ବନ୍ୟା ପ୍ରପୀଡ଼ିତଙ୍କ ଜୀବନ ଦୁର୍ବିଷହ

ଅମ୍ବାଭୋନା,୨୦ା୮(ଡି.ଏନ.ଏ): ଛତିଶଗଡ଼ ଉପରମୁଣ୍ଡରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ମହାନଦୀର ଜଳସ୍ତର ବୃଦ୍ଧି ପାଇଥିଲା। ରାୟପୁର ସ୍ଥିତ ଗାଁଗରେଲ ଡ୍ୟାମ୍‌ରୁ ମହାନଦୀକୁ ଅଧିକ ଜଳ ନିଷ୍କାସନ, ଶାଖା ନଦୀ ଗୁଡ଼ିକରେ ଅଧିକ ଜଳ ପ୍ରବେଶ କରିବାରୁ ମହାନଦୀ ଫୁଲି ଉଠି ପାର୍ଶ୍ୱବର୍ତ୍ତୀ ଗ୍ରାମ ଗୁଡ଼ିକୁ ୭ଦିନ ହେଲା ଜଳମଗ୍ନ କରି ରଖିଛି। ହୀରାକୁଦ ଜଳଭଣ୍ଡାରର ପଛୁଆ ପାଣିରେ ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଚିଖିଲି ସମେତ ବେନିଆଁପାଲି, ବରଙ୍ଗାକୋଟ, ଅନ୍ତରାଡ଼ି, ଘୁଘୁରାପାଲି ଆଦି ଗ୍ରାମରେ ୫୦୦ ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି। ଚିଖିଲି ଗ୍ରାମରେ ୬ଫୁଟ୍‌ର ବନ୍ୟାଜଳ ପଶି ଆସି ଘରଦ୍ୱାର, ଡଙ୍ଗା, ଜାଲ, ଜାଳେଣି, ପାଲଗଦା ଆଦି ଭସାଇ ନେଇଛି। ବନ୍ଧ, ଗାଡ଼ିଆରେ ମତ୍ସ୍ୟଚାଷୀମାନେ କରିଥିବା ମାଛ ଚାଷ ବନ୍ୟାଜଳରେ ଧୋଇ ହୋଇଯାଇଛି। ଫଳରେ ବନ୍ୟା ପ୍ରପୀଡ଼ିତଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇ ପଡ଼ିଛି। ବାରମ୍ବାର ଏଭଳି ବନ୍ୟାସ୍ଥିତି ଯୋଗୁ ଅଞ୍ଚଳର ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ୧୯୬୧, ୧୯୮୦, ୨୦୦୩, ୨୦୦୮, ୨୦୧୪, ୨୦୧୭, ୨୦୨୦, ୨୦୨୧, ୨୦୨୨ ମସିହା ବନ୍ୟାରେ ଚାଷୀଙ୍କ ଚାଷଜମି ସମେତ ଘରଦ୍ୱାର ଆଦି ଉଜୁଡ଼ିଛି। ଜଳସ୍ତର କମିଛି, ହେଲେ ଲୋକଙ୍କ ଦୁର୍ଦ୍ଦଶା କମିନାହିଁ। ସେହିପରି ପୁଣି ଲଘୁଚାପ ଜନିତ ବର୍ଷା ସମ୍ଭାବନା ଥିବାରୁ ବନ୍ୟା ଆଶଙ୍କାର ପୁନରାବୃତ୍ତି ଟଳିନାହିଁ। ଏବେ ମଧ୍ୟ ଉପରୋକ୍ତ ଗ୍ରାମବାସୀ ବନ୍ୟା ଆଶଙ୍କାରେ ରହିଛନ୍ତି। ବନ୍ୟାରେ ଉକ୍ତ ଅଞ୍ଚଳର ୩୭୯ ବିପନ୍ନଙ୍କୁ ଗଣ୍ଠିଆପାଲି ଆଶ୍ରୟସ୍ଥଳୀକୁ ଅଣାଯାଇ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିଲା। ତେବେ ବନ୍ୟାଜଳ କମିବାରୁ ୭ଦିନ ପରେ ବିପନ୍ନମାନେ ନିଜ ଘରକୁ ଫେରିଛନ୍ତି। ସେମାନେ ଭଙ୍ଗାଘର, ଗୁହାଳ ସଜାଡ଼ିବାରେ ଲାଗିଛନ୍ତି। ସେହିପରି ଘରେ ସଂରକ୍ଷିତ ଧାନ, ଗହମ, ଚାଉଳ ଓଦା ହୋଇଯାଇଥିବାରୁ ଲୋକେ ଚିନ୍ତିତ ହୋଇ ପଡ଼ିଛନ୍ତି। ପ୍ରଶାସନ ପକ୍ଷରୁ ଯାହା କିଛି ସହାୟତା ମିଳିଛି, ତାହା ସମୁଦ୍ରକୁ ଶଙ୍ଖେ ବୋଲି ବନ୍ୟା ପ୍ରପୀଡ଼ିତ ଲୋକେ କହିଛନ୍ତି। ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗ୍ରାମକୁ ରିଲିଫ୍‌ ସାମଗ୍ରୀ ପଠାଇଛନ୍ତି। ମାତ୍ର ବନ୍ୟା ଯେଭଳି ଭାବେ ଗ୍ରାମବାସୀଙ୍କ ଜୀବିକାକୁ ଉଜାଡ଼ି ଦେଇଛି, ତୁରନ୍ତ ସେମାନଙ୍କୁ ପର୍ଯ୍ୟାପ୍ତ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୪।୧(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri