ବିଜ୍ଞାନରେ ମିଛ ମାୟା

ଡ. ନରେନ୍ଦ୍ର ସେଠୀ

ପ୍ରାଚୀନ ଭାରତୀୟ ସନାତନ ଧର୍ମରେ କୁହାଯାଇଛି ‘ମିଛ ମାୟାର ସଂସାର, କେହି ନୁହେଁ କାହାର’ ବା ସଂସାରରେ ସବୁ ହେଉଛି ଏକ ମାୟା ଓ କ୍ଷଣସ୍ଥାୟୀ। ଆମେ ଏହାକୁ ଏକ ପୁରାତନ ଢଗଢମାଳି କହିପାରୁ ନଚେତ୍‌ ଜଣେ ପାଗଳ ସନ୍ନ୍ୟାସୀଙ୍କ ସାଧାରଣ ଗୀତ କହିପାରୁ। ମାତ୍ର କଥାଟା ସେଇଆ ନୁହେଁ। ଏହାର ତାତ୍ପର୍ଯ୍ୟ ସେ ମହାନ୍‌ ସନ୍ନ୍ୟାସୀ ଜଣକ କେମିତି ହଜାର ହଜାର ବର୍ଷ ତଳେ ହୃଦୟଙ୍ଗମ କଲେ ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗେ। କାରଣ ହେଲା ଆଧୁନିକତମ ଶୃଙ୍ଖଳ ବିଜ୍ଞାନ ତତ୍ତ୍ୱ(String Theory ) ଅନୁସାରେ ଆମେ ଯେତେବେଳେ କୌଣସି ଜିନିଷକୁ ଦେଖୁ ତାହାର ବ୍ୟବହାର ବଦଳିଯାଏ ବା ଏକ ଜିନିଷର ପ୍ରକୃତି ତାକୁ କେହି ଦେଖୁଛି ନା ନାହିଁ ତାହା ଉପରେ ନିିର୍ଭର କରେ। ଅନ୍ୟ ଅର୍ଥରେ ବାସ୍ତବିକତା ଏକ ଭ୍ରମ ମାତ୍ର ଓ ଏହା କେବଳ ସତ ଲାଗେ ଆମେ ଯେତେବେଳେ ଏହାକୁ ଦେଖୁ। ଅର୍ଥାତ୍‌ ଆମ ଦେଖିବା ଓ ନ ଦେଖିବା ଉପରେ ଜିନିଷର ଅବସ୍ଥିତି ନିର୍ଭରକରେ ବା ଆମେ ନ ଦେଖିଲା ସମୟରେ ହୁଏତ ଜିନିଷ ଭଳି କିଛି ବସ୍ତୁ ନ ଥାଏ। ଶୃଙ୍ଖଳ ବିଜ୍ଞାନର ଏହି ତଥ୍ୟ ଅନୁସାରେ ସଂସାରର ସବୁ ଜିନିଷ ମିଛ ବା ମାୟା ସଦୃଶ। ତେଣୁ ଶୃଙ୍ଖଳ ତଥ୍ୟ ଆମକୁ ଏକବିଂଶ ଶତାବ୍ଦୀରେ କହିଲା ଯେ ‘ସବୁ ମିଛ ମାୟା’ ଯାହା ସେହି ସନ୍ନ୍ୟାସୀ ତାଙ୍କ ଗୀତରେ କହିଯାଇଥିଲେ। ତା’ହେଲେ ଏହି ସଂସାର ଓ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ କ’ଣ ମିଛ ? ଏହି ବ୍ରହ୍ମାଣ୍ଡର ଏତେଦିନ ତିଷ୍ଠି ରହିବା କ’ଣ ଏକ ଭାଗ୍ୟ ? ବିଜ୍ଞାନ ଅନୁସାରେ ଏହି ବ୍ରହ୍ମାଣ୍ଡର ତିଷ୍ଠିରହିବା ଏକ ‘ମିଥ୍ୟା ଶୂନ୍ୟସ୍ଥାନ ଉପବାଦ୍ୟ’ (False vacuum theory) ଉପରେ ପର୍ଯ୍ୟବସିତ ଯାହାକୁ ଅଧିକ ଆଲୋଚନା କରିବା ଦ୍ୱାରା ମନରେ କୋକୁଆଭୟ ସୃଷ୍ଟିକରେ।
ବିଜ୍ଞାନର ମୌଳିକ ନିୟମ ଅନୁସାରେ ଏକ ଭୌତିକ ପ୍ରଣାଳୀ ଯେମିତିକି ଆମ ବ୍ରହ୍ମାଣ୍ଡ ନିଜର ବଳକା ଶକ୍ତି କୌଣସି ଉପାୟରେ ତ୍ୟାଗକରି ସବୁବେଳେ ସର୍ବନିମ୍ନ ଶକ୍ତି ସ୍ଥିତିରେ ରହିବାକୁ ଚେଷ୍ଟା କରିଥାଏ। କିନ୍ତୁ ଗତାନୁଗତିକ ଶାସ୍ତ୍ରୀୟ ପଦାର୍ଥ ବିଜ୍ଞାନ ଅନୁସାରେ ଏକ ଭୌତିକ ପ୍ରଣାଳୀ ନିମ୍ନ ଶକ୍ତି ସ୍ଥିତିରେ ପହଞ୍ଚି ସାରିଥିଲେ ମଧ୍ୟ ସେଠାରୁ ଆହୁରି ଏକ ନିମ୍ନତର ଶକ୍ତି ଥିବା ସ୍ଥିତି ସମ୍ଭବ ଓ ଏହା ସେଠାକୁ ଯିବାକୁ ସର୍ବଦା ଚେଷ୍ଟା କରିବ। ଏହାକୁ ଏକ ଉଚ୍ଚ ପାହାଡ଼ ପାଖରେ ଥିବା ଛୋଟ ଉପତ୍ୟକାକୁ ବଲ୍‌ ଗଡ଼ିଯାଉଥିବା ସଙ୍ଗେ ତୁଳନା କରି ବୁଝାଯାଇପାରେ। ଯଦି ବଲ୍‌ଟି ଛୋଟ ସମତଳ ଉପତ୍ୟକାରୁ ବାହାରକୁ ଯିବ ତା’ହେଲେ ଏହା ପାହାଡ଼ ଠାରୁ ଆହୁରି ଦୂରକୁ ଗଡ଼ିଯିବ। କିନ୍ତୁ ରୋଚକ କଥା ହେଲା ବଲ୍‌କୁ ଉପତ୍ୟକାରୁ ବାହାରିବା ପାଇଁ କୌଣସି ବାଟ ମିଳୁନି। ତେଣୁ ଏହା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସେହି ଉପତ୍ୟକାରେ ରହିବ। ଠିକ୍‌ ସେମିତି ଆମର ବ୍ରହ୍ମାଣ୍ଡ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏମିତି ତିଷ୍ଠି ରହିଛି। ଅର୍ଥାତ୍‌ ଯେଉଁଦିନ ପାହାଡ଼ ପାଖ ଛୋଟିଆ ଉପତ୍ୟକାରୁ ଆହୁରି ନିମ୍ନ ଇଲାକାକୁ ଯିବାକୁ ବାଟ ମିଳିଯିବ ସେଦିନ ବ୍ରହ୍ମାଣ୍ଡ ବର୍ତ୍ତମାନର ସ୍ଥିତିକୁ ତ୍ୟାଗକରିବ ଓ ଏହାର ଧ୍ୱଂସହେବା ଆରମ୍ଭ ହୋଇଯିବ। ବିଜ୍ଞାନର ଏହି ସଦ୍ୟତମ ‘ମିଥ୍ୟା ଶୂନ୍ୟସ୍ଥାନ’ ତଥ୍ୟ ନିଶ୍ଚୟ ଭୟାବହ ଓ ମନରେ ଆଶଙ୍କା ତିଆରି କରୁଛି ଏଥିରେ ସନ୍ଦେହ ନାହିଁ। ସେହିପରି ଭୌତିକ ବିଜ୍ଞାନର ଶୃଙ୍ଖଳ ତଥ୍ୟକୁ ଯଦି ବିଚାରକୁ ନିଆଯାଏ ତା’ହେଲେ ମଧ୍ୟ ଏହି ବ୍ରହ୍ମାଣ୍ଡ ଏକ ମିତସ୍ଥାୟୀ ଅବସ୍ଥାରେ ଅଛି ବା ଏହା ଯେଉଁ ଅବସ୍ଥାରେ ଅଛି ତାହା ଏକ ଅସ୍ଥାୟୀ ଅବସ୍ଥା। ଅର୍ଥାତ୍‌ ବ୍ରହ୍ମାଣ୍ଡ ଯେକୌଣସି ସମୟରେ ଏକ ନିମ୍ନ ସ୍ତରକୁ ଯାଇପାରେ ଓ ଯଦି ଏହା ହୁଏ ଏହା ବିନାଶର କାରଣ ହେବ ଓ ସବୁ ଧ୍ୱଂସପାଇଯିବ। ସତରେ କେଡ଼େ ସାମଞ୍ଜସ୍ୟ ବିଜ୍ଞାନ ଓ ଆଧ୍ୟାତ୍ମର ଏହି ତଥ୍ୟରେ! କିନ୍ତୁ ସୌଭାଗ୍ୟର କଥା ଯେ ଆସନ୍ତା କିଛି କୋଟି ବର୍ଷ ପାଇଁ ଏହି ଅବସ୍ଥା ଆସିବା ସମ୍ଭାବନା ନାହିଁ।
ମଣିଷର ଜୀବନକାଳ ସୀମିତ। ଗ୍ଲୋବାଲ ୱାର୍ମିଂ ଏବଂ ପ୍ରଦୂଷଣଜନିତ ଅନେକ ବିପଦରୁ ମାନବିକତାକୁ ରକ୍ଷା କରିପାରିବା କ୍ଷମତା ବିଜ୍ଞାନ ରଖିଛି। ଏପରିକି ମହାଜାଗତିକ ବିକିରଣ ଭଳି ମାନବ ସଭ୍ୟତାକୁ ସମାପ୍ତ କଲା ପରି ବିପଦକୁ ମଧ୍ୟ ସଫଳତାର ସହିତ ମୁକାବିଲା କରାଯାଇପାରେ ଯଦି ପର୍ଯ୍ୟାପ୍ତ ସମୟ ଦିଆଯାଏ। କିନ୍ତୁ ଅଦୃଶ୍ୟ ଭାବରେ ଆମ ପୃଥିବୀ ସହିତ ସମଗ୍ର ଆକାଶଗଙ୍ଗାକୁ ଧ୍ୱଂସ କଲା ପରି କ୍ଷମତା ରଖିଥିବା ଏକ ପ୍ରଚଣ୍ଡ ମହାଜାଗତିକ ବିକିରଣ ଯଦି ଝଡ଼ ରୂପରେ ମାଡି ଆସେ ତେବେ କ’ଣ ହେବ ? କିଛି ଚିନ୍ତା କରିବାର ନାହିଁ, ସବୁ ମିଛ ମାୟାର ସଂସାର !!! ଅନ୍ୟପକ୍ଷରେ ଯାହା ଆମପାଇଁ କୋଟି କୋଟି ବର୍ଷ ଲାଗୁଛି ତାହା ବ୍ରହ୍ମାଣ୍ଡ ପାଇଁ ଏକ ସ୍ବଳ୍ପ ସମୟ। ଏହି ବ୍ରହ୍ମାଣ୍ଡ ୧୪ଶହ କୋଟି ବର୍ଷ ପୂର୍ବେ ତିଆରି ହୋଇଥିଲା ଓ ପୃଥିବୀର ସୃଷ୍ଟି ସାଢ଼େ ୪ଶହ କୋଟି ବର୍ଷ ପୂର୍ବରୁ ହୋଇଥିଲା ବୋଲି ବିଜ୍ଞାନ ମତ ଦିଏ। ଏହି ସମୟ ଭିତରେ ଜଣେ ମଣିଷର ଆୟୁ ସ୍ବଳ୍ପ ଓ ଅସ୍ଥାୟୀ ହୋଇଗଲାଣି। ମାନବ ଇତିହାସର ଏପର୍ଯ୍ୟନ୍ତ ଉଠା ଯାଇଥିବା ସବୁଠୁ କୌତୂହଳ ଫଟୋ ମଧ୍ୟରେ ୧୯୯୦ରେ ନାସାର ଭୟେଜର-୧ ଉପଗ୍ରହ ପୃଥିବୀର ୬୫୦ କୋଟି କିଲୋମିଟର ଉପରେ ଥାଇ ନେଇଥିବା ଫଟୋରେ ପୃଥିବୀ ମହାକାଶରେ ଗ୍ରହ, ଉପଗ୍ରହ, ତାରାପୁଞ୍ଜମାନଙ୍କ ମଧ୍ୟରେ ଭାସୁଥିବା ଏକ ନୀଳବିନ୍ଦୁ ସଦୃଶ ଦେଖାଯାଇଥିଲା। ଏକ ଫଟୋକୁ ଦେଖି ଆମେରିକୀୟ ମହାକାଶ ଚାରିକାର୍ଲ ସାଗାନ ତାଙ୍କ ପୁସ୍ତକ ‘Pale Blue Dot’ ରେ ଲେଖିଛନ୍ତି, ଆମ ପୃଥିବୀ ସମଗ୍ର ବ୍ରହ୍ମାଣ୍ଡ ଭିତରେ ଏକ ଛୋଟିଆ ଫିକା ନୀଳ ବିନ୍ଦୁ ସଦୃଶ। ଅର୍ଥାତ୍‌ ଆମର ଅବସ୍ଥିତି, ପ୍ରତିପତ୍ତି ଓ ଗର୍ବ ଅହଂକାର ସବୁ କ୍ଷଣିକ ମାତ୍ର।
ମୋ-୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri