ପୁଞ୍ଜି ବଜାରରେ ୩% ବଢ଼ିଲା ଏଲଆଇସି ଶେୟାର, ଜାଣନ୍ତୁ ସାଧାରଣ ଲୋକଙ୍କର କ’ଣ ହେବ ଫାଇଦା

ନୂଆଦିଲ୍ଲୀ,୭।୨: ଶେୟାର ବଜାରରେ ଭାରତୀୟ ଜୀବନ ବୀମା(ଏଲଆଇସି)ର ସ୍ଥିରତା ଏବଂ ସେୟାର ବଜାରରେ ଏହାର ପ୍ରଦର୍ଶନ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟ ପରେ କମ୍ପାନୀର ଶେୟାର ୩% ବୃଦ୍ଧି ପାଇଛି।

ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ତାଙ୍କର ବିବୃତିରେ କହିଛନ୍ତି ଯେ ଅତୀତରେ ସର୍ବବୃହତ ଜୀବନ ବୀମା କମ୍ପାନୀ ବିଷୟରେ ଅନେକ ଗୁଜବ ପ୍ରଚାରିତ ହୋଇଥିଲା ଏବଂ ତଥାପି ଷ୍ଟକ୍ ରେକର୍ଡ ଉଚ୍ଚ ସ୍ତରରେ କାରବାର କରିଚାଲିଥିଲା।

ତେବେ ପ୍ରଧାନମନ୍ତ୍ରୀଙ୍କ ବିବୃତି ପରେ ଷ୍ଟକ୍ ରେକର୍ଡ ସର୍ବାଧିକ ବୃଦ୍ଧି ପାଇ ୧,୦୫୦.୫୦ ଟଙ୍କା ହୋଇଛି, ଯାହାକି ୨.୫୨ ପ୍ରତିଶତ ବୃଦ୍ଧି ପାଇଛି। ଶେଷରେ ଯାହା ୧,୯୮ ପ୍ରତିଶତ ବୃଦ୍ଧି ସହିତ ୧,୦୪୫ ଟଙ୍କା ରେ ବନ୍ଦ ହୋଇଥିଲା। ଏଲଆଇସି ନିକଟରେ ଏହାର ୨୦୨୨ ଆଇପିଓ ଇସ୍ୟୁ ମୂଲ୍ୟ ୯୪୯ ଟଙ୍କା ରେକର୍ଡ ଭାଙ୍ଗି ଆଗକୁ ବଢିଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ୨୦୧୪ ରେ ଏଲଆଇସିର ମୋଟ ସମ୍ପତ୍ତି ୯.୫ ଲକ୍ଷ କୋଟି ତୁଳନାରେ ବର୍ତ୍ତମାନ ୧୭ ଲକ୍ଷ କୋଟିରୁ ଅଧିକ ଅଟେ। ଏହା ବ୍ୟତୀତ ସେ କହିଛନ୍ତି ଯେ ୨୦୧୪ ରେ ୧.୨୫ ଲକ୍ଷ କୋଟି ତୁଳନାରେ ବର୍ତ୍ତମାନ ନିଟ୍ ଲାଭ ବର୍ତ୍ତମାନ ୨.୫ ଲକ୍ଷ କୋଟିରୁ ଅଧିକ ହୋଇଛି। ଯାହା ଫଳରେ ଏଲଆଇସି ଉପରେ ଲୋକମାନଙ୍କର ଭରସା ବୃଦ୍ଧି ପାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ସୋନିଆଙ୍କ ସହ ଐଶ୍ୱର୍ଯ୍ୟାଙ୍କ ୩୨ ବର୍ଷ ପୁରୁଣା ଭିଡିଓ ଭାଇରାଲ୍‌, ହାତରେ ଫୁଲ ଧରି କରିଥିଲେ….

ନୂଆଦିଲ୍ଲୀ,୧୧।୧୧: ସୋନିଆ ଗାନ୍ଧୀଙ୍କ ଏକ ପୁରୁଣା ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ସୋନିଆଙ୍କ ସହ ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ…

ରୌପ୍ୟ ଜିତି ଓଡ଼ିଶା ଫେରିଲେ ପାୟଲ ନାଗ, ୧୦ ଲକ୍ଷ ଟଙ୍କା ପୁରସ୍କାର ଦେଲା ରାଜ୍ୟ କ୍ରୀଡ଼ା ବିଭାଗ

ଭୁବନେଶ୍ୱର,୧୧।୧୧: ଜାପାନର ନାଗୋୟାଠାରେ ଅନୁଷ୍ଠିତ ଏସିଆନ୍‌ ପାରା ଗେମ୍ସ-୨୦୨୬ର ମହିଳା ଆର୍ଚେରୀ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଥିଲେ ଓଡ଼ିଶାର ପାୟଲ ନାଗ । ସେ ବୁଧବାର…

ଇଂଲଣ୍ଡ ପାଇଁ ବଡ଼ ଝଟକା; ODI-T20 ସିରିଜରୁ ବାଦ୍ ପଡ଼ିଲେ…

ଲଣ୍ଡନ,୧୧।୧୧: ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଇଂଲଣ୍ଡ କ୍ରିକେଟ୍‌ ଦଳକୁ ଲାଗିଛି ବଡ଼ ଝଟ୍‌କା। ଦଳର ଷ୍ଟାର୍‌ ବ୍ୟାଟର୍‌ ଜାକବ୍‌ ବେଥେଲ୍‌ ଆହତ ହୋଇ ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍‌…

କେଏଲ୍‌ ରାହୁଲଙ୍କ ସ୍ଥାନରେ କିଏ? ଭାରତ ପାଇଁ ୫-୬-୭ ନମ୍ବର ସ୍ଥାନରେ କିଏ ବ୍ୟାଟିଂ କରିବ ଜାଣନ୍ତୁ

ନୂଆଦିଲ୍ଲୀ,୧୧ା୧୧: ଭାରତୀୟ ଦିନିକିଆ ଦଳରେ କେଏଲ୍‌ ରାହୁଲଙ୍କ ସ୍ଥାନ ପୂରଣ କରିବା ସହଜ ନୁହେଁ। କାରଣ ସେ କେବଳ ୱିକେଟ୍‌କିପିଂ ନୁହେଁ, ବରଂ ଯେକୌଣସି ବ୍ୟାଟିଂ କ୍ରମରେ…

ଗ୍ରାହକଙ୍କୁ ଡବଲ ଝଟକା! Mother Dairy ପରେ ଲିଟର ପିଛା ୪ ଟଙ୍କା ବଢ଼ିଲା ଅମୁଲ କ୍ଷୀର

ନୂଆଦିଲ୍ଲୀ: ଏଣିକି ଚା’ ଓ କଫି ପିଇବା ମଧ୍ୟ ମହଙ୍ଗା ହେବାକୁ ଯାଉଛି । ପ୍ରଥମେ ମଦର ଡେରୀ କ୍ଷୀର ଦର ବୃଦ୍ଧି କରିଥିବା ବେଳେ ଏବେ…

କଟକ ବାଲିଯାତ୍ରା: ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି

କଟକ,୧୧ା୧୧: ଓଡ଼ିଶାର ଐତିହାସିକ ତଥା ଗୌରବମୟ ନୌବାଣିଜ୍ୟ ପରମ୍ପରାର ପ୍ରତୀକ ‘କଟକ ବାଲିଯାତ୍ରା’କୁ ନେଇ ଆସିଛି ଏକ ବଡ଼ ଖବର। ଚଳିତ ବର୍ଷର ବାଲିଯାତ୍ରା ଉଦ୍‌ଘାଟନୀ ସମାରୋହରେ…

୨୪ ଘଣ୍ଟାରେ ଲାଇନଚ୍ୟୁତ ହେଲା ୨ ଏକ୍ସପ୍ରେସ, ଆତଙ୍କିତ ଯାତ୍ରୀ

ଲକ୍ଷ୍ନୌ,୧୧।୧୧: ଉତ୍ତରପ୍ରଦେଶର କାନପୁରରେ ବୁଧବାର ଏକ ରେଳ ଦୁର୍ଘଟଣାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । କାନପୁର ସେଣ୍ଟ୍ରାଲ ଷ୍ଟେସନ୍‌ରୁ ବାହାରିବାର କିଛି ସମୟ ପରେ…

ଫିଲ୍ମି ଷ୍ଟାଇଲ୍‌ରେ ଗର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ୍‌ କଲେ ଅର୍ଶଦୀପ ସିଂ; ମୁଦି ପିନ୍ଧାଇ କଲେ ନିର୍ବନ୍ଧ; ଫଟୋ ଭାଇରାଲ୍‌

ନୂଆଦିଲ୍ଲୀ,୧୧ା୧୧: ଭାରତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର୍‌ ଫାଷ୍ଟ ବୋଲର୍‌ ଅର୍ଶଦୀପ ସିଂ ଏବେ ନିଜ ପର୍ସନାଲ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ଟ୍ରେଡ୍‌ ଡିଲ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?