ଥଇଥାନ ପରେ ଉଚ୍ଛେଦ ହେଉ

ପୁରୀ ଅଫିସ,୫।୨: ଶ୍ରୀମନ୍ଦିର ଚତୁଃପାର୍ଶ୍ୱସ୍ଥ ୭୫ମିଟର ସୁରକ୍ଷା ଜୋନ୍‌ରେ ବିକ୍ରିବଟା କରିବାର ଅଧିକାର କାହାରି ନାହିଁ। ଏ ନେଇ ପୂର୍ବରୁ ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ ଦିଆସରିଛି। ଯେ କେହି ବି ଦୋକାନ କରି ବ୍ୟବସାୟ କରୁଥିଲେ ତାହା ସାମୟିକ ଥିଲା ଓ ସବୁଠାରୁ ବଡ଼ କଥା ହେଉଛି ଏହା ପୌରାଞ୍ଚଳ ସ୍ବୀକୃତିପ୍ରାପ୍ତ ନ ଥିଲା। ଉଚ୍ଛେଦ ପାଇଁ ପୁଣି ଥରେ ଡାକବାଜି ଯନ୍ତ୍ର ଯୋଗେ ସୂଚନା ଦେବା କିମ୍ବା ପୋଲିସ ସହାୟତାରେ ଉଠାଦୋକାନୀଙ୍କୁ ଉଠାଇ ଦେବା ଏକ ସ୍ବାଭାବିକ ପ୍ରକ୍ରିୟା। ଶ୍ରୀମନ୍ଦିର ଚାରିପାଖରୁ ଉଠାଦୋକାନୀମାନଙ୍କୁ ହଟାଇ ଦିଆଯିବା ପରେ ପୁରୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ ଏଭଳି ପ୍ରତିକ୍ରିୟା ରଖିଛନ୍ତି। ତେବେ ଶ୍ରୀମନ୍ଦିର ଚାରିପଟେ ଉଠାଦୋକାନୀଙ୍କ ସଂଖ୍ୟା ହାତଗଣତି ନୁହେଁ। ନିର୍ବାହୀ ଅଧିକାରୀ ଯେପରି ଭାବେ ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ଭାବୁଛନ୍ତି, ସେଭଳି କିଛି ହେବା ଭଳି ମନେ ହେଉନାହିଁ। କାରଣ ଉଠାଦୋକାନୀଙ୍କୁ ଉଚ୍ଛେଦ କରାଯିବା ପରେ କଡ଼ା ବିରୋଧ ଦେଖିବାକୁ ମିଳିଛି। ଏ ନେଇ ଶତାଧିକ ଉଠାଦୋକାନୀ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ଅଫିସ ଘେରାଉ କରିଛନ୍ତି। ପ୍ରଥମେ ସେମାନଙ୍କୁ ସ୍ଥାୟୀ ଭାବେ ଥଇଥାନ କରାଯାଇ ପରେ ଉଚ୍ଛେଦ ହେଉ ବୋଲି ସେମାନେ ଦାବି ଜଣାଇଛନ୍ତି। ଏ ସଂକ୍ରାନ୍ତରେ ଜିଲାପାଳ ସମର୍ଥ ବର୍ମାଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ସେମାନେ କହିଛନ୍ତି ଯେ, ବର୍ଷ ବର୍ଷ ଧରି ଉଠାଦୋକାନ ଆମର ଏକମାତ୍ର ପନ୍ଥା ହୋଇ ରହିଆସିଛି। ଏବେ ଆମମାନଙ୍କୁ ଉଚ୍ଛେଦ କରାଯିବା ପରେ ଆମ ହାତରୁ ବେଉସା ଚାଲିଯିବ। ପ୍ରଥମ ବିକଳ୍ପ ବ୍ୟବସ୍ଥାରେ ଥଇଥାନ ଓ ପରେ ଉଚ୍ଛେଦ ହେଲେ ହିଁ ପ୍ରଶାସନ ନିଷ୍ପତ୍ତିକୁ ଗ୍ରହଣ କରିବୁ। ସମସ୍ୟାକୁ ହୃଦୟଙ୍ଗମ କରି ବିକଳ୍ପ ରାସ୍ତା ଖୋଜିବା ପାଇଁ ପ୍ରଶାସନକୁ ନିବେଦନ କରାଯାଇଛି। କରୋନା ଭିତରେ ବଡ଼ବଡ଼ିଆଙ୍କ ଆର୍ଥିକ ସ୍ଥିତି ମଧ୍ୟ ବିଗିଡ଼ି ଯାଇଥିଲା। ଏଭଳି ସ୍ଥଳେ ବିନା ପର୍ଯ୍ୟଟକ ଏବଂ ଲକ୍‌ଡାଉନ -ଶଟଡାଉନ୍‌ ଭିତରେ ଉଠାବେପାରୀଙ୍କ ଅବସ୍ଥା ସଭିଁଙ୍କୁ ଜଣା ବୋଲି କେତେଜଣ ବ୍ୟବସାୟୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ପାହିଲେ ଶ୍ରାବଣ ସୋମବାର, ଋଷିକୁଲ୍ୟା ନଦୀରେ କୂଳରେ ବୋଲବମ ଭକ୍ତଙ୍କ ଭିଡ଼

ଗଞ୍ଜାମ,୨।୮(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ନିକସ୍ଥ ଋଷିକୁଲ୍ୟା ନଦିଘାଟରେ ବୋଲବମ ଭକ୍ତଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ସୋମବାର ପବିତ୍ର ଶ୍ରାବଣ…

ବ୍ଲାକମେଲ ପରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣା, ଦୁଇ ଜଣଙ୍କୁ କୋର୍ଟଚାଲାଣ କଲା ପୋଲିସ

ପୁରୁଷୋତ୍ତମପୁର,୨।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର ଗଡ଼ସାହିରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନା ଅନୁସାରେ, ବ୍ଲାକମେଲରେ…

ବିମାନବନ୍ଦରରେ ପଦକଧାରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ,୨ା୮: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସଫଳ ପ୍ରଦର୍ଶନ ପରେ ଓ୍ବେଟଲିଫ୍ଟର ମୀରାବାଈ ଚାନୁ, ଲଭପ୍ରୀତ ସିଂଙ୍କ ସମେତ ଭାରତୀୟ ଖେଳାଳିଙ୍କ ପ୍ରଥମ ବ୍ୟାଚ୍‌ ରବିବାର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ…

ବିବାହ ପ୍ରଲୋଭନ ଦେଖାଇ ବିଧବା ମହିଳାଙ୍କଠୁ ୬୦ ଲକ୍ଷର ଠକେଇ, ବାପାଙ୍କ ରୋଗ କଥା କହି….

​ଛତ୍ରପୁର,୨।୮(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : କନ୍ଧମାଳ ଜିଲା ଚକାପାଦ ଥାନା ଅନ୍ତର୍ଗତ ତଳସାହିର ଉତ୍ତମ କୁମାର ସାହୁ (୩୧)ଙ୍କୁ ଗିରଫ କରିଛି ଗଞ୍ଜାମ ସାଇବର କ୍ରାଇମ୍ ଥାନା…

ବଡ଼ଓସ୍ତିଆ ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ, କୃଷି ଋଣ ଛାଡ଼ ଦାବି

ଚାନ୍ଦବାଲି,୨।୮(କିଷାନ ପାତ୍ର): ଲଗାଣ ବର୍ଷା ଓ ବୈତରଣୀ ନଦୀର ବନ୍ୟା ଜଳ ମାଡ଼ି ଆସି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବଡ଼ଓସ୍ତିଆ ପଞ୍ଚାୟତର ଅନେକ ଅଞ୍ଚଳ…

ଜମିରେ ତଳି ରୋଇବା ବେଳେ ବଜ୍ରପାତ, ମହିଳା ଅଚେତ ହୋଇ…

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ କୃଷ୍ଣପୁର ଗ୍ରାମରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ ଜଣେ ମହିଳା ଚାଷଜମିରେ…

ସହାୟତାର ହାତ ବଢାଇଲେ ବବିତା

ସିଂହପୁର,୨।୮(ଅନଙ୍ଗ ଉଦୟ ବେଉରିଆ): ବିଞ୍ଝାରପୁର ବ୍ଲକ ଅଧୀନ ରଣପୁର ପଞ୍ଚାୟତ ବନ୍ୟା ବିପନ୍ନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି। ବିଞ୍ଝାରପୁର ଭାଜପା ନେତ୍ରୀ ବବିତା ମଲ୍ଲିକ ବନ୍ୟା…

‘ଛୁରି ଧରି ମୋତେ ମାରିବାକୁ ଆସିଥିଲେ’, ଖବରଦାତା ସମ୍ମିଳନୀରେ ପପୁଙ୍କୁ ହତ୍ୟା ଉଦ୍ୟମ

ନୂଆଦିଲ୍ଲୀ,୨।୮: ରବିପୂର୍ଣ୍ଣିଆର ସ୍ୱାଧୀନ ଏମପି ପପୁ ଯାଦବ ରବିବାର ନିଜ ବାସଭବନରେ ଏକ ଖବରଦାତା ସମ୍ମିଳନୀ କରିଥିଲେ । ଏହି ସମୟରେ ହଠାତ୍ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri