ଝାଟିମାଟି କୁଡ଼ିଆରେ ନିଷ୍ପେଷିତ ଜୀବନ

ଯାଜପୁର ଅଫିସ,୨୬ା୧୧:  ସମାଜରୁ ବାସନ୍ଦ ହୋଇ ଅକର୍ମଣ୍ୟ ଅବସ୍ଥାରେ ଅଭିଶପ୍ତ ଜୀବନ ବିତାଉଛନ୍ତି କୁଷ୍ଠରୋଗୀ। ସରକାରୀ ଉଦାସୀନତା ଯୋଗୁ ନିଷ୍ପେଷିତ ଜୀବନ ବିତାଉଥିବା ଏହି ମଣିଷମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ନାହିଁ। ଜଙ୍ଗଲର ନିଛାଟିଆ ପରିବେଶରେ ଛାଟିମାଟି କୁଡ଼ିଆରେ ଦିନ କାଟୁଥିବା ଏହି ମଣିଷମାନେ କେବଳ ବଞ୍ଚିବାର ରାହା ଖୋଜୁଛନ୍ତି। ସରକାରଙ୍କ ବିଭିନ୍ନ ଆବାସ ଯୋଜନାରୁ ଏହି ଅନ୍ତେବାସୀ ବଞ୍ଚିତ ହୋଇଛନ୍ତି। ଶେଷରେ ସେମାନଙ୍କ ଥଇଥାନ ପାଇଁ ହାଇକୋର୍ଟ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ାସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଲେପ୍ରୋସି ସେଲ୍‌ର ରିପୋର୍ଟ ଅନୁସାରେ ଓଡ଼ିଶାର ୨୨ ଜିଲାର ୮୭ କଲୋନିରେ ୮,୦୩୨ ଅନ୍ତେବାସୀ ଅବହେଳିତ ଅବସ୍ଥାରେ ରହିଛନ୍ତି। ଏହି କୁଷ୍ଠରୋଗୀଙ୍କ ଥଇଥାନ ଏବଂ ରକ୍ଷଣାବେକ୍ଷଣ ପାଇଁ ୨୦୧୫ରେ ବିପିନ ବିହାରୀ ପ୍ରଧାନ ନାମକ ଜଣେ ବ୍ୟକ୍ତି ହାଇକୋର୍ଟରେ ୧୩୪୦୩ ନମ୍ବରରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଏହି ମାମଲାର ବିଚାର କରି ଚିଫ୍‌ ଜଷ୍ଟିସ ଡ.ଏସ୍‌.ମୁରଲୀଧର ୩ା୧୧ା୨୦୨୧ରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଏହି ରାୟ ଆଧାରରେ ରାଜ୍ୟ ସରକାରଙ୍କ ସୋସିଆଲ ସିକ୍ୟୁରିଟି ଆଣ୍ଡ ଏମ୍‌ପାୱାରମେଣ୍ଟ ଅଫ୍‌ ପର୍ସନ ୱିଥ ଡିଜାବିଲିଟି(ଏସ୍‌ଏସ୍‌ଇପିଡି) ବା ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି କ୍ରମରେ ବିଭିନ୍ନ କଲୋନିରେ ଅସ୍ଥାୟୀ ଭାବେ ରହୁଥିବା କୁଷ୍ଠରୋଗୀଙ୍କ ଥଇଥାନ ପାଇଁ ଏସ୍‌ଏସ୍‌ଇପିଡିର ସଚିବ ଭାସ୍କର ଶର୍ମା ୨୩ା୧୧ା୨୦୨୧ରେ ରାଜ୍ୟର ସମସ୍ତ ଜିଲାପାଳଙ୍କୁ ଜିଲାସ୍ତରରେ ଏକ ସବ୍‌କମିଟି ଗଠନ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ସବ୍‌କମିଟି ବ୍ୟକ୍ତିଗତ ଭାବେ କଲୋନିଗୁଡ଼ିକର ପରିଦର୍ଶନକରି ନିର୍ଦ୍ଦେଶମତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି। ଜିଲାପାଳଙ୍କ ଅଧ୍ୟକ୍ଷତାରେ ଉକ୍ତ କମିଟିରେ ଅତିରିକ୍ତ ଜିଲାପାଳ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ(ପିଡି), ଜିଲା ଯୋଗାଣ ଅଧିକାରୀ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲା ସ୍ବାସ୍ଥ୍ୟ ଅଧିକାରୀ ଓ ଅତିରିକ୍ତ ଜିଲା ସ୍ବାସ୍ଥ୍ୟ ଅଧିକାରୀ, ଲେପ୍ରୋସି ଆବାହକ ରହିବେ। ଏହି କମିଟି ୨ ମାସ ମଧ୍ୟରେ ୪୦%ରୁ ଊର୍ଦ୍ଧ୍ୱ ଅସମର୍ଥ ଥିବା କୁଷ୍ଠରୋଗୀଙ୍କ ରିପୋର୍ଟ ପ୍ରଦାନ କରିବେ। ଏହାବାଦ ରୁରାଲ ହାଉସିଂ ସ୍କିମ୍‌, ଖାଦ୍ୟ ସୁରକ୍ଷା ଯୋଜନାରେ ରାଶନକାର୍ଡ, ଆବଶ୍ୟକସ୍ଥଳେ ଅସ୍ତ୍ରୋପଚାର, ମଧୁବାବୁ ପେନ୍‌ସନ ଯୋଜନାରେ ପେନ୍‌ସନ ଏବଂ ଫିଜିଓଥୋରାପି ପାଉଛନ୍ତି କି ନାହିଁ ସେନେଇ ମାସିକ ରିପୋର୍ଟ ପ୍ରସ୍ତୁତ କରିବେ। ମାସିକ ସମୀକ୍ଷାକରି ରାଜ୍ୟ କମିଟିକୁ ଜଣାଇବେ। କଲୋନିରେ ରହୁଥିବା କୁଷ୍ଠରୋଗୀଙ୍କ ଜୀବନଶୈଳୀ ଉପରେ ପର୍ଯ୍ୟାଲୋଚନା କରିବାକୁ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାଥମିକସ୍ତରରେ ଉକ୍ତ କମିଟି ପୁରୀ ଓ ଖୋର୍ଦ୍ଧା ଜିଲାର ୨ଟି କଲୋନି ଗସ୍ତକରି କୋର୍ଟରେ ରିପୋର୍ଟ ଦାଖଲ କରିବେ। ପରବର୍ତ୍ତୀ ଶୁଣାଣି ଆସନ୍ତା ୩୦ା୧୧ା୨୦୨୧ରେ ହେବ ବୋଲି ଦିନ ଧାର୍ଯ୍ୟ ହୋଇଛି।
ଲେପ୍ରୋସି ସେଲ୍‌ର ରିପୋର୍ଟ ଅନୁସାରେ ରାଜ୍ୟର ଖୋର୍ଦ୍ଧା ଜିଲାରେ ସର୍ବାଧିକ ୧୧ଟି କୁଷ୍ଠ କଲୋନି ରହିଥିବାବେଳେ ଅନୁଗୋଳରେ ୩, ବରଗଡ଼ ୯, ବଲାଙ୍ଗୀର ୮, ବୌଦ୍ଧ ୧, ବାଲେଶ୍ୱର ୬, ଭଦ୍ରକ ୧, କଟକରେ ୪, ଢେଙ୍କାନାଳ ୧, ଦେବଗଡ଼ ୨, ଗଞ୍ଜାମ ୫, ଗଜପତି ୧, ଯାଜପୁର ୧, ଜଗତ୍‌ସିଂହପୁର ୨, ଝାରସୁଗୁଡ଼ା ୫, କେନ୍ଦ୍ରାପଡ଼ା ୧, ମୟୂରଭଞ୍ଜ ୭, ନବରଙ୍ଗପୁର ୧, ପୁରୀ ୪, ସମ୍ବଲପୁର ୫, ସୁବର୍ଣ୍ଣପୁର ୨ ଓ ସୁନ୍ଦରଗଡ଼ ଜିଲାରେ ୬ଟି କୁଷ୍ଠ କଲୋନି ରହିଛି। ଏଠାରେ ଯାଜପୁର ଜିଲାର ବ୍ୟାସନଗର ସହରରେ ଥିବା ଅବହେଳିତ ଗାନ୍ଧୀ କୁଷ୍ଠାଶ୍ରମକୁ ଉଦାହରଣ ଭାବେ ନିଆଯାଇପାରେ। ଏହି କଲୋନିରେ ୧୫୬ ଜଣ ଅନ୍ତୋବାସୀ ରହୁଛନ୍ତି। ତେବେ ଜଙ୍ଗଲ ଜମିରେ ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ସେଠାରେ ଜରାଜୀର୍ଣ୍ଣ ଓ ବିପଦସଙ୍କୁଳ ଅବସ୍ଥାରେ ଝାଟିମାଟି କୁଡ଼ିଆଘରେ ସେମାନେ କାଳାତିପାତ କରୁଛନ୍ତି। ପକ୍କାଘର ସେମାନଙ୍କ ପାଇଁ ସାତସପନ ହୋଇଛି। ନିୟମିତ ଭାବେ ଔଷଧ ଓ ଚିକିସତ୍ା ସୁବିଧା ପାଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ବ୍ୟାସନଗର ପୌର ପ୍ରଶାସନ ପକ୍ଷରୁ ସେମାନଙ୍କୁ ଯୋଡ଼ାବର ନିକଟସ୍ଥ ଗଣ୍ଡାନାଳ କୂଳରେ ଥଇଥାନ କରିବାକୁ ଯୋଜନା କରାଯାଇଛି। ହେଲେ ବର୍ଷାଦିନେ ସେହି ସ୍ଥାନକୁ ପାଣି ମାଡୁଥିବାରୁ ଅନ୍ତେବାସୀ ସେଠାରେ ରହିବାକୁ ଅରାଜି ହୋଇଛନ୍ତି । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀ କିମ୍ବା ପ୍ରସ୍ତାବିତ କମିଟି ଉପଯୁକ୍ତ ପଦକ୍ଷେପ ଗ୍ରହଣ କଲେ କୁଷ୍ଠରୋଗୀମାନେ ଉପକୃତ ହୋଇପାରିବେ ବୋଲି ସାମାଜିକ କର୍ମୀ ରାଜେଶ ରାଉତ ପ୍ରକାଶ କରିଛନ୍ତି।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri