ଜୀବନସାଥୀ….

ମନ ପସନ୍ଦର ଜୀବନସାଥୀଟିଏ ମିଳିଗଲେ ଜୀବନ ଆହୁରି ସରସ ସୁନ୍ଦର ଲାଗେ। ଭଲ ଜୀବନସାଥୀ କିପରି ମିଳିବ, ତାକୁ କିପରି ଆପଣ ଚୟନ କରିବେ। କାହାକୁ ଦୃଷ୍ଟିରେ ରଖି ଭଲ ଜୀବନସାଥୀ ବାଛିବେ-ଏମିତି ଅନେକ ପ୍ରଶ୍ନଗୁଚ୍ଛ ସେହି ସମୟରେ ମନରେ ଉଙ୍କିମାରିବା ସ୍ବାଭାବିକ। ଏ ସମ୍ପର୍କରେ କେତୋଟି ଟିପ୍ସ….

ଏ ଚା’ଟା ଆମ ଝିଅ ପ୍ରସ୍ତୁତ କରିଛି, ଏ ରୁମ୍‌ରେ ଯେଉଁ ପେଣ୍ଟିଂଟା ଦେଖୁଛ ଏଇଟା ବି ଝିଅ କରିଛି। ଆଜି ବି ଏମିତି ପ୍ରଥା ଚାଲିଛି ଯେଉଁଠି ପୁଅଘର ଲୋକେ ଝିଅଘରକୁ ଆସି କେତୋଟି ପ୍ରଶ୍ନ ପଚାରନ୍ତି ତା’ର ଉତ୍ତର ଝିଅ ଦିଏ। ଏଭଳି ଏକ ପ୍ରଶ୍ନ-ଉତ୍ତର ସେସନ ଚାଲେ। ଝିଅ ମଧ୍ୟ ନିଜକୁ ଏଥିନେଇ ଅନେକାଂଶରେ ମାନସିକ ସ୍ତରରେ ପ୍ରସ୍ତୁତ ହୋଇଥାଏ। ଯେମିତିକି ତାକୁ ରୋଷେଇ ଆସେ କି ନାହିଁ, ତୁମ ହବି କ’ଣ? ହେଲେ ଜଣେ ମନ ପସନ୍ଦର ଜୀବନସାଥୀଟିଏ ପାଇବା ତ ଏତେ ସହଜ ନୁହେଁ। ତଥାପି ସବୁ ଦିଗକୁ ଦୃଷ୍ଟିଦେଲେ ନିଜର ଏଭଳି ଆଶା ଅନେକାଂଶରେ ପୂରଣ ହୋଇଥାଏ।
ଦେଖାସାକ୍ଷାତ ସମୟରେ
ଆପଣଙ୍କୁ ଲାଗୁଛି କି ଯଦି ଆପଣ ଆରେଞ୍ଜ ମ୍ୟାରେଜ କରୁଛନ୍ତି ଜୀବନସାଥୀ ଚୟନ କରିବା ସମୟରେ ଭାବିଛିନ୍ତି ନିଷ୍ପତ୍ତି ନିଅନ୍ତୁ । ତରବର ହୋଇ ନିଷ୍ପତ୍ତି ନିଅନ୍ତୁ ନାହିଁ। ଦୁଇଜଣ ଯଦି ଦେଖାସାକ୍ଷାତ କରୁଛନ୍ତି ତେବେ ନିଜ ଭିତରେ ପ୍ରଶ୍ନଗୁଡ଼ିକର ସମାଧାନ କରିଦିଅନ୍ତୁ। ଏହାଦ୍ୱାରା ବିବାହ ପୂର୍ବରୁ ଦୁହିଁଙ୍କ ଭିତରେ ବୁଝାମଣା ଦୃଢ଼ ହେବ। ତେବେ ଗୋଟିଏ କଥା, ଏଭଳି ଦେଖାସାକ୍ଷାତକୁ କେହି ଭିନ୍ନ ଦୃଷ୍ଟିରେ ଦେଖିପାରନ୍ତି, ହେଲେ ସେହି ସମୟରେ ନିଜ ଭିତରେ ଏକଥାକୁ ନେଇ ସନ୍ଦେହ ସୃଷ୍ଟି ନ ହେବା ଭଲ। ବିବାହ ପୂର୍ବରୁ ଦେଖାସାକ୍ଷାତ ହେଉଛି ଏପରି ଏକ ମାଧ୍ୟମ ଯାହାଦ୍ୱାରା ଦୁହେଁ ପରସ୍ପରକୁ ନିବିଡ଼ ଭାବରେ ଜାଣିପାରିଥାଆନ୍ତି।
ବିବାହ ପୂର୍ବରୁ ଝିଅ ପୁଅ ଘରକୁ ଯିବା ଦରକାର
ପୁଅଘର ଲୋକେ ଝିଅ ଘରକୁ ଆସି ଝିଅ ଚାଲିଚଳଣି, ରହଣି ସହଣୀ ବିଷୟରେ ଜାଣି ନିଅନ୍ତି। କିନ୍ତୁ ଝିଅକୁ ବି ପୁଅ ଘରକୁ ଯାଇ ତାଙ୍କର ଚାଲିଚଳଣି ଏସବୁ ବିଷୟରେ ଜାଣିବା ନିହାତି ଜରୁରୀ। ସେ ବି ତାଙ୍କ ପରିବାର ସହ ତାଙ୍କ ଘରକୁ ଯିବା ଜରୁରୀ। ସେ ବି ଦେଖିବ ଯେ ତାଙ୍କର ଘର ଓ ଚାଲିଚଳଣି ସମ୍ବନ୍ଧରେ। ଯେବେ ଆପଣ ପରିବାର ଲୋକଙ୍କ ସହ ମିଶିବେ ଆପଣ ଜାଣିପାରିବେ ତାଙ୍କ ପରିବାର ବିଷୟରେ। ଅନ୍ୟ ଅର୍ଥରେ କହିବାକୁ ଗଲେ ତାଙ୍କ ପିକ୍‌ଚର ଆପଣଙ୍କୁ କ୍ଲିୟର ଦେଖାଯିବ।
ସୋସିଆଲ ମିଡିଆ ପ୍ରୋଫାଇଲ ବି ଦେଖନ୍ତୁ
କୁହାଯାଏ ଆପଣଙ୍କ ବହୁତ ଜିନିଷ ଆପଣଙ୍କ ପର୍ସନାଲିଟିର ଆଇନା ହୋଇଥାଏ। ଯଦି ବିବାହ ପୂର୍ବରୁ ଦୁହେଁ ସୋସିଆଲ ମିଡିଆ ମାଧ୍ୟମରେ ନିଜ ନିବିଡ଼ତାକୁ ଦୃଢ଼ କରିବାକୁ ଚାହୁଁଛନ୍ତି ତେବେ ସେ କ୍ଷେତ୍ରରେ ଆଗେଇପାରନ୍ତି। କାରଣ ଏବେ ପରସ୍ପରକୁ ଜାଣିବା ଲାଗି ସୋସିଆଲ ମିଡିଆ ଏକ ଭଲ ପ୍ଲାଟ୍‌ଫର୍ମ। ଆପଣଙ୍କ ସାଙ୍ଗମାନେ ମଧ୍ୟ ଦୁହିଁଙ୍କୁ ନେଇ କିଛି ମେସେଜ ଦେଇପାରନ୍ତି। ତାହାକୁ ସକାରାତ୍ମକ ମାନସିକତାରେ ତର୍ଜମା କରନ୍ତୁ। ଦେଖନ୍ତୁ ଉଭୟଙ୍କ ଫ୍ରେଣ୍ଡଲିଷ୍ଟରେ କେଉଁମାନେ ଅଛନ୍ତି ସେମାନେ ସବୁ କ’ଣ କମେଣ୍ଟ ଦେଉଛନ୍ତି ଆଦି ଏସବୁ ଦିଗ ପ୍ରତି ଧ୍ୟାନଦେବା ମଧ୍ୟ ନିହାତି ଜରୁରୀ।
ନିଜର ଖରାପ ଅଭ୍ୟାସ କୁହନ୍ତୁ
ଆମେ ସମସ୍ତେ କର୍ପୋରେଟ୍‌ ଓ୍ବାର୍ଲଡରେ ରହୁଛୁ। ଯେତେବେଳେ ଆମର ଇଣ୍ଟରଭ୍ୟୁ ରାଉଣ୍ଡ ହୁଏ ସେତେବେଳେ ଆମକୁ ଆମର ନେଗେଟିଭ୍‌ ପଏଣ୍ଟସ ବିଷୟରେ ପଚରାଯାଏ। ଆମେ ତାଙ୍କୁ କହିଥାଉ। ଆପଣଙ୍କର କିଛି ଯଦି ଦୋଷ ଦୁର୍ବଳତା ଅଛି ଏହି ବିଷୟରେ ଖୋଲାଖୋଲି ଭାବେ କଥା ହୁଅନ୍ତୁ। ଏପରି କରିବା ଦ୍ୱାରା ବିବାହ ପରେ ଆପଣ ଦୁଇଜଣଙ୍କ ମଧ୍ୟରେ କୌଣସି କଥା ମନାନ୍ତର ନ ହୋଇପାରେ। ଯେମିତିକି ମୁଁ ଜଲ୍‌ଦି ରାଗେ, ମୁଁ ବହୁତ ଏକଜିଦିଆ ଆଦି। ହେଲେ ବିବାହ ପରେ ଅନେକ କଥାରେ ପରିବର୍ତ୍ତନ ଆସିଥାଏ। ଯଦି କେବେ କିଛି ସମସ୍ୟା ସୃଷ୍ଟି ହେଲା, ତେବେ ଦୁହେଁ ଏ ବିଷୟରେ ପୂର୍ବରୁ ଜାଣିଥିଲେ ତାହାର ସହଜରେ ସମାଧାନ କରିପାରିବେ।
ପ୍ରାଥମିକତା ଦିଅନ୍ତୁ
ସବୁଠୁ ଜରୁରୀ କଥା ହେଲା-ଆପଣ ଯେମିତି ଭାବୁଥାନ୍ତି ସେହିପରି ଜୀବନସାଥୀଟିଏ ଯେ ମିଳିଯିବ ତାହାର କିଛି ଗ୍ୟାରେଣ୍ଟି ନାହିଁ। ଯାହାକୁ ଜୀବନସାଥୀ କରିବାକୁ ଯାଉଛନ୍ତି ତାଙ୍କ ବିଷୟରେ ନିଜେ ପ୍ରଥମେ ଭଲ ଭାବରେ ଜାଣନ୍ତୁ। ତାଙ୍କର ଶିକ୍ଷାଗତ ଯୋଗ୍ୟତା, ସେ ଚାକିରି କରିଛନ୍ତି କି ନାହିଁ, ତାଙ୍କର ଆଉ କ’ଣ ଟେକ୍ନିକାଲ ଜ୍ଞାନ ରହିଛି ଆଦି ବିଷୟରେ ପ୍ରଥମେ ଜାଣିନେବା ଭଲ। କେତେକ ଝିଅ ବିବାହ ପୂର୍ବରୁ ଚାକିରି କରିଥାଆନ୍ତି। ଘର ସଂସାର କରିବା ପରେ ସେମାନେ ନିଜକୁ ସେହି ପ୍ରଫେସନରେ ଜଡ଼ିତ ରଖିବାକୁ ଚାହାନ୍ତି। ତେବେ ଏ ନେଇ ପ୍ରଥମେ ଦୁହିଁଙ୍କ ଭିତରେ ଆଲୋଚନା ହେବା ନିହାତି ଜରୁରୀ। ନ ହେଲେ ବିବାହ ପରେ ଏକଥାକୁ ନେଇ ହୁଏତ ମନୋମାଳିନ୍ୟ ହୋଇପାରେ। ଏ ବିଷୟରେ ପ୍ରଥମେ ନିଜେ ନିଷ୍ପତ୍ତି ନେବା ସହ ପରିବାର ସହିତ ଏ ସମ୍ପର୍କରେ ବିଶଦ ଭାବରେ ଆଲୋଚନା କରନ୍ତୁ। ହେଲେ ଜୀବନକୁ ଆପଣ ସରଳ କରିପାରିବେ।
ଶୁଣାକଥାକୁ ଗୁରୁତ୍ୱ ଦିଅନ୍ତୁ ନାହିଁ
ନିଜର ଜୀବନସାଥୀ ଚୟନ ସମୟରେ ଅନ୍ୟମାନେ ଭିନ୍ନ ଭିନ୍ନ ମତ ଦେଇଥାଆନ୍ତି। ହେଲେ ସେହି କଥାକୁ ହଠାତ୍‌ ଗ୍ରହଣ କରିନେବା ବୋକାମିର ପରିଚୟ। କାରଣ ଏଭଳି କେତେକ କଥା ଅଛି, ଯାହା ପଛରେ ଟିକିଏ ହେଲେ ସତ୍ୟତା ନ ଥାଏ। ତେଣୁ କୌଣସି କଥାକୁ ଗୁରୁତ୍ୱ ଦେବା ପୂର୍ବରୁ ଏ ନେଇ ଭଲ ଭାବରେ ଚିନ୍ତାକରନ୍ତୁ। କିଏ କ’ଣ କହୁଛି ତାଙ୍କ ବିଷୟରେ ସେ ସମ୍ବନ୍ଧରେ ତର୍ଜମାକରି ଦେଖନ୍ତୁ। ସେମାନେ ଯେଉଁ କଥା କହୁଥିଲେ ତାହା କେତେଦୂର ସତ୍ୟ । ନିଜର ନିଷ୍ପତ୍ତି ଉପରେ ସବୁକିଛି ନିର୍ଭରକରେ। ଶୁଣାକଥାକୁ ଗୁରୁତ୍ୱ ଦେଲେ ନିଜ ଜୀବନସାଥୀ ଚୟନରେ ବାଧା ସୃଷ୍ଟି ହେବା ଆଶଙ୍କା ରହିଛି।
ଭବିଷ୍ୟତ ଯୋଜନା ବିଷୟରେ ଆଲୋଚନା କରନ୍ତୁ
କେହି କେହି ହୁଏତ ଭାବିଥାଆନ୍ତି ଯେ ବିବାହ ପରେ ମୁଁ କିଛି ନୂଆ ଜିନିଷ କରିବି ଚିନ୍ତା ଯୋଜନା କରୁଥାଇପାରନ୍ତି। ଏ କଥାକୁ ଦୁହେଁ ଭଲ ଭାବରେ ଆଲୋଚନା କରନ୍ତୁ। କାରଣ ମ୍ୟାରେଜ ପରେ ଯାହା କିଛି କରିବାକୁ ଚାହୁଁଛନ୍ତି ତାହା ଦୁହିଁଙ୍କର ସହମତିରେ ହେବା ଭଲ।
ପରିବାର କଥାକୁ ମଧ୍ୟ ଗୁରୁତ୍ୱ ଦିଅନ୍ତୁ
ଜୀବନସାଥୀ ଚୟନ ସମୟରେ ପରିବାର ସଦସ୍ୟ ନିଜର ମତ ରଖିଥାଆନ୍ତି। ତାହାକୁ ଅଗ୍ରାହ୍ୟ କରିବା ପୂର୍ବରୁ ସେ ବିଷୟରେ ଭଲ ଭାବରେ ଚିନ୍ତା କରନ୍ତୁ। ସେମାନେ ଯଦି ଚାହୁଁଛନ୍ତି ଆପଣ ନିଜେ ଯାଇ ନିଜ ଲାଇଫ ପାର୍ଟନର ସହ ସବୁ ବିଷୟରେ କଥା ହୁଅନ୍ତୁ, ତାହାକୁ ଗ୍ରହଣ କରିବା ଭଲ। କାରଣ ଆପଣ ହିଁ ଆଗକୁ ଘର ସଂସାର କରିବେ। ତେଣୁ ଦୁହେଁ ପରସ୍ପରକୁ ଭଲ ଭାବରେ ଜାଣିବା ନିହାତି ଦରକାର। କେତେକେ ପରିବାର କଥାକୁ ଆଦୌ ଗୁରୁତ୍ୱ ଦିଅନ୍ତି ନାହିଁ। ନିଜେ ସବୁକିଛି ନିଷ୍ପତ୍ତି ନିଅନ୍ତି। ଏମିତି ହୋଇପାରେ ଆପଣ ନେଉଥିବା କିଛି ନିଷ୍ପତ୍ତି ଆପଣଙ୍କ ବୈବାହିକ ଜୀବନରେ ସମସ୍ୟା ସୃଷ୍ଟି କରିପାରେ। ତେଣୁ ଏସବୁ ବିଷୟରେ ଭଲ ଭାବରେ ଦୃଷ୍ଟି ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧ-ମଙ୍ଗଳ ମିଳନରୁ ‘କେନ୍ଦ୍ର ଦୃଷ୍ଟି ରାଜଯୋଗ’; ମିଥୁନ ସମେତ ୪ ରାଶିଙ୍କ ରାତାରାତି ବଦଳିବ ଭାଗ୍ୟ, ପ୍ରଚୁର ଧନଲାଭ!

ଜ୍ୟୋତିଷ ଗଣନା ଅନୁଯାୟୀ, ଅକ୍ଟୋବର ୨ ତାରିଖରୁ କେନ୍ଦ୍ର ଦୃଷ୍ଟି ରାଜଯୋଗର ପ୍ରଭାବ ଦେଖିବାକୁ ମିଳିପାରେ। ଏହି ଯୋଗର ଶୁଭ ପ୍ରଭାବରୁ ୪ଟି ରାଶି ପାଇଁ ଧନ…

୧୨ ଅକ୍ଟୋବରରୁ ୩ ରାଶି ମାଲାମାଲ! ବିଶାଖା ନକ୍ଷତ୍ରରେ ବୁଧଙ୍କ ଚଳନ, ଚମକିବ ଆପଣଙ୍କ ଭାଗ୍ୟ?

ବୈଦିକ ଜ୍ୟୋତିଷରେ ବୁଧଙ୍କୁ “ଗ୍ରହମାନଙ୍କ ରାଜକୁମାର” ବୋଲି କୁହାଯାଏ। ବୁଧ ହେଉଛନ୍ତି ବୁଦ୍ଧି, ବାଣୀ, ତର୍କ ଏବଂ ବ୍ୟବସାୟର କାରକ ଗ୍ରହ। ବର୍ତ୍ତମାନ ବୁଧ ତାଙ୍କ ମିତ୍ର…

Chanakya Niti: ଭୁଲ୍‌ରେ ବି କାହା ସହ ଶେୟାର କରନ୍ତୁନି ଏହି ୫ ଗୁପ୍ତ କଥା, ହୋଇପାରେ ବଡ଼ କ୍ଷତି

ଆଚାର୍ଯ୍ୟ ଚାଣକ୍ୟ ପ୍ରାଚୀନ ଭାରତର ଜଣେ ମହାନ ଦାର୍ଶନିକ, ଅର୍ଥନୀତିଜ୍ଞ, ଶିକ୍ଷକ ତଥା ମହାନ ରାଜନୀତିଜ୍ଞ ଥିଲେ। ସମାଜର କଲ୍ୟାଣ ଏବଂ ସଫଳ ଜୀବନଯାପନ ପାଇଁ ସେ…

କେତୁଙ୍କ ବକ୍ରି ଚଳନ: ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନବର୍ଷାକୁ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ଓଲଟା ଚଳନ (ବକ୍ରୀ) କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଚଳନ କରିବାକୁ ଯାଉଛନ୍ତି। କେତୁଙ୍କର ଏହି…

୬ରୁ ହବିଷିଆଳି ବ୍ରତ ପାଇଁ ଅନ୍‌ଲାଇନ ପଞ୍ଜୀକରଣ

ପୁରୀ,୩ା୧୦(ଅଜିତ୍‌ କୁମାର ମହାନ୍ତି) ଚଳିତ ବର୍ଷ ହବିଷିଆଳି ବ୍ରତ ବା ରାଈଦାମୋଦର ବ୍ରତ ଅକ୍ଟୋବର ୨୬ରୁ ଆରମ୍ଭ ହୋଇ ନଭେମ୍ବର ୨୪ରେ ଶେଷହେବ। କେବଳ ଅନ୍‌ଲାଇନ ମାଧ୍ୟମରେ…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

ଗଠନ ହେଲା ୩ ବଡ଼ ରାଜଯୋଗ: କେବଳ ଏହି ୩ ରାଶିଙ୍କର ଫାଇଦା ହିଁ ଫାଇଦା, ଭାଗ୍ୟରେ ଲାଗିଲା ଲଟେରୀ

ଅକ୍ଟୋବର ମାସ ଆରମ୍ଭ ହେବା ସହିତ ଗ୍ରହ-ନକ୍ଷତ୍ରଙ୍କ ଚଳନରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ରାଶି…

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ: ୩ ରାଶି ପାଇଁ ଶୁଭ ସଙ୍କେତ, ପ୍ରବଳ ଧନ ଯୋଗ ସହ ବ୍ୟବସାୟରେ ହେବେ ମାଲାମାଲ

ଭୁବନେଶ୍ୱର: ଶାରଦୀୟ ନବରାତ୍ରି ଚାଲିଥିବା ସମୟରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷ ଦୃଷ୍ଟିରୁ ଏହି ଗୋଚରକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ୧୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?