‘ଜାତୀୟ ସମ୍ମିଳନୀରେ ଓଡ଼ିଶାର ଏସ୍‌ସି,ଏସ୍‌ଟିଙ୍କ ଅଧିକାର ନେଇ ଆଲୋଚନା ହେଉ’

ଭୁବନେଶ୍ୱର,୩।୪(ବ୍ୟୁରୋ): ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ ସୋମବାର ନୂଆଦିଲ୍ଲୀରେ ଦେଶର ସାମାଜିକ ନ୍ୟାୟ ସମ୍ପର୍କିତ ସମ୍ମିଳନୀ ଆୟୋଜନ କରୁଛନ୍ତି। ଏହି ସମ୍ମିଳନୀରେ ବିରୋଧୀ ଦଳଗୁଡ଼ିକର ନେତାମାନେ ଯୋଗଦେବେ। ସାମାଜିକ ଅଧିକାରରୁ ବଞ୍ଚତ୍ତ ହେଉଥିବା ବର୍ଗଙ୍କ ଅଧିକାର ସମ୍ପର୍କରେ ସେଠାରେ ଆଲୋଚନା ହେବ। ଓଡ଼ିଶାର ଆର୍ଥିକ ଅନଗ୍ରସର ବର୍ଗ, ଅନୂସୂଚିତ ଜାତି, ଅନୁସୂଚିତ ଜନଜାତି, ସଂଖ୍ୟାଲଘୁଙ୍କ ସାମ୍ବିଧାନିକ ଅଧିକାର ସମ୍ପର୍କରେ ଏହି ଜାତୀୟସ୍ତରୀୟ ଆଲୋଚନାରେ ପରିସରଭୁକ୍ତ କରିବା ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଷ୍ଟାଲିନଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।
ଉକ୍ତ ଚିଠିରେ ଶ୍ରୀକାନ୍ତ ଉଲ୍ଲେଖ କରିଛନ୍ତି, ଏହି ବର୍ଗର ଲୋକଙ୍କ ସଂଖ୍ୟା ଓଡ଼ିଶାର ମୋଟ ଜନସଂଖ୍ୟାର ୯୪ ପ୍ରତିଶତ ହୋଇଥିବା ସତ୍ତ୍ୱେ ସେମାନେ ସାମାଜିକ ତଥା ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହେଉଛନ୍ତି। ତେଣୁ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ବିଚାରକୁ ନେବା ପାଇଁ ସେ ଅନୁରୋଧ କରିଛନ୍ତି। ମଣ୍ଡଳ କମିଶନଙ୍କ ସୁପାରିସକ୍ରମେ ଏହି ବର୍ଗ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ପାଇଁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ମାତ୍ର ୧୧ ପ୍ରତିଶତଙ୍କ ପାଇଁ ସଂରକ୍ଷଣ ରହିଛି। ଏହାଦ୍ୱାରା ରାଜ୍ୟର ଲକ୍ଷ ଲକ୍ଷ ପଛୁଆବର୍ଗର ଯୁବତୀ,ଯୁବକମାନେ ଚାକିରି ଓ ଶିକ୍ଷାର ସୁଯୋଗ ହରାଉଛନ୍ତି। ସବୁ ରାଜ୍ୟରେ ଏହି ବର୍ଗଙ୍କ ପାଇଁ ଫାଇନାନ୍ସ କର୍ପୋରେଶନ ରହିଛି। ହେଲେ ୨୦ ବର୍ଷ ଧରି ଓଡ଼ଶାରେ ଏହି ଫାଇନାନ୍ସ କର୍ପୋରେଶନକୁ ଏକପ୍ରକାର ବନ୍ଦ କରାଯାଇଛି। ଚାକିରି ପାଇ ନ ଥିବା ଯୁବତୀ,ଯୁବକମାନେ କୌଣସି ଉଦ୍ୟୋଗ କରିବା ପାଇଁ ଚାହିଁଲେ ଆର୍ଥିକ ସହାୟତା ପାଇପାରୁନାହାନ୍ତି। ରାଜ୍ୟରେ ମାତ୍ର ୬ ପ୍ରତିଶତ ଲୋକଙ୍କ ହାତରେ ରାଜନୈତିକ କ୍ଷମତା, ପ୍ରଶାସନିକ କ୍ଷମତା ଠୁଳ ହୋଇଛି। ସେହିପରି ରାଜ୍ୟର ପ୍ରାୟ ୩୮.୫ ପ୍ରତିଶତ ଏସ୍‌ସି/ଏସ୍‌ଟି ବର୍ଗର ବୈଷୟିକ ଏବଂ ମେଡିକାଲ ଶିକ୍ଷାରେ ଉପଯୁକ୍ତ ସଂରକ୍ଷଣ ଦିଆଯାଉନାହିଁ। ସମ୍ପଦଭରା ଓଡ଼ିଶାରେ ପଛୁଆବର୍ଗ ବିଭିନ୍ନ ସୁବିଧାରୁ ବଞ୍ଚତ୍ତ ହୋଇଥିବା ଦର୍ଶାଇ ଶ୍ରୀକାନ୍ତ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବିଜେଡି ସରକାରରୁ କୌଣସି ପ୍ରତିନିଧି ଏହି ସମ୍ମିଳନୀରେ ଯୋଗଦେଉଥିଲେ ତାଙ୍କୁ ଏନେଇ ପ୍ରଶ୍ନ କରାଯାଉ ବୋଲି ଷ୍ଟାଲିନଙ୍କ ଉଦ୍ଦେଶ୍ୟରେ ଶ୍ରୀକାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାଜଳରେ ବୁଲି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଯାଜପୁର/ଦଶରଥପୁର,୧୮।୮(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ) : ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାର ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗିନ ହୋଇପଡିଛି ।…

ଆଜି ପ୍ରବଳ ବର୍ଷିବ: ୩ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବା ପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା…

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

JSSC CGL ପରୀକ୍ଷା ବାତିଲ: ଶେଷରେ ଛାତ୍ରଙ୍କ ଆଗରେ ନଇଁଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୧୭।୮: ରାଞ୍ଚିରେ ଛାତ୍ର ବିରୋଧ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ୟାବିନେଟ JSSC-CGL ପରୀକ୍ଷା ବାତିଲ କରିବାକୁ…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri