କୋଟିଆ ଡାକଘରୁ ଗଲା ଚିଠି

କୋରାପୁଟ,୨୮ା୫(ସ୍ବ.ପ୍ର.): କୋରାପୁଟ ଜିଲାର କୋଟିଆ ହେଉଛି ଓଡ଼ିଶାର। ଏ ନେଇ କେନ୍ଦ୍ର ସରକାରଙ୍କ ଡାକ ବିଭାଗ ସ୍ବୀକୃତି ଦେଇଥିବାରୁ ଓଡ଼ିଶା ଡାକ ବିଭାଗ ପକ୍ଷରୁ ଜାରି ହୋଇଛି କୋଟିଆର ପୋଷ୍ଟାଲ ଇଣ୍ଡେକ୍ସ କୋଡ୍‌ ୭୬୪୦୩୯। ଶନିବାର ଏକ ଟିମ୍‌ କୋଟିଆ ଯାଇ ସେଠାରେ ଥିବା ଡାକଘରୁ କୋଟିଆର ଚିତ୍ର ଓ ପିନ୍‌କୋଡ୍‌ ଥିବା ଏକ ଲଫାଫାକୁ ଉନ୍ମୋଚନ କରିଛି। ଏଥିସହ ସେଠାରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନ୍‌ମୋହନ ରେଡ୍ଡୀ, ଉଭୟ ରାଜ୍ୟର ସମସ୍ତ ବିଧାୟକଙ୍କ ସମେତ ଦେଶର ଅନେକଙ୍କୁ ସେଠାରୁ ଚିଠି ପଠାଯାଇଛି। ଉକ୍ତ ଚିଠିରେ ଓଡ଼ିଶାରେ କୋଟିଆ ବୋଲି ଉଲ୍ଲେଖ କରାଯାଇଛି। ଶନିବାର ଇଷ୍ଟର୍ନ ଇଣ୍ଡିଆ ଫିଲାଟେଲିକ ଆସୋସିଏଶନ, ଇପିଏର ବରିଷ୍ଠ ସଦସ୍ୟ ବିଶ୍ୱଜିତ ମହାନ୍ତି ଓ କର୍ମକର୍ତ୍ତା, ଇନ୍‌ଟାକ୍‌ର ଅନିଲ ଧୀରଙ୍କ ସମେତ ଅବିଭକ୍ତ କୋରାପୁଟ ଜିଲାର ପୂର୍ବତନ ଜିଲାପାଳ ସଞ୍ଜୀବ ହୋତା କୋଟିଆ ପୋଷ୍ଟ ଅଫିସ ଯାଇ ସ୍ବତନ୍ତ୍ର କୋଟିଆ ନାମରେ ମୁଦ୍ରିତ ଲଫାଫା ଉନ୍ମୋଚନ କରିଛନ୍ତି। କୋଟିଆ ପୋଷ୍ଟାଲ ଇଣ୍ଡେକ୍ସ କୋଡ୍‌ ୭୬୪୦୩୯ ଓଡ଼ିଶା ପୋଷ୍ଟାଲ ଡିଭିଜନ ଅଧିକୃତ ହୋଇଛି। କେନ୍ଦ୍ର ସରକାର ଏହି ନମ୍ବର ମାଧ୍ୟମରେ କୋଟିଆ ଓଡ଼ିଶାର ବୋଲି ସ୍ବୀକୃତି ପ୍ରଦାନ କରିଥିବା ଇନ୍‌ଟାକ୍‌ର ଅନିଲ ଧୀର କହିଛନ୍ତି। ସୁପ୍ରିମକୋର୍ଟରେ କୋଟିଆକୁ ନିଜର ବୋଲି ଦାବି କରି ଓଡ଼ିଶା ସରକାର ବିଭିନ୍ନ ଦଲିଲ ଉପସ୍ଥାପନ କରୁଛନ୍ତି। କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଡାକ ବିଭାଗ କୋଟିଆକୁ ଓଡ଼ିଶାର ପିନକୋଡ୍‌ ପ୍ରଦାନ କରିବା ତଥ୍ୟ ଓଡ଼ିଶାର ପକ୍ଷକୁ ଆହୁରି ଅଧିକ ମଜଭୁତ କରିବ ବୋଲି ଇପିଏ ସଦସ୍ୟ ବିଶ୍ୱଜିତ୍‌ ମହାନ୍ତି କହିଛନ୍ତି। କୋଟିଆ ଯେ ଓଡ଼ିଶାର, ତାହା ସମସ୍ତଙ୍କୁ ଜଣାଇବା ପାଇଁ ଶନିବାର କୋଟିଆର ସ୍ବତନ୍ତ୍ର ଲଫାଫାରେ ଚିଠି ପ୍ରେରଣ ଅଭିଯାନ ଆରମ୍ଭ କରାଯାଇଥିବା ପୂର୍ବତନ କୋରାପୁଟ ଜିଲାପାଳ ସଞ୍ଜୀବ ହୋତା କହିଛନ୍ତି। ସ୍ବାଧୀନତା ପୂର୍ବରୁ ବ୍ରିଟିଶ୍‌ ସରକାରଙ୍କ ଦ୍ୱାରା ୧୯୪୫ରେ ପାଟନାରେ ପ୍ରସ୍ତୁତ କରାଯାଇଥିବା ମାନଚିତ୍ରରେ କୋଟିଆ ପଞ୍ଚାୟତ ପଟ୍ଟାଙ୍ଗୀ-ତାଡିବାଲସା ହେରିଟେଜ୍‌ ରୋଡ୍‌ ଓଡ଼ିଶାର ବୋଲି ସ୍ପଷ୍ଟ ହେବା ଉଲ୍ଲେଖ ଅଛି। ଏଥିରୁ ସମଗ୍ର କୋଟିଆ ଅଞ୍ଚଳ ଓଡ଼ିଶା ସୀମା ମଧ୍ୟରେ ରହିଥିବା ସ୍ପଷ୍ଟ ହୋଇଛି। କୋଟିଆ ପଞ୍ଚାୟତର ନେରେଡିବାଲସା, ତାଡିବାଲସା, ଏଲାଙ୍ଗାବାଲସା ଭଳି ଗ୍ରାମଗୁଡିକରେ ଜୟପୁର ଜମିଦାରିରେ ଖଜଣା ବାନ୍ଧିଥିବା କାଗଜପତ୍ର, ଛୋଟବଡ଼ ମାନଚିତ୍ର ଭଳି ପ୍ରମାଣ ଓଡ଼ିଶା ସପକ୍ଷରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri