ଝାଟିମାଟି କୁଡ଼ିଆରେ ନିଷ୍ପେଷିତ ଜୀବନ

ଯାଜପୁର ଅଫିସ,୨୬ା୧୧:  ସମାଜରୁ ବାସନ୍ଦ ହୋଇ ଅକର୍ମଣ୍ୟ ଅବସ୍ଥାରେ ଅଭିଶପ୍ତ ଜୀବନ ବିତାଉଛନ୍ତି କୁଷ୍ଠରୋଗୀ। ସରକାରୀ ଉଦାସୀନତା ଯୋଗୁ ନିଷ୍ପେଷିତ ଜୀବନ ବିତାଉଥିବା ଏହି ମଣିଷମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ନାହିଁ। ଜଙ୍ଗଲର ନିଛାଟିଆ ପରିବେଶରେ ଛାଟିମାଟି କୁଡ଼ିଆରେ ଦିନ କାଟୁଥିବା ଏହି ମଣିଷମାନେ କେବଳ ବଞ୍ଚିବାର ରାହା ଖୋଜୁଛନ୍ତି। ସରକାରଙ୍କ ବିଭିନ୍ନ ଆବାସ ଯୋଜନାରୁ ଏହି ଅନ୍ତେବାସୀ ବଞ୍ଚିତ ହୋଇଛନ୍ତି। ଶେଷରେ ସେମାନଙ୍କ ଥଇଥାନ ପାଇଁ ହାଇକୋର୍ଟ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ାସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଲେପ୍ରୋସି ସେଲ୍‌ର ରିପୋର୍ଟ ଅନୁସାରେ ଓଡ଼ିଶାର ୨୨ ଜିଲାର ୮୭ କଲୋନିରେ ୮,୦୩୨ ଅନ୍ତେବାସୀ ଅବହେଳିତ ଅବସ୍ଥାରେ ରହିଛନ୍ତି। ଏହି କୁଷ୍ଠରୋଗୀଙ୍କ ଥଇଥାନ ଏବଂ ରକ୍ଷଣାବେକ୍ଷଣ ପାଇଁ ୨୦୧୫ରେ ବିପିନ ବିହାରୀ ପ୍ରଧାନ ନାମକ ଜଣେ ବ୍ୟକ୍ତି ହାଇକୋର୍ଟରେ ୧୩୪୦୩ ନମ୍ବରରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଏହି ମାମଲାର ବିଚାର କରି ଚିଫ୍‌ ଜଷ୍ଟିସ ଡ.ଏସ୍‌.ମୁରଲୀଧର ୩ା୧୧ା୨୦୨୧ରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଏହି ରାୟ ଆଧାରରେ ରାଜ୍ୟ ସରକାରଙ୍କ ସୋସିଆଲ ସିକ୍ୟୁରିଟି ଆଣ୍ଡ ଏମ୍‌ପାୱାରମେଣ୍ଟ ଅଫ୍‌ ପର୍ସନ ୱିଥ ଡିଜାବିଲିଟି(ଏସ୍‌ଏସ୍‌ଇପିଡି) ବା ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି କ୍ରମରେ ବିଭିନ୍ନ କଲୋନିରେ ଅସ୍ଥାୟୀ ଭାବେ ରହୁଥିବା କୁଷ୍ଠରୋଗୀଙ୍କ ଥଇଥାନ ପାଇଁ ଏସ୍‌ଏସ୍‌ଇପିଡିର ସଚିବ ଭାସ୍କର ଶର୍ମା ୨୩ା୧୧ା୨୦୨୧ରେ ରାଜ୍ୟର ସମସ୍ତ ଜିଲାପାଳଙ୍କୁ ଜିଲାସ୍ତରରେ ଏକ ସବ୍‌କମିଟି ଗଠନ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ସବ୍‌କମିଟି ବ୍ୟକ୍ତିଗତ ଭାବେ କଲୋନିଗୁଡ଼ିକର ପରିଦର୍ଶନକରି ନିର୍ଦ୍ଦେଶମତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି। ଜିଲାପାଳଙ୍କ ଅଧ୍ୟକ୍ଷତାରେ ଉକ୍ତ କମିଟିରେ ଅତିରିକ୍ତ ଜିଲାପାଳ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ(ପିଡି), ଜିଲା ଯୋଗାଣ ଅଧିକାରୀ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲା ସ୍ବାସ୍ଥ୍ୟ ଅଧିକାରୀ ଓ ଅତିରିକ୍ତ ଜିଲା ସ୍ବାସ୍ଥ୍ୟ ଅଧିକାରୀ, ଲେପ୍ରୋସି ଆବାହକ ରହିବେ। ଏହି କମିଟି ୨ ମାସ ମଧ୍ୟରେ ୪୦%ରୁ ଊର୍ଦ୍ଧ୍ୱ ଅସମର୍ଥ ଥିବା କୁଷ୍ଠରୋଗୀଙ୍କ ରିପୋର୍ଟ ପ୍ରଦାନ କରିବେ। ଏହାବାଦ ରୁରାଲ ହାଉସିଂ ସ୍କିମ୍‌, ଖାଦ୍ୟ ସୁରକ୍ଷା ଯୋଜନାରେ ରାଶନକାର୍ଡ, ଆବଶ୍ୟକସ୍ଥଳେ ଅସ୍ତ୍ରୋପଚାର, ମଧୁବାବୁ ପେନ୍‌ସନ ଯୋଜନାରେ ପେନ୍‌ସନ ଏବଂ ଫିଜିଓଥୋରାପି ପାଉଛନ୍ତି କି ନାହିଁ ସେନେଇ ମାସିକ ରିପୋର୍ଟ ପ୍ରସ୍ତୁତ କରିବେ। ମାସିକ ସମୀକ୍ଷାକରି ରାଜ୍ୟ କମିଟିକୁ ଜଣାଇବେ। କଲୋନିରେ ରହୁଥିବା କୁଷ୍ଠରୋଗୀଙ୍କ ଜୀବନଶୈଳୀ ଉପରେ ପର୍ଯ୍ୟାଲୋଚନା କରିବାକୁ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାଥମିକସ୍ତରରେ ଉକ୍ତ କମିଟି ପୁରୀ ଓ ଖୋର୍ଦ୍ଧା ଜିଲାର ୨ଟି କଲୋନି ଗସ୍ତକରି କୋର୍ଟରେ ରିପୋର୍ଟ ଦାଖଲ କରିବେ। ପରବର୍ତ୍ତୀ ଶୁଣାଣି ଆସନ୍ତା ୩୦ା୧୧ା୨୦୨୧ରେ ହେବ ବୋଲି ଦିନ ଧାର୍ଯ୍ୟ ହୋଇଛି।
ଲେପ୍ରୋସି ସେଲ୍‌ର ରିପୋର୍ଟ ଅନୁସାରେ ରାଜ୍ୟର ଖୋର୍ଦ୍ଧା ଜିଲାରେ ସର୍ବାଧିକ ୧୧ଟି କୁଷ୍ଠ କଲୋନି ରହିଥିବାବେଳେ ଅନୁଗୋଳରେ ୩, ବରଗଡ଼ ୯, ବଲାଙ୍ଗୀର ୮, ବୌଦ୍ଧ ୧, ବାଲେଶ୍ୱର ୬, ଭଦ୍ରକ ୧, କଟକରେ ୪, ଢେଙ୍କାନାଳ ୧, ଦେବଗଡ଼ ୨, ଗଞ୍ଜାମ ୫, ଗଜପତି ୧, ଯାଜପୁର ୧, ଜଗତ୍‌ସିଂହପୁର ୨, ଝାରସୁଗୁଡ଼ା ୫, କେନ୍ଦ୍ରାପଡ଼ା ୧, ମୟୂରଭଞ୍ଜ ୭, ନବରଙ୍ଗପୁର ୧, ପୁରୀ ୪, ସମ୍ବଲପୁର ୫, ସୁବର୍ଣ୍ଣପୁର ୨ ଓ ସୁନ୍ଦରଗଡ଼ ଜିଲାରେ ୬ଟି କୁଷ୍ଠ କଲୋନି ରହିଛି। ଏଠାରେ ଯାଜପୁର ଜିଲାର ବ୍ୟାସନଗର ସହରରେ ଥିବା ଅବହେଳିତ ଗାନ୍ଧୀ କୁଷ୍ଠାଶ୍ରମକୁ ଉଦାହରଣ ଭାବେ ନିଆଯାଇପାରେ। ଏହି କଲୋନିରେ ୧୫୬ ଜଣ ଅନ୍ତୋବାସୀ ରହୁଛନ୍ତି। ତେବେ ଜଙ୍ଗଲ ଜମିରେ ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ସେଠାରେ ଜରାଜୀର୍ଣ୍ଣ ଓ ବିପଦସଙ୍କୁଳ ଅବସ୍ଥାରେ ଝାଟିମାଟି କୁଡ଼ିଆଘରେ ସେମାନେ କାଳାତିପାତ କରୁଛନ୍ତି। ପକ୍କାଘର ସେମାନଙ୍କ ପାଇଁ ସାତସପନ ହୋଇଛି। ନିୟମିତ ଭାବେ ଔଷଧ ଓ ଚିକିସତ୍ା ସୁବିଧା ପାଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ବ୍ୟାସନଗର ପୌର ପ୍ରଶାସନ ପକ୍ଷରୁ ସେମାନଙ୍କୁ ଯୋଡ଼ାବର ନିକଟସ୍ଥ ଗଣ୍ଡାନାଳ କୂଳରେ ଥଇଥାନ କରିବାକୁ ଯୋଜନା କରାଯାଇଛି। ହେଲେ ବର୍ଷାଦିନେ ସେହି ସ୍ଥାନକୁ ପାଣି ମାଡୁଥିବାରୁ ଅନ୍ତେବାସୀ ସେଠାରେ ରହିବାକୁ ଅରାଜି ହୋଇଛନ୍ତି । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀ କିମ୍ବା ପ୍ରସ୍ତାବିତ କମିଟି ଉପଯୁକ୍ତ ପଦକ୍ଷେପ ଗ୍ରହଣ କଲେ କୁଷ୍ଠରୋଗୀମାନେ ଉପକୃତ ହୋଇପାରିବେ ବୋଲି ସାମାଜିକ କର୍ମୀ ରାଜେଶ ରାଉତ ପ୍ରକାଶ କରିଛନ୍ତି।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?