୬୫ ବର୍ଷରେ ପଦାର୍ପଣ କଲା ଏଲ୍‌ଆଇସି

ନୂଆଦିଲ୍ଲୀ,୧।୯: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ୬୫ ବର୍ଷରେ ପଦାର୍ପଣ କରିଛି। ଦେଶ ମଧ୍ୟରେ ଜୀବନ ବୀମା ସେବା ଯୋଗାଣ କ୍ଷେତ୍ରରେ ଏହା ଏକ ପ୍ରମୁଖ ସ୍ଥାନ ହାସଲ କରିଛି। ଏଲ୍‌ଆଇସି ବର୍ତ୍ତମାନ ୧୪ଟି ଦେଶର ନିଜର ଉପସ୍ଥିତି ଜାହିର କରିଛି। ଏଲ୍‌ଆଇସି ଏହାର ସହାୟକ ଏବଂ ସହଯୋଗୀ କମ୍ପାନୀଙ୍କ ନେଇ ସେବା ଯୋଗାଣ ଧାରା ଜାରି ରଖିଛି। ଏହା ମଧ୍ୟରେ ଏଲ୍‌ଆଇସି ଏଚ୍‌ଏଫ୍‌ଏଲ୍‌ ଲିମିଟେଡ୍‌, ଏଲ୍‌ଆଇସି ପେନ୍‌ସନ ଫଣ୍ଡ ଲିମିଟେଡ୍‌, ଏଲ୍‌ଆଇସି ମ୍ୟୁଚୁଆଲ ଫଣ୍ଡ, ଏଲ୍‌ଆଇସି କାର୍ଡସ ଏବଂ ଏଲ୍‌ଆଇସିଏଚ୍‌ଏଫ୍‌ଏଲ୍‌ ଆସେଟ ମ୍ୟାନେଜମେଣ୍ଟ କମ୍ପାନୀ ଲିମିଟେଡ୍‌ ରହିଛି। ୧୯୫୬ରେ ୫ କୋଟି ଟଙ୍କାର ମୂଳ ପୁଞ୍ଜି ସହ ଆରମ୍ଭ ହୋଇଥିବା ଏଲ୍‌ଆଇସିର ସମ୍ପତ୍ତି ବର୍ତ୍ତମାନ ୩୧.୯୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏହା ମଧ୍ୟରେ ଲାଇଫ ଫଣ୍ଡ ପରିମାଣ ୩୧.୧୪ ଲକ୍ଷ କୋଟି। ପଲିସିଧାରୀଙ୍କ ସ୍ବାର୍ଥ ରକ୍ଷା ସହ ଦେଶ ଗଠନରେ କମ୍ପାନୀ ସର୍ବଦା ଯୋଗଦାନ ଦେଇ ଆସିଛି। କମ୍ପାନୀ ୮ ଜୋନାଲ କାର୍ଯ୍ୟାଳୟ, ୧୧୩ ଡିଭିଜନ କାର୍ଯ୍ୟାଳୟ, ୭୪ କଷ୍ଟମର ଜୋନ, ୨୦୪୮ ଶାଖା କାର୍ଯ୍ୟାଳୟ, ୧୫୨୬ ସାଟେଲାଇଟ ଅଫିସ, ୩୩୫୪ ଲାଇଫ ପ୍ଲସ୍‌ ଅଫିସ, ୩୧୫୫୬ ପ୍ରିମିୟମ ପଏଣ୍ଟ ସହ ସେବା ଯୋଗାଉଛି। ସେହିଭଳି ୧ ଲକ୍ଷ କର୍ମଚାରୀ, ୧୨.୦୮ ଲକ୍ଷ ଏଜେଣ୍ଟ, ୨୮.୯୨ କୋଟିରୁ ଊର୍ଦ୍ଧ୍ୱ ପଲିସି ଏହା ନିକଟରେ ରହିଛି। ବିଭିନ୍ନ ବର୍ଗରେ ପ୍ରାୟ ୨୮ ପ୍ଲାନ୍‌ ଗ୍ରାହକଙ୍କ ଲାଗି ରହିଛି। ୨୦୧୯-୨୦ରେ କମ୍ପାନୀର ଅଭିବୃଦ୍ଧି ନୂଆ ବିଜ୍‌ନେସରେ ୨୫.୧୭% ରହିଛି। ୧.୭୮ ଲକ୍ଷ କୋଟି ଟଙ୍କାର ପ୍ରଥମ ବର୍ଷ ପ୍ରିମିୟମ ସଂଗ୍ରହ ସହ ୬୮.୭୪% ବଜାର ଅଂଶ କମ୍ପାନୀ ନିକଟରେ ରହିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri