ହୋଇଯାଇଥିଲା। ଛୋଟିଆ କଥାଟିଏର ଏଭଳି ଅନ୍ତ ଘଟିପାରେ ଏହା ବିଶ୍ୱାସ ହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri