ପୃଥିବୀ ବାହାରେ ଜୀବଜଗତ

ପୃଥିବୀ ହେଉଛି ସୌରଜଗତର ଆଠଟି ଗ୍ରହ ମଧ୍ୟରୁ ଗୋଟିଏ। ସୂର୍ଯ୍ୟ ଚାରିପଟେ ସମସ୍ତ ଗ୍ରହ ପରିକ୍ରମଣ କରୁଛନ୍ତି। ସୂର୍ଯ୍ୟ ହେଉଛି ଆକାଶଗଙ୍ଗା ଗାଲାକ୍ସିର ଗୋଟିଏ ନକ୍ଷତ୍ର। ଏହି ଗାଲାକ୍ସିରେ କୋଟି କୋଟି ନକ୍ଷତ୍ର ଅଛନ୍ତି। ବିଶ୍ୱରେ ଆକାଶଗଙ୍ଗା ଭଳି ଲକ୍ଷ ଲକ୍ଷ ଗାଲାକ୍ସି ମଧ୍ୟ ଅଛି ଏବଂ ପ୍ରତ୍ୟେକ ଗାଲାକ୍ସିରେ ଅସଂଖ୍ୟ ନକ୍ଷତ୍ର ରହିଛି। ବୈଜ୍ଞାନିକମାନେ ସୌରଜଗତ ବାହାରେ ୪୦୦୦ରୁ ଅଧିକ ଗ୍ରହ ଆବିଷ୍କାର କଲେଣି। କିନ୍ତୁ ସମସ୍ତ ଗ୍ରହ ମଧ୍ୟରେ ପୃଥିବୀର ସ୍ଥାନ ହେଉଛି ଅନନ୍ୟ। ଏହାର କାରଣ ହେଉଛି ଯେ ଏଠାରେ ଜୀବଜଗତ ଗଢ଼ି ଉଠିଛି ଏବଂ ଅନ୍ୟ କୌଣସି ଗ୍ରହ କିମ୍ବା ଉପଗ୍ରହରେ ଏ ପର୍ଯ୍ୟନ୍ତ ଜୀବଜଗତର ସନ୍ଧାନ ମିଳିନାହିଁ।
ବ୍ୟାଙ୍ଗ୍‌ରୁ ବିଶ୍ୱ ସୃଷ୍ଟି ହେବା ପରେ ସମାନ ବସ୍ତୁରୁ ସମସ୍ତ ଗାଲାକ୍ସି, ନକ୍ଷତ୍ର, ହ୍ରହ ଆଦି ସୃଷ୍ଟି ହୋଇଛି। ତେବେ ପୃଥିବୀରେ କେବଳ ଜୀବଜଗତ କାହିଁକି ଗଢ଼ି ଉଠିଲା? ଅବଶ୍ୟ କୌଣସି ଗ୍ରହରେ ଜୀବଜଗତ ରହିପାରିବା ପାଇଁ ଗ୍ରହଟି ନକ୍ଷତ୍ରଠାରୁ ଏପରି ଦୂରତାରେ ରହିବା ଉଚିତ, ଯେପରି ସେଠାରେ ତାପମାତ୍ରା ଅଧିକ ହେବ ନାହିଁ କିମ୍ବା ଅତି କମ୍‌ ହେବ ନାହିଁ, ଯାହାଫଳରେ ଜଳ ତରଳ ଅବସ୍ଥାରେ ରହିପାରିବ। ନକ୍ଷତ୍ରଠାରୁ ଦୂରରେ ଯେଉଁ ଅଞ୍ଚଳରେ ଏହା ସମ୍ଭବ ହୋଇଥାଏ, ତାହାକୁ ନକ୍ଷତ୍ରର ‘ବାସଯୋଗ୍ୟ ଅଞ୍ଚଳ’ କୁହାଯାଏ। ସୌରଜଗତରେ ସୂର୍ଯ୍ୟର ବାସଯୋଗ୍ୟ ଅଞ୍ଚଳରେ ପୃଥିବୀ ଥିବାରୁ ଏଠାରେ ଜୀବଜଗତର ବିକାଶ ହୋଇଛି।
ପ୍ରଶ୍ନ ଉଠେ ଯେ ବିଶ୍ୱର କ’ଣ ଅନ୍ୟ କୌଣସି ନକ୍ଷତ୍ରରେ ବାସଯୋଗ୍ୟ ଅଞ୍ଚଳ ନାହିଁ! ବୈଜ୍ଞାନିକମାନେ ଆବିଷ୍କାର କରିଥିବା କେତୋଟି ସୌରେତର ଗ୍ରହ ବାସଯୋଗ୍ୟ ଅଞ୍ଚଳ ଥିବାର ଜଣାପଡ଼ିଛି। କିନ୍ତୁ ଏହି ଗ୍ରହଗୁଡ଼ିକ ଆମଠାରୁ ବହୁତ ଦୂରରେ ଥିବାରୁ ଆମେ ସେଠାରେ ଜୀବଜଗତ ଅଛି କି ନାହିଁ ତାହା ଜାଣିପାରୁନାହେଁ। ବାହ୍ୟଜଗତର ବୁଦ୍ଧିମାନ ଜୀବନ ପାଇଁ ପୃଥିବୀରୁ ସଙ୍କେତ ଛଡ଼ାଯାଇଛି ଏବଂ ଆଶା କରାଯାଉଛି ଯେ ସେମାନେ ଯଦି ଏହା ପାଇବେ ତାହାହେଲେ ଆମ ସହିତ ସମ୍ପର୍କ ସ୍ଥାପନ କରିପାରନ୍ତି। ଏହା ଅନ୍ଧାରରେ ବାଡ଼ି ବୁଲାଇବା ସହ ସମାନ। କେଉଁ ଗ୍ରହରେ ଜୀବନ ସମ୍ଭାବନା ଅଛି, ତାହା ଆମକୁ ଜଣା ନାହିଁ। ମନେକର ଆମଠାରୁ ୧୦୦ ଆଲୋକବର୍ଷ ଦୂରରେ ଗୋଟିଏ ଗ୍ରହରେ ବୁଦ୍ଧିମାନ ଜୀବ ଅଛନ୍ତି। ତାହାହେଲେ ଆମ ସଙ୍କେତ ପାଇବା ପାଇଁ ସେମାନଙ୍କୁ ୧୦୦ ବର୍ଷ ଲାଗିବ ଏବଂ ତାଙ୍କଠାରୁ ଆମେ ଫେରନ୍ତା ସଙ୍କେତ ପାଇବା ପାଇଁ ଆହୁରି ୧୦୦ ବର୍ଷ ଲାଗିବ। ଅର୍ଥାତ୍‌, ଦୁଇ ଶହ ବର୍ଷ ପରେ ଆମେ ସଙ୍କେତର ଉତ୍ତର ପାଇପାରିବା।
ପଠାଯାଇଥିବା ଭୋୟେଜର-୧ ଓ ଭୋୟେଜର-୨ ମହାକାଶଯାନରେ ପୃଥିବୀର ବିଭିନ୍ନ ଜୀବଜନ୍ତୁ ଓ ଗାଣିତିକ ଚିହ୍ନ ଥାଇ ଫଳକ ପଠାଯାଇଛି। ଆଶା କରାଯାଉଛି ଯେ ବାହ୍ୟଜଗତର ଜୀବ ଏହାକୁ ଯଦି ପାଇବେ, ତାହାହେଲେ ସେମାନେ ଆମର ସନ୍ଧାନ ନେବାକୁ ଚେଷ୍ଟା କରିବେ। ଏହା ମଧ୍ୟ ଏକ ବୃଥା ପ୍ରୟାସ। ଆମର ନିକଟତମ ନକ୍ଷତ୍ର ହେଉଛି ପ୍ରକ୍‌ସିମା ସେଣ୍ଟାଉରି ଏବଂ ଏହା ଆମଠାରୁ ୪.୨ ଆଲୋକବର୍ଷ ଦୂରରେ ଅଛି। ଆମର ବର୍ତ୍ତମାନ ଉପଲବ୍ଧ ମହାକାଶଯାନର ବେଗ ଅନୁସାରେ ଏହା ସେଠାରେ ପହଞ୍ଚତ୍ବାକୁ ତିରିଶ ହଜାରରୁ ଅଧିକ ବର୍ଷ ଲାଗିବ।
ଥିବା କୋଟି କୋଟି ଗ୍ରହ ମଧ୍ୟରୁ ନିଶ୍ଚିତ ଭାବେ କେତୋଟିରେ ଜୀବଜଗତ ଥିବ। କିନ୍ତୁ ଆମର ବର୍ତ୍ତମାନର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସାହାଯ୍ୟରେ ଆମେ ତାହା ଜାଣିବା ଲାଗି ଅକ୍ଷମ। ସୌରଜଗତରେ ଥିବା ବିଭିନ୍ନ ଗ୍ରହ ଓ ଉପଗ୍ରହ ନିକଟକୁ ମହାକାଶ ଯାନ ପଠାଇ ବିଶଦ ଭାବରେ ଅନୁଧ୍ୟାନ କରାଯାଇଛି। ସେଥିରେ ଉନ୍ନତ ଜୀବ ନାହାନ୍ତି। କିନ୍ତୁ କ୍ଷୁଦ୍ରାତିକ୍ଷୁଦ୍ର ଜୀବ ଥିବାର ସମ୍ଭାବନା ରହିଛି। ବୁଧ ହେଉଛି ସୂର୍ଯ୍ୟ ନିକଟତମ ଗ୍ରହ ଏବଂ ତାପମାତ୍ରା ଅଧିକ ଥିବାରୁ (୪୨୭ ଡିଗ୍ରୀ ସେଲସିୟସ) ଏଠାରେ ଜଳ ନାହିଁ। ଫଳରେ ଜୀବଜଗତର ସମ୍ଭାବନା ନାହିଁ। ଶୁକ୍ର ଓ ପୃଥିବୀର ଆକାର ଓ ବସ୍ତୁତ୍ୱ ସମାନ। କିନ୍ତୁ ଶୁକ୍ରର ବାୟୁମଣ୍ଡଳରେ ୯୭ ପ୍ରତିଶତ ଅଙ୍ଗାରକାମ୍ଳ ଥିବାରୁ ‘ସବୁଜ ଗୃହ’ ପ୍ରଭାବ ଯୋଗୁ ଏହାର ତାପମାତ୍ରା ମଧ୍ୟ ଅଧିକ (୪୬୦ ଡିଗ୍ରୀ ସେଲସିୟସ) ଏବଂ ଫଳରେ ଏଠାରେ ମଧ୍ୟ ଜୀବଜଗତ ଗଢ଼ିବା ସମ୍ଭବ ନୁହେଁ। ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ଅତୀତରେ ଶୁକ୍ରରେ ଜଳ ଥିଲା ଏବଂ ତାପମାତ୍ରା ବୃଦ୍ଧି ଯୋଗୁ ଏହା ବାଷ୍ପୀଭୂତ ହୋଇଯାଇଛି। ନିକଟରେ ଅଧ୍ୟୟନରୁ ଶୁକ୍ର ବାୟୁମଣ୍ଡଳରେ ଫସଫାଇନ୍‌ ଥିବାର ଜଣାପଡ଼ିଛି। ଶୁକ୍ର ବାଦଲରେ ସୂକ୍ଷ୍ମ ଜୀବ ଥିବାର ଏହା ସଙ୍କେତ।
ମଙ୍ଗଳ ଗ୍ରହରେ ଜୀବଜଗତକୁ ନେଇ ଅନେକ କଳ୍ପନାଜଳ୍ପନା ଥିଲା। ମାତ୍ର ସେଠାକୁ କେତେଗୁଡ଼ିଏ ପ୍ରୋବ୍‌ ପଠାଇବା ପରେ ଜଣାପଡ଼ିଛି ଯେ ସେଠାରେ ଜୀବ ନାହିଁ। କିନ୍ତୁ ଏହାର ପୃଷ୍ଠ ତଳେ ବରଫ କିମ୍ବା ଜଳ ଥିବାର ଜଣାପଡ଼ିଛି। ସେଠାରେ ମଧ୍ୟ ଅଣୁଜୀବ ଥିବାର ଆଶା କରାଯାଉଛି। ଯୁକ୍ତରାଷ୍ଟ୍ର ଆମେରିକାର ପର୍ସେଭେରାନସ୍‌ ଯାନ ଗତ ଏପ୍ରିଲ ମାସରେ ମଙ୍ଗଳପୃଷ୍ଠରେ ଅବତରଣ କରିଛି ଏବଂ ସେଠାରେ ଜୀବଜଗତର ସନ୍ଧାନ କରିବା ହେଉଛି ଏହାର ଅନ୍ୟତମ ଉଦ୍ଦେଶ୍ୟ।
ବୃହସ୍ପତିର ଉପଗ୍ରହ ‘ୟୁରୋପା’ର ବରଫ ପୃଷ୍ଠ ତଳେ ଗୋଟିଏ ମହାସାଗର ଆବିଷ୍କୃତ ହୋଇଛି ଏବଂ ମହାସାଗର ତଳେ ଗୋଟିଏ ପଥୁରିଆ ଅଞ୍ଚଳ ରହିଛି। ହବଲ ଦୂରବୀକ୍ଷଣ ଯନ୍ତ୍ର ୨୦୧୩ ମସିହାରେ ଏହି ଉପଗ୍ରହରେ ପ୍ରାୟ ୨୦୦ କିମି ଉଚ୍ଚକୁ ଉଠିଥିବା ଗୋଟିଏ ଜଳୀୟବାଷ୍ପ ଶିଖାକୁ ଠାବ କରିଥିଲା। ଶନିର ବୃହତ୍ତମ ଉପଗ୍ରହ ‘ଟାଇଟନ୍‌’ ପୃଷ୍ଠରେ ନଦୀ ଓ ହ୍ରଦ ଅଛି ଏବଂ ସେଠାରେ ବର୍ଷା ମଧ୍ୟ ହେଉଛି। କିନ୍ତୁ ଏହା ଜଳ ନୁହେଁ। ସେଠାରେ ମିଥେନ୍‌ ଇଭୋନର ହ୍ରଦ ଓ ନଦୀ ଅଛି। ପୁନଶ୍ଚ ଏହାର ପୃଷ୍ଠ ତଳେ ମହାସାଗର ଅଛି। ଏଣୁ ଟାଇଟନରେ ଅଣୁଜୀବ ଥିବାର ସମ୍ଭାବନା ଅଧିକ। ସେହିପରି ଶନିର ଅନ୍ୟ ଏକ ଉପଗ୍ରହ ଏନସିଲାଡସର ବରଫ ପୃଷ୍ଠ ତଳେ ଗୋଟିଏ ମହାସାଗର ଅଛି। କାସିନି ଯାନ ଏହି ଉପଗ୍ରହରେ ବଡ଼ ବଡ଼ ଉଷ୍ଣପ୍ରସ୍ରବଣ ଜଳ, ସୋଡିୟମ କ୍ଲୋରାଇଡ୍‌ ଓ ବରଫ ସ୍ରୋତ ନିର୍ଗତ ହେଉଥିବାର ଆବିଷ୍କାର କରିଛି। ଏଣୁ ସେଠାରେ ଅଣୁଜୀବର ସମ୍ଭାବନା ରହିଛି।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର, ଫେଜ୍‌-୧,
ଭୁବନେଶ୍ୱର-୧୮
ମୋ : ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?