Posted inଜାତୀୟ

‘ନିରପେକ୍ଷ ରହିବୁ ସବୁ ସଦସ୍ୟ’

ନୂଆଦିଲ୍ଲୀ,୨୦ା୧(ପି.ଟି.): କେନ୍ଦ୍ରର କୃଷି ଆଇନ ଉପରେ ସମୀକ୍ଷା କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ବିଶେଷଜ୍ଞ କମିଟି ସଦସ୍ୟମାନେ ନିରପେକ୍ଷ ରହିବେ ଓ ନିଜ ବ୍ୟକ୍ତିଗତ ମତ ଉପସ୍ଥାପନ କରିବେ ନାହିଁ। ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ବେଳେ ସେମାନଙ୍କ ମତାମତକୁ ପ୍ରତିବନ୍ଧକ ସାଜିବାକୁ ଦେବେ ନାହିଁ ବୋଲି କମିଟି ସଦସ୍ୟ ଅନିଲ ଘନ୍‌ଓ୍ବତ୍‌ ସ୍ପଷ୍ଟ କରିଛନ୍ତି। ମଙ୍ଗଳବାର ବିଶେଷଜ୍ଞ କମିଟିର ପ୍ରଥମ ବୈଠକ ବସିବା ପରେ ସେ ଏହା କହିଛନ୍ତି।
୧୨ରେ ସୁପ୍ରିମକୋର୍ଟ କୃଷି ଆଇନର କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଜାରି କରିବା ସହ ୪ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଥିଲେ। ଏଥିରେ ରାଜ୍ୟ ସଭାର ପୂର୍ବତନ ସଦସ୍ୟ ତଥା ଅଲ୍‌ ଇଣ୍ଡିଆ କିଷାନ କୋଅର୍ଡିନେଶନ କମିଟି (ଏଆଇକେସିସି) ଚେୟାରମ୍ୟାନ୍‌ ଏସ୍‌. ଭୂପିନ୍ଦର ସିଂ ମାନ୍‌ଙ୍କ ସମେତ କୃଷି ଅର୍ଥନୀତିଜ୍ଞ ଅଶୋକ ଗୁଲାଟି, ଦକ୍ଷିଣ ଏସିଆ ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ସଂସ୍ଥା ନିର୍ଦ୍ଦେଶ ଡକ୍ଟର ପ୍ରମୋଦ କୁମାର ଜୋଷୀ, ମହାରାଷ୍ଟ୍ରର ଶେତ୍‌କେରି ସଙ୍ଗଠନ ମୁଖ୍ୟ ଅନିଲ ଘନ୍‌ଓ୍ବତ୍‌ଙ୍କୁ ରଖାଯାଇଥିଲା। ୪ ସଦସ୍ୟ କେନ୍ଦ୍ରର କୃଷି ଆଇନ ସପକ୍ଷବାଦୀ ବୋଲି ବିବାଦ ସୃଷ୍ଟି ହେବା ପରେ ଗତ ୧୪ ତାରିଖରେ ଉକ୍ତ କମିଟିରୁ ଭାରତୀୟ କିଷାନ ୟୁନିୟନ୍‌ (ବିକେୟୁ) ରାଷ୍ଟ୍ରୀୟ ଅଧ୍ୟକ୍ଷ ଏସ୍‌. ଭୂପିନ୍ଦର ସିଂ ମାନ୍‌ ଓହରିଯାଇଥିଲେ। ଏହା ପରେ ଅନ୍ୟ ସଦସ୍ୟମାନଙ୍କୁ ଉକ୍ତ କମିଟିରୁ ବାହାର କରିବା ପାଇଁ ବିକେୟୁ ଲୋକ ଶକ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।
ନୂଆଦିଲ୍ଲୀରେ ମଙ୍ଗଳବାର ଉକ୍ତ କମିଟିର ପ୍ରଥମ ବୈଠକ ବସିଛି। ବୈଠକ ପରେ ଘନ୍‌ଓ୍ବତ୍‌ କହିଛନ୍ତି, କୃଷକ ଓ ଅନ୍ୟ ପକ୍ଷମାନଙ୍କ ସହ ଗୁରୁବାର ପ୍ରଥମ ପର୍ଯ୍ୟାୟ ଆଲୋଚନା ହେବ। କମିଟି ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଉଛି ଆନ୍ଦୋଳନରତ ଚାଷୀଙ୍କୁ ବୁଝାଇ ଆଲୋଚନା ପାଇଁ ରାଜି କରାଇବା। ଏଥିଲାଗି ଆମେ ଯଥାସାଧ୍ୟ ଉଦ୍ୟମ କରିବୁ। କେନ୍ଦ୍ର ତଥା ରାଜ୍ୟ ସରକାରମାନଙ୍କ ସହ ଚାଷୀଙ୍କ ମତାମତ ଲୋଡ଼ିବୁ। ସୁପ୍ରିମକୋର୍ଟରେ ଦାଖଲ କରାଯିବାକୁ ଥିବା ରିପୋର୍ଟ ପ୍ରସ୍ତୁତ ବେଳେ କମିଟିର କୌଣସି ସଦସ୍ୟ କୃଷି ଆଇନ ଉପରେ ନିଜ ମତାମତକୁ ଏହା ଭିତରକୁ ଆଣିବେ ନାହିଁ। ଭୂପିନ୍ଦରଙ୍କ ସ୍ଥାନରେ କାହାକୁ ନିଯୁକ୍ତ କରାଯିବ ତାହା ସୁପ୍ରିମକୋର୍ଟଙ୍କ ଉପରେ ନିର୍ଭର କରେ। ଆମକୁ ଦିଆଯାଇଥିବା ଦାୟିତ୍ୱ ଆମେ ଭଲ ଭାବେ ତୁଲାଇବୁ। ଆମେ କୌଣସି ଦଳ ବା ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁନାହୁଁ। ତେଣୁ କୃଷକମାନେ କମିଟି ସହ ଆଲୋଚନା କରନ୍ତୁ ବୋଲି ଘନ୍‌ଓ୍ବତ୍‌ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷେ ମଙ୍ଗଳବାର କେନ୍ଦ୍ର ସରକାର ଓ କୃଷକ ସଙ୍ଗଠନଗୁଡ଼ିକ ମଧ୍ୟରେ ହେବାକୁ ଥିବା ନବମ ପର୍ଯ୍ୟାୟ ଆଲୋଚନାକୁ ଗୁରୁବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri