ଡେଙ୍ଗୁ: କାରଣ ଓ ପ୍ରତିକାର

ସାରା ବିଶ୍ୱରେ ଦେଖାଯାଉଥିବା ବିଭିନ୍ନ ରୋଗଗୁଡିକ ମଧ୍ୟରୁ ଡେଙ୍ଗୁ ଭୂତାଣୁ ଦ୍ୱାରା ସୃଷ୍ଟି ହୋଇଥାଏ। ଏହି ରୋଗ ପଲ୍ଲୀଠାରୁ ସହର ପର୍ଯ୍ୟନ୍ତ ଏବଂ ସବୁ ବର୍ଗର ବ୍ୟକ୍ତିବିଶେଷଙ୍କୁ ସଂକ୍ରମିତ ହେବାର ଆଶଙ୍କା ରହିଛି। ଡେଙ୍ଗୁ ପ୍ରଥମେ ୧୭୮୦ରେ ମାଡ୍ରାସ (ବର୍ତ୍ତମାନ ଚେନ୍ନାଇ) ସହରରେ ଚିହ୍ନଟ କରାଯାଇଥିଲା। ଏହା ଏପରି ଏକ ଜଟିଳ ରୋଗ, ଯାହାର ଉପଯୁକ୍ତ ଚିକିତ୍ସା କରା ନ ଗଲେ ରୋଗୀ ମୃତ୍ୟୁମୁଖରେ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି। ତେଣୁ ଲକ୍ଷଣ ଦେଖାଦେବା ମାତ୍ରେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ରକ୍ତ ନମୁନା ପରୀକ୍ଷା କରି ଡେଙ୍ଗୁ ଚି଼ହ୍ନଟ ହେବା ପରେ ଔଷଧ ଖାଇବା ଦ୍ୱାରା ଉକ୍ତ ସଂକ୍ରମଣରୁ ଆମେ ରକ୍ଷା ପାଇପାରିବା।
ଡେଙ୍ଗୁ ଏକ ଭୂତାଣୁଜନିତ ରୋଗ ।
ମାଈ ‘ଏଡିସ୍‌’ ମଶା କାମୁଡ଼ିବା ଦ୍ୱାରା ସୁସ୍ଥ ମନୁଷ୍ୟ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥାଏ। ଏଡିସ୍‌ ମଶା ହିଁ ଡେଙ୍ଗୁ ରୋଗର ବାହକ। ଏହି ମଶା ଦିନବେଳା ଏବଂ ମଣିଷର ଆଣ୍ଠୁ ତଳକୁ କାମୁଡ଼ିଥାଏ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ସୂଚନା ଅନୁଯାୟୀ ପ୍ରତିବର୍ଷ ସାରାବିଶ୍ୱରେ ପ୍ରାୟ ୫ ଲକ୍ଷ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇଥାନ୍ତି।
ଲକ୍ଷଣ : ଡେଙ୍ଗୁ ସାଧାରଣତଃ ଛୋଟ ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସବୁବର୍ଗର ଲୋକଙ୍କୁ ସଂକ୍ରମିତ ହୋଇଥାଏ। ଏଡିସ୍‌ ମଶା କାମୁଡ଼ିବା ଦ୍ୱାରା ସୁସ୍ଥ ମନୁଷ୍ୟଠାରେ ପ୍ରାୟତଃ ୪ ରୁ ୧୦ ଦିନ ଭିତରେ ଲକ୍ଷଣ ପ୍ରକାଶ ପାଇଥାଏ। ଶରୀରରେ ତାପମାତ୍ରା ୧୦୪F ବୃଦ୍ଧି ପାଇବା ସହ ମାଂସପେଶୀ, ହାଡ଼ ଓ ଖଞ୍ଜା ଆଦିରେ ଯନ୍ତ୍ରଣା ଅନୁଭବ ହେବା ସହ ଆଖିପତା ବ୍ୟଥା, ମୁଣ୍ଡବ୍ୟଥା ଆଦି ଲକ୍ଷଣ ଦେଖାଦେଇଥାଏ। ଶରୀରରେ ଲାଲ ଦାଗ ଦେଖାଦେବା ସହିତ କେତେକ ସ୍ଥଳରେ ବାନ୍ତି ହୋଇଥାଏ। ଏହିସବୁ ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ସେବନ କରିବା ଉଚିତ।
ଏଡିସ୍‌ ମଶାର ଉତ୍ପତ୍ତି ସ୍ଥାନ: ଏଡିସ୍‌ ମଶାର ପ୍ରାଦୁର୍ଭାବ ସାଧାରଣତଃ ବର୍ଷାଋତୁରେ ଦେଖାଦେଇଥାଏ। ଏଡିସ୍‌ ମଶା ସାଧାରଣତଃ ଦୀର୍ଘ ଦିନ ଧରି ଜମି ରହିଥିବା ପାଣିରେ ବଂଶ ବିସ୍ତାର କରିଥାଏ। ଘରେ ପଡ଼ିରହିଥିବା ଭଙ୍ଗା ଆସବାବପତ୍ର, ଅର୍ଦ୍ଧଭଙ୍ଗା ହାଣ୍ଡି, କାଚ, ନଡ଼ିଆ ଶଢ଼େଇ, ଆଇସ୍‌କ୍ରିମ ଖୋଳ, ପଥର ଖାଲ, ପୁରୁଣା ଟାଇଲରେ ବର୍ଷା ଦିନେ ଜମି ରହୁଥିବା ପାଣିରେ ଏହି ମଶା ବଂଶ ବିସ୍ତାର କରିଥାଆନ୍ତି। ଡେଙ୍ଗୁ ରୋଗରେ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ସୁସ୍ଥ ଲୋକଙ୍କଠାରେ ଡେଙ୍ଗୁ ଭୂତାଣୁ ଏଡିସ୍‌ ମଶା ଦ୍ୱାରା ସଂକ୍ରମିତ ହୋଇଥାଏ।
ପ୍ରତିକାର : ଏଡିସ୍‌ ମଶା କାମୁଡ଼ାରୁ ଦୂରେଇ ରହିବା ନିମନ୍ତେ ମଶାରି ଟାଙ୍ଗି ଶୋଇବା, ଶରୀରକୁ ପୋଷାକ ଆଚ୍ଛାଦିତ କରି ରଖିବା, ଗୋଡ଼ରେ ନିମ୍ବତେଲ ଲଗାଇବା, ରସୁଣକୁ ବାଟି ଲେପ ଦେବା, ରସୁଣକୁ ଛେଚି ତେଲ ମିଶାଇ ଲଗାଇବା ଉଚିତ।
ବାସଗୃହର ଚାରିପଟ ସଫାସୁତୁରା ରଖିବା ସହ ମାଟି ସମତଳ କରିବା ଉଚିତ, ଯେପରି କୌଣସି ସ୍ଥାନରେ ପାଣି ଜମି ନ ରହିବ। ଏହାସହ ପାଣି ରଖିଥିବା ପାତ୍ର, ପାଣି ଟାଙ୍କି, କୁଲର ଇତ୍ୟାଦିକୁ ୨ରୁ ୩ ଦିନରେ ଥରେ ସଫାକରି ପାଣି ବଦଳାଇବା ଉଚିତ।
ଆୟୁର୍ବେଦିକ ଚିକିତ୍ସା ଶାସ୍ତ୍ରରେ ଡେଙ୍ଗୁ ରୋଗର ପ୍ରତିରୋଧ ତଥା ଉପଶମ ନିମନ୍ତେ କେତେକ ପରାମର୍ଶ ରହିଛି, ଯାହାକି ଡେଙ୍ଗୁ ରୋଗୀଙ୍କ ପାଇଁ ଅମୃତତୁଲ୍ୟ କାର୍ଯ୍ୟ କରି ଥାଏ। ତୁଳସୀ ପତ୍ର, ଜଷ୍ଟିମହୁ, କଞ୍ଚା ହଳଦୀ ଆଦି ସେବନ ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇ ଡେଙ୍ଗୁ ଭୂତାଣୁକୁ ପ୍ରତିରୋଧ କରିଥାଏ। ଏହାସହ ପଇଡ଼ ପାଣି, ଡାଳିମ୍ବ, କମଳା, ମେଥି, ପୋଇଶାଗ ଆଦିକୁ ଖାଦ୍ୟ ରୂପେ ଖାଇବା ଉଚିତ। ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ବ୍ୟକ୍ତି ତେଲଛଣା ଖାଦ୍ୟ, ମସଲାଯୁକ୍ତ ଖାଦ୍ୟ, ଆମିଷ ଖାଦ୍ୟ ଖାଇବା ଉଚିତ ନୁହେଁ।
ଡେଙ୍ଗୁ ଏକ ଜଟିଳ ତଥା ମାରାତ୍ମକ ରୋଗ। ତେଣୁ ଏହାର ଲକ୍ଷଣ ପ୍ରକାଶ ପାଇବାମାତ୍ରେ ଡାକ୍ତରଙ୍କ ପରାମର୍ଶ ନେଲେ ଏହି ରୋଗରୁ ଉପଶମ ପାଇବା ସହ ଜୀବନ ରକ୍ଷା ହୋଇପାରିବ।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ: ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?