ଡେଙ୍ଗୁ: କାରଣ ଓ ପ୍ରତିକାର

ସାରା ବିଶ୍ୱରେ ଦେଖାଯାଉଥିବା ବିଭିନ୍ନ ରୋଗଗୁଡିକ ମଧ୍ୟରୁ ଡେଙ୍ଗୁ ଭୂତାଣୁ ଦ୍ୱାରା ସୃଷ୍ଟି ହୋଇଥାଏ। ଏହି ରୋଗ ପଲ୍ଲୀଠାରୁ ସହର ପର୍ଯ୍ୟନ୍ତ ଏବଂ ସବୁ ବର୍ଗର ବ୍ୟକ୍ତିବିଶେଷଙ୍କୁ ସଂକ୍ରମିତ ହେବାର ଆଶଙ୍କା ରହିଛି। ଡେଙ୍ଗୁ ପ୍ରଥମେ ୧୭୮୦ରେ ମାଡ୍ରାସ (ବର୍ତ୍ତମାନ ଚେନ୍ନାଇ) ସହରରେ ଚିହ୍ନଟ କରାଯାଇଥିଲା। ଏହା ଏପରି ଏକ ଜଟିଳ ରୋଗ, ଯାହାର ଉପଯୁକ୍ତ ଚିକିତ୍ସା କରା ନ ଗଲେ ରୋଗୀ ମୃତ୍ୟୁମୁଖରେ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି। ତେଣୁ ଲକ୍ଷଣ ଦେଖାଦେବା ମାତ୍ରେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ରକ୍ତ ନମୁନା ପରୀକ୍ଷା କରି ଡେଙ୍ଗୁ ଚି଼ହ୍ନଟ ହେବା ପରେ ଔଷଧ ଖାଇବା ଦ୍ୱାରା ଉକ୍ତ ସଂକ୍ରମଣରୁ ଆମେ ରକ୍ଷା ପାଇପାରିବା।
ଡେଙ୍ଗୁ ଏକ ଭୂତାଣୁଜନିତ ରୋଗ ।
ମାଈ ‘ଏଡିସ୍‌’ ମଶା କାମୁଡ଼ିବା ଦ୍ୱାରା ସୁସ୍ଥ ମନୁଷ୍ୟ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥାଏ। ଏଡିସ୍‌ ମଶା ହିଁ ଡେଙ୍ଗୁ ରୋଗର ବାହକ। ଏହି ମଶା ଦିନବେଳା ଏବଂ ମଣିଷର ଆଣ୍ଠୁ ତଳକୁ କାମୁଡ଼ିଥାଏ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ସୂଚନା ଅନୁଯାୟୀ ପ୍ରତିବର୍ଷ ସାରାବିଶ୍ୱରେ ପ୍ରାୟ ୫ ଲକ୍ଷ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇଥାନ୍ତି।
ଲକ୍ଷଣ : ଡେଙ୍ଗୁ ସାଧାରଣତଃ ଛୋଟ ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସବୁବର୍ଗର ଲୋକଙ୍କୁ ସଂକ୍ରମିତ ହୋଇଥାଏ। ଏଡିସ୍‌ ମଶା କାମୁଡ଼ିବା ଦ୍ୱାରା ସୁସ୍ଥ ମନୁଷ୍ୟଠାରେ ପ୍ରାୟତଃ ୪ ରୁ ୧୦ ଦିନ ଭିତରେ ଲକ୍ଷଣ ପ୍ରକାଶ ପାଇଥାଏ। ଶରୀରରେ ତାପମାତ୍ରା ୧୦୪F ବୃଦ୍ଧି ପାଇବା ସହ ମାଂସପେଶୀ, ହାଡ଼ ଓ ଖଞ୍ଜା ଆଦିରେ ଯନ୍ତ୍ରଣା ଅନୁଭବ ହେବା ସହ ଆଖିପତା ବ୍ୟଥା, ମୁଣ୍ଡବ୍ୟଥା ଆଦି ଲକ୍ଷଣ ଦେଖାଦେଇଥାଏ। ଶରୀରରେ ଲାଲ ଦାଗ ଦେଖାଦେବା ସହିତ କେତେକ ସ୍ଥଳରେ ବାନ୍ତି ହୋଇଥାଏ। ଏହିସବୁ ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ସେବନ କରିବା ଉଚିତ।
ଏଡିସ୍‌ ମଶାର ଉତ୍ପତ୍ତି ସ୍ଥାନ: ଏଡିସ୍‌ ମଶାର ପ୍ରାଦୁର୍ଭାବ ସାଧାରଣତଃ ବର୍ଷାଋତୁରେ ଦେଖାଦେଇଥାଏ। ଏଡିସ୍‌ ମଶା ସାଧାରଣତଃ ଦୀର୍ଘ ଦିନ ଧରି ଜମି ରହିଥିବା ପାଣିରେ ବଂଶ ବିସ୍ତାର କରିଥାଏ। ଘରେ ପଡ଼ିରହିଥିବା ଭଙ୍ଗା ଆସବାବପତ୍ର, ଅର୍ଦ୍ଧଭଙ୍ଗା ହାଣ୍ଡି, କାଚ, ନଡ଼ିଆ ଶଢ଼େଇ, ଆଇସ୍‌କ୍ରିମ ଖୋଳ, ପଥର ଖାଲ, ପୁରୁଣା ଟାଇଲରେ ବର୍ଷା ଦିନେ ଜମି ରହୁଥିବା ପାଣିରେ ଏହି ମଶା ବଂଶ ବିସ୍ତାର କରିଥାଆନ୍ତି। ଡେଙ୍ଗୁ ରୋଗରେ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ସୁସ୍ଥ ଲୋକଙ୍କଠାରେ ଡେଙ୍ଗୁ ଭୂତାଣୁ ଏଡିସ୍‌ ମଶା ଦ୍ୱାରା ସଂକ୍ରମିତ ହୋଇଥାଏ।
ପ୍ରତିକାର : ଏଡିସ୍‌ ମଶା କାମୁଡ଼ାରୁ ଦୂରେଇ ରହିବା ନିମନ୍ତେ ମଶାରି ଟାଙ୍ଗି ଶୋଇବା, ଶରୀରକୁ ପୋଷାକ ଆଚ୍ଛାଦିତ କରି ରଖିବା, ଗୋଡ଼ରେ ନିମ୍ବତେଲ ଲଗାଇବା, ରସୁଣକୁ ବାଟି ଲେପ ଦେବା, ରସୁଣକୁ ଛେଚି ତେଲ ମିଶାଇ ଲଗାଇବା ଉଚିତ।
ବାସଗୃହର ଚାରିପଟ ସଫାସୁତୁରା ରଖିବା ସହ ମାଟି ସମତଳ କରିବା ଉଚିତ, ଯେପରି କୌଣସି ସ୍ଥାନରେ ପାଣି ଜମି ନ ରହିବ। ଏହାସହ ପାଣି ରଖିଥିବା ପାତ୍ର, ପାଣି ଟାଙ୍କି, କୁଲର ଇତ୍ୟାଦିକୁ ୨ରୁ ୩ ଦିନରେ ଥରେ ସଫାକରି ପାଣି ବଦଳାଇବା ଉଚିତ।
ଆୟୁର୍ବେଦିକ ଚିକିତ୍ସା ଶାସ୍ତ୍ରରେ ଡେଙ୍ଗୁ ରୋଗର ପ୍ରତିରୋଧ ତଥା ଉପଶମ ନିମନ୍ତେ କେତେକ ପରାମର୍ଶ ରହିଛି, ଯାହାକି ଡେଙ୍ଗୁ ରୋଗୀଙ୍କ ପାଇଁ ଅମୃତତୁଲ୍ୟ କାର୍ଯ୍ୟ କରି ଥାଏ। ତୁଳସୀ ପତ୍ର, ଜଷ୍ଟିମହୁ, କଞ୍ଚା ହଳଦୀ ଆଦି ସେବନ ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇ ଡେଙ୍ଗୁ ଭୂତାଣୁକୁ ପ୍ରତିରୋଧ କରିଥାଏ। ଏହାସହ ପଇଡ଼ ପାଣି, ଡାଳିମ୍ବ, କମଳା, ମେଥି, ପୋଇଶାଗ ଆଦିକୁ ଖାଦ୍ୟ ରୂପେ ଖାଇବା ଉଚିତ। ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ବ୍ୟକ୍ତି ତେଲଛଣା ଖାଦ୍ୟ, ମସଲାଯୁକ୍ତ ଖାଦ୍ୟ, ଆମିଷ ଖାଦ୍ୟ ଖାଇବା ଉଚିତ ନୁହେଁ।
ଡେଙ୍ଗୁ ଏକ ଜଟିଳ ତଥା ମାରାତ୍ମକ ରୋଗ। ତେଣୁ ଏହାର ଲକ୍ଷଣ ପ୍ରକାଶ ପାଇବାମାତ୍ରେ ଡାକ୍ତରଙ୍କ ପରାମର୍ଶ ନେଲେ ଏହି ରୋଗରୁ ଉପଶମ ପାଇବା ସହ ଜୀବନ ରକ୍ଷା ହୋଇପାରିବ।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ: ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

