ଏଇ ଭାରତରେ

ପରିବେଶ ପ୍ରଦୂଷଣ ତଥା ବିଶ୍ୱତାପନ ରୋକିବା ଲାଗି ଇଲେକ୍‌ଟ୍ରୋନିକ ଭେହିକିଲ (ଇଭି) ବା ବୈଦ୍ୟୁତିକ ଯାନ ଏବେ ଅପରିହାର୍ଯ୍ୟ। ବିଭିନ୍ନ ମୋଟର କମ୍ପାନୀ ମଧ୍ୟ ଇଭି ନିର୍ମାଣରେ ଲାଗିଯାଇଛନ୍ତି। କିନ୍ତୁ ପୁରୁଣା ପେଟ୍ରୋଲ ଚାଳିତ ଦୁଇ ଚକିଆ ଯାନକୁ ମାତ୍ର ଦୁଇ ଦିନରେ ଇଭିରେ ପରିଣତ କରି ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି ହାଇଦ୍ରାବାଦର ଇଞ୍ଜିନିୟର ମାଜ୍‌ ଅହମ୍ମଦ ଖାନ୍‌। ସେ ୨୦୨୧ରେ ଟର୍‌କ୍ୟୁ ଇଲେକ୍‌ଟ୍ରିକ ଷ୍ଟାର୍ଟଅପ ପ୍ରତିଷ୍ଠା କରି ତା’ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ଅହମ୍ମଦଙ୍କ ବୟସ ଏବେ ୨୩। ତେଲଙ୍ଗାନାର ମେଥୋଡିଷ୍ଟ କଲେଜ ଅପ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍‌ନୋଲୋଜିର ଏବେ ସେ ଶେଷ ବର୍ଷ ମେକାନିକାଲ ଇଞ୍ଜିନିୟରିଂ ଛାତ୍ର। ଅହମ୍ମଦଙ୍କ ଏଭଳି କାର୍ଯ୍ୟ ଦ୍ୱାରା ସ୍କ୍ରାପ ଦେବାକୁ ଯାଉଥିବା ଦୁଇଚକିଆ ଯାନ ଇଭି ହୋଇପାରୁଛି। ସେ ପ୍ରଥମେ ଏକ ପୁରୁଣା ପେଟ୍ରୋଲ ଚାଳିତ ସ୍କୁଟରକୁ ଇଭି କରିଥିଲେ। ପରେ ସେ ୭ଟି ବାଇକ୍‌କୁ ଇଭି କରିସାରିଲେଣି ଓ ତାଙ୍କ ପାଖରେ ଆଉ ୧୫ରୁ ଅଧିକ ଅର୍ଡର ରହିଛି। ୫ରୁ ୭ ଘଣ୍ଟାରେ ଏହା ହୋଇପାରୁଥିବାବେଳେ ଏହାର ପରୀକ୍ଷା ଓ ସୁରକ୍ଷା ଲାଗି ଦୁଇଦିନ ଟେଷ୍ଟ କରାଯାଉଛି। ଏହାର ଦାମ୍‌ ରଖିଛନ୍ତି ପାଖାପାଖି ୫୦ ହଜାର ଟଙ୍କା। ଏହା ୩ରୁ ୪ ଘଣ୍ଟାରେ ଚାର୍ଜ ହେଉଛି ଓ ଘଣ୍ଟାପ୍ରତି ୪୫ କି.ମି. ବେଗରେ ଏହା ୭୫ କି.ମି ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri