ଚାଲ କବିତା ଲେଖିବା

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା

 

ତଥାକଥିତ ସୁଖ ଓ ସମୃଦ୍ଧି ପଛରେ ଅନବରତ ଧାଉଁଥିବା ଆଧୁନିକ ମଣିଷର ଜୀବନରେ ଏକ ବିଷବୃକ୍ଷ ରୂପେ ଏବେ ଉଭା ହୋଇଛି ମାନସିକ ଚାପ। ତା’ର ଅଧିକାଂଶ ମନରୋଗ ଏବଂ ଅଣସଂକ୍ରମିତଜନିତ ଦେହ ରୋଗର ଏହା ହେଉଛି ମୂଳ କାରଣ। ଏପରିକି ରୋଗ ପ୍ରତିରୋଧ ଶକ୍ତି ହ୍ରାସ ମାଧ୍ୟମରେ ସଂକ୍ରମଣଜନିତ ରୋଗକୁ ମଧ୍ୟ ବ୍ୟାପକ କରିବାରେ ଏହାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ବୋଲି କୁହାଯାଏ। ସମୟକ୍ରମେ ମହାମାରୀ ରୂୂପ ନେଇ ଏହା ସାରା ବିଶ୍ୱରେ କାୟାବିସ୍ତାର କରିଚାଲିଛି। ଦେଖାଯାଉଛି ଯେ ଯେଉଁ ଦେଶ ଯେତିକି ଉନ୍ନତ ବା ବିତ୍ତଶାଳୀ, ସେଠାରେ ଏ ସମସ୍ୟା ସେତିକି ଜଟିଳ। କାରଣ ସେଠାର ଲୋକେ ଅଧିକ ବସ୍ତୁବାଦୀ। ବର୍ତ୍ତମାନ ସାରା ଦୁନିଆର ୩୫ରୁ ୪୦ ଶତାଂଶ ଲୋକ ଅଳ୍ପ ବହୁତ ମାନସିକ ଚାପଗ୍ରସ୍ତ। ଫଳରେ ଉତ୍କଟ ହୋଇଚାଲିଛି ମସ୍ତିଷ୍କ ବିକୃତି, ମଧୁମେହ, ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ ଆଦି ଜୀବନଧାରା ସହିତ ସମ୍ପୃକ୍ତ ରୋଗଗୁଡ଼ିକ। ଏପରିକି ବଢ଼ି ବଢ଼ି ଚାଲିଥିବା ଆମତ୍ହତ୍ୟା ମନୋବୃତ୍ତି ମୂଳରେ ମଧ୍ୟ ଏହା ବିଦ୍ୟମାନ। ତେଣୁ ମନୋବିଜ୍ଞାନୀମାନେ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ଏହି ନକାରାତ୍ମକ ଭାବ ପ୍ରବଣତାରୁ ମୁକ୍ତିର ମାର୍ଗ ନିରୂପଣ ଲାଗି। ବିଭିନ୍ନ ସୃଜନଶୀଳ କାର୍ଯ୍ୟକଳାପ ଯେପରିକି ସମାଜସେବା ତଥା ମନକୁ ଆନନ୍ଦ ଦେଉଥିବା କାର୍ଯ୍ୟରେ ନିଜକୁ ନିୟୋଜିତ ରଖିବା, ଆଧ୍ୟାତ୍ମିକ ଚିନ୍ତାଧାରାରେ ଲିପ୍ତ ରହିବା ଓ ତଦନୁଯାୟୀ ଜୀବନଯାପନ କରିବା ସଙ୍ଗେ ସଙ୍ଗେ ମାନସିକ ଚାପ ସୃଷ୍ଟି କରୁଥିବା ଭୟ ବା ଦୁଃଖର କାରଣ ଆମତ୍ୀୟ ସ୍ବଜନଙ୍କ ନିକଟରେ ମୁକ୍ତଭାବେ ପ୍ରକାଶ କରିଦେବା ଇତ୍ୟାଦି ଏଥିରେ ସହାୟକ ହୋଇପାରିବ ବୋଲି ସେମାନେ ମତ ଦେଉଛନ୍ତି। ତେବେ ତହିଁରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ହେଲାଣି ମନକଥା ଲେଖି ପକାଇବା।
ବର୍ତ୍ତମାନ ଆମ ଜୀବନଧାରାରେ ବ୍ୟାପକ ପରିବର୍ତ୍ତନ ଆସିଛି। ସାମାଜିକ ଓ ପାରିବାରିକ ସମ୍ପର୍କ ଦୁର୍ବଳ ହୋଇପଡ଼ିଛି। ଏଣୁ ବଢ଼ି ବଢ଼ି ଚାଲିଛି ଏକଲାପଣ। ଆମ ଦୁଃଖ ବା ଦୁଶ୍ଚିନ୍ତା ଭାଗ କରିବାକୁ କେହି ନିର୍ଭରଯୋଗ୍ୟ ରହୁନାହାନ୍ତି। ପୁନଶ୍ଚ ବିଗତ ପ୍ରାୟ ଦୁଇବର୍ଷ ଧରି ବିଶ୍ୱକୁ ଗ୍ରାସ କରି ରହିଥିବା ମହାମାରୀ କୋଭିଡ୍‌-୧୯ ଏ ସମସ୍ୟାକୁ ଜଟିଳତର କରିଛି। ତାହା ମାନସିକ ଚାପ ଏବଂ ନକାରାମତ୍କ ଭାବପ୍ରବଣତାକୁ ବୃଦ୍ଧି କରିଚାଲିଛି। ଅଧ୍ୟୟନରୁ ଜଣାପଡ଼ିଛି ଯେ, କିଛି ଲେଖି ବସିବାର ଏହା ଉପରେ ରହିଛି ଆରୋଗ୍ୟକାରୀ ପ୍ରଭାବ। ଆମ ଅନୁଭୂତିକୁ ଶବ୍ଦ ଆକାରରେ ପ୍ରବାହିତ ହେବାକୁ ଦେବା ଫଳରେ ତଦ୍ଦ୍ବାରା ଆମ ବିଶୃଙ୍ଖଳିତ ଚିନ୍ତାଗୁଡ଼ିକ ଶୃଙ୍ଖଳିତ ଓ ସ୍ବଚ୍ଛ ହୁଏ ଏବଂ ମନ ଜଟିଳ ଭାବପ୍ରବଣତା ପାର ହୋଇ ଶାନ୍ତ ରହେ।
ମନୋବିଜ୍ଞାନୀମାନଙ୍କ ମତରେ ଆମେ ନିଜର ସୃଜନଶୀଳତାକୁ ଆବିଷ୍କାର କରିବାର ଏହା ହେଉଛି ପ୍ରକୃଷ୍ଟ ସମୟ। ଆମେ ପ୍ରତ୍ୟେକ ଜଣେ ଜଣେ ଅନନ୍ୟ ବ୍ୟକ୍ତିତ୍ୱ ଏବଂ ଆମ ଚତୁଃପାର୍ଶ୍ୱର ଦୁନିଆକୁ ଭିନ୍ନ ଭିନ୍ନ ଭାବେ ଅନୁଭବ କରିଥାଉ। ଏହା ତାହାକୁ ତା’ର ବିଶେଷଣ ନେଇ ପରିପ୍ରକାଶ ହେବାକୁ ଦିଏ। ଏଥିପାଇଁ ମନର ଗଭୀରତମ ପ୍ରଦେଶକୁ ପ୍ରବେଶ କରିବାକୁ ପଡ଼େ। କାଗଜ ଉପରେ ମନର କଥା ଲେଖିବସିବା ବିକ୍ଷୁବ୍ଧ ଚିନ୍ତାଧାରାକୁ ଅର୍ଦ୍ଧଚେତନ ମନରୁ ନିର୍ଗତ ହୋଇ ବାହାରି ଯିବାକୁ ଦେଇଥାଏ। କମ୍ପ୍ୟୁଟରରେ ତାହା ଟାଇପ୍‌ କରିବାର ମଧ୍ୟ ଅନୁରୂପ ପ୍ରଭାବ ରହିଛି।
ମାନସିକ ଚାପ ସମୟରେ କିଛି ଚାପି ହୋଇ ରହିଥିବା ସ୍ମୃତି ମନକୁ ଆସିଥାଏ। ଏଗୁଡ଼ିକ ତହିଁରେ ନକାରାମତ୍କ ଭାବପ୍ରବଣତା ସୃଷ୍ଟି କରି ହୁଏତ ତାକୁ ଆନ୍ଦୋଳିତ କରିପାରନ୍ତି। ଏହି ନିର୍ଦ୍ଦିଷ୍ଟ ଭାବପ୍ରବଣତାକୁ ଶବ୍ଦ ମାଧ୍ୟମରେ ଲେଖିଦେଲେ, ଅର୍ଥାତ୍‌ ମନକୁ ଆସୁଥିବା ଭୟ, ଦୁଃଖ ଆଦିକୁ ଲେଖାରେ ପ୍ରକାଶ କରିଦେଲେ ମନରୁ ଚାପ କମିଯାଏ। ଆମ ସାଧାରଣ ଲୋକେ ଈଶ୍ୱରବିଶ୍ୱାସୀ। ଦୁଃଖ ସମୟରେ ସେମାନେ ତାଙ୍କୁ ସ୍ମରଣ କରନ୍ତି ତହିଁରୁ ଉଦ୍ଧାର ପାଇବାକୁ । ଏପରିସ୍ଥଳେ ସେମାନେ ପ୍ରାର୍ଥନା ମାଧ୍ୟମରେ ଯାହା କହନ୍ତି, ତାହାକୁ ଚିଠିଟିଏ ଆକାରରେ ଲେଖିପକାଇଲେ ମାନସିକ ଚାପ ଅଧିକ ମାତ୍ରାରେ ହ୍ରାସ ପାଏ ଏବଂ ଆତ୍ମବିଶ୍ୱାସ ବଢ଼େ ବୋଲି କହୁଛନ୍ତି ଆମେରିକାର ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟର କିଛି ମନୋବିଜ୍ଞାନୀ। ଏହା ଭାରାକ୍ରାନ୍ତ ମନକୁ ହାଲୁକା କରେ ଏବଂ ନକାରାମତ୍କ ଭାବପ୍ରବଣତାକୁ ଦୂର କରେ।
ଗଭୀରଭାବେ ଚିନ୍ତାଗ୍ରସ୍ତ ନ ହୋଇ ତୁମେ ମନ ଉପରେ ଅଧିକ ଚାପ ନ ଦେଇ କ୍ରମାଗତଭାବେ ଲେଖିଚାଲିବା ଦରକାର। ଏହାଦ୍ୱାରା ତୁମେ ଏକ ପ୍ରକାର ମୁକ୍ତଭାବ ଅନୁଭବ କରିବ। ତା’ପରେ ତୁମେ କ’ଣ ଲେଖିଛ ତାହା ପାଠକର। ଏହା ତୁମକୁ ତୁମର ମନସ୍ତାତ୍ତ୍ୱିକ ରୂପରେଖ ବୁଝିବାକୁ ସାହାଯ୍ୟ କରିବ। ତୁମେ ଏପରି ଯେତେ ଅଧିକ ଲେଖିବ ସେଥିରୁ ସେତେ ଅଧିକ ଜଣାପଡ଼ିବ ତୁମ ଚିନ୍ତାଧାରାର ଦିଗ। ଏହି ଆମତ୍ସଚେତନତା ତୁମ ଚିନ୍ତାଧାରାକୁ ଦିଗ୍‌ଦର୍ଶନ ଦେବ ଏବଂ ତାକୁ ପୁନର୍ବାର ସୁସ୍ଥ ଓ ସତେଜ କରିବାରେ ସହାୟକ ହେବ, ଯାହାକି ଜୀବନର ଜଟିଳ ସମସ୍ୟା ଏବଂ ଅନୁଭୂତିକୁ ପରିଚାଳନା କରିବା ଦିଗରେ ସାହାଯ୍ୟ କରିବ।
ଅନେକ ସମୟରେ ଲେଖିବସିଲା ବେଳେ ଲୋକେ ନିଜକୁ ଛୋଟ ମନେ କରିଥାଆନ୍ତି। ତାହା ତାଙ୍କୁ ପ୍ରେରଣାହୀନ କରି ସେଥିରୁ ନିବୃତ୍ତ କରିଥାଏ। ବିଶେଷକରି ନିକଟତମ ବ୍ୟକ୍ତିଙ୍କଠାରୁ ଦୂରେଇ ରହିଲା ବେଳେ ଏ ପ୍ରକାର ଭାବନା ଆସେ। କାରଣ, ଆମେ ହେଲୁ ସାମାଜିକ ପ୍ରାଣୀ। ପରିବାରବର୍ଗ ଏବଂ ସମ୍ପର୍କୀୟମାନଙ୍କ ସହିତ ଆମର ଦେହ ଓ ମନସ୍ତରରେ ସମ୍ପର୍କ ରହିଛି। ସେମାନଙ୍କ ସହ ଭାବର ଆଦାନପ୍ରଦାନ, ପିତାମାତାଙ୍କ ଉଷ୍ମ ଆଲିଙ୍ଗନ, ଏକତ୍ର ଭୋଜନ ଏବଂ ଏପରିକି ରାଗରୁଷା ଆଦି ଆମ ମନକୁ ସୁସ୍ଥ ଏବଂ ଚାପମୁକ୍ତ ରଖେ। ଏଣୁ ତାହାର ଅଭାବ ତା’ ଉପରେ ନକାରାମତ୍କ ପ୍ରଭାବ ପକାଏ। ତେବେ ତାଙ୍କରି କଥା ଏବଂ ତାଙ୍କ ସହିତ ସମ୍ପର୍କ ବିଷୟରେ ଲେଖିବସିଲେ ମନ ବଦଳିଯାଏ ଏବଂ ସେଥିରେ ନୂତନ ଆଶାର ସଞ୍ଚାର ଘଟେ।
ଲେଖିଚାଲିବା ଏକ ଜଟିଳ କଥା ନୁହେଁ। ତେବେ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ହେଲା ଅଭ୍ୟାସ। କିଛି ଲୋକଙ୍କର ବ୍ୟକ୍ତିଗତ ଡାଏରୀ ଥାଏ। ସେଥିରେ ସେମାନେ ପ୍ରତ୍ୟେକ ରାତ୍ରିରେ ନିଦ୍ରାଗଲା ପୂର୍ବରୁ ଦିନଯାକ ଘଟିଥିବା ଘଟଣାବଳୀ ତଥା ନିଜ ନିଜର ଚିନ୍ତାଧାରା ସଂକ୍ଷେପରେ ସୂଚନା ଦେଇଥା’ନ୍ତି। ଏଥିରୁ ଦିନଟି କିପରି କଟିଲା ଏବଂ କାର୍ଯ୍ୟକଳାପରେ କ’ଣ କ’ଣ ଭୁଲ ବା ଠିକ୍‌ ରହିଲା ତାହା ସ୍ପଷ୍ଟ ହୋଇଯାଏ। ଏଣୁ ସେଥି ଅନୁସାରେ ପରଦିନର କାର୍ଯ୍ୟକ୍ରମ ସ୍ଥିର କରିହୁଏ। ଭୁଲ ପାଇଁ ମନକୁ ଅଯଥା ଭାରାକ୍ରାନ୍ତ କରିବା ଦରକାର ପଡ଼େନାହିଁ।
ଲେଖିବା ଆମେ ନିଜେ ନିଜକୁ, ଆବିଷ୍କାର ସବୁଠାରୁ ସହଜ ମାର୍ଗ। ଏହା ପ୍ରଶସ୍ତ ଏବଂ ଅନୁଭୂତି ସମୃଦ୍ଧ, ଯାହାକି ଆମ ପ୍ରଜ୍ଞାର ବିକାଶ ଘଟାଇବା ସଙ୍ଗେ ସଙ୍ଗେ ଜୀବନର ମାନବୃଦ୍ଧି ସହିତ ମନକୁ ଚାପମୁକ୍ତ କରି ତହିଁରେ ସମୃଦ୍ଧ ତଥା ସକାରାମତ୍କ ଚିନ୍ତାଧାରାର ବୀଜ ବପନ କରେ। କିଛି ମନୋବିଜ୍ଞାନୀଙ୍କ ମତରେ, ମନକୁ ଚାପମୁକ୍ତ କରିବାର ଅଧିକ ପ୍ରକୃଷ୍ଟ ପନ୍ଥା ହେଲା କବିତା ଲେଖିବା। ଏହାକୁ କୁହାଯାଏ ଶକ୍ତିଶାଳୀ ଅନୁଭୂତିର ସ୍ବତଃସ୍ଫୂର୍ତ୍ତ ପ୍ରବାହ ବୋଲି। ତେଣୁ ତାହା ସହଜରେ ମନରୁ ଚାପ ଧୋଇନିଏ। ଦେଖାଯାଇଛି ଯେ ଅଧିକାଂଶ ଲୋକଙ୍କ ପକ୍ଷେ ଗଳ୍ପଟିଏ ଲେଖିବା କଷ୍ଟକର, କିନ୍ତୁ ସବୁଲୋକ ଜୀବନର କୌଣସି ନା କୌଣସି ସମୟରେ କୌଣସି ନା କୌଣସି ପ୍ରକାର କବିତା ଲେଖିଥା’ନ୍ତି- ତାହା ପ୍ରେମରେ ପଡ଼ି ଭାବପ୍ରବଣତାରେ ହେଉ, ନଚେତ୍‌ କେହି ଆମତ୍ୀୟସ୍ବଜନଙ୍କୁ ହରାଇବା ବେଳେ ହେଉ। ଏପରି କେହି ଲୋକ ନାହାନ୍ତି, ଯେଉଁମାନେ କି ଗଭୀର ସୁଖ କିମ୍ବା ଦୁଃଖ ଅନୁଭବ କଲାବେଳେ କବିତାଟିଏ ଲେଖନ୍ତି ନାହିଁ ଅଥବା ତାଙ୍କ ମନରେ ଏହା ସୃଷ୍ଟି ହୁଏ ନାହିଁ।
କବିତା ଏକ ସୂକ୍ଷ୍ମକଳା। କିନ୍ତୁ ଏହା ଖୁବ୍‌ ଶକ୍ତିଶାଳୀ ଏବଂ ଅର୍ଥପୂର୍ଣ୍ଣ ବାର୍ତ୍ତାଟିଏ ବହନ କରିପାରେ। ବିଶ୍ୱର ଯେକୌଣସି ଭାଷା ହେଉ, ତା’ର ଇତିହାସ କବିତା ସହିତ ଜଡ଼ିତ। ରୋମାନ୍‌ ବା ଗ୍ରୀକ୍‌ ଭାଷାରେ ଇଲିୟାଡ୍‌ ବା ଓଡିଷି ଏବଂ ଭାରତୀୟ ଭାଷାରେ ରାମାୟଣ ଓ ମହାଭାରତ ଭଳି ଜନପ୍ରିୟ ମହାକାବ୍ୟଗୁଡ଼ିକ ଛନ୍ଦ କବିତା ଆକାରରେ ହିଁ ଲେଖାଯାଇଛି। ବୈଷ୍ଣବ କବି ଜଗନ୍ନାଥ ଦାସ ତାଙ୍କ ରଚିତ ମହାଗ୍ରନ୍ଥ ଭାଗବତକୁ ମଧ୍ୟ ‘ଗୀତ ପ୍ରବନ୍ଧ’ ବୋଲି ସୂଚିତ କରିଛନ୍ତି। ସେହିପରି କାଳିଦାସ ଯୁଗରୁ ନାଟକଗୁଡ଼ିକ ରଚିତ ହୋଇ ଆସିଛି ଏହାରି ମାଧ୍ୟମରେ। କାରଣ, ଏସବୁ ପ୍ରକୃତରେ ଭାବପ୍ରବଣତାର ସ୍ବତଃସ୍ଫୂର୍ତ୍ତ ପ୍ରବାହ। ଅତଏବ ସହଜରେ ଜନମନକୁ ସ୍ପର୍ଶ କରିବାରେ କବିତାର ବିକଳ୍ପ କେବେ ନ ଥିଲା, ଏବେ ନାହିଁ କିମ୍ବା ଭବିଷ୍ୟତରେ ଆସିବ ନାହିଁ।
ମନୋବିଜ୍ଞାନୀମାନଙ୍କ ମତରେ କବିତା ଲେଖିବା ଅତି ସଫଳଭାବେ ମାନସିକ ଚାପ ହ୍ରାସକରେ। ଏ କାର୍ଯ୍ୟରେ ଥରେ ମନ ନିବେଶ ହୋଇଗଲେ ଆମେ ଭୁଲିଯାଉ ଆମ ଜୀବନର ସବୁ ଦୁଃଖ। କାରଣ ଦୁଃଖ, ରାଗ, ଭୟ ଆଦି ନକାରାମତ୍କ ଭାବପ୍ରବଣତାକୁ ପ୍ରୋତ୍ସାହିତ କରେ ଆମ ଆଡ୍ରେନାଲ ଗ୍ରନ୍ଥିରୁ କ୍ଷରିତ ହେଉଥିବା ହର୍‌ମୋନ କୋର୍ଟିସଲ। ତାହାହିଁ ଆମ ମାନସିକ ଚାପର କାରଣ। ତେବେ ପରୀକ୍ଷାରୁ ଜଣାପଡ଼ିଛି ଯେ, କବିତାଟିଏ ଲେଖି ବସିଲେ ଧୀରେ ଧୀରେ ତାହାର କ୍ଷରଣ ହ୍ରାସ ପାଇବାକୁ ଲାଗେ। ତେଣୁ ମାନସିକ ଚାପ ବୃଦ୍ଧି ହେଲେ ଚାଲନ୍ତୁ କବିତା ଲେଖି ବସିବା, ତାହା କରି ନ ପାରିଲେ ଅନ୍ୟ କିଛି ଲେଖିବା।
ମୋ: ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri