କୋଟିଆ ଡାକଘରୁ ଗଲା ଚିଠି

କୋରାପୁଟ,୨୮ା୫(ସ୍ବ.ପ୍ର.): କୋରାପୁଟ ଜିଲାର କୋଟିଆ ହେଉଛି ଓଡ଼ିଶାର। ଏ ନେଇ କେନ୍ଦ୍ର ସରକାରଙ୍କ ଡାକ ବିଭାଗ ସ୍ବୀକୃତି ଦେଇଥିବାରୁ ଓଡ଼ିଶା ଡାକ ବିଭାଗ ପକ୍ଷରୁ ଜାରି ହୋଇଛି କୋଟିଆର ପୋଷ୍ଟାଲ ଇଣ୍ଡେକ୍ସ କୋଡ୍‌ ୭୬୪୦୩୯। ଶନିବାର ଏକ ଟିମ୍‌ କୋଟିଆ ଯାଇ ସେଠାରେ ଥିବା ଡାକଘରୁ କୋଟିଆର ଚିତ୍ର ଓ ପିନ୍‌କୋଡ୍‌ ଥିବା ଏକ ଲଫାଫାକୁ ଉନ୍ମୋଚନ କରିଛି। ଏଥିସହ ସେଠାରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନ୍‌ମୋହନ ରେଡ୍ଡୀ, ଉଭୟ ରାଜ୍ୟର ସମସ୍ତ ବିଧାୟକଙ୍କ ସମେତ ଦେଶର ଅନେକଙ୍କୁ ସେଠାରୁ ଚିଠି ପଠାଯାଇଛି। ଉକ୍ତ ଚିଠିରେ ଓଡ଼ିଶାରେ କୋଟିଆ ବୋଲି ଉଲ୍ଲେଖ କରାଯାଇଛି। ଶନିବାର ଇଷ୍ଟର୍ନ ଇଣ୍ଡିଆ ଫିଲାଟେଲିକ ଆସୋସିଏଶନ, ଇପିଏର ବରିଷ୍ଠ ସଦସ୍ୟ ବିଶ୍ୱଜିତ ମହାନ୍ତି ଓ କର୍ମକର୍ତ୍ତା, ଇନ୍‌ଟାକ୍‌ର ଅନିଲ ଧୀରଙ୍କ ସମେତ ଅବିଭକ୍ତ କୋରାପୁଟ ଜିଲାର ପୂର୍ବତନ ଜିଲାପାଳ ସଞ୍ଜୀବ ହୋତା କୋଟିଆ ପୋଷ୍ଟ ଅଫିସ ଯାଇ ସ୍ବତନ୍ତ୍ର କୋଟିଆ ନାମରେ ମୁଦ୍ରିତ ଲଫାଫା ଉନ୍ମୋଚନ କରିଛନ୍ତି। କୋଟିଆ ପୋଷ୍ଟାଲ ଇଣ୍ଡେକ୍ସ କୋଡ୍‌ ୭୬୪୦୩୯ ଓଡ଼ିଶା ପୋଷ୍ଟାଲ ଡିଭିଜନ ଅଧିକୃତ ହୋଇଛି। କେନ୍ଦ୍ର ସରକାର ଏହି ନମ୍ବର ମାଧ୍ୟମରେ କୋଟିଆ ଓଡ଼ିଶାର ବୋଲି ସ୍ବୀକୃତି ପ୍ରଦାନ କରିଥିବା ଇନ୍‌ଟାକ୍‌ର ଅନିଲ ଧୀର କହିଛନ୍ତି। ସୁପ୍ରିମକୋର୍ଟରେ କୋଟିଆକୁ ନିଜର ବୋଲି ଦାବି କରି ଓଡ଼ିଶା ସରକାର ବିଭିନ୍ନ ଦଲିଲ ଉପସ୍ଥାପନ କରୁଛନ୍ତି। କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଡାକ ବିଭାଗ କୋଟିଆକୁ ଓଡ଼ିଶାର ପିନକୋଡ୍‌ ପ୍ରଦାନ କରିବା ତଥ୍ୟ ଓଡ଼ିଶାର ପକ୍ଷକୁ ଆହୁରି ଅଧିକ ମଜଭୁତ କରିବ ବୋଲି ଇପିଏ ସଦସ୍ୟ ବିଶ୍ୱଜିତ୍‌ ମହାନ୍ତି କହିଛନ୍ତି। କୋଟିଆ ଯେ ଓଡ଼ିଶାର, ତାହା ସମସ୍ତଙ୍କୁ ଜଣାଇବା ପାଇଁ ଶନିବାର କୋଟିଆର ସ୍ବତନ୍ତ୍ର ଲଫାଫାରେ ଚିଠି ପ୍ରେରଣ ଅଭିଯାନ ଆରମ୍ଭ କରାଯାଇଥିବା ପୂର୍ବତନ କୋରାପୁଟ ଜିଲାପାଳ ସଞ୍ଜୀବ ହୋତା କହିଛନ୍ତି। ସ୍ବାଧୀନତା ପୂର୍ବରୁ ବ୍ରିଟିଶ୍‌ ସରକାରଙ୍କ ଦ୍ୱାରା ୧୯୪୫ରେ ପାଟନାରେ ପ୍ରସ୍ତୁତ କରାଯାଇଥିବା ମାନଚିତ୍ରରେ କୋଟିଆ ପଞ୍ଚାୟତ ପଟ୍ଟାଙ୍ଗୀ-ତାଡିବାଲସା ହେରିଟେଜ୍‌ ରୋଡ୍‌ ଓଡ଼ିଶାର ବୋଲି ସ୍ପଷ୍ଟ ହେବା ଉଲ୍ଲେଖ ଅଛି। ଏଥିରୁ ସମଗ୍ର କୋଟିଆ ଅଞ୍ଚଳ ଓଡ଼ିଶା ସୀମା ମଧ୍ୟରେ ରହିଥିବା ସ୍ପଷ୍ଟ ହୋଇଛି। କୋଟିଆ ପଞ୍ଚାୟତର ନେରେଡିବାଲସା, ତାଡିବାଲସା, ଏଲାଙ୍ଗାବାଲସା ଭଳି ଗ୍ରାମଗୁଡିକରେ ଜୟପୁର ଜମିଦାରିରେ ଖଜଣା ବାନ୍ଧିଥିବା କାଗଜପତ୍ର, ଛୋଟବଡ଼ ମାନଚିତ୍ର ଭଳି ପ୍ରମାଣ ଓଡ଼ିଶା ସପକ୍ଷରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?