୬୫ ବର୍ଷରେ ପଦାର୍ପଣ କଲା ଏଲ୍‌ଆଇସି

ନୂଆଦିଲ୍ଲୀ,୧।୯: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ୬୫ ବର୍ଷରେ ପଦାର୍ପଣ କରିଛି। ଦେଶ ମଧ୍ୟରେ ଜୀବନ ବୀମା ସେବା ଯୋଗାଣ କ୍ଷେତ୍ରରେ ଏହା ଏକ ପ୍ରମୁଖ ସ୍ଥାନ ହାସଲ କରିଛି। ଏଲ୍‌ଆଇସି ବର୍ତ୍ତମାନ ୧୪ଟି ଦେଶର ନିଜର ଉପସ୍ଥିତି ଜାହିର କରିଛି। ଏଲ୍‌ଆଇସି ଏହାର ସହାୟକ ଏବଂ ସହଯୋଗୀ କମ୍ପାନୀଙ୍କ ନେଇ ସେବା ଯୋଗାଣ ଧାରା ଜାରି ରଖିଛି। ଏହା ମଧ୍ୟରେ ଏଲ୍‌ଆଇସି ଏଚ୍‌ଏଫ୍‌ଏଲ୍‌ ଲିମିଟେଡ୍‌, ଏଲ୍‌ଆଇସି ପେନ୍‌ସନ ଫଣ୍ଡ ଲିମିଟେଡ୍‌, ଏଲ୍‌ଆଇସି ମ୍ୟୁଚୁଆଲ ଫଣ୍ଡ, ଏଲ୍‌ଆଇସି କାର୍ଡସ ଏବଂ ଏଲ୍‌ଆଇସିଏଚ୍‌ଏଫ୍‌ଏଲ୍‌ ଆସେଟ ମ୍ୟାନେଜମେଣ୍ଟ କମ୍ପାନୀ ଲିମିଟେଡ୍‌ ରହିଛି। ୧୯୫୬ରେ ୫ କୋଟି ଟଙ୍କାର ମୂଳ ପୁଞ୍ଜି ସହ ଆରମ୍ଭ ହୋଇଥିବା ଏଲ୍‌ଆଇସିର ସମ୍ପତ୍ତି ବର୍ତ୍ତମାନ ୩୧.୯୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏହା ମଧ୍ୟରେ ଲାଇଫ ଫଣ୍ଡ ପରିମାଣ ୩୧.୧୪ ଲକ୍ଷ କୋଟି। ପଲିସିଧାରୀଙ୍କ ସ୍ବାର୍ଥ ରକ୍ଷା ସହ ଦେଶ ଗଠନରେ କମ୍ପାନୀ ସର୍ବଦା ଯୋଗଦାନ ଦେଇ ଆସିଛି। କମ୍ପାନୀ ୮ ଜୋନାଲ କାର୍ଯ୍ୟାଳୟ, ୧୧୩ ଡିଭିଜନ କାର୍ଯ୍ୟାଳୟ, ୭୪ କଷ୍ଟମର ଜୋନ, ୨୦୪୮ ଶାଖା କାର୍ଯ୍ୟାଳୟ, ୧୫୨୬ ସାଟେଲାଇଟ ଅଫିସ, ୩୩୫୪ ଲାଇଫ ପ୍ଲସ୍‌ ଅଫିସ, ୩୧୫୫୬ ପ୍ରିମିୟମ ପଏଣ୍ଟ ସହ ସେବା ଯୋଗାଉଛି। ସେହିଭଳି ୧ ଲକ୍ଷ କର୍ମଚାରୀ, ୧୨.୦୮ ଲକ୍ଷ ଏଜେଣ୍ଟ, ୨୮.୯୨ କୋଟିରୁ ଊର୍ଦ୍ଧ୍ୱ ପଲିସି ଏହା ନିକଟରେ ରହିଛି। ବିଭିନ୍ନ ବର୍ଗରେ ପ୍ରାୟ ୨୮ ପ୍ଲାନ୍‌ ଗ୍ରାହକଙ୍କ ଲାଗି ରହିଛି। ୨୦୧୯-୨୦ରେ କମ୍ପାନୀର ଅଭିବୃଦ୍ଧି ନୂଆ ବିଜ୍‌ନେସରେ ୨୫.୧୭% ରହିଛି। ୧.୭୮ ଲକ୍ଷ କୋଟି ଟଙ୍କାର ପ୍ରଥମ ବର୍ଷ ପ୍ରିମିୟମ ସଂଗ୍ରହ ସହ ୬୮.୭୪% ବଜାର ଅଂଶ କମ୍ପାନୀ ନିକଟରେ ରହିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କମ୍ପୋଜିଶନ ଡିଲରଙ୍କ ରିଟର୍ନ ପଇଠ ସୀମା ବଢ଼ିଲା

ନୂଆଦିଲ୍ଲୀ,୧୫।୭: ୨୦୧୯-୨୦ ଆର୍ଥତ୍କ ବର୍ଷ ଲାଗି କମ୍ପୋଜିଶନ ଡିଲରଙ୍କ ରିଟର୍ନ ଦାଖଲ ସୀମାକୁ ସରକାର ବଢ଼ାଇଛନ୍ତି। ଏହାଦ୍ୱାରା ଅଗଷ୍ଟ ୩୧ ପର୍ଯ୍ୟନ୍ତ କମ୍ପୋଜିଶନ ଡିଲର ରିଟର୍ନ...

ଇନ୍ଧନ ସଞ୍ଚୟ କ୍ଷେତ୍ରରେ ମହିନ୍ଦ୍ରା ବ୍ଲେଜୋର ସଫଳତା

ମୁମ୍ବାଇ,୧୭-୧୦: ମହିନ୍ଦ୍ରା ଟ୍ରକ ଆଣ୍ଡ ବସ୍‌( ଏମ୍‌ଟିବି) ଡିଭିଜନ ପକ୍ଷରୁ ଏହାର ବ୍ଲେଜୋ ମଡେଲ ଇନ୍ଧନ ସଞ୍ଚୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ବଜାରକୁ...

୩୫% କମିପାରେ ଘର ବିକ୍ରି

ଦେଶର ଆବାସ ରିୟଲ ଇଷ୍ଟେଟ କରୋନା ଯୋଗୁ କ୍ଷତିଗ୍ରସ୍ତ ହୋଇଛି। ଲକ୍‌ଡାଉନ ଯୋଗୁ ଏହି ଶିଳ୍ପର କାର୍ଯ୍ୟ ଏବେ ବନ୍ଦ ରହିଛି। ଏଥିଯୋଗୁ ୨୦୨୦ କ୍ୟାଲେଣ୍ଡର...

ଋଣରେ ବୁଡ଼ିଥିବା ଅନୀଲ ଅମ୍ବାନୀ ବିକିବେ ମୁମ୍ବାଇର ମୁଖ୍ୟାଳୟ

ନୂଆଦିଲ୍ଲୀ,୧।୭: ରିଲାଏନ୍ସ ଗ୍ରୁପ୍‌ର ଚେୟାରମ୍ୟାନ ଅନୀଲ ଅମ୍ବାନୀ ନିଜ ଋଣଭାରରୁ ମୁକୁଳିବା ପାଇଁ ଲାଗିପଡ଼ିଛନ୍ତି। ଏଥିଯୋଗୁ ଅନୀଲ ଏବେ ମୁମ୍ବାଇରେ ସାନ୍ତାକ୍ରୁଜ୍‌ରେ ଥିବା ତାଙ୍କ ମୁଖ୍ୟାଳୟକୁ...

ଧନକୁବେରଙ୍କ ତାଲିକାରେ ଅମ୍ବାନୀକୁ ପଛରେ ପକାଇଲେ ଆଦାନୀ

ନୂଆଦିଲ୍ଲୀ,୧୨।୪: ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଆଦାନୀ  ବିଶ୍ୱର  ଷଷ୍ଠ ଧନୀ ବ୍ୟକ୍ତି ଭାବେ ବିବେଚିତ ହୋଇଛନ୍ତି। ଆଦାନୀ ଗ୍ରୁପ୍‌ କମ୍ପାନୀର ଶେୟାରରେ ଜବରଦସ୍ତ ଆୟ...

ମୁମ୍ବାଇ ଷ୍ଟକ୍‌ ଏକ୍ସଚେଞ୍ଜ କାର୍ଯ୍ୟାଳୟର ବେଲ୍‌ ବଜାଇଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୧୫ା୯: ମୁମ୍ବାଇସ୍ଥିତ ଷ୍ଟକ୍‌ ଏକ୍ସଚେଞ୍ଜ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଏସ୍‌ଇ ଅଧ୍ୟକ୍ଷ ଏସ.ଏସ ମୁନ୍ଦ୍ରାଙ୍କୁ ଗୁରୁବାର ସାକ୍ଷାତ କରିବା ସହ ଷ୍ଟକ୍‌...

ଜାନୁୟାରୀରୁ ଯାନ ଦର ବଢାଇବ ହିରୋ ମୋଟୋକର୍ପ

ନୂଆଦିଲ୍ଲୀ,୧୪-୧୨: ଆସନ୍ତା ଜାନୁୟାରୀରୁ ଯାନ ଦର ବଢାଇବା ନେଇ ହିରୋମୋଟୋକର୍ପ ପକ୍ଷରୁ ଘୋଷଣା କରାଯାଇଛି। ଏହା ଦ୍ୱାରା କମ୍ପାନୀର ବିଭିନ୍ନ ମଡେଲଗୁଡିକ ପ୍ରାୟ ୨୦୦୦ ଟଙ୍କା...

ପାନ୍‌ , ଆଧାର ତଥ୍ୟ ନ ଦେଲେ କଟିବ ୨୦% ଟିଡିଏସ୍‌

ନୂଆଦିଲ୍ଳୀ,୨୬-୧: ଟାକ୍ସ ଡିଡକ୍ସନ ଆଟ୍‌ ସୋର୍ସ (ଟିଡିଏସ୍‌) ନିୟମରେ ସରକାର ପରିବର୍ତ୍ତନ କରିଛନ୍ତି। ନୂଆ ନିୟମ ମୁତାବକ କୌଣସି କର୍ମଚାରୀଙ୍କ ବେତନ ଟିଡିଏସ୍‌ କଟିବା ଯୋଗ୍ୟ...

Advertisement
Archives

Model This Week