କେବଳ ସୌନ୍ଦର୍ଯ୍ୟ ନୁହେଁ, ଘରର ଐଶ୍ୱର୍ଯ୍ୟ ବୃଦ୍ଧି କରେ ଏସବୁ ଇଣ୍ଡୋର୍‌ ପ୍ଲାଣ୍ଟ, ଜାଣନ୍ତୁ…

ଇଣ୍ଡୋର୍‌ ପ୍ଲାଣ୍ଟ କେବଳ ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରେନାହିଁ ଘର ପରିବେଶକୁ ବିଶୁଦ୍ଧ କରିବା ସହ ଘରେ ସକାରାତ୍ମକ ଊର୍ଜ୍ଜା ଉତ୍ପନ୍ନ କରିଥାଏ। ତେବେ ଏମିତି...

ଅସୁବିଧାରେ ପଡ଼ି ଋଣ କରିଛନ୍ତି କି? ଜାଣନ୍ତୁ ଶୀଘ୍ର ମୁକ୍ତ ହେବେ କିପରି…

ବେଳେବେଳେ ଅସୁବିଧାରେ ପଡିଲେ, ମଣିଷ ଋଣ କରିବାକୁ ବାଧ୍ୟ ହୋଇଥାଏ। କିନ୍ତୁ ଏହାକୁ ଠିକ୍‌ ସମୟରେ ସୁଝିଦେଲେ ମନକୁ ଶାନ୍ତି ମିଳିଥାଏ ନଚେତ୍‌ ଏହା ବୋଝ...

ବାସି ମୁହଁରେ ପାଣି ପିଇଲେ ମିଳିଥାଏ ଏହି ୪ ବଡ଼ ଲାଭ, ପ୍ରଭାବ ଜାଣିଲେ…

ସକାଳର ଏମିତି କିଛି ଅଭ୍ୟାସ, ଅନେକ ଦିଗରେ ସ୍ବାସ୍ଥ୍ୟକୁ ପ୍ରଭାବିତ କରେ। ଯଦି ଖାଦ୍ୟ ଠିକ୍‌ ଥାଏ, ତେବେ ସ୍ବାସ୍ଥ୍ୟ ଭଲ ରହିଥାଏ; କିନ୍ତୁ ଯଦି ...

ଡାଏଟ୍‌ରେ ସାମିଲ୍‌ କରନ୍ତୁ ଏହି ୫ ଚଟଣି, ସ୍ବାଦ ସହିତ ସ୍ବାସ୍ଥ୍ୟ ପାଇଁ ଉପକାରୀ

ଆମ ଭାରତୀୟ ଖାଦ୍ୟରେ ଚଟଣି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଏହା କେବଳ ଖାଦ୍ୟର ସ୍ବାଦ ବୃଦ୍ଧି କରେ ତାହା ନୁହେଁ ବରଂ ସ୍ବାସ୍ଥ୍ୟ...

ପିଲାଙ୍କର ପଢ଼ାରେ ଜମା ମନ ଲାଗୁନାହିଁ କି? ଆପଣାନ୍ତୁ ଏଭଳି କିଛି ଉପାୟ …

କିଛି ପିଲାଙ୍କର ପାଠରେ ବେଶ୍‌ ଆଗ୍ରହ ଥାଏ ତ ଆଉ କିଛି ପିଲାଙ୍କର ପଢ଼ାରେ ଜମା ମନ ଲାଗେନି। ପାଠ ନାଁ ଶୁଣିଲେ ସେମାନେ ମୁହଁ...

ବଜାରରୁ ଆଣିଥିବା ପନିର ଅସଲି କି ନକଲି କିଭଳି ଜାଣିବେ? ଆପଣାନ୍ତୁ ଏଭଳି ସହଜ ଉପାୟ…

ଆଜିକାଲି ସମୟରେ ବଜାରରେ ଚାଉଳଠାରୁ ଆରମ୍ଭ କରି ଅନେକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ନକଲି ମିଳୁଛି। ଫଳରେ ଲୋକେ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେଭଳି...

ଖାଇବା ପରେ ୧୦ମିନିଟ୍‌ ପର୍ଯ୍ୟନ୍ତ ଚୋବାନ୍ତୁ ପାନପତ୍ର, ଅନେକ ସମସ୍ୟାରୁ ମିଳିବ ମୁକ୍ତି

ଅଧିକାଂଶ ଭାରତୀୟ ଖାଦ୍ୟ ପରେ କିଛି ମିଠା ଖାଇବାକୁ ପସନ୍ଦ କରନ୍ତି। ତଥାପି ମିଠା ସ୍ବାସ୍ଥ୍ୟ ପାଇଁ ଭଲ ନୁହେଁ। ଏପରି ପରିସ୍ଥିତିରେ, ସୁସ୍ଥ ଉପାୟରେ...

ମୋଟାପଣ ଦୂର କରିବା ପାଇଁ ଗ୍ରୀନ୍‌ ଟି, ଜାଣନ୍ତୁ ଦିନକୁ କେତେଥର ପିଇବା ଉଚିତ

ଗ୍ରୀନ୍‌-ଟି ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହାକୁ ନିୟମିତ ଭାବରେ ସେବନ କରିବା ଦ୍ୱାରା ଆପଣଙ୍କ ସ୍ବାସ୍ଥ୍ୟରେ ଉନ୍ନତି, ଆପଣଙ୍କ ଚର୍ମକୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri