ପାକୁଙ୍କ ୨.୩୪ କୋଟିର ସମ୍ପତ୍ତି ଜବତ

ଖୋର୍ଦ୍ଧା ଅଫିସ, ୨୬ା୧୧: ଭୁବନେଶ୍ୱର କମିଶନରେଟ ପୋଲିସର ହ୍ବାଇଟ୍‌ ସ୍ପାଇଡର ଅପରେଶନ ପରେ ଖୋର୍ଦ୍ଧା ପୋଲିସ ସ୍କାନରରେ ଏବେ ନିଶା ବେପାରୀ। ବ୍ରାଉନସୁଗାର ବେପାରକରି ରାତାରାତି କୋଟିପତି ପାଲଟିଥିବା ଖୋର୍ଦ୍ଧା ଟାଉନଥାନା ଅଧୀନ ସାମନ୍ତରାପୁର ଶାଗୁଆନ ବଜାର ଅଞ୍ଚଳର ସୋମନାଥ ଭୁଜବଳ ଓରଫ ପାକୁଙ୍କ ସମେତ ତାଙ୍କ ସମ୍ପର୍କୀୟ ଓ ସହଯୋଗୀ ମାନଙ୍କ ଘରେ ଗୁରୁବାର ପୋଲିସ ଚଢ଼ାଉ କରିଛି। କେନ୍ଦ୍ରାଞ୍ଚଳ ଆଇଜିଙ୍କ ନିର୍ଦ୍ଦେଶକ୍ରମେ ୩ଟି ଟିମ୍‌ ଚଢ଼ାଉ କରି ଗାଡ଼ିି, ବ୍ୟାଙ୍କ ଜମାଖାତା ଏବଂ ଅନ୍ୟାନ୍ୟ ସମ୍ପତ୍ତିି ଜବତ କରିଛି। ସୋମନାଥ ଓ ତାଙ୍କ ବାପା କୃଷ୍ଣଚନ୍ଦ୍ର ଦୀର୍ଘ ୬ବର୍ଷ ହେଲା ବ୍ରାଉନସୁଗାର ବେପାର କରି ବେଆଇନ ଭାବେ ୨କୋଟି ୩୪ଲକ୍ଷ ୫୨ହଜାର ୫୯୪ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ସମ୍ପତ୍ତି ଠୁଳ କରିଥିବା ଚଢାଉବେଳେ ଜଣାପଡ଼ିଛି। ଉଭୟ ବାପ ପୁଅ ଏବେ ପୁରୀ ଜେଲ୍‌ରେ ଅଛନ୍ତି। ନିଶା କାରବାରରୁ ମିଳିଥିବା ଅର୍ଥକୁ ବିନିଯୋଗକରି ପାକୁ ଓ କୃଷ୍ଣଚନ୍ଦ୍ର ବେଆଇନ ଭାବେ ଏହି ସବୁ ସମ୍ପତ୍ତି କରିଛନ୍ତି। ସମସ୍ତ ସମ୍ପତ୍ତି ବାଜ୍ୟାପ୍ତି ପାଇଁ କୋଲକାତାସ୍ଥିତ କମ୍ପିଟେଣ୍ଟ ଅଥରିଟି (ସକ୍ଷମ ଅଧିକାରୀ)ଙ୍କ ନିକଟରେ ପ୍ରମାଣ ଉପସ୍ଥାପନ କରାଯିବ। ଜବତ ସମ୍ପତ୍ତିି ମଧ୍ୟରେ ୧କୋଟି ୧୦ଲକ୍ଷ ଟଙ୍କା (ଆନୁମାନିକ ମୂଲ୍ୟ)ର କୋଠାଘର, ୧୩ଲକ୍ଷ ୫୦ ହଜାର ଟଙ୍କାର ସୁନାଗହଣା, ୭୯ ହଜାର ୬ଶହ ଟଙ୍କାର ବ୍ୟାଙ୍କଜମା, ନଗଦ ୩ଲକ୍ଷ ୪୫ ହଜାର ଟଙ୍କା, ୫୦ ହଜାର ଟଙ୍କା ମୂଲ୍ୟର ଦାମୀ କୁକୁର, ୨୪ଲକ୍ଷ ୫୦ହଜାର ଟଙ୍କାର ଦୋକାନ ଏବଂ ୧୧ଟି ଗାଡ଼ିି ଜବତ କରାଯାଇଛି ବୋଲି ଗୁରୁବାର ଖୋର୍ଦ୍ଧା ଆଦର୍ଶ ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ରାଜକିଶୋର ଦୋରା କହିଛନ୍ତି। ଏହି ଅବସରରେ ସଦର ଡିଏସ୍‌ପି ସୁଶୀଲ କୁମାର ମିଶ୍ର, ବାଲୁଗାଁ ଡିଏସ୍‌ପି ମାନସ ରଞ୍ଜନ ବାରିକ, ଟାଉନ ଥାନା ଅଧିକାରୀ ସଞ୍ଜୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ବିନାନୁମତିରେ ସମ୍ପତ୍ତି ବିକ୍ରି ମନା
ଜବତ ସମ୍ପତ୍ତି ସମେତ ଅଭିଯୁକ୍ତମାନଙ୍କର ଅନ୍ୟ ସମ୍ପତ୍ତିକୁ ଅଚଳ ଘୋଷଣା କରାଯାଇଛି। ସେହି ସମ୍ପତ୍ତିକୁ ଅଦାଲତ କିମ୍ବା ସକ୍ଷମ ଅଧିକାରୀଙ୍କ ବିନାନୁମତିରେ ଅଭିଯୁକ୍ତ ପାକୁ ଓ ତାଙ୍କ ପରିବାରବର୍ଗ, ସମ୍ପର୍କୀୟ କିମ୍ବା ସହଯୋଗୀ କେହି ବିକ୍ରି କରିପାରିବେନାହିଁ। ଏପରି କି ଅନ୍ୟତ୍ର ସ୍ଥାନାନ୍ତର ଏବଂ ସମ୍ପତ୍ତିର ସ୍ବତ୍ୱ ପରିବର୍ତ୍ତନ କରିପାରିବେ ନାହିଁ। ଯଦି କରନ୍ତି ତେବେ ସେଥିରେ ସମ୍ପୃୃକ୍ତ ସମସ୍ତ ବ୍ୟକ୍ତି ଆଇନ ଦ୍ୱାରା ଦଣ୍ଡିତ ହେବେ। ଏନେଇ ଆଦର୍ଶ ଥାନା ପକ୍ଷରୁ ଚିଠି ନଂ. ୪୧୨୫/୨୪.୧୧.୨୦୨୧ରେ ନୋଟିସ କରାଯାଇଛି। ସେହିପରି ସମ୍ପତ୍ତି ବାଜ୍ୟାପ୍ତି ଲାଗି କୋଲକାତାସ୍ଥିତ କମ୍ପିଟେଣ୍ଟ ଅଥରିଟିଙ୍କୁ ଚିଠି ଲେଖାଯାଇଛି।

ଜିଲାର ପ୍ରଥମ ଅର୍ଥନୈତିକ ତଦନ୍ତ
କୌଣସି ଅପରାଧୀ ବେଆଇନ ଭାବେ ଉପାର୍ଜନ କରିଥିବା ସମ୍ପତ୍ତି ଜବତ ଓ ବାଜ୍ୟାପ୍ତି ପାଇଁ ଆରମ୍ଭ ହୋଇଥିବା ଏଭଳି ଅର୍ଥନୈତିକ ତଦନ୍ତ ହେଉଛି ଖୋର୍ଦ୍ଧା ଜିଲାରେ ପ୍ରଥମ। ଏ ନେଇ ଆଦର୍ଶ ଥାନାରେ ଅର୍ଥନୈତିକ ତଦନ୍ତ ନମ୍ବର ୧/୨୦୨୧ (ଥାନା କେସ୍‌ ନଂ. ୩୪୫/୧୯ ଦଫା ୨୦ (ଖ)/୨୯ ଏନ୍‌ଡିପିଏସ୍‌ ଆକ୍ଟ ସହିତ ସମ୍ପର୍କିତ) ରୁଜୁ ହୋଇଛି।

ତଦନ୍ତରେ ସାମିଲ ଥିଲେ ୩ ଟିମ୍‌
ଖୋର୍ଦ୍ଧା ଜିଲାର ଅପରାଧୀମାନଙ୍କ ଅର୍ଥନୈତିକ ସର୍ଭେ ପାଇଁ କେନ୍ଦ୍ରାଞ୍ଚଳ ଆଇଜି ନିର୍ଦ୍ଦେଶ ଦେଇଥିଲେ। ତାଲିକା ଯାଞ୍ଚ ବେଳେ ପାକୁ ଓ କୃଷ୍ଣଚନ୍ଦ୍ର ନଜରକୁ ଆସିଥିଲେ। ଏହାପରେ ତାଙ୍କ ଘରେ ଚଢ଼ାଉ ଲାଗି ସ୍ଥିର ହୋଇଥିଲା। ଏସ୍‌ପି ରାଜକିଶୋର ଦୋରାଙ୍କ ନେତୃତ୍ୱରେ ଅତିରିକ୍ତ ଏସ୍‌ପି ସୁରେଶ କୁମାର ଦାଶ, ସଦର ଡିଏସ୍‌ପି ସୁଶୀଲ କୁମାର ମିଶ୍ର, ବାଲୁଗାଁ ଡିଏସ୍‌ପି ମାନସ ରଞ୍ଜନ ବାରିକ, ୩ ଥାନାର ଅଧିକାରୀ ଏବଂ ଏକ ପ୍ଲାଟୁନ ଫୋର୍ସଙ୍କୁ ନେଇ ୩ଟି ଟିମ୍‌ ପାକୁ, ତାଙ୍କ ସମ୍ପର୍କୀୟ ଓ ସହଯୋଗୀଙ୍କ ଘରେ ଚଢ଼ାଉ କରିଥିଲେ। ତଦନ୍ତ ଦାୟିତ୍ୱରେ ଆଦର୍ଶ ଥାନା ଅଧିକାରୀ ସଞ୍ଜୟ ପଟ୍ଟନାୟକ ରହିଥିଲେ।

ପାକୁଙ୍କ ନାଁରେ ରହିଛି ୧୮ କେସ୍‌
ପାକୁଙ୍କ ନାମରେ ପୁରୀ ଓ ଖୋର୍ଦ୍ଧା ଜିଲାରେ ମୋଟ ୧୮ଟି କେସ୍‌ ରହିଛି। ସେଥିରୁ ୪ଟି ନିଶା କାରବାର ସମ୍ପର୍କିତ। ପାକୁ ଓ କୃଷ୍ଣଚନ୍ଦ୍ର ନିଶା କାରବାର ମାମଲା (ପୁରୀ ବାସେଳିସାହି ଥାନା କେସ୍‌ ନଂ. ୨୫୮/୨୦)ରେ ବିଚାରାଧୀନ କଏଦୀ ଭାବେ ୨୦୨୦ ଅକ୍ଟୋବର ୪ରୁ ପୁରୀ ଜେଲରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?