ଜୀବନସାଥୀ….

ମନ ପସନ୍ଦର ଜୀବନସାଥୀଟିଏ ମିଳିଗଲେ ଜୀବନ ଆହୁରି ସରସ ସୁନ୍ଦର ଲାଗେ। ଭଲ ଜୀବନସାଥୀ କିପରି ମିଳିବ, ତାକୁ କିପରି ଆପଣ ଚୟନ କରିବେ। କାହାକୁ ଦୃଷ୍ଟିରେ ରଖି ଭଲ ଜୀବନସାଥୀ ବାଛିବେ-ଏମିତି ଅନେକ ପ୍ରଶ୍ନଗୁଚ୍ଛ ସେହି ସମୟରେ ମନରେ ଉଙ୍କିମାରିବା ସ୍ବାଭାବିକ। ଏ ସମ୍ପର୍କରେ କେତୋଟି ଟିପ୍ସ….

ଏ ଚା’ଟା ଆମ ଝିଅ ପ୍ରସ୍ତୁତ କରିଛି, ଏ ରୁମ୍‌ରେ ଯେଉଁ ପେଣ୍ଟିଂଟା ଦେଖୁଛ ଏଇଟା ବି ଝିଅ କରିଛି। ଆଜି ବି ଏମିତି ପ୍ରଥା ଚାଲିଛି ଯେଉଁଠି ପୁଅଘର ଲୋକେ ଝିଅଘରକୁ ଆସି କେତୋଟି ପ୍ରଶ୍ନ ପଚାରନ୍ତି ତା’ର ଉତ୍ତର ଝିଅ ଦିଏ। ଏଭଳି ଏକ ପ୍ରଶ୍ନ-ଉତ୍ତର ସେସନ ଚାଲେ। ଝିଅ ମଧ୍ୟ ନିଜକୁ ଏଥିନେଇ ଅନେକାଂଶରେ ମାନସିକ ସ୍ତରରେ ପ୍ରସ୍ତୁତ ହୋଇଥାଏ। ଯେମିତିକି ତାକୁ ରୋଷେଇ ଆସେ କି ନାହିଁ, ତୁମ ହବି କ’ଣ? ହେଲେ ଜଣେ ମନ ପସନ୍ଦର ଜୀବନସାଥୀଟିଏ ପାଇବା ତ ଏତେ ସହଜ ନୁହେଁ। ତଥାପି ସବୁ ଦିଗକୁ ଦୃଷ୍ଟିଦେଲେ ନିଜର ଏଭଳି ଆଶା ଅନେକାଂଶରେ ପୂରଣ ହୋଇଥାଏ।
ଦେଖାସାକ୍ଷାତ ସମୟରେ
ଆପଣଙ୍କୁ ଲାଗୁଛି କି ଯଦି ଆପଣ ଆରେଞ୍ଜ ମ୍ୟାରେଜ କରୁଛନ୍ତି ଜୀବନସାଥୀ ଚୟନ କରିବା ସମୟରେ ଭାବିଛିନ୍ତି ନିଷ୍ପତ୍ତି ନିଅନ୍ତୁ । ତରବର ହୋଇ ନିଷ୍ପତ୍ତି ନିଅନ୍ତୁ ନାହିଁ। ଦୁଇଜଣ ଯଦି ଦେଖାସାକ୍ଷାତ କରୁଛନ୍ତି ତେବେ ନିଜ ଭିତରେ ପ୍ରଶ୍ନଗୁଡ଼ିକର ସମାଧାନ କରିଦିଅନ୍ତୁ। ଏହାଦ୍ୱାରା ବିବାହ ପୂର୍ବରୁ ଦୁହିଁଙ୍କ ଭିତରେ ବୁଝାମଣା ଦୃଢ଼ ହେବ। ତେବେ ଗୋଟିଏ କଥା, ଏଭଳି ଦେଖାସାକ୍ଷାତକୁ କେହି ଭିନ୍ନ ଦୃଷ୍ଟିରେ ଦେଖିପାରନ୍ତି, ହେଲେ ସେହି ସମୟରେ ନିଜ ଭିତରେ ଏକଥାକୁ ନେଇ ସନ୍ଦେହ ସୃଷ୍ଟି ନ ହେବା ଭଲ। ବିବାହ ପୂର୍ବରୁ ଦେଖାସାକ୍ଷାତ ହେଉଛି ଏପରି ଏକ ମାଧ୍ୟମ ଯାହାଦ୍ୱାରା ଦୁହେଁ ପରସ୍ପରକୁ ନିବିଡ଼ ଭାବରେ ଜାଣିପାରିଥାଆନ୍ତି।
ବିବାହ ପୂର୍ବରୁ ଝିଅ ପୁଅ ଘରକୁ ଯିବା ଦରକାର
ପୁଅଘର ଲୋକେ ଝିଅ ଘରକୁ ଆସି ଝିଅ ଚାଲିଚଳଣି, ରହଣି ସହଣୀ ବିଷୟରେ ଜାଣି ନିଅନ୍ତି। କିନ୍ତୁ ଝିଅକୁ ବି ପୁଅ ଘରକୁ ଯାଇ ତାଙ୍କର ଚାଲିଚଳଣି ଏସବୁ ବିଷୟରେ ଜାଣିବା ନିହାତି ଜରୁରୀ। ସେ ବି ତାଙ୍କ ପରିବାର ସହ ତାଙ୍କ ଘରକୁ ଯିବା ଜରୁରୀ। ସେ ବି ଦେଖିବ ଯେ ତାଙ୍କର ଘର ଓ ଚାଲିଚଳଣି ସମ୍ବନ୍ଧରେ। ଯେବେ ଆପଣ ପରିବାର ଲୋକଙ୍କ ସହ ମିଶିବେ ଆପଣ ଜାଣିପାରିବେ ତାଙ୍କ ପରିବାର ବିଷୟରେ। ଅନ୍ୟ ଅର୍ଥରେ କହିବାକୁ ଗଲେ ତାଙ୍କ ପିକ୍‌ଚର ଆପଣଙ୍କୁ କ୍ଲିୟର ଦେଖାଯିବ।
ସୋସିଆଲ ମିଡିଆ ପ୍ରୋଫାଇଲ ବି ଦେଖନ୍ତୁ
କୁହାଯାଏ ଆପଣଙ୍କ ବହୁତ ଜିନିଷ ଆପଣଙ୍କ ପର୍ସନାଲିଟିର ଆଇନା ହୋଇଥାଏ। ଯଦି ବିବାହ ପୂର୍ବରୁ ଦୁହେଁ ସୋସିଆଲ ମିଡିଆ ମାଧ୍ୟମରେ ନିଜ ନିବିଡ଼ତାକୁ ଦୃଢ଼ କରିବାକୁ ଚାହୁଁଛନ୍ତି ତେବେ ସେ କ୍ଷେତ୍ରରେ ଆଗେଇପାରନ୍ତି। କାରଣ ଏବେ ପରସ୍ପରକୁ ଜାଣିବା ଲାଗି ସୋସିଆଲ ମିଡିଆ ଏକ ଭଲ ପ୍ଲାଟ୍‌ଫର୍ମ। ଆପଣଙ୍କ ସାଙ୍ଗମାନେ ମଧ୍ୟ ଦୁହିଁଙ୍କୁ ନେଇ କିଛି ମେସେଜ ଦେଇପାରନ୍ତି। ତାହାକୁ ସକାରାତ୍ମକ ମାନସିକତାରେ ତର୍ଜମା କରନ୍ତୁ। ଦେଖନ୍ତୁ ଉଭୟଙ୍କ ଫ୍ରେଣ୍ଡଲିଷ୍ଟରେ କେଉଁମାନେ ଅଛନ୍ତି ସେମାନେ ସବୁ କ’ଣ କମେଣ୍ଟ ଦେଉଛନ୍ତି ଆଦି ଏସବୁ ଦିଗ ପ୍ରତି ଧ୍ୟାନଦେବା ମଧ୍ୟ ନିହାତି ଜରୁରୀ।
ନିଜର ଖରାପ ଅଭ୍ୟାସ କୁହନ୍ତୁ
ଆମେ ସମସ୍ତେ କର୍ପୋରେଟ୍‌ ଓ୍ବାର୍ଲଡରେ ରହୁଛୁ। ଯେତେବେଳେ ଆମର ଇଣ୍ଟରଭ୍ୟୁ ରାଉଣ୍ଡ ହୁଏ ସେତେବେଳେ ଆମକୁ ଆମର ନେଗେଟିଭ୍‌ ପଏଣ୍ଟସ ବିଷୟରେ ପଚରାଯାଏ। ଆମେ ତାଙ୍କୁ କହିଥାଉ। ଆପଣଙ୍କର କିଛି ଯଦି ଦୋଷ ଦୁର୍ବଳତା ଅଛି ଏହି ବିଷୟରେ ଖୋଲାଖୋଲି ଭାବେ କଥା ହୁଅନ୍ତୁ। ଏପରି କରିବା ଦ୍ୱାରା ବିବାହ ପରେ ଆପଣ ଦୁଇଜଣଙ୍କ ମଧ୍ୟରେ କୌଣସି କଥା ମନାନ୍ତର ନ ହୋଇପାରେ। ଯେମିତିକି ମୁଁ ଜଲ୍‌ଦି ରାଗେ, ମୁଁ ବହୁତ ଏକଜିଦିଆ ଆଦି। ହେଲେ ବିବାହ ପରେ ଅନେକ କଥାରେ ପରିବର୍ତ୍ତନ ଆସିଥାଏ। ଯଦି କେବେ କିଛି ସମସ୍ୟା ସୃଷ୍ଟି ହେଲା, ତେବେ ଦୁହେଁ ଏ ବିଷୟରେ ପୂର୍ବରୁ ଜାଣିଥିଲେ ତାହାର ସହଜରେ ସମାଧାନ କରିପାରିବେ।
ପ୍ରାଥମିକତା ଦିଅନ୍ତୁ
ସବୁଠୁ ଜରୁରୀ କଥା ହେଲା-ଆପଣ ଯେମିତି ଭାବୁଥାନ୍ତି ସେହିପରି ଜୀବନସାଥୀଟିଏ ଯେ ମିଳିଯିବ ତାହାର କିଛି ଗ୍ୟାରେଣ୍ଟି ନାହିଁ। ଯାହାକୁ ଜୀବନସାଥୀ କରିବାକୁ ଯାଉଛନ୍ତି ତାଙ୍କ ବିଷୟରେ ନିଜେ ପ୍ରଥମେ ଭଲ ଭାବରେ ଜାଣନ୍ତୁ। ତାଙ୍କର ଶିକ୍ଷାଗତ ଯୋଗ୍ୟତା, ସେ ଚାକିରି କରିଛନ୍ତି କି ନାହିଁ, ତାଙ୍କର ଆଉ କ’ଣ ଟେକ୍ନିକାଲ ଜ୍ଞାନ ରହିଛି ଆଦି ବିଷୟରେ ପ୍ରଥମେ ଜାଣିନେବା ଭଲ। କେତେକ ଝିଅ ବିବାହ ପୂର୍ବରୁ ଚାକିରି କରିଥାଆନ୍ତି। ଘର ସଂସାର କରିବା ପରେ ସେମାନେ ନିଜକୁ ସେହି ପ୍ରଫେସନରେ ଜଡ଼ିତ ରଖିବାକୁ ଚାହାନ୍ତି। ତେବେ ଏ ନେଇ ପ୍ରଥମେ ଦୁହିଁଙ୍କ ଭିତରେ ଆଲୋଚନା ହେବା ନିହାତି ଜରୁରୀ। ନ ହେଲେ ବିବାହ ପରେ ଏକଥାକୁ ନେଇ ହୁଏତ ମନୋମାଳିନ୍ୟ ହୋଇପାରେ। ଏ ବିଷୟରେ ପ୍ରଥମେ ନିଜେ ନିଷ୍ପତ୍ତି ନେବା ସହ ପରିବାର ସହିତ ଏ ସମ୍ପର୍କରେ ବିଶଦ ଭାବରେ ଆଲୋଚନା କରନ୍ତୁ। ହେଲେ ଜୀବନକୁ ଆପଣ ସରଳ କରିପାରିବେ।
ଶୁଣାକଥାକୁ ଗୁରୁତ୍ୱ ଦିଅନ୍ତୁ ନାହିଁ
ନିଜର ଜୀବନସାଥୀ ଚୟନ ସମୟରେ ଅନ୍ୟମାନେ ଭିନ୍ନ ଭିନ୍ନ ମତ ଦେଇଥାଆନ୍ତି। ହେଲେ ସେହି କଥାକୁ ହଠାତ୍‌ ଗ୍ରହଣ କରିନେବା ବୋକାମିର ପରିଚୟ। କାରଣ ଏଭଳି କେତେକ କଥା ଅଛି, ଯାହା ପଛରେ ଟିକିଏ ହେଲେ ସତ୍ୟତା ନ ଥାଏ। ତେଣୁ କୌଣସି କଥାକୁ ଗୁରୁତ୍ୱ ଦେବା ପୂର୍ବରୁ ଏ ନେଇ ଭଲ ଭାବରେ ଚିନ୍ତାକରନ୍ତୁ। କିଏ କ’ଣ କହୁଛି ତାଙ୍କ ବିଷୟରେ ସେ ସମ୍ବନ୍ଧରେ ତର୍ଜମାକରି ଦେଖନ୍ତୁ। ସେମାନେ ଯେଉଁ କଥା କହୁଥିଲେ ତାହା କେତେଦୂର ସତ୍ୟ । ନିଜର ନିଷ୍ପତ୍ତି ଉପରେ ସବୁକିଛି ନିର୍ଭରକରେ। ଶୁଣାକଥାକୁ ଗୁରୁତ୍ୱ ଦେଲେ ନିଜ ଜୀବନସାଥୀ ଚୟନରେ ବାଧା ସୃଷ୍ଟି ହେବା ଆଶଙ୍କା ରହିଛି।
ଭବିଷ୍ୟତ ଯୋଜନା ବିଷୟରେ ଆଲୋଚନା କରନ୍ତୁ
କେହି କେହି ହୁଏତ ଭାବିଥାଆନ୍ତି ଯେ ବିବାହ ପରେ ମୁଁ କିଛି ନୂଆ ଜିନିଷ କରିବି ଚିନ୍ତା ଯୋଜନା କରୁଥାଇପାରନ୍ତି। ଏ କଥାକୁ ଦୁହେଁ ଭଲ ଭାବରେ ଆଲୋଚନା କରନ୍ତୁ। କାରଣ ମ୍ୟାରେଜ ପରେ ଯାହା କିଛି କରିବାକୁ ଚାହୁଁଛନ୍ତି ତାହା ଦୁହିଁଙ୍କର ସହମତିରେ ହେବା ଭଲ।
ପରିବାର କଥାକୁ ମଧ୍ୟ ଗୁରୁତ୍ୱ ଦିଅନ୍ତୁ
ଜୀବନସାଥୀ ଚୟନ ସମୟରେ ପରିବାର ସଦସ୍ୟ ନିଜର ମତ ରଖିଥାଆନ୍ତି। ତାହାକୁ ଅଗ୍ରାହ୍ୟ କରିବା ପୂର୍ବରୁ ସେ ବିଷୟରେ ଭଲ ଭାବରେ ଚିନ୍ତା କରନ୍ତୁ। ସେମାନେ ଯଦି ଚାହୁଁଛନ୍ତି ଆପଣ ନିଜେ ଯାଇ ନିଜ ଲାଇଫ ପାର୍ଟନର ସହ ସବୁ ବିଷୟରେ କଥା ହୁଅନ୍ତୁ, ତାହାକୁ ଗ୍ରହଣ କରିବା ଭଲ। କାରଣ ଆପଣ ହିଁ ଆଗକୁ ଘର ସଂସାର କରିବେ। ତେଣୁ ଦୁହେଁ ପରସ୍ପରକୁ ଭଲ ଭାବରେ ଜାଣିବା ନିହାତି ଦରକାର। କେତେକେ ପରିବାର କଥାକୁ ଆଦୌ ଗୁରୁତ୍ୱ ଦିଅନ୍ତି ନାହିଁ। ନିଜେ ସବୁକିଛି ନିଷ୍ପତ୍ତି ନିଅନ୍ତି। ଏମିତି ହୋଇପାରେ ଆପଣ ନେଉଥିବା କିଛି ନିଷ୍ପତ୍ତି ଆପଣଙ୍କ ବୈବାହିକ ଜୀବନରେ ସମସ୍ୟା ସୃଷ୍ଟି କରିପାରେ। ତେଣୁ ଏସବୁ ବିଷୟରେ ଭଲ ଭାବରେ ଦୃଷ୍ଟି ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri