ଆଶା ଆଶଙ୍କାରେ ବିତୁଛି ଜୀବନ

କେନ୍ଦ୍ରାପଡ଼ା ଅଫିସ, ୫ା୭:କେନ୍ଦ୍ରାପଡ଼ା ଜିଲା ରାଜନଗର ବନଖଣ୍ଡ ଅଧୀନ ଚାରିଘରିଆ ଗ୍ରାମବାସୀ ସ୍ଥାନାନ୍ତରକୁ ନେଇ ଚିନ୍ତାରେ ଅଛନ୍ତି। ବନ ବିଭାଗ ପକ୍ଷରୁ ବନାଞ୍ଚଳରୁ ହଟିଯିବା ପାଇଁ ସେମାନଙ୍କୁ ବାରମ୍ବାର ନୋଟିସ ହେଉଛି। ସେମାନଙ୍କ ଥଇଥାନ ବ୍ୟବସ୍ଥା ଜିଲା ପ୍ରଶାସନ ପକ୍ଷରୁ ହୋଇ ନ ଥିବା ବେଳେ ଉଚ୍ଛେଦ ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଛି। ଅପରପକ୍ଷରେ ସମୁଦ୍ର ତଟାଞ୍ଚଳ କ୍ଷୟ ପାଇଁ ରାଜନଗର ବ୍ଲକ ଅଧୀନ ସାତଭାୟାବାସୀଙ୍କୁ ବଗପାଟିଆକୁ ସ୍ଥାନାନ୍ତର ପାଇଁ ସରକାର ଯେଉଁ ସର୍ତ୍ତାବଳୀ ଲାଗୁ କରିଛନ୍ତି, ସେହି ସର୍ତ୍ତରେ ଥଇଥାନ କରାଯାଉ ବୋଲି ଉକ୍ତ ଗ୍ରାମବାସୀ ଦାବିକରି ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି।
ଚାରିଘରିଆବାସୀଙ୍କୁ ବଗପାଟିଆରେ ଥଇଥାନ କରିବାକୁ ଗତ ଦଶନ୍ଧି ଧରି ଆନ୍ଦୋଳନ ଜାରି ରହିଛି। ତେବେ ନିକଟରେ ପାଇଥିବା ସ୍ଥାନାନ୍ତର ନୋଟିସ ସେମାନଙ୍କ ନିଦ ହଜାଇ ଦେଇଛି ବୋଲି ଗ୍ରାମର ସନ୍ତୋଷ କୁମାର ସରକାର କହିଛନ୍ତି। ସେ କହିଛନ୍ତି, ଭିତରକନିକା ବନାଞ୍ଚଳ ଜାତୀୟ ଉଦ୍ୟାନ ଘୋଷଣା ହେବାର ବହୁ ପୂର୍ବରୁ ସେମାନଙ୍କ ପୂର୍ବପୁରୁଷ ସେଠାରେ ରହିଆସିଛନ୍ତି। ୧୯୭୧ ମସିହା ବାତ୍ୟା ପରେ ୪ଟି ପରିବାର ଏଠାରେ ଘର କରିଥିଲେ। ଏଥିପାଇଁ ଗ୍ରାମକୁ ଚାରିଘରିଆ ସାହି କୁହାଯାଉଥିବା ବେଳେ ବର୍ତ୍ତମାନର ଘର ସଂଖ୍ୟା ୭୦ରୁ ଊର୍ଦ୍ଧ୍ୱ। କେନ୍ଦ୍ର ସରକାର ୧୯୭୫ ମସିହାରେ ଭିତରକନିକାକୁ ବନ୍ୟପ୍ରାଣୀ ସଂରକ୍ଷିତ ଅଞ୍ଚଳ ଓ ୧୯୯୮ରେ ଏହା ଜାତୀୟ ଉଦ୍ୟାନ ଭାବେ ଘୋଷଣା କରିଛନ୍ତି। ତେବେ ଏଠାରେ ୩ ପୁରୁଷ ଧରି ରହିଆସିଥିବା ବେଳେ ଥଇଥାନ ବ୍ୟବସ୍ଥା ହୋଇ ନ ଥିବାରୁ ଚିନ୍ତାରେ ଅଛନ୍ତି। ଗ୍ରାମର ରେଶମୀ ଦାସ କହିଛନ୍ତି, ଏହି ଗ୍ରାମରେ ରହିବା ଆମ ପାଇଁ ବିପଦପୂର୍ଣ୍ଣ ହୋଇଛି। ଗ୍ରାମ ନିକଟରେ ବନ ବିଭାଗ ପକ୍ଷରୁ ନାଳ ଖୋଳାଯାଇଛି। ଏହି ନାଳରେ ପ୍ରତିଦିନ କୁମ୍ଭୀର ଆତଯାତ ହେଉଛନ୍ତି। ବିଭିନ୍ନ ସମୟରେ ପାଳିଥିବା ପଶୁପକ୍ଷୀ ଓ ଗ୍ରାମବାସୀ କୁମ୍ଭୀର ସହ ବନ୍ୟ ହିଂସ୍ରଜନ୍ତୁଙ୍କ ଆକ୍ରମଣର ଶିକାର ହେଉଛନ୍ତି। ବନାଞ୍ଚଳରେ ରହୁଥିଲେ ମଧ୍ୟ ବନ ବିଭାଗର କଡ଼ା କଟକଣା ଯୋଗୁ ଜାଳ ସଂଗ୍ରହରେ ବାଧା ଆସୁଛି। ଗ୍ରାମବାସୀ ଏଠାରୁ ଉଠିଯିବା ପାଇଁ ଚାହୁଁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଉ ନ ଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ଗ୍ରାମର ସୁକୁମାର ଦାସ କହିଛନ୍ତି, ଗ୍ରାମବାସୀଙ୍କ ନିକଟରେ ଭୋଟର ଓ ବିପିଏଲ କାର୍ଡ ଆଦି ଅଛି। ମହାକାଳପଡ଼ା ବ୍ଲକ ଅଞ୍ଚଳରେ କେତେକ ଅଧିବାସୀଙ୍କୁ ପଟ୍ଟା ଯୋଗାଇ ଦିଆଯାଉଛି। ଆମ ଗ୍ରାମବାସୀଙ୍କୁ ଥଇଥାନ ଯୋଜନାରେ ସାମିଲ କରି ବଗପାଟିଆରେ ସ୍ଥାନ ଚିହ୍ନଟ ଓ ଅନୁଦାନ ଯୋଗାଇଦେଲେ ତୁରନ୍ତ ଗ୍ରାମରୁ ସ୍ଥାନାନ୍ତର ହୋଇଯିବୁ। ଏ ନେଇ ବାରମ୍ବାର ଆନ୍ଦୋଳନ ଓ ଅନଶନ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରାଙ୍କୁ ପଚାରିବାରେ ବଗପାଟିଆକୁ ଚାରିଘରିଆ ଗ୍ରାମବାସୀଙ୍କୁ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଚାଲିଛି। ଏଠିକାର ପ୍ରକୃତ ଅଧିବାସୀଙ୍କ ଚିହ୍ନଟ ପରେ ଏହାକୁ ତ୍ୱରାନ୍ବିତ କରାଯିବ। ଗୋଟିଏ ଗୋଟିଏ ପରିବାରର ଏକାଧିକ ବ୍ୟକ୍ତି ଏହି ଜମି ହାତେଇବାକୁ ଚେଷ୍ଟା ଚଳାଇଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri