Posted inଜାତୀୟ

୫୦ ଔଷଧ କମ୍ପାନୀର ଲାଇସେନ୍ସ ରଦ୍ଦ…

ନୂଆଦିଲ୍ଲୀ,୧୩।୭ : ଔଷଧ ଉତ୍ପାଦନକାରୀ କମ୍ପାନୀଗୁଡିକ ବିରୋଧରେ ଭାରତ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏକ ବୈଠକରେ ଫାର୍ମାସ୍ୟୁଟିକାଲ କମ୍ପାନୀ ବିରୋଧରେ ନିଆଯାଇଥିବା କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଉଚ୍ଚମାନର ଫାର୍ମା ଉତ୍ପାଦକୁ ବଜାୟ ରଖିବା ପାଇଁ ନିୟାମକ କର୍ତ୍ତୃପକ୍ଷ କମ୍ପାନୀଗୁଡିକର ଉତ୍ପାଦର ବିପଦ ଭିତ୍ତିକ ଯାଞ୍ଚ ଏବଂ ଅଡିଟ ଆରମ୍ଭ କରିଛନ୍ତି। ଏହା ଅନ୍ତର୍ଗତ ୧୩୭ ଟି କମ୍ପାନୀ ଯାଞ୍ଚ କରାଯାଇଥିଲା ଏବଂ ୧୦୫ ଟି ଫାର୍ମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେଥିମଧ୍ୟରୁ ୩୧ ଟି ଫାର୍ମରେ ଉତ୍ପାଦନ ବନ୍ଦ ହୋଇଯାଇଛି ଏବଂ ୫୦ ଟି ଫାର୍ମ ବିରୋଧରେ ଉତ୍ପାଦ / ବିଭାଗ ଲାଇସେନ୍ସ ବାତିଲ ଏବଂ ନିଲମ୍ବନ ଜାରି କରାଯାଇଛି।

ପିଆଇବି ରିପୋର୍ଟ ଅନୁଯାୟୀ, ୭୩ ଟି ଫାର୍ମକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ଏବଂ ୨୧ ଟି ଫାର୍ମ ବିରୋଧରେ ଚେତାବନୀ ପତ୍ର ଜାରି କରାଯାଇଛି। ଡ୍ରଗ କଣ୍ଟ୍ରୋଲର୍‌ ଜେନେରାଲ ଅଫ ଇଣ୍ଡିଆ (ଡିସିଜି) କୁ ନକଲିଔଷଧ ଉତ୍ପାଦନ କରୁଥିବା ସମସ୍ତ ଫାର୍ମାସ୍ୟୁଟିକାଲ କମ୍ପାନୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡକ୍ଟର ମନସୁଖ ମାଣ୍ଡବ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଭାରତରେ ଉତ୍ପାଦିତ ଔଷଧର ଗୁଣବତ୍ତା ସହିତ କୌଣସି ଆପୋଷ ବୁଝାମଣା ହେବ ନାହିଁ ବୋଲି ସେ କହିଛନ୍ତି। ଔଷଧ ଉତ୍ପାଦନକାରୀ କମ୍ପାନୀଗୁଡିକର ଯାଞ୍ଚ ପାଇଁ ସ୍ବତନ୍ତ୍ର ସ୍କ୍ବାଡ ଗଠନ କରାଯାଇଛି ଏବଂ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜି ପାହ୍ୟା: ବରିଷ୍ଠତା ଦେଖିପାରନ୍ତି

ଭୁବନେଶ୍ୱର,୧୪।୬(ସୁନିତ୍‌ ମିଶ୍ର): କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଥିବା ବିଭିନ୍ନ ଡିଜି ପାହ୍ୟାର ପଦବୀରେ ନିଯୁକ୍ତି ପାଇବା ପାଇଁ ଦେଶର ୩୩ ଜଣ ଆଇପିଏସ୍‌ ଅଫିସରଙ୍କ ତାଲିକା ୧୨…

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଆଫଗାନିସ୍ତାନକୁ ହରାଇଲା ଭାରତ, ୧୩ ବଲ୍‌ରେ…

ଧର୍ମଶାଳା,୧୩ା୬: ଧର୍ମଶାଳାରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ ସିରିଜରେ ଭାରତ ବିଜୟ ଲାଭ କରିଛି। ବର୍ଷା ପ୍ରଭାବିତ ପ୍ରଥମ ଦିନିକିଆରେ ଟିମ୍‌…

୨୪ ଘଣ୍ଟାରେ ହୋଇପାରେ ଆମେରିକା-ଇରାନ ଶାନ୍ତି ଚୁକ୍ତି: ଶେହବାଜ

ଇସ୍‌ଲାମାବାଦ,୧୩ା୬: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବନ୍ଦ ପାଇଁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ଚୂଡ଼ାନ୍ତ ହୋଇପାରେ ବୋଲି ମୁଖ୍ୟ ମଧ୍ୟସ୍ଥ…

ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ ବର୍ଷ ପରେ ନୂଆ ଆଧାର ମନା, ମୁଖ୍ୟମନ୍ତ୍ରୀ କହିଲେ…

ଗୁଆହାଟୀ,୧୩ା୬(ପି.ଟି.): ବେଆଇନ ଆପ୍ରବାସୀମାନେ ଯେପରି ଆଧାର କାର୍ଡ ହାସଲ ନ କରନ୍ତି, ସେଥିପାଇଁ ଆସାମରେ ୧୮ ବର୍ଷ ବୟସରୁ ଊର୍ଦ୍ଧ୍ୱଙ୍କୁ ଆଉ ନୂଆ ଆଧାର କାର୍ଡ ଜାରି…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri