ବିଏମ୍‌ସିର ଚେତାବନୀ, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ…

ଭୁବନେଶ୍ୱର,୨୮ା୧: ଗୁଟ୍‌ଖାକୁ ନେଇ ପ୍ରଶାସନର ବଡ଼ ନିଷ୍ପତ୍ତି । ଜୋରଦାର ହେବ ଗୁଟ୍‌ଖା ଏନଫୋର୍ସମେଣ୍ଟ ଡ୍ରାଇଭ୍‌ । ଭେଣ୍ଡିଂ ଜୋନ୍, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ ଆକ୍ସନ । ଯେଉଁମାନେ ବିକ୍ରି କରିବେ ସେମାନଙ୍କର ଲାଇସେନ୍ସ ବାତିଲ କରିବା ନେଇ ବିଏମସି ପକ୍ଷରୁ ଚେତାବନୀ ଦିଆଯାଇଛି । ତେବେ ଯେଉଁମାନେ ଗୁଟଖା ହୋର୍ଡିଂ ଲଗାଇଥିବେ ସେମାନଙ୍କୁ ବାହାର କରିବା ପାଇଁ ମଧ୍ୟ କୁହାଯାଇଛି । ବିଏମ୍‌ସି ଅଞ୍ଚଳରେ ଗୁଟ୍‌ଖା ବିକ୍ରି ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ବିଏମ୍‌ସି ସାଧାରଣ ପରିଷଦ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି ।

ପ୍ରକାଶଥାଉକି, ରାଜ୍ୟ ସରକାର ରାଜ୍ୟରେ ଗୁଟଖା ବ୍ୟାନ କରିବା ପରେ ଧରପଗଡ ଜାରି ରହିଛି । ଏହାରି ଭିତରେ ଆଜି ବିଏମସି ପକ୍ଷରୁ ଲାଇସେନ୍ସ ବାତିଲା କରିବା ନେଇ ନିଷ୍ପତ୍ତି ନେଇଛି । ବିଏମସି ନିଜ ଆୟ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖିଛି ।  ସରକାର କରିଥିବା ନିୟମକୁ କଡ଼ାକଡ଼ି ପାଳନ କରାଯିବ ବୋଲି ମେୟର କହିଛନ୍ତି ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କନ୍ଧମାଳରେ ସରକାରୀ ଛୁଟି ବାତିଲ, ରବିବାର ଖୋଲା ରହିବ କାର୍ଯ୍ୟାଳୟ

ଫୁଲବାଣୀ,୩୧ା୧୦(ରାକେଶ କୁମାର ରାଉତ): ବାତ୍ୟା ଜନିତ କ୍ଷୟକ୍ଷତି ଓ ଉଦ୍ଧାର କାର୍ଯ୍ୟ ତଥା ଆଗକୁ ଆସୁଥିବା ଅନ୍ୟ ଏକ ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ କନ୍ଧମାଳ ଜିଲାପାଳ ୧…

ବେଆଇନ ଗ୍ୟାସ୍‌ ମହଜୁଦ୍‌ ଉପରେ ଯୋଗାଣ ବିଭାଗର ଚଢ଼ାଉ, ୨୨୯ ଘରୋଇ ସିଲିଣ୍ଡର ଜବତ

ଖୋର୍ଦ୍ଧା,୩୧ା୧୦(ପ୍ରଭାତ ପାଣିଗ୍ରାହୀ): ଘରୋଇ ରନ୍ଧନ ଗ୍ୟାସ୍‌ ସିଲିଣ୍ଡରର ବେଆଇନ ମହଜୁଦ ଓ କଳାବଜାର ଉପରେ ଖୋର୍ଦ୍ଧା ଜିଲା ଯୋଗାଣ ବିଭାଗ ପକ୍ଷରୁ ବଡ଼ଧରଣର ଚଢ଼ାଉ କରାଯାଇଛି। ଭୁବନେଶ୍ୱର…

ବନ୍ୟା ପ୍ରପୀଡ଼ିତଙ୍କୁ ଭେଟିଲେନି, ଚା’ ପିଇ ଚାଲିଗଲା ବିଜେଡି ଟିମ୍‌, ନିରାଶ ହେଲେ ଅଞ୍ଚଳବାସୀ

ପୁରୁଷୋତ୍ତମପୁର,୩୧ା୧୦(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବ ଓ ଋଷିକୁଲ୍ୟାର ପ୍ରଳୟଙ୍କରୀ ବନ୍ୟାରେ ଛାରଖାର ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳ। ବନ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଶନିବାର ରାତିରେ ପହଞ୍ଚିଲା…

ବର୍ଷା ପବନରେ ଧାନଫସଲ ନଷ୍ଟ: କ୍ଷତିପୂରଣ ଦାବି କଲା କୃଷକ ସଂଗଠନ

ଅତାବିରା,୩୧ା୧୦(ଯୁଧିଷ୍ଠିର ମହାପାତ୍ର): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଅଦିନିଆ ବର୍ଷା ଓ ପ୍ରବଳ ପବନ ଯୋଗୁ ବରଗଡ଼ ଜିଲା ଅତାବିରା ଅଞ୍ଚଳର ଚାଷୀଙ୍କ ଫସଲ କ୍ଷତିଗ୍ରସ୍ତ ହୋଇଛି। ଏହାକୁ…

ବଦଳିବ ସମାଜ, ମଜଭୁତ ହେବ ପୋଲିସ-ଜନସାଧାରଣ ସମ୍ପର୍କ

କେସିଙ୍ଗା,୩୧ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ପରିସରରେ ଆମ ପୋଲିସ ସମିତି ପକ୍ଷରୁ ଜାତୀୟ ଏକତା ଦିବସ ଏବଂ ନିଶାମୁକ୍ତ ଓଡ଼ିଶା ଅଭିଯାନକୁ ନେଇ…

କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ: ରାସ୍ତା ଉପରେ ପଡ଼ିଛି ବିରାଟ ପଥର, ଏଣେ ଡରାଇଲାଣି ବର୍ଷା

ଭଞ୍ଜନଗର,୩୧ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ବାତ୍ୟା ପରବର୍ତ୍ତୀ ବନ୍ୟା ଯୋଗୁ ଶହଶହ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ବର୍ଷବର୍ଷର ପରିଶ୍ରମ ଓ ରୋଜଗାରରେ ଗଢ଼ିଥିବା ସମ୍ପତ୍ତି…

ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କୁ ଭେଟିଲେ କେନ୍ଦୁଝର ଏମ୍‌ପି, ପ୍ରତିଶ୍ରୁତି ଦେଇ କହିଲେ…

ହାଟଡିହୀ,୩୧ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ଆଞ୍ଚଳିକ ମହାବିଦ୍ୟାଳୟ ଓ ଛେନାପଦୀ ବିଶ୍ୱ ତାରିଣୀ ମହିଳା ମହାବିଦ୍ୟାଳୟର ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କୁ ଶନିବାର କେନ୍ଦୁଝର ଏମ୍‌ପି ଅନନ୍ତ…

ଭୂତ ଟିପ ମାରି ଭତ୍ତା ନେବା ଘଟଣାର ତଦନ୍ତ ଆରମ୍ଭ

ହାଟଡିହୀ,୩୧ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡଅଁର ପଞ୍ଚାୟତରେ ୩୦ରୁ ଊର୍ଦ୍ଧ୍ୱ ମୃତ ବ୍ୟକ୍ତିଙ୍କ ନାଁରେ (ଭୂତ ଟିପ ମାରି) ଭତ୍ତା ଉଠାଯାଇଥିବା ଅଭିଯୋଗ ଘଟଣାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?