ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର ଝରା (୫୨)ଙ୍କ ପରିବାର ଦୀର୍ଘ ୩୦ ବର୍ଷ ହେଲା ପଲିଥିନ୍ ତଳେ ଜୀବନ କାଟୁଛନ୍ତି। ପରମେଶ୍ୱରଙ୍କ ପରିବାରରେ ତାଙ୍କ ପତ୍ନୀ ଅମା ଝରା (୫୦), ୧୮ ବର୍ଷର ପୁଅ ଭୁଲା ଝରା, ୧୭ ବର୍ଷର ଝିଅ ସୁନେଲି ଝରା, ୧୫ ବର୍ଷର ଝିଅ ଗେହ୍ଲେଇ ଝରା, ୧୨ ବର୍ଷର ପୁଅ ଦିୱାନା ଝରା, ୮ ବର୍ଷର ଝିଅ ସୁନିତା ଝରା ଏବଂ ୫ ବର୍ଷର ଝିଅ ମଧୁସ୍ମିତା ଝରା ଅଛନ୍ତି।

 ପରିବାରର ୮ ଜଣ ସଦସ୍ୟ ଦୀର୍ଘ ୩୦ ବର୍ଷ ଧରି ଖୋଲା ଆକାଶ ତଳେ ଖରା, ବର୍ଷା ଓ ଶୀତରେ ବହୁ କଷ୍ଟରେ ଜୀବନଯାପନ କରି ଆସୁଛନ୍ତି। ଘର ନଥିବାରୁ ପଲିଥିନ୍ ତଳେ ଆଶ୍ରୟ ନେଇଛନ୍ତି। ଏନେଇ ଅନେକଥର  ପଞ୍ଚାୟତ, ବ୍ଲକ ପ୍ରଶାସନ ଓ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏଯାଏଁ ସେମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିନାହିଁ।

ପଲିଥିନ୍ ତଳେ ରହୁଥିବାରୁ ବର୍ଷା, ଗ୍ରୀଷ୍ମ ଓ ଶୀତ ଋତୁରେ ପରିବାର ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନିକଟସ୍ଥ ଜଙ୍ଗଲରୁ ସାପ ସମେତ ବିଭିନ୍ନ ହିଂସ୍ର ଜନ୍ତୁ ଏହି ଅଞ୍ଚଳକୁ ଆସୁଥିବାରୁ ପରିବାର ଲୋକଙ୍କ ମଧ୍ୟରେ ସବୁବେଳେ ଭୟ ଲାଗି ରହିଛି। ଏପରିକି ଥରେ ପରିବାରର ଜଣେ ସଦସ୍ୟଙ୍କୁ ସାପ କାମୁଡ଼ିଥିଲା। ତାଙ୍କୁ ତୁରନ୍ତ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ଚିକିତ୍ସା କରାଯିବାରୁ ତାଙ୍କ ଜୀବନ ବଞ୍ଚିଯାଇଥିଲା।

ଭଗବାନଙ୍କ ଭରସାରେ ପଲିଥିନ୍ ତଳେ ପରିବାରର ଜୀବନ ଅତିବାହିତ ହେଉଛି। ଏହି କଲେକ୍ଟରପଡ଼ାରେ ପ୍ରାୟ ଦୁଇ ବର୍ଷ ତଳେ ପାନୀୟଜଳ ଯୋଗାଣ ପାଇଁ ପାଇପ୍‌ଲାଇନ୍ ସଂଯୋଗ କରାଯାଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ପାଣି ମୁନ୍ଦିଏ ମିଳୁନଥିବା ଅଭିଯୋଗ ହୋଇଛି। ସେହିପରି ଦୀର୍ଘ ବର୍ଷ ହେଲା ଏହି ପଡ଼ାକୁ ବିଦ୍ୟୁତ୍ ସଂଯୋଗ ହୋଇନାହିଁ। ଫଳରେ ବର୍ଷା ଋତୁରେ ଅନ୍ଧାରରେ ଜୀବନ କାଟିବାକୁ ପଡ଼ୁଛି।

ପରମେଶ୍ୱର ଲୁହା ଓ ଟିଣରେ ବିଭିନ୍ନ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରସ୍ତୁତ କରି ଗାଁକୁ ଗାଁ ବୁଲି ବିକ୍ରି କରନ୍ତି। ସେଥିରୁ ଯାହା ରୋଜଗାର ହୁଏ, ସେଥିରେ ପରିବାରର ଭରଣପୋଷଣ କରୁଛନ୍ତି। ଦୀର୍ଘ ୩୦ ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କ ପରିବାରର ଦୁଃଖ ପ୍ରତି ପ୍ରଶାସନ ଦୃଷ୍ଟି ଦେଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

ଗତ ଶନିବାର ୮୦ତମ ସ୍ୱାଧୀନତା ଦିବସ ଅବସରରେ ସ୍ଥାନୀୟ ସରପଞ୍ଚ ମମତାରାଣୀ ନାଗଙ୍କ ସମେତ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ ଡା. ରବୀନ୍ଦ୍ର କୁମାର ଖଟୁଆ, ବିଜେଡି ଟାଉନ୍ ସଭାପତି ନଳିନୀ ପଟ୍ଟନାୟକ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉକ୍ତ ପଡ଼ା ପରିଦର୍ଶନ କରିଥିଲେ। ସେମାନେ ପଡ଼ାର ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟଜଳ, ବିଦ୍ୟୁତ୍ ଓ ରାସ୍ତା ନିର୍ମାଣ ଆଦି ସମସ୍ୟା ସମ୍ପର୍କରେ ଆଲୋଚନା କରି କିଛି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ଏ ସଂକ୍ରାନ୍ତରେ କନ୍ତେଶିର ଗ୍ରାମ ପଞ୍ଚାୟତର ସରପଞ୍ଚ ମମତାରାଣୀ ନାଗଙ୍କୁ ପଚାରିବାରୁ, ପରମେଶ୍ୱରଙ୍କ ପରିବାରକୁ ଆବାସ ଯୋଜନାରେ ସାମିଲ କରିବା ସହ ପାନୀୟଜଳ ଓ ବିଦ୍ୟୁତ୍ ସଂଯୋଗ କରାଇବା ପାଇଁ ଚେଷ୍ଟା କରିବି ବୋଲି ପ୍ରକାଶ କରିଥିଲେ। ତେବେ, ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଏହି ପରିବାରକୁ ଏକ ସ୍ଥାୟୀ ଆଶ୍ରୟ ସହ ମୌଳିକ ସୁବିଧା ଯୋଗାଇଦେବାକୁ ଦାବି ହୋଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?