ଆଶା ଆଶଙ୍କାରେ ବିତୁଛି ଜୀବନ

କେନ୍ଦ୍ରାପଡ଼ା ଅଫିସ, ୫ା୭:କେନ୍ଦ୍ରାପଡ଼ା ଜିଲା ରାଜନଗର ବନଖଣ୍ଡ ଅଧୀନ ଚାରିଘରିଆ ଗ୍ରାମବାସୀ ସ୍ଥାନାନ୍ତରକୁ ନେଇ ଚିନ୍ତାରେ ଅଛନ୍ତି। ବନ ବିଭାଗ ପକ୍ଷରୁ ବନାଞ୍ଚଳରୁ ହଟିଯିବା ପାଇଁ ସେମାନଙ୍କୁ ବାରମ୍ବାର ନୋଟିସ ହେଉଛି। ସେମାନଙ୍କ ଥଇଥାନ ବ୍ୟବସ୍ଥା ଜିଲା ପ୍ରଶାସନ ପକ୍ଷରୁ ହୋଇ ନ ଥିବା ବେଳେ ଉଚ୍ଛେଦ ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଛି। ଅପରପକ୍ଷରେ ସମୁଦ୍ର ତଟାଞ୍ଚଳ କ୍ଷୟ ପାଇଁ ରାଜନଗର ବ୍ଲକ ଅଧୀନ ସାତଭାୟାବାସୀଙ୍କୁ ବଗପାଟିଆକୁ ସ୍ଥାନାନ୍ତର ପାଇଁ ସରକାର ଯେଉଁ ସର୍ତ୍ତାବଳୀ ଲାଗୁ କରିଛନ୍ତି, ସେହି ସର୍ତ୍ତରେ ଥଇଥାନ କରାଯାଉ ବୋଲି ଉକ୍ତ ଗ୍ରାମବାସୀ ଦାବିକରି ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି।
ଚାରିଘରିଆବାସୀଙ୍କୁ ବଗପାଟିଆରେ ଥଇଥାନ କରିବାକୁ ଗତ ଦଶନ୍ଧି ଧରି ଆନ୍ଦୋଳନ ଜାରି ରହିଛି। ତେବେ ନିକଟରେ ପାଇଥିବା ସ୍ଥାନାନ୍ତର ନୋଟିସ ସେମାନଙ୍କ ନିଦ ହଜାଇ ଦେଇଛି ବୋଲି ଗ୍ରାମର ସନ୍ତୋଷ କୁମାର ସରକାର କହିଛନ୍ତି। ସେ କହିଛନ୍ତି, ଭିତରକନିକା ବନାଞ୍ଚଳ ଜାତୀୟ ଉଦ୍ୟାନ ଘୋଷଣା ହେବାର ବହୁ ପୂର୍ବରୁ ସେମାନଙ୍କ ପୂର୍ବପୁରୁଷ ସେଠାରେ ରହିଆସିଛନ୍ତି। ୧୯୭୧ ମସିହା ବାତ୍ୟା ପରେ ୪ଟି ପରିବାର ଏଠାରେ ଘର କରିଥିଲେ। ଏଥିପାଇଁ ଗ୍ରାମକୁ ଚାରିଘରିଆ ସାହି କୁହାଯାଉଥିବା ବେଳେ ବର୍ତ୍ତମାନର ଘର ସଂଖ୍ୟା ୭୦ରୁ ଊର୍ଦ୍ଧ୍ୱ। କେନ୍ଦ୍ର ସରକାର ୧୯୭୫ ମସିହାରେ ଭିତରକନିକାକୁ ବନ୍ୟପ୍ରାଣୀ ସଂରକ୍ଷିତ ଅଞ୍ଚଳ ଓ ୧୯୯୮ରେ ଏହା ଜାତୀୟ ଉଦ୍ୟାନ ଭାବେ ଘୋଷଣା କରିଛନ୍ତି। ତେବେ ଏଠାରେ ୩ ପୁରୁଷ ଧରି ରହିଆସିଥିବା ବେଳେ ଥଇଥାନ ବ୍ୟବସ୍ଥା ହୋଇ ନ ଥିବାରୁ ଚିନ୍ତାରେ ଅଛନ୍ତି। ଗ୍ରାମର ରେଶମୀ ଦାସ କହିଛନ୍ତି, ଏହି ଗ୍ରାମରେ ରହିବା ଆମ ପାଇଁ ବିପଦପୂର୍ଣ୍ଣ ହୋଇଛି। ଗ୍ରାମ ନିକଟରେ ବନ ବିଭାଗ ପକ୍ଷରୁ ନାଳ ଖୋଳାଯାଇଛି। ଏହି ନାଳରେ ପ୍ରତିଦିନ କୁମ୍ଭୀର ଆତଯାତ ହେଉଛନ୍ତି। ବିଭିନ୍ନ ସମୟରେ ପାଳିଥିବା ପଶୁପକ୍ଷୀ ଓ ଗ୍ରାମବାସୀ କୁମ୍ଭୀର ସହ ବନ୍ୟ ହିଂସ୍ରଜନ୍ତୁଙ୍କ ଆକ୍ରମଣର ଶିକାର ହେଉଛନ୍ତି। ବନାଞ୍ଚଳରେ ରହୁଥିଲେ ମଧ୍ୟ ବନ ବିଭାଗର କଡ଼ା କଟକଣା ଯୋଗୁ ଜାଳ ସଂଗ୍ରହରେ ବାଧା ଆସୁଛି। ଗ୍ରାମବାସୀ ଏଠାରୁ ଉଠିଯିବା ପାଇଁ ଚାହୁଁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଉ ନ ଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ଗ୍ରାମର ସୁକୁମାର ଦାସ କହିଛନ୍ତି, ଗ୍ରାମବାସୀଙ୍କ ନିକଟରେ ଭୋଟର ଓ ବିପିଏଲ କାର୍ଡ ଆଦି ଅଛି। ମହାକାଳପଡ଼ା ବ୍ଲକ ଅଞ୍ଚଳରେ କେତେକ ଅଧିବାସୀଙ୍କୁ ପଟ୍ଟା ଯୋଗାଇ ଦିଆଯାଉଛି। ଆମ ଗ୍ରାମବାସୀଙ୍କୁ ଥଇଥାନ ଯୋଜନାରେ ସାମିଲ କରି ବଗପାଟିଆରେ ସ୍ଥାନ ଚିହ୍ନଟ ଓ ଅନୁଦାନ ଯୋଗାଇଦେଲେ ତୁରନ୍ତ ଗ୍ରାମରୁ ସ୍ଥାନାନ୍ତର ହୋଇଯିବୁ। ଏ ନେଇ ବାରମ୍ବାର ଆନ୍ଦୋଳନ ଓ ଅନଶନ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରାଙ୍କୁ ପଚାରିବାରେ ବଗପାଟିଆକୁ ଚାରିଘରିଆ ଗ୍ରାମବାସୀଙ୍କୁ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଚାଲିଛି। ଏଠିକାର ପ୍ରକୃତ ଅଧିବାସୀଙ୍କ ଚିହ୍ନଟ ପରେ ଏହାକୁ ତ୍ୱରାନ୍ବିତ କରାଯିବ। ଗୋଟିଏ ଗୋଟିଏ ପରିବାରର ଏକାଧିକ ବ୍ୟକ୍ତି ଏହି ଜମି ହାତେଇବାକୁ ଚେଷ୍ଟା ଚଳାଇଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ପୁଅ IPLରେ ଚୟନ ହେବା ପରେ ଖୁସି ହେଲେ ପପୁ, ଦହି-ପୋଡି କରି ଗାଁ ଲୋକଙ୍କୁ…

ନୂଆଦିଲ୍ଲୀ,୨୨।୧୨: ପୂର୍ଣ୍ଣିଆର ସ୍ୱାଧୀନ ସାଂସଦ ପପ୍ପୁ ଯାଦବ ତାଙ୍କ ପୁଅ ସାର୍ଥକ ରଞ୍ଜନଙ୍କ IPL ଦଳରେ ଚୟନ ହେବା ପରେ ଖୁସି ହୋଇ ଭୋଜି ଦେଇଥିଲେ...

ଚିଟ୍‌ଫଣ୍ଡ ଜମାକାରୀଙ୍କ ପାଇଁ ବଡ଼ ଖବର: ମନମୋହନ କହିଲେ…

ଭୁବନେଶ୍ୱର,୨୨।୧୨: ଚିଟ୍‌ଫଣ୍ଡ ଜମାକାରୀଙ୍କ ପାଇଁ ଆସିଲା ବଡ଼ ଖବର। କ୍ଷୁଦ୍ର ଚିଟ୍‌ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ଅର୍ଥ ବିଭାଗର ବିଜ୍ଞପ୍ତି ପ୍ରସଙ୍ଗରେ ଭାଜପା ଜିଲା...

ଦାରିଙ୍ଗବାଡିରେ ନୂଆ ଇନ୍ସପେକ୍ଟର: ଅଞ୍ଚଳରେ ପୂର୍ବରୁ ରହିଛି ଅଭିଜ୍ଞତା

ଦାରିଙ୍ଗବାଡି,୨୨।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ନୂତନ ଇନ୍ସପେକ୍ଟର ଭାବେ ସଂଗ୍ରାମ କେଶରୀ ଜେନା ଯୋଗଦାନ କରିଛନ୍ତି। ସେ ଏବେ ଅତିରିକ୍ତ ଥାନା ଅଧିକାରୀ...

ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି…ଅବସର କଥା କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୧୨: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ଖୁଲାସା କରିଛନ୍ତି। ଏହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ୍‌: ଜଗନ୍ନାଥପ୍ରେମୀ ଅସନ୍ତୋଷ

ପୁରୀ,୨୨ା୧୨(ଅଜିତ୍‌ କୁମାର ମହାନ୍ତି): ପୁଣିଥରେ ଶ୍ରୀମନ୍ଦିର ଫଟୋ ଭାଇରାଲ୍‌ ହୋଇଛି। ଡ୍ରୋନ୍‌ ସହାୟତାରେ ଶ୍ରୀମନ୍ଦିରର ଫଟୋ ଭାଇରାଲ୍‌ ହୋଇଛି। ଫେସ୍‌ବୁକରେ ଏକ୍ସପ୍ଲୋର ଇଣ୍ଡିଆ ନାମକ ଏକ...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ FTA ଘୋଷଣା, ୨୦ ନିୟୁତ ଡଲାରର ନିବେଶ

ନୂଆଦିଲ୍ଲୀ,୨୨।୧୨: ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଭାରତ ଆଉ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri