Posted inଖେଳ

ହାମିଲଟନଙ୍କୁ ସ୍ପାନିଶ ଗ୍ରାଁ ପ୍ରି ଟାଇଟଲ

ମଣ୍ଟ୍‌ମେଲୋ (ସ୍ପେନ୍‌), ୧୭ା୮-ମର୍ସିଡିଜ୍‌ର ଲୁଇସ୍‌ ହାମିଲଟନ ସ୍ପାନିଶ୍‌ ଫର୍ମୁଲା ଓ୍ବାନ୍‌ ଗ୍ରାଁ ପ୍ରି ମୋଟର ରେସ୍‌ ଜିତିଛନ୍ତି। ଚଳିତ ବର୍ଷ ସେ ଭାଗ ନେଇଥିବା ୬ଟି ରେସ୍‌ ମଧ୍ୟରୁ ଏହା ହେଉଛି ତାଙ୍କର ଚତୁର୍ଥ ବିଜୟ। ରବିବାର ସେ ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନଙ୍କଠାରୁ ୨୪ ସେକେଣ୍ଡରେ ଆଗରେ ରହି ଏଠାରେ ଟାଇଟଲ ଜିତିଛନ୍ତି। ତାଙ୍କ ଟିମ୍‌ମେଟ ଭାଲଟେରି ବୋଟାସ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପୂର୍ବ ୩ଟି ସ୍ପାନିଶ ଗ୍ରାଁପ୍ରି ମେ ମାସରେ ଅନୁଷ୍ଠିତ ହୋଇଥିଲା। ସେତେବେଳେ ତାପମାତ୍ରା କମ୍‌ ରହିଥିବାରୁ ଟାୟାର ପ୍ରତି ବିପଦ କମ୍‌ ଥିଲା। ମାତ୍ର ଏଥର ବାର୍ସିଲୋନାରେ ଯେଉଁ ସମୟରେ ରେସ୍‌ ଅନୁଷ୍ଠିତହୋଇଥିଲା ସେତେବେଳେ ତାପମାତ୍ରା ଅଧିକ ରହିଥିଲା। ହାମିଲଟନଙ୍କ କ୍ୟାରିୟରର ଏହା ହେଉଛି ୮୮ତମ ଟାଇଟଲ। କିମ୍ବଦନ୍ତୀ ମାଇକେଲ ସୁମାକରଙ୍କ ରେକର୍ଡଠାରୁ ସେ ଆଉ ମାତ୍ର ୩ ବିଜୟ ପଛରେ ରହିଛନ୍ତି। ତେବେ ୧୫୬ତମ ପୋଡିୟମ ଫିନିଶ ଦ୍ୱାରା ସେ ସୁମାକରଙ୍କ ଅନ୍ୟ ଏକ ରେକର୍ଡକୁ ଭଙ୍ଗ କରିଦେଇଛନ୍ତି। ରବିବାର ଏହି ବିଜୟ ଦ୍ୱାରା ସେ ବିଶ୍ୱ ଚାମ୍ପିୟନଶିପ୍‌ରେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭର୍ଷ୍ଟାପେନ୍‌ଙ୍କଠାରୁ ୩୭ ପଏଣ୍ଟରେ ଅଗ୍ରଣୀ ଲାଭ କରିଛନ୍ତି। ରେସିଂ ପଏଣ୍ଟର ଦୁଇ ଡ୍ରାଇଭର ଲାନ୍ସ ଷ୍ଟ୍ରୋଲ୍‌ ଓ ସର୍ଗିଓ ପେରେଜ ୪ର୍ଥ ଓ ୫ମ ସ୍ଥାନରେ ରହିଥିଲେ। ୬ଷ୍ଠରୁ ୧୦ମ ସ୍ଥାନ ପର୍ଯ୍ୟନ୍ତ ଯଥାକ୍ରମେ କାର୍ଲୋସ ସେଞ୍ଜ ଜୁନିୟର (ମ୍ୟାକ୍‌ଲରେନ), ସେବାଷ୍ଟିଆନ ଭେଟେଲ (ଫେରାରି), ଆଲେକ୍‌ଜାଣ୍ଡର ଆଲବନ (ରେଡ୍‌ବୁଲ୍‌), ପିଏରେ ଗାସ୍‌ଲି(ଆଲ୍‌ଫା ତାଉରି) ଏବଂ ଲାଣ୍ଡୋ ନୋରିସ୍‌ (ମ୍ୟାକ୍‌ଲରେନ) ଅଧିକାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘କମବ୍ୟାକ କିଙ୍ଗ’ ହାର୍ଦ୍ଦିକ ପାଣ୍ଡ୍ୟା; ଯେତେବେଳେ ବି ସେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଛନ୍ତି, ସେତେବେଳେ ଅବିସ୍ମରଣୀୟ ପ୍ରତ୍ୟାବର୍ତ୍ତନ କରିଛନ୍ତି

ନୂଆଦିଲ୍ଲୀ,୧୧।୧୦: ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ଅଲ-ରାଉଣ୍ଡରମାନଙ୍କ ମଧ୍ୟରେ ଗଣାଯାଆନ୍ତି। ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ଉତ୍ଥାନ-ପତନ ଦେଖିବାକୁ ମିଳିଛି; ସେ ନିଜର ବୃତ୍ତିଗତ ଏବଂ…

ଭାରତ ବିପକ୍ଷରେ ନୂଆ ରୂପରେ ନଜର ଆସିବେ କିୱି ଖେଳାଳି

ନୂଆଦିଲ୍ଲୀ,୧୧।୧୦: ଭାରତ ବିପକ୍ଷ ODI ସିରିଜ ସମୟରେ ନ୍ୟୁଜିଲ୍ୟାଣ୍ଡ ଦଳ ଏକ ସ୍ବତନ୍ତ୍ର ଜର୍ସି ପିନ୍ଧିବ। ନ୍ୟୁଜିଲ୍ୟାଣ୍ଡ ନିକଟରେ ଏହି ODI ସିରିଜ ପାଇଁ ନିଜ ଦଳ…

କିଏ ସେହି ଖେଳାଳି ଯାହାଙ୍କୁ ନେଇ ବୀରେନ୍ଦ୍ର ସେହୱାଗ କହିଲେ ଏତେ ବଡ଼ କଥା; ସବୁଠି ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୦: ଭାରତୀୟ କ୍ରିକେଟରେ ଏପରି କେତେଜଣ ବ୍ୟାଟର ଅଛନ୍ତି ଯେଉଁମାନେ ପଡ଼ିଆରେ ପାଦ ଦେବା ମାତ୍ରେ ବୋଲରଙ୍କୁ ଚ୍ୟାଲେଞ୍ଜ ଦେବା ଆରମ୍ଭ କରନ୍ତି। ନିଜର ସମ୍ପୂର୍ଣ୍ଣ କ୍ୟାରିୟର…

ନ୍ୟୁଜିଲାଣ୍ଡ ସିରିଜ ପୂର୍ବରୁ ବଡ଼ ହଲଚଲ: ବାଦ୍‌ ପଡ଼ିଲେ ଭାରତୀୟ ଅଧିନାୟକ ଶୁଭମନ ଗିଲ!

ନୂଆଦିଲ୍ଲୀ,୧୧।୧୦: ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ନିଜ ବ୍ୟାଟିଂ ଫର୍ମ ପରଖିବା ସହ ମ୍ୟାଚ ଅଭ୍ୟାସ ହାସଲ କରିବା ପାଇଁ ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ…

ଆଇପିଏଲ ୨୦୨୭ ପୂର୍ବରୁ ବଡ଼ ହଲଚଲ! ବିଦା ହୋଇପାରନ୍ତି ୧୦ ବଡ଼ ବ୍ୟାଟର୍‌, ତାଲିକାରେ ସୂର୍ଯ୍ୟଙ୍କ ସମେତ…

ନୂଆଦିଲ୍ଲୀ,୧୧।୧୦: ଆଇପିଏଲ ୨୦୨୭କୁ ନେଇ ଏବେଠାରୁ ଆରମ୍ଭ ହୋଇଗଲାଣି ଚର୍ଚ୍ଚା। ଆଗାମୀ ସିଜନ ପାଇଁ ସମସ୍ତ ୧୦ଟି ଫ୍ରାଞ୍ଚାଇଜି ନିଜ ନିଜ ଦଳକୁ ମଜଭୁତ କରିବାର ଯୋଜନା…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?