ପାକୁଙ୍କ ୨.୩୪ କୋଟିର ସମ୍ପତ୍ତି ଜବତ

ଖୋର୍ଦ୍ଧା ଅଫିସ, ୨୬ା୧୧: ଭୁବନେଶ୍ୱର କମିଶନରେଟ ପୋଲିସର ହ୍ବାଇଟ୍‌ ସ୍ପାଇଡର ଅପରେଶନ ପରେ ଖୋର୍ଦ୍ଧା ପୋଲିସ ସ୍କାନରରେ ଏବେ ନିଶା ବେପାରୀ। ବ୍ରାଉନସୁଗାର ବେପାରକରି ରାତାରାତି କୋଟିପତି ପାଲଟିଥିବା ଖୋର୍ଦ୍ଧା ଟାଉନଥାନା ଅଧୀନ ସାମନ୍ତରାପୁର ଶାଗୁଆନ ବଜାର ଅଞ୍ଚଳର ସୋମନାଥ ଭୁଜବଳ ଓରଫ ପାକୁଙ୍କ ସମେତ ତାଙ୍କ ସମ୍ପର୍କୀୟ ଓ ସହଯୋଗୀ ମାନଙ୍କ ଘରେ ଗୁରୁବାର ପୋଲିସ ଚଢ଼ାଉ କରିଛି। କେନ୍ଦ୍ରାଞ୍ଚଳ ଆଇଜିଙ୍କ ନିର୍ଦ୍ଦେଶକ୍ରମେ ୩ଟି ଟିମ୍‌ ଚଢ଼ାଉ କରି ଗାଡ଼ିି, ବ୍ୟାଙ୍କ ଜମାଖାତା ଏବଂ ଅନ୍ୟାନ୍ୟ ସମ୍ପତ୍ତିି ଜବତ କରିଛି। ସୋମନାଥ ଓ ତାଙ୍କ ବାପା କୃଷ୍ଣଚନ୍ଦ୍ର ଦୀର୍ଘ ୬ବର୍ଷ ହେଲା ବ୍ରାଉନସୁଗାର ବେପାର କରି ବେଆଇନ ଭାବେ ୨କୋଟି ୩୪ଲକ୍ଷ ୫୨ହଜାର ୫୯୪ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ସମ୍ପତ୍ତି ଠୁଳ କରିଥିବା ଚଢାଉବେଳେ ଜଣାପଡ଼ିଛି। ଉଭୟ ବାପ ପୁଅ ଏବେ ପୁରୀ ଜେଲ୍‌ରେ ଅଛନ୍ତି। ନିଶା କାରବାରରୁ ମିଳିଥିବା ଅର୍ଥକୁ ବିନିଯୋଗକରି ପାକୁ ଓ କୃଷ୍ଣଚନ୍ଦ୍ର ବେଆଇନ ଭାବେ ଏହି ସବୁ ସମ୍ପତ୍ତି କରିଛନ୍ତି। ସମସ୍ତ ସମ୍ପତ୍ତି ବାଜ୍ୟାପ୍ତି ପାଇଁ କୋଲକାତାସ୍ଥିତ କମ୍ପିଟେଣ୍ଟ ଅଥରିଟି (ସକ୍ଷମ ଅଧିକାରୀ)ଙ୍କ ନିକଟରେ ପ୍ରମାଣ ଉପସ୍ଥାପନ କରାଯିବ। ଜବତ ସମ୍ପତ୍ତିି ମଧ୍ୟରେ ୧କୋଟି ୧୦ଲକ୍ଷ ଟଙ୍କା (ଆନୁମାନିକ ମୂଲ୍ୟ)ର କୋଠାଘର, ୧୩ଲକ୍ଷ ୫୦ ହଜାର ଟଙ୍କାର ସୁନାଗହଣା, ୭୯ ହଜାର ୬ଶହ ଟଙ୍କାର ବ୍ୟାଙ୍କଜମା, ନଗଦ ୩ଲକ୍ଷ ୪୫ ହଜାର ଟଙ୍କା, ୫୦ ହଜାର ଟଙ୍କା ମୂଲ୍ୟର ଦାମୀ କୁକୁର, ୨୪ଲକ୍ଷ ୫୦ହଜାର ଟଙ୍କାର ଦୋକାନ ଏବଂ ୧୧ଟି ଗାଡ଼ିି ଜବତ କରାଯାଇଛି ବୋଲି ଗୁରୁବାର ଖୋର୍ଦ୍ଧା ଆଦର୍ଶ ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ରାଜକିଶୋର ଦୋରା କହିଛନ୍ତି। ଏହି ଅବସରରେ ସଦର ଡିଏସ୍‌ପି ସୁଶୀଲ କୁମାର ମିଶ୍ର, ବାଲୁଗାଁ ଡିଏସ୍‌ପି ମାନସ ରଞ୍ଜନ ବାରିକ, ଟାଉନ ଥାନା ଅଧିକାରୀ ସଞ୍ଜୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ବିନାନୁମତିରେ ସମ୍ପତ୍ତି ବିକ୍ରି ମନା
ଜବତ ସମ୍ପତ୍ତି ସମେତ ଅଭିଯୁକ୍ତମାନଙ୍କର ଅନ୍ୟ ସମ୍ପତ୍ତିକୁ ଅଚଳ ଘୋଷଣା କରାଯାଇଛି। ସେହି ସମ୍ପତ୍ତିକୁ ଅଦାଲତ କିମ୍ବା ସକ୍ଷମ ଅଧିକାରୀଙ୍କ ବିନାନୁମତିରେ ଅଭିଯୁକ୍ତ ପାକୁ ଓ ତାଙ୍କ ପରିବାରବର୍ଗ, ସମ୍ପର୍କୀୟ କିମ୍ବା ସହଯୋଗୀ କେହି ବିକ୍ରି କରିପାରିବେନାହିଁ। ଏପରି କି ଅନ୍ୟତ୍ର ସ୍ଥାନାନ୍ତର ଏବଂ ସମ୍ପତ୍ତିର ସ୍ବତ୍ୱ ପରିବର୍ତ୍ତନ କରିପାରିବେ ନାହିଁ। ଯଦି କରନ୍ତି ତେବେ ସେଥିରେ ସମ୍ପୃୃକ୍ତ ସମସ୍ତ ବ୍ୟକ୍ତି ଆଇନ ଦ୍ୱାରା ଦଣ୍ଡିତ ହେବେ। ଏନେଇ ଆଦର୍ଶ ଥାନା ପକ୍ଷରୁ ଚିଠି ନଂ. ୪୧୨୫/୨୪.୧୧.୨୦୨୧ରେ ନୋଟିସ କରାଯାଇଛି। ସେହିପରି ସମ୍ପତ୍ତି ବାଜ୍ୟାପ୍ତି ଲାଗି କୋଲକାତାସ୍ଥିତ କମ୍ପିଟେଣ୍ଟ ଅଥରିଟିଙ୍କୁ ଚିଠି ଲେଖାଯାଇଛି।

ଜିଲାର ପ୍ରଥମ ଅର୍ଥନୈତିକ ତଦନ୍ତ
କୌଣସି ଅପରାଧୀ ବେଆଇନ ଭାବେ ଉପାର୍ଜନ କରିଥିବା ସମ୍ପତ୍ତି ଜବତ ଓ ବାଜ୍ୟାପ୍ତି ପାଇଁ ଆରମ୍ଭ ହୋଇଥିବା ଏଭଳି ଅର୍ଥନୈତିକ ତଦନ୍ତ ହେଉଛି ଖୋର୍ଦ୍ଧା ଜିଲାରେ ପ୍ରଥମ। ଏ ନେଇ ଆଦର୍ଶ ଥାନାରେ ଅର୍ଥନୈତିକ ତଦନ୍ତ ନମ୍ବର ୧/୨୦୨୧ (ଥାନା କେସ୍‌ ନଂ. ୩୪୫/୧୯ ଦଫା ୨୦ (ଖ)/୨୯ ଏନ୍‌ଡିପିଏସ୍‌ ଆକ୍ଟ ସହିତ ସମ୍ପର୍କିତ) ରୁଜୁ ହୋଇଛି।

ତଦନ୍ତରେ ସାମିଲ ଥିଲେ ୩ ଟିମ୍‌
ଖୋର୍ଦ୍ଧା ଜିଲାର ଅପରାଧୀମାନଙ୍କ ଅର୍ଥନୈତିକ ସର୍ଭେ ପାଇଁ କେନ୍ଦ୍ରାଞ୍ଚଳ ଆଇଜି ନିର୍ଦ୍ଦେଶ ଦେଇଥିଲେ। ତାଲିକା ଯାଞ୍ଚ ବେଳେ ପାକୁ ଓ କୃଷ୍ଣଚନ୍ଦ୍ର ନଜରକୁ ଆସିଥିଲେ। ଏହାପରେ ତାଙ୍କ ଘରେ ଚଢ଼ାଉ ଲାଗି ସ୍ଥିର ହୋଇଥିଲା। ଏସ୍‌ପି ରାଜକିଶୋର ଦୋରାଙ୍କ ନେତୃତ୍ୱରେ ଅତିରିକ୍ତ ଏସ୍‌ପି ସୁରେଶ କୁମାର ଦାଶ, ସଦର ଡିଏସ୍‌ପି ସୁଶୀଲ କୁମାର ମିଶ୍ର, ବାଲୁଗାଁ ଡିଏସ୍‌ପି ମାନସ ରଞ୍ଜନ ବାରିକ, ୩ ଥାନାର ଅଧିକାରୀ ଏବଂ ଏକ ପ୍ଲାଟୁନ ଫୋର୍ସଙ୍କୁ ନେଇ ୩ଟି ଟିମ୍‌ ପାକୁ, ତାଙ୍କ ସମ୍ପର୍କୀୟ ଓ ସହଯୋଗୀଙ୍କ ଘରେ ଚଢ଼ାଉ କରିଥିଲେ। ତଦନ୍ତ ଦାୟିତ୍ୱରେ ଆଦର୍ଶ ଥାନା ଅଧିକାରୀ ସଞ୍ଜୟ ପଟ୍ଟନାୟକ ରହିଥିଲେ।

ପାକୁଙ୍କ ନାଁରେ ରହିଛି ୧୮ କେସ୍‌
ପାକୁଙ୍କ ନାମରେ ପୁରୀ ଓ ଖୋର୍ଦ୍ଧା ଜିଲାରେ ମୋଟ ୧୮ଟି କେସ୍‌ ରହିଛି। ସେଥିରୁ ୪ଟି ନିଶା କାରବାର ସମ୍ପର୍କିତ। ପାକୁ ଓ କୃଷ୍ଣଚନ୍ଦ୍ର ନିଶା କାରବାର ମାମଲା (ପୁରୀ ବାସେଳିସାହି ଥାନା କେସ୍‌ ନଂ. ୨୫୮/୨୦)ରେ ବିଚାରାଧୀନ କଏଦୀ ଭାବେ ୨୦୨୦ ଅକ୍ଟୋବର ୪ରୁ ପୁରୀ ଜେଲରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛଟେଇ ଝଡ଼; ୨୦୨୬ରେ ବିଦା ହେଲେଣି ୧,୩୦,୦୦୦ରୁ ଅଧିକ ଚାକିରିଆ

ନୂଆଦିଲ୍ଲୀ,୪।୯: କୃତ୍ରିମ ବୁଦ୍ଧିମତ୍ତା ବା ‘ଏଆଇ’ ଏବେ ଚାକିରିଆଙ୍କ ପାଇଁ କାଳ ହୋଇଛି । ବିଶ୍ୱସ୍ତରରେ ଏଆଇର ପ୍ରଚଳନ ବଢ଼ି ଚାଲିଥିବାବେଳେ ଅନ୍ୟପଟେ ବିଭିନ୍ନ କ୍ଷେତ୍ରରୁ ଲୋକେ…

ବୟସ ଜାଲିଆତି କରି ଫସିଲେ ଏହି କ୍ରିକେଟର୍‌: ୨ ବର୍ଷ ବାସନ୍ଦ କଲା BCCI

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର୍‌ ରୋହିତ ଯାଦବଙ୍କୁ ଅଷ୍ଟ୍ରେଲିଆ ଅଣ୍ଡର-୧୯ ଦଳ ବିପକ୍ଷରେ ଆଗାମୀ ଦିନିକିଆ ଏବଂ ବହୁ-ଦିବସୀୟ ସିରିଜ ପାଇଁ ଅଣ୍ଡର-୧୯ ଦଳରେ ଚୟନ କରାଯାଇଥିଲା। ଜୁନିଅର…

ଆଦିବାସୀ ଛାତ୍ରଙ୍କ ସମର୍ଥନରେ ଅଭିଜିତ ଦୀପକେଙ୍କ ବଡ଼ ଘୋଷଣା, ଦରକାର ପଡ଼ିଲେ…

ମୁମ୍ବାଇ,୪।୯: ମହାରାଷ୍ଟ୍ରର ନାସିକରେ ଆନ୍ଦୋଳନରତ ଆଦିବାସୀ ଛାତ୍ରୀଛାତ୍ରଙ୍କୁ ଅନଶନ ଶେଷ କରିବାକୁ ଅପିଲ୍ କରିଛନ୍ତି କକରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ। ଗୁରୁବାରନାସିକର ଇଦଗାହ…

ବର୍ଷାରେ ବି ବଢୁଛି ପର୍ଯ୍ୟଟକଙ୍କ ଭିଡ଼: ଦାରିଙ୍ଗବାଡ଼ି ପର୍ଯ୍ୟଟନ ବିକାଶ ପାଇଁ ନୂଆ ପଦକ୍ଷେପ

ଦାରିଙ୍ଗବାଡ଼ି,୪।୯(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିକୁ ବର୍ଷତମାମ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର କରିବା ସହ ପର୍ଯ୍ୟଟନ କ୍ଷେତ୍ରର ଆହୁରି ବିକାଶ ଓ ରୂପାନ୍ତରଣ ପାଇଁ…

ଜନ୍ମଗତ ନାଗରିକତ୍ୱ: ଟ୍ରମ୍ପ୍‌ଙ୍କ ନୂତନ ନିର୍ଦ୍ଦେଶନାମା ଉପରେ ରୋକ

ଓ୍ବାଶିଂଟନ,୪।୯(ପି.ଟି.): ଆମେରିକାର ସୁପ୍ରିମକୋର୍ଟ ତାଙ୍କର ପୂର୍ବ ପ୍ରୟାସକୁ ପ୍ରତ୍ୟାଖ୍ୟାନ କରିବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଜାରି କରିଥିବା ଜନ୍ମଗତ ନାଗରିକତା ପାଇବାକୁ ଯୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟାକୁ…

ପମ୍ପ ଅପରେଟର ପାଇନାହାନ୍ତି ୬ ମାସର ପାରିଶ୍ରମିକ: ୭ରୁ କାର୍ଯ୍ୟବନ୍ଦ ଚେତାବନୀ

ଲୋଇସିଂହା, ୩ା୯: ଲୋଇସିଂହା ଏନ୍‌ଏସି ଅଧୀନ ଲୋଇସିଂହା ଓ ବୁର୍ଡା ଅଞ୍ଚଳରେ କାର୍ଯ୍ୟରତ ଏସିଏମ୍‌ ଓ ପାନୀୟଜଳ ପ୍ରକଳ୍ପର ପମ୍ପ ଅପରେଟରମାନେ ଦୀର୍ଘ ୬ ମାସ ଧରି…

ଟ୍ୟାକ୍ସ ଟାଣୁଛି ଟୋଲପ୍ଲାଜା, ଜୀବନ ନେଉଛି ରାଜପଥ: ନୀରବଦ୍ରଷ୍ଟା ସାଜିଛି ଏନ୍‌ଏଚ୍‌ଏଆଇ

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ୪ଲେନ୍‌ ବିଶିଷ୍ଟ ୫୩ ନମ୍ବର ଜାତୀୟ ରାଜପଥ ବେହାଲ୍‌ ହୋଇପଡ଼ିଛି। ରାଜପଥର ବିଭିନ୍ନ ସ୍ଥାନରେ ଖାଲଖମା ପୂରି ରହିଛି।…

୧୮ଦିନ ହେଲା ଘରକୁ ଫେରିନାହାନ୍ତି ଜୟଲାଲ: ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଯାଇଥିଲେ ଛତିଶଗଡ଼

ନୂଆପଡ଼ା,୪ା୯ (ମକାରୁ ବେମାଲ):ଜଣେ ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଛତିଶଗଡ଼ର ଦୁର୍ଗ ଅଞ୍ଚଳକୁ ଯାଇଥିବା ନୂଆପଡା ଜିଲାର ଜଣେ ଯୁବକ ୧୮ଦିନ ହେଲା ଘରକୁ ଫେରିନାହାନ୍ତି। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri